Biblia Todo Logo
Bib sou entènèt

- Piblisite -




ଲୂକ ଲିଖିତ ସୁସମାଚାର 16:7 - ପବିତ୍ର ବାଇବଲ (CL) NT (BSI)

7 ତା’ପରେ ସେ ଆଉ ଜଣକୁ ପଚାରିଲା, ‘ଆଉ ତୁ - କେତେ କରଜ କରିଛୁ?’ ସେ କହିଲା, ‘ଏକ ହଜାର ବସ୍ତା ଗହମ,’ ବେବର୍ତ୍ତା ତାକୁ କହିଲା, ‘ଏଇ ତୋର ରସିଦ୍, ଏଥିରେ ଆଠ ଶହ ବୋଲି ଲେଖିଦେ।’

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

7 ତାହା ପରେ ସେ ଆଉ ଜଣକୁ କହିଲା, ତୁମ୍ଭ ଉପରେ କେତେ ପାଉଣା? ସେ କହିଲା, ଶହେ ଭରଣ ଗହମ। ସେ ତାହାକୁ କହିଲା, ତୁମ୍ଭର ଚୁକ୍ତିପତ୍ର ଘେନି ଅଶୀ ବୋଲି ଲେଖ।

Gade chapit la Kopi

ଓଡିଆ ବାଇବେଲ

7 ତାହା ପରେ ସେ ଆଉ ଜଣକୁ କହିଲା, ତୁମ୍ଭେ କେତେ ଧାର ନେଇଅଛ ? ସେ କହିଲା, ଶହେ ଭରଣ ଗହମ । ସେ ତାହାକୁ କହିଲା, ତୁମ୍ଭର ରସିଦ ନେଇ ଅଶୀ ବୋଲି ଲେଖ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

7 ତାହା ପରେ ସେ ଆଉ ଜଣକୁ କହିଲା, ‘ତୁମ୍ଭେ କେତେ ଧାର ନେଇଅଛ?’ ସେ କହିଲା, ‘ଶହେ ଭରଣ ଗହମ।’ ସେ ତାହାକୁ କହିଲା, ‘ତୁମ୍ଭର ରସିଦ ନେଇ ଅଶୀ ବୋଲି ଲେଖ।’

Gade chapit la Kopi

ପବିତ୍ର ବାଇବଲ

7 “ତା'ପରେ ଗୁମାସ୍ତା ଆଉ ଜଣେ ଖାତକକୁ ପଗ୍ଭରିଲେ, ‘ତୁମ୍ଭର କେତେ ଋଣ ପରିଶୋଧ କରିବାକୁ ଅଛି?’ ଖାତକଟି କହିଲା, ‘ଶହେ ଭରଣ ଗହମ’, ଗୁମାସ୍ତା ତାହାଙ୍କୁ କହିଲେ, ‘ଏଇଟି ତୁମ୍ଭର ହିସାବ କାଗଜ ନିଅ, ତାକୁ କମ୍ କରି ଅଶୀ ଭରଣ ବୋଲି ଲେଖିଦିଅ।’

Gade chapit la Kopi




ଲୂକ ଲିଖିତ ସୁସମାଚାର 16:7
7 Referans Kwoze  

କିଛି ଦିନ ପରେ ସେ ତୃତୀୟ ଦାସକୁ ପଠାଇଲେ। ସେମାନେ ତାକୁ ମଧ୍ୟ କ୍ଷତବିକ୍ଷତ କରି ବାହାରେ ପକାଇଦେଲେ।


ଦିନେ ଯୀଶୁ ଲୋକମାନଙ୍କୁ ଏହି ଦୃଷ୍ଟାନ୍ତ କଥା କହିଲେ, “ଜଣେ ଲୋକ ଗୋଟିଏ ଦ୍ରାକ୍ଷା କ୍ଷେତ୍ର କରି ଚାଷୀମାନଙ୍କୁ ତାହା ଭାଗରେ ଦେଲେ ଓ ବହୁତ ଦିନ ପାଇଁ ବିଦେଶକୁ ଗଲେ।


“ଏହି ଲୋକ ଚାଲିଯିବାବେଳେ ତା’ଠାରୁ ଅଳ୍ପ କିଛି ଟଙ୍କା ଋଣ ନେଇଥିବା ତା’ର ଜଣେ ସହକର୍ମୀକୁ ଭେଟିଲା। ସେ ତା’ର ଗଳାକୁ ଧରି ପକାଇ, ତା’ର ତଣ୍ଟି ଚିପି କହିଲା, ‘ମୋ’ଠାରୁ ଋଣ ନେଇଥିôବା ଟଙ୍କା ଫେରାଇ ଦେ।’


ସେ ଆଦୌ ମନ୍ଦିର ଛାଡ଼ି ବାହାରକୁ ଯାଉ ନ ଥିଲେ, ଉପବାସ ଓ ପ୍ରାର୍ଥନା ସହ ଦିବାରାତ୍ରି ସେ ଈଶ୍ୱରଙ୍କ ଉପାସନା କରୁଥିଲେ।


ସେ କହିଲା, ‘ଏକ ଶହ ପିପା ତେଲ’। ବେବର୍ତ୍ତା କହିଲା, ‘ଏଇ ତୋର ରସିଦ୍, ଏଥିରେ ପଚାଶ ବୋଲି ଲେଖିଦେ।’


“ବେବର୍ତ୍ତାର ଚତୁରତା ଦେଖି ମାଲିକ ମନେ ମନେ ତାକୁ ତାରିଖ ପଲେ। ଏହି ଯୁଗର ଲୋକମାନେ ନିଜର କାର୍ଯ୍ୟ ସାଧନ କରିବାରେ ଆଲୋକ ସନ୍ତାନମାନଙ୍କ ଅପେକ୍ଷା ଅଧିକ ଚତୁର।


Swiv nou:

Piblisite


Piblisite