Biblia Todo Logo
Bib sou entènèt

- Piblisite -




ଲୂକ ଲିଖିତ ସୁସମାଚାର 16:8 - ପବିତ୍ର ବାଇବଲ (CL) NT (BSI)

8 “ବେବର୍ତ୍ତାର ଚତୁରତା ଦେଖି ମାଲିକ ମନେ ମନେ ତାକୁ ତାରିଖ ପଲେ। ଏହି ଯୁଗର ଲୋକମାନେ ନିଜର କାର୍ଯ୍ୟ ସାଧନ କରିବାରେ ଆଲୋକ ସନ୍ତାନମାନଙ୍କ ଅପେକ୍ଷା ଅଧିକ ଚତୁର।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

8 ସେହି ଅବିଶ୍ଵସ୍ତ।। ବେବର୍ତ୍ତା ବୁଦ୍ଧି ସହିତ କାର୍ଯ୍ୟ କରିଥିବାରୁ ପ୍ରଭୁ ତାହାର ପ୍ରଶଂସା କଲେ; ଯେଣୁ ଏହି ଯୁଗର ସନ୍ତାନମାନେ ସେମାନଙ୍କ ସ୍ଵଜାତି ପକ୍ଷରେ ଆଲୋକର ସନ୍ତାନମାନଙ୍କ ଅପେକ୍ଷା ଅଧିକ ବୁଦ୍ଧିମାନ।

Gade chapit la Kopi

ଓଡିଆ ବାଇବେଲ

8 ସେହି ଅବିଶ୍ୱସ୍ତ ବେବର୍ତ୍ତା ବୁଦ୍ଧି ସହିତ କାର୍ଯ୍ୟ କରିଥିବାରୁ ପ୍ରଭୁ ତାହାର ପ୍ରଶଂସା କଲେ; ଯେଣୁ ଏହି ଯୁଗର ସନ୍ତାନମାନେ ସେମାନଙ୍କ ନିଜ ଜାତି ପକ୍ଷରେ ଆଲୋକର ସନ୍ତାନମାନଙ୍କ ଅପେକ୍ଷା ଅଧିକ ବୁଦ୍ଧିମାନ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

8 ସେହି ଅବିଶ୍ୱସ୍ତ ବେବର୍ତ୍ତା ବୁଦ୍ଧି ସହିତ କାର୍ଯ୍ୟ କରିଥିବାରୁ ପ୍ରଭୁ ତାହାର ପ୍ରଶଂସା କଲେ; ଯେଣୁ ଏହି ଯୁଗର ସନ୍ତାନମାନେ ସେମାନଙ୍କ ନିଜ ଜାତି ପକ୍ଷରେ ଆଲୋକର ସନ୍ତାନମାନଙ୍କ ଅପେକ୍ଷା ଅଧିକ ବୁଦ୍ଧିମାନ।

Gade chapit la Kopi

ପବିତ୍ର ବାଇବଲ

8 “ପରେ ମାଲିକ ସେହି ଅସାଧୁ ଗୁମାସ୍ତାଙ୍କର ପ୍ରଶଂସା କଲେ। କାରଣ ଗୁମାସ୍ତା ଚତୁରତାର ସହିତ କାମ ତୁଲେଇ ଦେଲେ। ତାହାଙ୍କ ଭଳି, ଅନ୍ୟଲୋକମାନଙ୍କ ସହିତ ବ୍ୟବସାୟ କରିବାରେ ଏହି ସାଂସାରିକ ଲୋକମାନେ ଆଧ୍ୟାତ୍ମିକ ଲୋକମାନଙ୍କ ଅପେକ୍ଷା ଅଧିକ ଚତୁର।

Gade chapit la Kopi




ଲୂକ ଲିଖିତ ସୁସମାଚାର 16:8
23 Referans Kwoze  

ତୁମେ ସମସ୍ତେ ଆଲୋକ ଓ ଦିବସର ସନ୍ତାନ। ଆମେ ରାତ୍ରି ବା ଅନ୍ଧକାରର ବଶୀଭୂତ ହୋଇ ରହି ନାହୁଁ।


ତୁମ୍ଭେମାନେ ନିଜେ ଦିନେ ଅନ୍ଧକାରରେ ଥିଲ। କିନ୍ତୁ ବର୍ତ୍ତମାନ ପ୍ରଭୁଙ୍କ ଲୋକ ହୋଇଥିବାରୁ ତୁମ୍ଭେମାନେ ଆଲୋକରେ ରହିଛ। ତେଣୁ ତୁମ୍ଭେମାନେ ଆଲୋକର ସନ୍ତାନମାନଙ୍କ ପରି ଆଚରଣ କର।


ଯେ ଅଳ୍ପ ବିଷୟରେ ଅବିଶ୍ୱସ୍ତ, ସେ ବହୁତ ବିଷୟରେ ଅବିଶ୍ୱସ୍ତ ହେବ।


ତୁମ ମଧ୍ୟରେ ଆଲୋକ ଥିବାଯାଏ ତା’ ଉପରେ ନିର୍ଭର କର, ତା’ହେଲେ ତୁମ୍ଭେମାନେ ହେବ ‘ଆଲୋକର ସନ୍ତାନ’।” ଏହା କହି ଯୀଶୁ ସେମାନଙ୍କ ନିକଟରୁ ଚାଲିଯାଇ ଅଜ୍ଞାତ ଭାବରେ ରହିବେ।


ଈଶ୍ୱରଙ୍କ ସନ୍ତାନ ଓ ଶୟତାନର ସନ୍ତାନମାନଙ୍କ ମଧ୍ୟରେ ଏହି ହେହଉଛି ପାର୍ଥକ୍ୟୃ: ଯେ ସତ୍କର୍ମ କରେ ନାହିଁ, କିଅବା ନିଜ ଭାଇକୁ ପ୍ରେମ କରେ ନାହିଁ, ସେ ଈଶ୍ୱରଙ୍କ ସନ୍ତାନ ନୁହେଁ।


ବର୍ତ୍ତମାନ ମୁଁ ଜାଣେ, ମୋତେ କ’ଣ କରିବାକୁ ହେବ; ମୁଁ ଅନେକଙ୍କ ସହିତ ବନ୍ଧୁତା ସ୍ଥାପନ କରିବି। ମୋର ଚାକିରୀ ଚାଲିଗଲା ପରେ ସେମାନଙ୍କ ଗୃହରେ ମୋତେ ଆଶ୍ରୟ ମିଳିବ।’


ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ଏହି ଜଗତର ଲୋକମାନେ ବିବାହ କରନ୍ତି,


ତୁମ୍ଭେମାନେ ଏକ ମନୋନୀତ ବଂଶ, ରାଜକୀୟ ଯାଜକବର୍ଗ, ଏକ ପବିତ୍ର ଜାତି ଓ ଈଶ୍ୱରଙ୍କ ଆପଣାର ଲୋକ ହୋଇଅଛ। ଈଶ୍ୱର ତୁମ୍ଭମାନଙ୍କୁ ଅନ୍ଧକାର ମଧ୍ୟରୁ ତାଙ୍କର ଅପୂର୍ବ ଆଲୋକକୁ ଆହ୍ୱାନ କରିଛନ୍ତି। ତୁମ୍ଭେମାନ ତାଙ୍କର ବିସ୍ମୟକର କାର୍ଯ୍ୟସବୁ ଘୋଷଣା କରିବା ପାଇଁ ମନୋନୀତ।


ନରକରେ ସେମାନଙ୍କ ଜୀବନର ସମାପ୍ତି ଘଟିବାକୁ ଯାଉଛି, କାରଣ ଶାରୀରିକ ଲାଳସା ହିଁ ସେମାନଙ୍କର ଦେବତା। ଯାହା ଲଜ୍ଜାଜନକ, ସେମାନେ ତାହା ଲାଗି ଗର୍ବ କରନ୍ତି; କେବଳ ଜାଗତିକ ବିଷୟବସ୍ତୁ ପାଇଁ ସେମାନେ ଚିନ୍ତା କରନ୍ତି।


କେହି ନିଜକୁ ପ୍ରବଞ୍ଚନା ନ କରୁ। ତୁମ୍ଭମାନଙ୍କ ମଧ୍ୟରେ କେହି ଯଦି ନିଜକୁ ଜାଗତିକ ବିଷୟରେ ଜ୍ଞାନୀ ବୋଲି ଭାବେ, ପ୍ରକୃତ ଜ୍ଞାନ ଅର୍ଜନ ନିମନ୍ତେ ତାକୁ ଅଜ୍ଞ ହେବାକୁ ପଡ଼ିବ,


ପ୍ରଭୁ କହିଲେ, “ସେହି ଅଧାର୍ମିକ ବିଚାରକର୍ତ୍ତା କ’ଣ କହିଲେ, ଶୁଣ।


ପିତର କହିଲେ, “ବିଦେଶୀମାନେ”। ଯୀଶୁ କହିଲେ, “ତା’ମନେ ରାଜ୍ୟର ପ୍ରଜାମାନେ କର ଭାରରୁ ମୁକ୍ତି?


କେହି ମନୁଷ୍ୟପୁତ୍ର ବିରୁଦ୍ଧରେ କିଛି କହିଲେ, ସେ କ୍ଷମା ପାଇପାରେ। କିନ୍ତୁ ଯେ କେହି ପବିତ୍ରାତ୍ମାଙ୍କ ବିରୁଦ୍ଧରେ କହେ, ସେ ବର୍ତ୍ତମାନ ବ ଭବିଷ୍ୟତରେ କେବେହେଲେ କ୍ଷମା ପାଇବ ନାହିଁ।


ତା’ପରେ ସେ ଆଉ ଜଣକୁ ପଚାରିଲା, ‘ଆଉ ତୁ - କେତେ କରଜ କରିଛୁ?’ ସେ କହିଲା, ‘ଏକ ହଜାର ବସ୍ତା ଗହମ,’ ବେବର୍ତ୍ତା ତାକୁ କହିଲା, ‘ଏଇ ତୋର ରସିଦ୍, ଏଥିରେ ଆଠ ଶହ ବୋଲି ଲେଖିଦେ।’


କିନ୍ତୁ ଯେଉଁମାନେ ପୁନରୁତ୍ଥିତ ହୋଇ ପରଲୋକରେ ବାସ କରିବାକୁ ଯୋଗ୍ୟ, ସେମାନେ ଆଉ ବିବାହ କରିବେ ନାହିଁ।


Swiv nou:

Piblisite


Piblisite