Biblia Todo Logo
Bib sou entènèt

- Piblisite -




ଲୂକ ଲିଖିତ ସୁସମାଚାର 19:12 - ପବିତ୍ର ବାଇବଲ (CL) NT (BSI)

12 ଯୀଶୁ କହିଲେ: “ଥରେ ଜଣେ ସମ୍ଭ୍ରାନ୍ତ ବ୍ୟକ୍ତି ରାଜା ରୂପେ ଅଭିଷିକ୍ତ ହେବାକୁ ଦୂର ଦେଶକୁ ଗଲେ ଓ ସେ ସେଠାରୁ ନିର୍ଦ୍ଦିଷ୍ଟ ସମୟରେ ଫେରି ଆସିବାର ସ୍ଥିର ହୋଇଥିଲା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

12 ଏଣୁ ସେ କହିଲେ, ଜଣେ କୁଳୀନ ବ୍ୟକ୍ତି ଆପଣା ନିମନ୍ତେ ରାଜପଦ ପ୍ରାପ୍ତ ହୋଇ ବାହୁଡ଼ି ଆସିବା ସକାଶେ ଦୂର ଦେଶକୁ ଯାତ୍ରା କଲେ।

Gade chapit la Kopi

ଓଡିଆ ବାଇବେଲ

12 ଏଣୁ ସେ କହିଲେ, ଜଣେ ଉଚ୍ଚବଂଶର ବ୍ୟକ୍ତି ଆପଣା ନିମନ୍ତେ ରାଜପଦ ଗ୍ରହଣ କରି ଫେରିଆସିବା ନିମନ୍ତେ ଦୂର ଦେଶକୁ ଯାତ୍ରା କଲେ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

12 ଏଣୁ ସେ କହିଲେ, “ଜଣେ ଉଚ୍ଚବଂଶର ବ୍ୟକ୍ତି ଆପଣା ନିମନ୍ତେ ରାଜପଦ ଗ୍ରହଣ କରି ଫେରିଆସିବା ନିମନ୍ତେ ଦୂର ଦେଶକୁ ଯାତ୍ରା କଲେ।

Gade chapit la Kopi

ପବିତ୍ର ବାଇବଲ

12 ଲୋକମାନେ ଏହି କଥା ଭାବୁଥିବା ଯୀଶୁ ଜାଣି ପାରିଲେ। ତେଣୁ ସେ ଲୋକମାନଙ୍କୁ ଏହି ଦୃଷ୍ଟାନ୍ତଟି କହିଲେ: “ଜଣେ ଅତି ମାନ୍ୟଗନ୍ୟ ବ୍ୟକ୍ତି ରାଜା ହେବା ପାଇଁ କୌଣସି ଏକ ଦୂର ରାଜ୍ୟକୁ ଯିବାକୁ ପ୍ରସ୍ତୁତ ହେଉଥିଲେ। ତା'ପରେ ସେ ଫେରି ଆସି ନିଜ ଲୋକମାନଙ୍କ ଉପରେ ଶାସନ କରିବାକୁ ଯୋଜନା କଲେ।

Gade chapit la Kopi




ଲୂକ ଲିଖିତ ସୁସମାଚାର 19:12
18 Referans Kwoze  

ସେହି ଖ୍ରୀଷ୍ଟ ବର୍ତ୍ତମାନ ସ୍ୱର୍ଗଦୂତ ଓ ସମସ୍ତ ସ୍ୱର୍ଗୀୟ ଅଧିପତି ଓ ଶକ୍ତିପୁଞ୍ଜ ଉପରେ ରାଜତ୍ୱ କରୁଛନ୍ତି।


ସେହିପରି ଅନେକଙ୍କ ପାପ ଦୂର କରିବାକୁ ଖ୍ରୀଷ୍ଟ ଥରକ ପାଇଁ ବଳି ରୂପେ ଉତ୍ସର୍ଗିତ ହେଲେ। ସେ ଦ୍ୱିତୀୟ ଥର ଆସିବେ। ସେତେବେଳେ ଆଉ ପାପାର ମୂକାବିଲା କରିବା ତାଙ୍କ ସେ ଆସିବେ ନାହିଁ। ସେ ଆସିବେ, ତଙ୍କ ନିମନ୍ତେ ଅପେକ୍ଷା କରୁଥିବାମ ମନୁଷ୍ୟମାନଙ୍କୁ ଉଦ୍ଧାର କରିବା ପାଇଁ।


ପିଲାତ ପୁଣି ପଚାରିଲେ,”ତୁମେ କ’ଣ ସତରେ ଜଣେ ରାଜା?” ଯୀଶୁ ଉତ୍ତର ଦେଲେ, “ତୁମେ କହୁଛ, ମୁଁ ଜଣେ ରାଜା। କେବଳ ସତ୍ୟ ପ୍ରକାଶ କରିବା ପାଇଁ ମୁଁ ଆସିଛି, କେବଳ ଏହି ଉଦ୍ଦେଶ୍ୟ ନେଇ ମୁଁ ଏ ଜଗତରେ ଜନ୍ମ ଗ୍ରହଣ କରିଛି। ଯେଉଁମାନେ ସତ୍ୟାନୁରାଗୀ, ସେହିମାନେ ହିଁ ମୋ’ କଥା ଶୁଣନ୍ତି।”


ଦିନେ ଯୀଶୁ ଲୋକମାନଙ୍କୁ ଏହି ଦୃଷ୍ଟାନ୍ତ କଥା କହିଲେ, “ଜଣେ ଲୋକ ଗୋଟିଏ ଦ୍ରାକ୍ଷା କ୍ଷେତ୍ର କରି ଚାଷୀମାନଙ୍କୁ ତାହା ଭାଗରେ ଦେଲେ ଓ ବହୁତ ଦିନ ପାଇଁ ବିଦେଶକୁ ଗଲେ।


ଦେଖ, ସେ ମେଘମାଳାରେ ଆସୁଅଛନ୍ତି - ପୃଥିବୀବାସୀ ସମସ୍ତେ ତାଙ୍କୁ ଦେଖିବେ; ଏପରି କି ଯେଉଁମାନେ ତାଙ୍କୁ ବଦ୍ଧ କରିଥିଲେ, ସେମାନେ ମଧ୍ୟ ତାଙ୍କୁ ଦେଖି ଭୟବିହ୍ୱଳ ହୋଇ ବିଳାପ କରିବେ। ଏ ସବୁ ନିଶ୍ଚୟ ଘଟିବ - ଆମେନ୍।


ଈଶ୍ୱର ସମସ୍ତ ଶତ୍ରୁଙ୍କୁ ପରାସ୍ତ କରି ଖ୍ରୀଷ୍ଟଙ୍କ ପଦଦଳିତ କରିବା ପର୍ଯ୍ୟନ୍ତ, ଖ୍ରୀଷ୍ଟ ରାଜତ୍ୱ କରିବେ।


ସେ ଗୋଟିଏ ଦିନ ନିରୂପଣ କରିଛନ୍ତି। ସେହିଦିନ ସେ ତାଙ୍କର ମନୋନୀତ ବ୍ୟକ୍ତିଙ୍କ ଦ୍ୱାରା ସମଗ୍ର ଜଗତର ନ୍ୟାୟ ବିଚାର କରିବେ। ସେହି ବ୍ୟକ୍ତିଙ୍କୁ ମୃତ୍ୟୁରୁ ପୁନରୁତ୍ôଥତ କରିବା ଦ୍ୱାରା ସେ ଏହି କଥାର ନିଶ୍ଚିତତା ସମସ୍ତଙ୍କୁ ଜଣାଇ ଅଛନ୍ତି।”


ତା’ପରେ ସେ ସେମାନଙ୍କଠାରୁ ବିଦାୟ ନେଲେ ଏବଂ ସ୍ୱର୍ଗକୁ ଉତ୍ତୋଳିତ ହେଲେ।


ସେମାନଙ୍କୁ ଏହି ସବୁ କଥା କହିବା ପରେ ପ୍ରଭୁ ଯୀଶୁ ସ୍ୱର୍ଗକୁ ଉନ୍ନୀତ ହୋଇ ଈଶ୍ୱରଙ୍କ ଦକ୍ଷିଣ ପାର୍ଶ୍ୱରେ ଉପବିଷ୍ଟ ହେଲେ।


ଏହାପରେ ଯୀଶୁ ଦୃଷ୍ଟାନ୍ତ ଦେଇ କହିଲେ, “ଏକଦା ଜଣେ ଲୋକ ଗୋଟିଏ ଦ୍ରାକ୍ଷାକ୍ଷେତ ଆରମ୍ଭ କରି ତା’ ଚାରିପଟେ ବାଡ଼ ଦେଲେ। ଦ୍ରାକ୍ଷାଘଣା ପାଇଁ ଗୋଟିଏ ଗାତ ଖୋଳିଲେ ଏବଂ ଜଗୁଆଳି ପାଇଁ ମଞ୍ଚ ବାନ୍ଧିଲେ। ତା’ପରେ ସେ କ୍ଷେତଟିକୁ ଭାଗଚାଷୀମାନଙ୍କ ହାତରେ ଛାଡ଼ିଦେଇ ଦୂର ସ୍ଥାନକୁ ଯାତ୍ରା କଲେ।


“କିନ୍ତୁ ରଇତମାନେ ମାଲିକଙ୍କ ପୁଅକୁ ଦେଖି ପରସ୍ପରକୁ କହିଲେ, ‘ଏଇ ଦେଖ, ମାଲିକଙ୍କର ଉତ୍ତରାଧିକାରୀ। ଆସ, ଏହାକୁ ମଧ୍ୟ ମାରି ପକାଇବା। ତାହାହେଲେ ସମ୍ପତ୍ତି ଆମର ହେବ।”


କେତେକ ଅବିଶ୍ୱାସ କରିବାରୁ, ଯୀଶୁ ସେମାନଙ୍କ ପାଖକୁ ଆସି କହିଲେ, “ସ୍ୱର୍ଗ ଓ ଜଗତର ସମସ୍ତ କର୍ତ୍ତାପଣ ମୋତେ ଦିଆଯାଇଛି।


Swiv nou:

Piblisite


Piblisite