Biblia Todo Logo
Bib sou entènèt

- Piblisite -




ଲୂକ ଲିଖିତ ସୁସମାଚାର 17:6 - ପବିତ୍ର ବାଇବଲ (CL) NT (BSI)

6 ପ୍ରଭୁ ଉତ୍ତର ଦେଲେ, “ଯଦି ତୁମ୍ଭମାନଙ୍କ ବିଶ୍ୱାସ ଗୋଟିଏ ସୋରିଷ ମଞ୍ଜି ପରିମାଣରେ ଥାଏ ଏବଂ ତୁମ୍ଭେମାନେ ଏହି ତୁତ୍କୋଳି ଗଛକୁ କୁହ, ‘ମୂଳ ସହିତ ଉପୁଡ଼ି ଯାଇ ସମୁଦ୍ରରେ ପୋତି ହୋଇଯା!’ ତେବେ ସେ ତାହା କରିବ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

6 ପ୍ରଭୁ କହିଲେ, ଯଦି ଗୋଟିଏ ସୋରିଷଦାନା ପରି ତୁମ୍ଭମାନଙ୍କର ବିଶ୍ଵାସ ଥାଏ, ତାହାହେଲେ ଏହି ତୁତକୋଳି ଗଛକୁ ତୁ ସମୂଳେ ଉପୁଡ଼ାଯାଇ ସମୁଦ୍ରରେ ରୋପିତ ହ ବୋଲି କହିଲେ ତାହା ତୁମ୍ଭମାନଙ୍କର ଆଜ୍ଞା ମାନିବ।

Gade chapit la Kopi

ଓଡିଆ ବାଇବେଲ

6 ପ୍ରଭୁ କହିଲେ, ଯଦି ଗୋଟିଏ ସୋରିଷ ଦାନା ପରି ତୁମ୍ଭମାନଙ୍କର ବିଶ୍ୱାସ ଥାଏ, ତାହାହେଲେ ଏହି ତୁତକୋଳିଗଛକୁ ତୁ ସମୂଳେ ଉପୁଡ଼ାଯାଇ ସମୁଦ୍ରରେ ରୋପିତ ହୁଅ ବୋଲି କହିଲେ, ତାହା ତୁମ୍ଭମାନଙ୍କର ଆଜ୍ଞା ମାନିବ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

6 ପ୍ରଭୁ କହିଲେ, “ଯଦି ଗୋଟିଏ ସୋରିଷ ଦାନା ପରି ତୁମ୍ଭମାନଙ୍କର ବିଶ୍ୱାସ ଥାଏ, ତାହାହେଲେ ଏହି ତୁତକୋଳି ଗଛକୁ ତୁ ସମୂଳେ ଉପୁଡ଼ାଯାଇ ସମୁଦ୍ରରେ ରୋପିତ ହୁଅ ବୋଲି କହିଲେ, ତାହା ତୁମ୍ଭମାନଙ୍କର ଆଜ୍ଞା ମାନିବ।”

Gade chapit la Kopi

ପବିତ୍ର ବାଇବଲ

6 ପ୍ରଭୁ କହିଲେ, “ଯଦି ତୁମ୍ଭମାନଙ୍କର ବିଶ୍ୱାସ ଗୋଟିଏ ସୋରିଷଦାନା ପରିମାଣର ହୋଇଥାଏ, ତେବେ ତୁମ୍ଭେମାନେ ଏହି ତୁତ ଗଛକୁ କହି ପାରିବ, ନିଜକୁ ଉପାଡ଼ି ନେଇ ସମୁଦ୍ରରେ ରୋପଣ କର, ତେବେ ଗଛଟି ତୁମ୍ଭମାନଙ୍କ କଥା ମାନିବ।

Gade chapit la Kopi




ଲୂକ ଲିଖିତ ସୁସମାଚାର 17:6
13 Referans Kwoze  

ଯୀଶୁ ଉତ୍ତର ଦେଲେ, “ତୁମ୍ଭମାନଙ୍କ ବିଶ୍ୱାସ ଖୁବ୍ ଦୁର୍ବଳ। ମୁଁ ତୁମ୍ଭମାନଙ୍କୁ ଦୃଢ଼ ଭାବରେ କହୁଛି, ଯଦି ଗୋଟିଏ ସୋରିଷ ପରିମାଣରେ ତୁମର ବିଶ୍ୱାଦସ ଥାଏ, ଏହି ପାହାଡ଼କୁ ଏଠାରୁ ସେଠାକୁ ଘୁଞ୍ଚି ଯିବାକୁ କହିଲେ, ତାହା ଘୁଞ୍ଚି ଯିବ। ବିଶ୍ୱାସ ବଳରେ ତୁମେ ସବୁ କରିପାରିବ।”


ଯୀଶୁ ଉତ୍ତର ଦେଲେ, “ମୁଁ ତୁମକୁ ନିଶ୍ଚିତଭାବେ କହୁଛି, ମନରେ ତିଳେ ହେଲେ ସନ୍ଦେହ ନ ରଖି ତୁମେ ଯଦି ପୂର୍ଣ୍ଣମାତ୍ରାରେ ବିଶ୍ୱାସ କର, ମୁଁ ଏ ଗଛ ପ୍ରତି ଯାହା କରିଛି, ତୁମେ ମଧ୍ୟ ତା’ କରିପାରିବ। କେବଳ ସେତିକି ନୁହେଁ, ଏହି ପାହାଡ଼କୁ ‘ଉଠି ଯାଇ ସମୁଦ୍ରତରେ ପଡ଼ି ଯା’ କହିଲେ, ତାହା ମଧ୍ୟ ହେବ।


ଯୀଶୁ କହିଲେ, “ହଁ! ଯେ ବିଶ୍ୱାସ କରେ, ତା’ ପକ୍ଷରେ ସବୁ ସମ୍ଭବ।”


ତାହା ଏହିପରି। ଜଣେ ଲୋକ ସୋରିଷ ବୀଜ ନେଇ ଜମିରେ ବୁଣେ। ଚାରାଟି ବଡ଼ ହୋଇ ଗୋଟିଏ ଗଛରେ ପରିଣତ ହୁଏ ଏବଂ ପକ୍ଷୀମାନେ ତାହାର ଡ଼ାଳରେ ବସା ବାନ୍ଧନ୍ତି।”


ପ୍ରେରଣାପୂର୍ଣ୍ଣ ଧର୍ମପ୍ରଚାର କରିବାକୁ ମୋର ଶକ୍ତି ଥାଇପାରେ। ସମସ୍ତ ବିଷୟରେ ଜ୍ଞାନ ଥାଇପାରେ, ସମସ୍ତ ନିଗୂଢ଼ ତତ୍ତ୍ୱ ବୁଝିବାକୁ ଶକ୍ତି ଥାଇପାରେ, ବିଶ୍ୱାସ ବଳରେ ପାହାଡ଼ ଘୁଞ୍ଚାଇବା ସାମର୍ଥ୍ୟ ଥାଇପାରେ; ତଥାପି ମୋର ପ୍ରେମ ନ ଥିଲେ, ମୁଁ କିଛି ନୁହେଁ।


ତେଣୁ ସେ ଆଗକୁ ଦୌଡ଼ି ଯାଇ ଯୀଶୁଙ୍କୁ ଦେଖିବା ପାଇଁ ଗୋଟିଏ ଡ଼ିମିରି ଗଛରେ ଚଢ଼ିଲା, କାରଣ ସେହି ବାଟ ଦେଇ ଯୀଶୁଙ୍କର ଯିବାର ଥିଲା।


ତାହା ଗୋଟିଏ ସୋରିଷ ପରି। ସୋରିଷ ମଞ୍ଜିଟିଏ ଅତି କ୍ଷୁଦ୍ର ହେଲେ ସୁଦ୍ଧା,


ସେହି ସ୍ତ୍ରୀ ଲୋକକୁ ଦେଖି ପ୍ରଭୁଙ୍କ ହୃଦୟ ଦୟାରେ ବିଗଳିତ ହେଲା ଓ ସେ ତାକୁ କହିଲେ, “କାନ୍ଦ ନାହିଁ।”


ଓ ଏହି କଥା ପଚାରିବା ପାଇଁ ପ୍ରଭୁଙ୍କ ପାଖକୁ ପଠାଇଲେ, “ଯାହାଙ୍କର ଆସିବାର ଥିଲା, ଆପଣ କ’ଣ ସେହି, ନା ଆମେ ଆଉ କାହାର ଅପେକ୍ଷାରେ ରହିବା?”


“ମନେକର, ତୁମ ମଧ୍ୟରୁ ଜଣକର ଦାସ ହଳ କରୁଛି କିମ୍ବା ମେଣ୍ଢା ଜଗୁଛି। ଯେତେବେଳେ ସେ କ୍ଷେତରୁ ଫେରି ଆସେ, ତୁମେ ତାକୁ ସଙ୍ଗେ ସଙ୍ଗେ ଖାଇ ବସିବାକୁ କହିଥାଅ କି?


ଯୀଶୁ କହିଲେ, “ଚାଲି ଆସ।” ପିତର ନୌକରୁ ବାହାରି ଯୀଶଉଙ୍କ ଆଡ଼କୁ ପାଣି ଉପରେ ଚାଲିବାକୁ ଲାଗିଳେ।


Swiv nou:

Piblisite


Piblisite