Biblia Todo Logo
Bib sou entènèt

- Piblisite -




ଲୂକ ଲିଖିତ ସୁସମାଚାର 17:1 - ପବିତ୍ର ବାଇବଲ (CL) NT (BSI)

1 ଯୀଶୁ ତାଙ୍କର ଶିଷ୍ୟମାନଙ୍କୁ କହିଲେ, “ଯେଉଁସବୁ ପରୀକ୍ଷା ଦ୍ୱାରା ମନୁଷ୍ୟ ପାପରେ ପଡ଼େ, ସେସବୁ ନିଶ୍ଚୟ ଆସିବ; କିନ୍ତୁ ଯେ ଏ ସବୁର କାରଣ ହୁଏ, ତାହାର ଶେଷ ଦଶା କେଡ଼େ ଭୟଙ୍କର।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

1 ସେ ଆପଣା ଶିଷ୍ୟମାନଙ୍କୁ କହିଲେ, ବିଘ୍ନ ଯେ ନ ଘଟିବ, ଏହା ଅସମ୍ଭବ, କିନ୍ତୁ ଯାହା ଦ୍ଵାରା ତାହା ଘଟିବ, ହାୟ, ସେ ଦଣ୍ତର ପାତ୍ର;

Gade chapit la Kopi

ଓଡିଆ ବାଇବେଲ

1 ସେ ଆପଣା ଶିଷ୍ୟମାନଙ୍କୁ କହିଲେ, ବିଘ୍ନ ଯେ ନ ଘଟିବ, ଏହା ଅସମ୍ଭବ, କିନ୍ତୁ ଯାହା ଦ୍ୱାରା ତାହା ଘଟିବ, ହାୟ, ସେ ଦଣ୍ଡର ପାତ୍ର;

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

1 ସେ ଆପଣା ଶିଷ୍ୟମାନଙ୍କୁ କହିଲେ, “ବିଘ୍ନ ଯେ ନ ଘଟିବ, ଏହା ଅସମ୍ଭବ, କିନ୍ତୁ ଯାହା ଦ୍ୱାରା ତାହା ଘଟିବ, ହାୟ, ସେ ଦଣ୍ଡର ପାତ୍ର;

Gade chapit la Kopi

ପବିତ୍ର ବାଇବଲ

1 ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ କହିଲେ, “ନିଶ୍ଚିତ ଭାବରେ ଏଭଳି ଘଟଣା ଘଟିବ, ଯେଉଁ କାରଣରୁ ଲୋକେ ପାପ କରିବେ। ମାତ୍ର ଯେଉଁ ଲୋକ ଦ୍ୱାରା ଏଭଳି ଘଟଣାମାନ ଘଟିବ, ସେହି ଲୋକ ପାଇଁ ଏହା ବହୁତ ଖରାପ ହେବ।

Gade chapit la Kopi




ଲୂକ ଲିଖିତ ସୁସମାଚାର 17:1
14 Referans Kwoze  

ଲେକମାନଙ୍କର ବିଶ୍ୱାସରେ ବିଘ୍ନ ଘଟାଇବା ପାଇଁ ଅନେକ ବିଷୟ ରହିଛି। ସେଥପାଇଁ ଏହି ଜଗତର ଅବସ୍ଥା ଏଡ଼େ ଭୟାନକ। ସବୁଥିପାଇଁ ଏହି ଜଗତରେ ଅବସ୍ଥା ଏଡ଼େ ଭୟାନକ। ସବୁବେଳେ ଏପରି ବିଘ୍ନ ଆସିବ, କିନ୍ତୁ ଯେ ବିଘ୍ନ ଘଟଶଏ, ତା’ର ପରିଣତି କେଡ଼େ ଶେଜନୀୟ!


ସୁତରାଂ କୌଣସି ଖାଦ୍ୟ ଯଦି ମୋ’ ଭାଇର ବିଘ୍ନ ସ୍ୱରୂପ ହୋଇ ତାକୁ ପାପ ପଥରେ କଢ଼ାଇ ନିଏ, ସେହି ଖାଦ୍ୟ ମୁଁ କଦାପି ଗ୍ରହଣ କରିବି ନାହିଁ।


ତେଣୁ ପରସ୍ପରକୁ ବିଚାର କର ନାହିଁ। ଏପରି ମଧ୍ୟ କିଛି କର ନାହିଁ, ଯଦ୍ଦ୍ୱାରା ତୁମ ଭାଇ ଝୁଣ୍ଟି ପଡ଼ି ପାପ କରିବ।


(ଅବଶ୍ୟ ତୁମ୍ଭମାନଙ୍କ ମଧ୍ୟରେ ଦଳ ଭେଦ ଘଟିବ ଏବଂ ଏହି ସଂଘର୍ଷ ଫଳରେ କେଉଁମାନଙ୍କର ମତ ଯଥାର୍ଥ, ଜଣାପଡ଼ିବ।)


ଭାଇମାନେ, ଅନୁନୟ କରୁଛି, ତୁମେ ଗ୍ରହର କରିଥିବା ଶିକ୍ଷାର ବିରୋଧ କରି ଯେଉଁମାନେ ତୁମ୍ଭମାନଙ୍କ ମଧ୍ୟରେ ବିଭେଦ ସୃଷ୍ଟି କରିବାକୁ ଚେଷ୍ଟା କରନ୍ତି, ସେମାନଙ୍କଠାରୁ ଦୂରେଇ ରୁହ।


ଯୀଶୁ ବୁଲିପଡ଼ି କହିଲେ, “ମୋ’ ଆଗରୁ ଦୁରେଇ ଯାଅ ଶୟତାନ, ମୋ’ ନାଇଁ ପ୍ରତିବନ୍ଧକ ହୁଅ ନାହିଁ। କାରଣ ତୁମର ଏହି ଚିନ୍ତା କେବଳ ମାନବିକ, ଐଶ୍ୱରିକ ନୁଡେଁ।”


ତୁମ୍ଭେମାନେ ଅନ୍ୟ ଦେଶୀୟ, ଇହୁଦୀ କିମ୍ବା ଈଶ୍ୱରଙ୍କ ମଣ୍ଡଳୀ, କାହାରି ବିଘ୍ନ ସ୍ୱରୂପ ହୁଅ ନାହିଁ।


କିନ୍ତୁ ତୁମ ବିରୁଦ୍ଧରେ ମୋର କେତେକ ବିଷୟ କହିବାର ଅଛି। ସେଠାରେ ତୁମ ସଙ୍ଗରେ ଥିବା କେତେକେ, ବାଲାମର ଶିକ୍ଷାରେ ପରିଚାଳିତ ହେଉଛନ୍ତି। ବାଲାମ ଦେବପ୍ରସାଦ ଭୋଜନ ଓ ଲମ୍ପଟାଚରଣ କରିବା ପାଇଁ ଇଶ୍ରାଏଲୀୟମାନଙ୍କୁ ପ୍ରବର୍ତ୍ତାଇବା ନିମନ୍ତେ ବାଲାକକୁ ଶିକ୍ଷା ଦେଇଥିଲା।


କିନ୍ତୁ ତୁମ ବିରୁଦ୍ଧରେ ମୋର କେବଳ ଏତିକି କହିବାର ଅଛି, ଈଶ୍ୱରଙ୍କର ବାର୍ତ୍ତାବହ ରୂପେ ନିଜର ପରିଚୟ ଦେଉଥିବା ଯେଜେବଲ ନାମ୍ନୀ ସ୍ତ୍ରୀଙ୍କୁ ତୁମେ ପ୍ରଶ୍ରୟ ଦେଇଛ। ସେ ମୋର ଦାସମାନଙ୍କୁ ଲମ୍ପଟାଚରଣ କରିବାକୁ ଓ ଦେବଦେବୀମାନଙ୍କ ନିକଟରେ ଉତ୍ସର୍ଗିତ ହୋଇଥିବା ଖାଦ୍ୟ ପଦାର୍ଥ ଭୋଜନ କରିବାକୁ ଶିକ୍ଷା ଦେଇ ସେମାନଙ୍କୁ ବିପଥଗାମୀ କରାଉଛି।


କିନ୍ତୁ ଅବ୍ରାହମ କହିଲେ, ‘ଯଦି ସେମାନେ ମୋଶା ଓ ଭାବବାଦୀମାନଙ୍କ କଥା ଶୁଣୁ ନାହାନ୍ତି, ତେବେ ଜଣେ ମୃତ୍ୟୁରୁ ଉତ୍ଥିତ ହେଲେ ସୁଦ୍ଧା ସେମାନେ ତା’ର କଥା ବିଶ୍ୱାସ କରିବେ ନାହିଁ।”


ପବିତ୍ରଆତ୍ମା ସ୍ପଷ୍ଟ ଭାବରେ କହୁଛନ୍ତି ଯେ, ପ୍ରତାରକ ପାପାତ୍ମାମାନଙ୍କ କୁଶିକ୍ଷାରେ ପଡ଼ି ଦିନେ ଆମ ମଣ୍ଡଳୀର କେହି କେହି ଖ୍ରୀଷ୍ଟବିଶ୍ୱାସରୁ ବିଚ୍ୟୁତ ହେବେ।


Swiv nou:

Piblisite


Piblisite