Biblia Todo Logo
Bib sou entènèt

- Piblisite -




ଲୂକ ଲିଖିତ ସୁସମାଚାର 18:12 - ପବିତ୍ର ବାଇବଲ (CL) NT (BSI)

12 ମୁଁ ସପ୍ତାହରେ ଦୁଇ ଦିନ ଉପବାସ କରେ ଓ ତୁମକୁ ମୋ’ ସମସ୍ତ ଆୟର ଦଶମାଂଶ ଦାନ କରେ।’

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

12 ମୁଁ ସପ୍ତାହରେ ଦୁଇ ଥର ଉପବାସ କରିଥାଏ ଓ ମୋହର ସମସ୍ତ ଆୟର ଦଶମାଂଶ ଦାନ କରିଥାଏ।

Gade chapit la Kopi

ଓଡିଆ ବାଇବେଲ

12 ମୁଁ ସପ୍ତାହରେ ଦୁଇ ଥର ଉପବାସ କରିଥାଏ ଓ ମୋହର ସମସ୍ତ ଆଦାୟର ଦଶମାଂଶ ଦେଇଥାଏ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

12 ମୁଁ ସପ୍ତାହରେ ଦୁଇ ଥର ଉପବାସ କରିଥାଏ ଓ ମୋହର ସମସ୍ତ ଆଦାୟର ଦଶମାଂଶ ଦେଇଥାଏ।’

Gade chapit la Kopi

ପବିତ୍ର ବାଇବଲ

12 ମୁଁ ଜଣେ ଭଲ ଲୋକ। ମୁଁ ସପ୍ତାହରେ ଦୁଇ ଥର ଉପବାସ କରେ। ମୁଁ ମୋର ସମସ୍ତ ରୋଜଗାରର ଦଶ ଭାଗରୁ ଏକ ଭାଗ ଦାନ କରେ।’

Gade chapit la Kopi




ଲୂକ ଲିଖିତ ସୁସମାଚାର 18:12
24 Referans Kwoze  

“ହେ ଫାରୁଶୀମାନେ, ତୁମ ଶେଷ ଦଶା କେଡ଼େ ଭୟଙ୍କର ହେବ! ତୁମେ ପୋଦିନା, ସାଗ ଇତ୍ୟାଦିର ଦଶମାଂଶ ଈଶ୍ୱରଙ୍କୁ ଦେଇଥାଅ। କିନ୍ତୁ ନ୍ୟାୟପରାୟଣତା ଓ ଈଶ୍ୱରଙ୍କ ପ୍ରତି ପ୍ରେମ ଅବହେଳା କରିଥାଅ; ଏହାକୁ ମୁଖ୍ୟ ସ୍ଥାନ ଦିଅ; ଅନ୍ୟାନ୍ୟ ବିଷୟଗୁଡ଼ିକ ମଧ୍ୟ ଅବହେଳା କର ନାହିଁ।


ଏହାପରେ ଦିନେ ଜଳସୀକ୍ଷାଦାତା ଯୋହନଙ୍କ ଶିଷ୍ୟମାନେ ଯୀଶୁଙ୍କ ନିକଟକୁ ଆସି ପଚାରିଲେ, “ଆମେ ସ ଫଶରୁଶୀମାନେ ଏତେ ଥର ଉପବାସି କରୁଛି, ଆପଣଙ୍କ ଶିଷ୍ୟମାନେ କାହିଁକି କେବେହେଲେ ଉପବାସ କରୁନାହାନ୍ତି?”


ତୁମ୍ଭମାନଙ୍କ ପ୍ରତି ମଧ୍ୟ ଏହା ପ୍ରଯୁଜ୍ୟ। ତୁମ୍ଭେମାନେ ଆଦେଶ ପାଳନ କରିବା ପରେ ଏହି କଥା କହିବା ଉଚିତ, ‘ଆମେ କେବଳ ଦାସ; ଆମେ ଆମର କର୍ତ୍ତବ୍ୟ ପାଳନ କରିଛୁ ମାତ୍ର’।”


ଶାରୀରିକ ବ୍ୟାୟାମର ଆବଶ୍ୟକତା ରହିଛି। କିନ୍ତୁ ଆଧ୍ୟାତ୍ମିକ ସାଧନା ସର୍ବତୋଭାବେ ଉପାଦେୟ, କାରଣ ଏଥିଦ୍ୱାରା ମନୁଷ୍ୟ ଉଭୟ ଇହଲୋକ ଓ ପରଲୋକରେ ଜୀବନ୍ତ ହୋଇ ରହିବ ବୋଲି ପ୍ରତିଶ୍ରୁତି ପାଇଛି।


“ଲୋକମାନଙ୍କୁ ଦେଖାଇବା ପାଇଁ ସର୍ବସାଧାରଣରେ ଧର୍ମକର୍ମ କର ନାହିଁ। ତାହା କଲେ ପିତା ଈଶ୍ୱରଙ୍କଠାରୁ ତୁମେ ପୁରସ୍କାର ପାଇବ ନାହିଁ।


ଇହୁଦୀ ଧର୍ମ ପାଳନରେ ସମସାମୟିକ ଇହୁଦୀମାନଙ୍କ ମଧ୍ୟରେ ମୁଁ ଅଗ୍ରଣୀ ଥିଲି ଏବଂ ଆମ ପୂର୍ବପୁରୁଷମାନଙ୍କ ପରମ୍ପରା ପ୍ରତି ଅଧିକ ଅନୁରକ୍ତ ଥିଲି।


ଏଥିର ସୁସ୍ପଷ୍ଟ ଯେ କେହି ଈଶ୍ୱରଙ୍କ ସମ୍ମୁଖରେ ଦର୍ପ ପରି ନ ପାରେ।


ତାହାହେଲେ କେଉଁ ବିଷୟରେ ଆମ୍ଭେମାନେ ଗର୍ବ କରିବା? ନା, ସେପରି ବିଷୟ କିଛି ନାହିଁ। ଗର୍ବ କରିବା ପାଇଁ ଆମ୍ଭମାନଙ୍କର କି କାରଣ ଥାଇପାରେ? କଅଣ ବ୍ୟବସ୍ଥା ପୁରାପୁରି ପାଳନ କରିଛୁ ବୋଲି? ନା, କେବଳ ବିଶ୍ୱାସ ହିଁ ଆମ ଗର୍ବର କାରଣ।


“ଉପବାସ କଲାବେଳେ ଛଳ ଧାର୍ମିକମାନଙ୍କ ପରି ମୁଖ ମଳିନ କର ନାହିଁ। ସେମାନେ ଉପବାସ କରୁଛନ୍ତି ବୋଲି ଅନ୍ୟମାନଙ୍କୁ ଦେଖାଇବା ପାଇଁ ନିଜ ଚେହେରାକୁ ଅଯତ୍ନ କରି ରଖନ୍ତି। ଏହା ନିଶ୍ଚିତ ଯେ - ସେପରି କରିବା ଦ୍ୱାରା ସେମାନେ ନିଜର ପ୍ରାପ୍ୟ ପାଇ ସାରିଛନ୍ତି।


“ପ୍ରାର୍ଥନା କରିବାବେଳେ ଛଳ ଧାର୍ମିକମାନଙ୍କ ପରି ହୁଅ ନାହିଁ। ସମସ୍ତେ ଯେପରି ଦେଖିପାରିବେ, ସେଥିପାଇଁ ଉପାସନା ଗୃହ ଓ ରାସ୍ତାଛକମାନଙ୍କରେ ଠିଆହୋଇ ସେମାନେ ପ୍ରାର୍ଥନା କରିବାକୁ ଭଲ ପାଆନ୍ତି। ମୁଁ ତୁମ୍ଭମାନଙ୍କୁ ନିଶ୍ଚିତଭାବେ କହୁଛି ଯେ ସେମାନେ ନିଜର ପୁରସ୍କାର ପାଇ ସାରିଛନ୍ତି।


ଅତଏବ ମୁଁ କହିରଖୁଛି, ଧର୍ମଗୁରୁ ଓ ଫାରୁଶୀମାନଙ୍କଠାରୁ ଅଧିକ ବିଶ୍ୱସ୍ତଭାବେ ଈଶ୍ୱରଙ୍କ ଇଚ୍ଛାନୁରୂପେ କାର୍ଯ୍ୟ କଲେ ଯାଇ ତୁମ୍ଭେମାନେ ସ୍ୱର୍ଗରାଜ୍ୟରେ ପ୍ରବେଶ କରି ପାରିବ।


Swiv nou:

Piblisite


Piblisite