Biblia Todo Logo
Bib sou entènèt

- Piblisite -




ଲୂକ ଲିଖିତ ସୁସମାଚାର 18:3 - ପବିତ୍ର ବାଇବଲ (CL) NT (BSI)

3 ସେହି ସହରର ଜଣେ ବିଧବା ତାଙ୍କ ନିକଟକୁ ଥରକୁ ଥର ଆସି ତା’ ପ୍ରତି ହୋଇଥିବା ଅନ୍ୟାୟର ପ୍ରତିକାର କରିବା ପାଇଁ ଗୁହାରି କରୁଥିଲା। ସେ କହୁଥିଲା, ‘ମୋ’ ପ୍ରତିବାଦୀ ବିରୁଦ୍ଧରେ ମୋତେ ନ୍ୟାୟ ନିଷ୍ପତ୍ତି ଦିଅନ୍ତୁ!

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

3 ସେହି ନଗରରେ ଜଣେ ବିଧବା ଥିଲା, ସେ ଥରକୁଥର ତାଙ୍କ ନିକଟକୁ ଯାଇ କହୁଥିଲା, ମୋହର ବିବାଦୀର ଅନ୍ୟାୟର ପ୍ରତିକାର କରନ୍ତୁ।

Gade chapit la Kopi

ଓଡିଆ ବାଇବେଲ

3 ସେହି ନଗରରେ ଜଣେ ବିଧବା ଥିଲା, ତାହା ପ୍ରତି ଅନ୍ୟାୟ କରିଥିବା ଲୋକ ବିରୁଦ୍ଧରେ ବିଚାର ନିଷ୍ପତ୍ତି କରିବା ପାଇଁ ସେ ଥରକୁଥର ବିଚାରକର୍ତ୍ତାଙ୍କ ନିକଟକୁ ଯାଇ କହୁଥିଲା ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

3 ସେହି ନଗରରେ ଜଣେ ବିଧବା ଥିଲା, ତାହା ପ୍ରତି ଅନ୍ୟାୟ କରିଥିବା ଲୋକ ବିରୁଦ୍ଧରେ ବିଚାର ନିଷ୍ପତ୍ତି କରିବା ପାଇଁ ସେ ଥରକୁଥର ବିଚାରକର୍ତ୍ତାଙ୍କ ନିକଟକୁ ଯାଇ କହୁଥିଲା।

Gade chapit la Kopi

ପବିତ୍ର ବାଇବଲ

3 ସେହି ନଗରରେ ଗୋଟିଏ ସ୍ତ୍ରୀଲୋକ ଥିଲା। ତା'ର ସ୍ୱାମୀ ମରି ଯାଇଥିଲା। ସେ ସ୍ତ୍ରୀଲୋକଟି ଏହି ବିଗ୍ଭରପତିଙ୍କ ନିକଟକୁ ବହୁତ ଥର ଆସୁଥିଲା ସେ ବିଗ୍ଭରପତିଙ୍କୁ କହୁଥିଲା, ‘ଗୋଟିଏ ଲୋକ ମୋ’ ପ୍ରତି ଅନ୍ୟାୟ କରୁଛି। ତୁମ୍ଭେ ମୋତେ ମୋ’ ନ୍ୟାୟ ଅଧିକାର ଦିଅ।’

Gade chapit la Kopi




ଲୂକ ଲିଖିତ ସୁସମାଚାର 18:3
13 Referans Kwoze  

“ଯଦି କେହି ତୁମ ବିରୁଦ୍ଧରେ ମକଦ୍ଦମା କରି ଅଦାଲତକୁ ଯିବାକୁ ବାଧ୍ୟ କରେ, ଅଦାଲତକୁ ଯିବା ପୂର୍ବରୁ ବେଳ ଥାଉ ଥାଉ ତା’ ସହିତ ଆପୋଷ ମିଳାମିଶା କରିନିଅ। ନଚେତ୍ ଅଦାଲତରେ ପହଞ୍ôଚଗଲେ, ସେ ତୁମକୁ ବିଚାରପତି ହାତରେ ସମର୍ପଣ କରିବ ଏବଂ ହୁଏତ ବିଚାରପତି ତୁମକୁ ବନ୍ଦୀଶାଳାକୁ ନେଇ ଯିବା ପାଇଁ ସିପାହୀ ହାତରେ ସମର୍ପଣ କରିବେ।


“ଗୋଟିଏ ସହରରେ ଜଣେ ବିଚାରକର୍ତ୍ତା ଥିଲେ। ସେ ଈଶ୍ୱରଙ୍କୁ ଭୟ କରୁ ନ ଥିଲେ କିମ୍ବା ମନୁଷ୍ୟକୁ ମାନୁ ନ ଥିଲେ।


ଅନେକ ଦିନ ଧରି ବିଚାରକର୍ତ୍ତା ତା’ କଥାରେ କର୍ଣ୍ଣପାତ କଲେ ନାହିଁ, କିନ୍ତୁ ଶେଷରେ ସେ ନିଜେ ଭାବିଲେ, ‘ଯଦିବା ମୁଁ ଈଶ୍ୱରଙ୍କୁ ଭୟ କରେ ନାହିଁ, କିମ୍ବା ମନୁଷ୍ୟକୁ ମାନେ ନାହିଁ,


ତଥାପି ଏହି ବିଧବାଟି ମୋତେ ହଇରାଣ କରୁ ଥିବାରୁ ମୁଁ ତା’ ପ୍ରତି ହୋଇଥିବା ଅନ୍ୟାୟର ପ୍ରତିକାର କରିବି। ତା’ ନ ହେଲେ ସେ ବାରମ୍ବାର ଆସି ମୋତେ ବ୍ୟତିବ୍ୟସ୍ତ କରଥିବ’।”


Swiv nou:

Piblisite


Piblisite