Biblia Todo Logo
Bib sou entènèt

- Piblisite -




ଲୂକ ଲିଖିତ ସୁସମାଚାର 18:9 - ପବିତ୍ର ବାଇବଲ (CL) NT (BSI)

9 ଯେଉଁମାନେ ନିଜକୁ ଧାର୍ମିକ ମନେକରି ଅନ୍ୟମାନଙ୍କୁ ତୁଚ୍ଛ ଜ୍ଞାନ କରୁଥିଲେ, ଯୀଶୁ ସେମାନଙ୍କୁ ଲକ୍ଷ୍ୟ କରି ଏହି ଦୃଷ୍ଟାନ୍ତ କଥା କହିଲେ:

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

9 ଆପଣା ଆପଣାକୁ ଧାର୍ମିକ ଜ୍ଞାନ କରି ଅନ୍ୟ ସମସ୍ତଙ୍କୁ ତୁଚ୍ଛଜ୍ଞାନ କରୁଥିବା କେତେକ ଆତ୍ମନିର୍ଭରଶୀଳ ଲୋକଙ୍କୁ ସେ ଏହି ଦୃଷ୍ଟାନ୍ତ ମଧ୍ୟ କହିଲେ,

Gade chapit la Kopi

ଓଡିଆ ବାଇବେଲ

9 ନିଜ ନିଜକୁ ଧାର୍ମିକ ମନେ କରି ଅନ୍ୟ ସମସ୍ତଙ୍କୁ ତୁଚ୍ଛ କରୁଥିବା କେତେକ ଆତ୍ମନିର୍ଭରଶୀଳ ଲୋକଙ୍କୁ ସେ ଏହି ଦୃଷ୍ଟାନ୍ତ ମଧ୍ୟ କହିଲେ,

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

9 ନିଜ ନିଜକୁ ଧାର୍ମିକ ମନେ କରି ଅନ୍ୟ ସମସ୍ତଙ୍କୁ ତୁଚ୍ଛ କରୁଥିବା କେତେକ ଆତ୍ମନିର୍ଭରଶୀଳ ଲୋକଙ୍କୁ ସେ ଏହି ଦୃଷ୍ଟାନ୍ତ ମଧ୍ୟ କହିଲେ,

Gade chapit la Kopi

ପବିତ୍ର ବାଇବଲ

9 କେତେକ ଲୋକ ଭାବୁଥିଲେ ଯେ ସେମାନେ ବହୁତ ଭଲ ଅଟନ୍ତି। ସେମାନେ ନିଜେ ଅନ୍ୟମାନଙ୍କ ଅପେକ୍ଷା ବହୁତ ଭଲ ହୋଇଥିବା ଭଳି ବ୍ୟବହାର କରୁଥିଲେ। ଯୀଶୁ ସେମାନଙ୍କୁ ଉପଦେଶ ଦେବା ପାଇଁ ଏହି ଦୃଷ୍ଟାନ୍ତ କହିଲେ:

Gade chapit la Kopi




ଲୂକ ଲିଖିତ ସୁସମାଚାର 18:9
22 Referans Kwoze  

ଯୀଶୁ ସେମାନଙ୍କୁ କହିଲେ, “ତୁମ୍ଭେମାନେ ଅନ୍ୟ ଲୋକମାନଙ୍କ ଦୃଷ୍ଟିରେ ନିଜକୁ ଧାର୍ମିକ ବୋଲି ଦେଖାଇ ଥାଅ, କିନ୍ତୁ ଈଶ୍ୱର ତୁମ ହୃଦୟ ଜାଣନ୍ତି। କାରଣ ଯେଉଁ ବିଷୟଗୁଡ଼ିକ ମନୁଷ୍ୟ ଦୃଷ୍ଟିରେ ବହୁମୂଲ୍ୟ, ଈଶ୍ୱରଙ୍କ ଦୃଷ୍ଟିରେ ସେଗୁଡ଼ିକ ମୂଲ୍ୟହୀନ।


ମନୁଷ୍ୟକୁ ଧାର୍ମିକ ରୂପେ ଗ୍ରହଣ କରିବା ପାଇଁ ଈଶ୍ୱରନିରୂପିତ ଉପାୟ ଅବଲମ୍ବନ ନ କରି ସେମାନେ ଧାର୍ମିକ ହେବାକୁ ନିଜ ପଥରେ ଚାଲିଛନ୍ତି। ତେଣୁ ସେମାନେ ଈଶ୍ୱରଙ୍କ ସେହି ପଥ ପରିତ୍ୟାଗ କରିଛନ୍ତି।


ତେଣୁ ତୁମେ କାହିଁକି ଅବା ଆପଣା ଭାଇକୁ ଘୃଣା କରୁଛ? କାହିଁକି ଅବା ଆପଣା ଭାଇକୁ ଘୃଣା କରୁଛ? ଆମେ ସମସ୍ତେ ବିଚାରିତ ହେବା ପାଇଁ ଈଶ୍ୱରଙ୍କ ସମ୍ମୁଖରେ ଠିଆ ହେବାକୁ ପଡ଼ିବ।


ଏହା ଦେଖି ସେହି ଫାରୁଶୀ ମନେ ମନେ ଭାବିଲେ, “ଯଦି ଏହି ଲୋକ ଜଣେ ଭାବବାଦୀ ହୋଇଥାନ୍ତେ, ତେବେ ତାଙ୍କୁ ଛୁଇଁଥିବା ଏ ସ୍ତ୍ରୀ ଲୋକଟି କିଏ, ସେ ଜାଣିଥାନ୍ତେ। ସେ କି ପ୍ରକାର ପାପପୂର୍ଣ୍ଣ ଜୀବନ କାଟୁଛି, ତାହା ସେ ଜାଣିପାରିଥାନ୍ତେ।”


ଦିନେ ବ୍ୟବସ୍ଥା ନ ଜାଣି ମୁଁ ଜୀବିତ ଥିଲି; ବ୍ୟବସ୍ଥା ଜାଣିବା ପରେ ପାପ ପ୍ରବେଶ କଲା


ଏଥିରେ ଲୋକମାନେ ବିରକ୍ତ ହୋଇ ପରସ୍ପର ମଧ୍ୟରେ କୁହାକୁହି ହେଲେ, “ଦେଖ! ଜଣେ ପାପୀ ଘରକୁ ସେ ଅତିଥି ହୋଇ ଯାଇଛନ୍ତି!”


“ଫାରୁଶୀ ପୃଥକ ଭାବରେ ଏକାକୀ ଛିଡ଼ା ହୋଇ ପ୍ରାର୍ଥନା କଲା, ‘ପ୍ରଭୁ! ମୁଁ ତୁମକୁ ଧନ୍ୟବାଦ ଦେଉଅଛି ଯେ ମୁଁ ଅନ୍ୟମାନଙ୍କ ପରି ଲୋଭୀ, ଦୁର୍ନୀତିଗ୍ରସ୍ତ ବା ବ୍ୟଭିଚାରୀ ନୁହେଁ। ମୁଁ ତୁମକୁ ଧନ୍ୟବାଦ ଦେଉଅଛି ଯେ ମୁଁ ସେଠାରେ ଥିବା ସେହି କରଆଦାୟକାରୀ ପରି ନୁହେଁ।


ପ୍ରଭୁ ମୋତେ କହିଲେ, ‘ଯାଅ, ମୁଁ ତୁମକୁ ବହୁତ ଦୂରକୁ ଅଣଇହୁଦୀମାନଙ୍କ ନିକଟକୁ ପଠାଇବି’।”


“ପାପରେ ଜନ୍ମି ପାପରେ ବଢ଼ିଛୁ। ତୁ ଫେର୍ ଆମକୁ ଶିକ୍ଷା ଦେଉଛୁ?” ଏହା କହି ସେମାନେ ତାକୁ ସମାଜ ଗୃହରୁ ବାହାର କରିଦେଲେ।


ସେମାନେ ତାକୁ ଅଭିଶାପ ଦେଇ କହିଲେ, “ତୁ ସିନା ତା’ର ଶିଷ୍ୟ। ଆମେ ମୋଶାଙ୍କ ଶିଷ୍ୟ।


ସେମାନେ ଯୀଶୁଙ୍କୁ ପଚାରିଲେ: “ତୁମେ ଜଣେ ଶମିରୋଣୀୟ ଓ ଭୂତଗ୍ରସ୍ତ, ଏକତା କହିବା ଆମ ପକ୍ଷେ ଠିକ୍ ହୋଇ ନାହିଁ କି?”


ଫାରୁଶୀ ଓ ଧର୍ମଗୁରୁମାନେ ଆପତ୍ତି କରି କହିଲେ, “ଏହି ବ୍ୟକ୍ତି ସମାଜଚ୍ୟୁତ ଲୋକମାନଙ୍କୁ ସ୍ୱାଗତ କରୁଛନ୍ତି, ଏପରିକି ସେମାନଙ୍କ ସଙ୍ଗେ ଭୋଜନ କରୁଛନ୍ତି!”


କିନ୍ତୁ ଧର୍ମଗୁରୁ ନିଜ ପ୍ରଶ୍ନର ଯଥାର୍ଥତା ପ୍ରମାଣ କରିବାକୁ ଇଚ୍ଛା କରି ଯୀଶୁଙ୍କୁ ପଚାରିଲେ, “ମୋର ପ୍ରତିବାସୀ କିଏ?”


ଯେ କୌଣସି ଖାଦ୍ୟ ଖାଇବାକୁ ଯାହାର ଆପତ୍ତି ନାହି, ସେ ନିରାମିଷାଶୀକୁ ଦୋଷୀ ମନେ ନ କରୁ। କାରଣ ଈଶ୍ୱର ତାକୁ ମଧ୍ୟ ଗ୍ରହଣ କରିଛନ୍ତି।


Swiv nou:

Piblisite


Piblisite