Biblia Todo Logo
Bib sou entènèt

- Piblisite -




ଲୂକ ଲିଖିତ ସୁସମାଚାର 18:11 - ପବିତ୍ର ବାଇବଲ (CL) NT (BSI)

11 “ଫାରୁଶୀ ପୃଥକ ଭାବରେ ଏକାକୀ ଛିଡ଼ା ହୋଇ ପ୍ରାର୍ଥନା କଲା, ‘ପ୍ରଭୁ! ମୁଁ ତୁମକୁ ଧନ୍ୟବାଦ ଦେଉଅଛି ଯେ ମୁଁ ଅନ୍ୟମାନଙ୍କ ପରି ଲୋଭୀ, ଦୁର୍ନୀତିଗ୍ରସ୍ତ ବା ବ୍ୟଭିଚାରୀ ନୁହେଁ। ମୁଁ ତୁମକୁ ଧନ୍ୟବାଦ ଦେଉଅଛି ଯେ ମୁଁ ସେଠାରେ ଥିବା ସେହି କରଆଦାୟକାରୀ ପରି ନୁହେଁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

11 ଫାରୂଶୀ ଦଣ୍ତାୟମାନ ହୋଇ ଆପଣା ନିକଟରେ ଏହି ପ୍ରକାର ପ୍ରାର୍ଥନା କରିବାକୁ ଲାଗିଲା, ହେ ଈଶ୍ଵର, ମୁଁ ତୁମ୍ଭକୁ ଧନ୍ୟବାଦ ଦେଉଅଛି ଯେ, ମୁଁ ଅନ୍ୟ ସମସ୍ତ ଲୋକଙ୍କ ପରି ଅତ୍ୟାଚାରୀ, ଅଧାର୍ମିକ, ବ୍ୟଭିଚାରୀ କିମ୍ଵା ଏହି କରଗ୍ରାହୀ ପରି ସୁଦ୍ଧା ନୁହେଁ;

Gade chapit la Kopi

ଓଡିଆ ବାଇବେଲ

11 ଫାରୂଶୀ ଠିଆ ହୋଇ ଆପଣା ନିକଟରେ ଏହି ପ୍ରକାର ପ୍ରାର୍ଥନା କରିବାକୁ ଲାଗିଲେ, ହେ ଈଶ୍ୱର, ମୁଁ ତୁମ୍ଭକୁ ଧନ୍ୟବାଦ ଦେଉଅଛି ଯେ, ମୁଁ ଅନ୍ୟ ସମସ୍ତ ଲୋକଙ୍କ ପରି ଅତ୍ୟାଚାରୀ, ଅଧାର୍ମିକ, ବ୍ୟଭିଚାରୀ କିମ୍ବା ଏହି କର ଆଦାୟକାରୀ ପରି ସୁଦ୍ଧା ନୁହେଁ;

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

11 ଫାରୂଶୀ ଠିଆ ହୋଇ ଆପଣା ନିକଟରେ ଏହି ପ୍ରକାର ପ୍ରାର୍ଥନା କରିବାକୁ ଲାଗିଲେ, ‘ହେ ଈଶ୍ବର, ମୁଁ ତୁମ୍ଭକୁ ଧନ୍ୟବାଦ ଦେଉଅଛି ଯେ, ମୁଁ ଅନ୍ୟ ସମସ୍ତ ଲୋକଙ୍କ ପରି ଅତ୍ୟାଚାରୀ, ଅଧାର୍ମିକ, ବ୍ୟଭିଚାରୀ କିମ୍ବା ଏହି କରଗ୍ରାହୀ ପରି ସୁଦ୍ଧା ନୁହେଁ;

Gade chapit la Kopi

ପବିତ୍ର ବାଇବଲ

11 ଫାରୂଶୀଜଣକ କରଆଦାୟକାରୀଙ୍କଠାରୁ ଦୂରରେ ଅଲଗା ଠିଆ ହୋଇଥିଲେ। ଫାରୂଶୀ ଜଣକ ପ୍ରାର୍ଥନା କଲାବେଳେ କହିଲେ, ‘ହେ ପରମେଶ୍ୱର, ମୁଁ ଅନ୍ୟ ଲୋକଙ୍କ ଭଳି ଖରାପ ହୋଇ ନ ଥିବାରୁ ତୁମ୍ଭକୁ କୃତଜ୍ଞତା ଜଣାଉଛି। ମୁଁ ଗ୍ଭେରି, ଠକାମି, ବ୍ୟଭିଗ୍ଭର, ପାପ କରୁଥିବା ଲୋକମାନଙ୍କ ଭଳି ନୁହେଁ। ମୁଁ ଏହି କରଆଦାୟକାରୀ ଅପେକ୍ଷା ଭଲ ହୋଇଥିବାରୁ ତୁମ୍ଭ ପାଖରେ କୃତଜ୍ଞତା ଜଣାଉଛି।

Gade chapit la Kopi




ଲୂକ ଲିଖିତ ସୁସମାଚାର 18:11
26 Referans Kwoze  

“ପ୍ରାର୍ଥନା କରିବାବେଳେ ଛଳ ଧାର୍ମିକମାନଙ୍କ ପରି ହୁଅ ନାହିଁ। ସମସ୍ତେ ଯେପରି ଦେଖିପାରିବେ, ସେଥିପାଇଁ ଉପାସନା ଗୃହ ଓ ରାସ୍ତାଛକମାନଙ୍କରେ ଠିଆହୋଇ ସେମାନେ ପ୍ରାର୍ଥନା କରିବାକୁ ଭଲ ପାଆନ୍ତି। ମୁଁ ତୁମ୍ଭମାନଙ୍କୁ ନିଶ୍ଚିତଭାବେ କହୁଛି ଯେ ସେମାନେ ନିଜର ପୁରସ୍କାର ପାଇ ସାରିଛନ୍ତି।


ତୁମେ କହୁଛ, ‘ମୁଁ ଧନବାନ ଓ ସମୃଦ୍ଧିଶାଳୀ, ମୋର ଯାହା ପ୍ରୟୋଜନ, ସବୁ ଅଛି’; ଅଥଚ ପ୍ରକୃତରେ ତୁମେ କେଡ଼େ ଦୁର୍ଦ୍ଦଶାପନ୍ନ ଓ ଦୟନୀୟ, ଏହା ଜାଣ ନାହିଁ। ତୁମେ ଦରିଦ୍ର, ଉଲଗ୍ନ ଓ ଅନ୍ଧ।


ପ୍ରାର୍ଥନା କରିବା ପାଇଁ ଠିଆ ହେଲାବେଳେ, କାହା ବିରୁଦ୍ଧରେ ତୁମର ଯଦି କିଛି ଥାଏ, ତାକୁ କ୍ଷମା କରିଦିଅ। ତାହାହେଲେ ତୁମର ସ୍ୱର୍ଗସ୍ଥ ପିତା ଈଶ୍ୱର ତୁମର ସବୁ ଦୋଷ କ୍ଷମା କରିଦେବେ।


ଯେଉଁମାନେ ବ୍ୟବସ୍ଥା ପାଳନ ଉପରେ ନିର୍ଭର କରନ୍ତି, ସେମାନେ ଅଭିଶାପର ଆଶଙ୍କା ମଧ୍ୟରେ ଜୀବନ ଯାପନ କରନ୍ତି। କାରଣ ଧର୍ମଶାସ୍ତ୍ରରେ ଉଲ୍ଲେଖ ଅଛି, “ମୋଶାଙ୍କ ବ୍ୟବସ୍ଥା ପୁସ୍ତକରେ ଯାହା ସବୁ ଲେଖା ଯାଇଛି, ଯଦି କେହି ସମ୍ପୂର୍ଣ୍ଣଭାବେ ତାହା ପାଳନ ନ କରେ, ସେ ଈଶ୍ୱରଙ୍କ ଅଭିଶାପର ପାତ୍ର ହେବ।”


ସେମାନେ ବିଧବାମାନଙ୍କର ନିଃସହାୟତାର ସୁଯୋଗ ନେଇ ସେମାନଙ୍କର ଘରବାଡ଼ି ଆତ୍ମସାତ କରନ୍ତି ଓ ଦୀର୍ଘ ପ୍ରାର୍ଥନା କରିବାର ଅଭିନୟ ଦେଖାନ୍ତି! ସେମାନଙ୍କର ଦଣ୍ଡ ସବୁଠାରୁ ଭୟାନକ ହେବ!”


ଏବଂ ମୋର ନିଷ୍ଠାପରତା ହେତୁ ମୁଁ ଖ୍ରୀଷ୍ଟୀୟ ମଣ୍ଡଳୀକୁ ଉତ୍ପୀଡ଼ନ କଲି। ବ୍ୟବସ୍ଥାର ଆଜ୍ଞା ପାଳନ ଦ୍ୱାରା ଯଦି ମନୁଷ୍ୟ ଧାର୍ମିକ ହୋଇପାରେ, ତେବେ ମୁଁ ନିଷ୍ପାପ ଥିଲି।


ଅତଏବ ମୁଁ କହିରଖୁଛି, ଧର୍ମଗୁରୁ ଓ ଫାରୁଶୀମାନଙ୍କଠାରୁ ଅଧିକ ବିଶ୍ୱସ୍ତଭାବେ ଈଶ୍ୱରଙ୍କ ଇଚ୍ଛାନୁରୂପେ କାର୍ଯ୍ୟ କଲେ ଯାଇ ତୁମ୍ଭେମାନେ ସ୍ୱର୍ଗରାଜ୍ୟରେ ପ୍ରବେଶ କରି ପାରିବ।


ଫିଲିପ, ବାର୍ଥଲୋମି, ଥୋମା ଓ କରଆଦାୟକାରୀ ମାଥିଉ;ଥଦ୍ଦିୟ, ଆଲଫିଙ୍କ ପୁତ୍ର ଯାକୁବ;


ତା’ପରେ ସେ ସେମାନଙ୍କଠାରୁ ଅଳ୍ପ ଦୂରକୁ ଗଲେ ଏବଂ ଆଣ୍ଠୋଇ ପ୍ରାର୍ଥନା କଲେ।


Swiv nou:

Piblisite


Piblisite