Biblia Todo Logo
Bib sou entènèt

- Piblisite -




ଲୂକ ଲିଖିତ ସୁସମାଚାର 16:16 - ପବିତ୍ର ବାଇବଲ (CL) NT (BSI)

16 “ମୋଶାଙ୍କ ବ୍ୟବସ୍ଥା ଓ ଭାବବାଦୀମାନଙ୍କ ଲେଖାଗୁଡ଼ିକ ଦୀକ୍ଷାଦାତା ଯୋହନଙ୍କ ସମୟ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇଥିଲା; ସେହି ସମୟଠାରୁ ଈଶ୍ୱରଙ୍କ ରାଜ୍ୟସଂକ୍ରାନ୍ତ ଶୁଭବାର୍ତ୍ତା ପ୍ରଚାରିତ ହୋଇଛି ଓ ସମସ୍ତେ ସେଥିରେ ପ୍ରବେଶ କରିବା ପାଇଁ ଆପ୍ରାଣ ଚେଷ୍ଟା କରୁଛନ୍ତି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

16 ବ୍ୟବସ୍ଥା ଓ ଭାବବାଦୀମାନଙ୍କ ଧର୍ମଶାସ୍ତ୍ର ଯୋହନଙ୍କ ପର୍ଯ୍ୟନ୍ତ ପ୍ରଚଳିତ ଥିଲା; ସେହି ସମୟଠାରୁ ଈଶ୍ଵରଙ୍କ ରାଜ୍ୟର ସୁସମାଚାର ପ୍ରଚାରିତ ହେଉଅଛି, ଆଉ ପ୍ରତ୍ୟେକ ଲୋକ ପରାକ୍ରମପୂର୍ବକ ସେଥିରେ ପ୍ରବେଶ କରୁଅଛନ୍ତି।

Gade chapit la Kopi

ଓଡିଆ ବାଇବେଲ

16 ମୋଶାଙ୍କ ବ୍ୟବସ୍ଥା ଓ ଭାବବାଦୀମାନଙ୍କ ଧର୍ମଶାସ୍ତ୍ର ଯୋହନଙ୍କ ପର୍ଯ୍ୟନ୍ତ ପ୍ରଚଳିତ ଥିଲା; ସେହି ସମୟଠାରୁ ଈଶ୍ୱରଙ୍କ ରାଜ୍ୟର ସୁସମାଚାର ପ୍ରଚାର ହେଉଅଛି, ଆଉ ପ୍ରତ୍ୟେକ ଲୋକ ପରାକ୍ରମ ପୂର୍ବକ ସେଥିରେ ପ୍ରବେଶ କରୁଅଛନ୍ତି ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

16 ମୋଶାଙ୍କ ବ୍ୟବସ୍ଥା ଓ ଭାବବାଦୀମାନଙ୍କ ଧର୍ମଶାସ୍ତ୍ର ଯୋହନଙ୍କ ପର୍ଯ୍ୟନ୍ତ ପ୍ରଚଳିତ ଥିଲା; ସେହି ସମୟଠାରୁ ଈଶ୍ବରଙ୍କ ରାଜ୍ୟର ସୁସମାଚାର ପ୍ରଚାର ହେଉଅଛି, ଆଉ ପ୍ରତ୍ୟେକ ଲୋକ ପରାକ୍ରମ ପୂର୍ବକ ସେଥିରେ ପ୍ରବେଶ କରୁଅଛନ୍ତି।

Gade chapit la Kopi

ପବିତ୍ର ବାଇବଲ

16 “ମୋଶାଙ୍କ ନିୟମ ଓ ଭବିଷ୍ୟ‌ଦ୍‌ବକ୍ତାମାନଙ୍କ ଲେଖା ଅନୁସାରେ ଲୋକମାନେ ଜୀବନଯାପନ କରନ୍ତୁ ବୋଲି ପରମେଶ୍ୱର ଗ୍ଭହିଁଲେ। କିନ୍ତୁ ବାପ୍ତିଜକ ଯୋହନ ଆସିବା ପରଠାରୁ ପରମେଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିବା ପାଇଁ ଅନେକ ଲୋକ ଅକ୍ଳାନ୍ତ ଚେଷ୍ଟା କରୁଛନ୍ତି।

Gade chapit la Kopi




ଲୂକ ଲିଖିତ ସୁସମାଚାର 16:16
21 Referans Kwoze  

“ଜଳଦୀକ୍ଷାଦାତା ଯୋହନ ତୁମ ନିକଟକୁ ଆସି ଠିକ୍ ରାସ୍ତା ଦେଖାଇ ଦେଇଥିଲେ, କିନ୍ତୁ ତୁମେ ତାଙ୍କୁ ବିଶ୍ୱାସ କଲ ନାହିଁ। ଅଥଚ କର ଆଦାୟକାରୀ ଓ ବେଶ୍ୟାମାନେ ତାଙ୍କ କଥାରେ ବିଶ୍ୱାସ କଲେ। ଏହା ଦେଖି ମଧ୍ୟ ତୁମେ ମନ ବଦଳାଇ ତାଙ୍କୁ ବିଶ୍ୱାସ କଲ ନାହିଁ।


ଫିଲିପ୍ ନିଥ୍ନିୟେଲଙ୍କୁ ଭେଟି କହିଲେଏ “ଯାହାଙ୍କ ବିଷୟରେ ମୋଶା ତାଙ୍କ ବ୍ୟବସ୍ଥା ପୁସ୍ତକରେ ଉଲ୍ଲେଖ କରିଛନ୍ତି ଓ ଭାବବାଦୀମାନେ ଲେଖି ଯାଇଛନ୍ତି, ଆମେ ତାଙ୍କର ପରିଚୟ ପାଇଛୁ। ସେ ହେଉଛନ୍ତି ନାଜରିତ ଗ୍ରାମର ଯୋଷେଫଙ୍କ ପୁତ୍ର ଯୀଶୁ।”


କିନ୍ତୁ ଅବ୍ରାହମ କହିଲେ, ‘ଯଦି ସେମାନେ ମୋଶା ଓ ଭାବବାଦୀମାନଙ୍କ କଥା ଶୁଣୁ ନାହାନ୍ତି, ତେବେ ଜଣେ ମୃତ୍ୟୁରୁ ଉତ୍ଥିତ ହେଲେ ସୁଦ୍ଧା ସେମାନେ ତା’ର କଥା ବିଶ୍ୱାସ କରିବେ ନାହିଁ।”


ସେ କହୁଥିଲେ: “ପାପ ପଥରୁ ଫେର, କାରଣ ସ୍ୱର୍ଗ ରାଜ୍ୟ ଶୀଘ୍ର ଆସୁଛି।”


ବହୁପୂର୍ବେ ସମସ୍ତ ଭାବବାଦୀମାନଙ୍କୁ ମୁଖରେ ଈଶ୍ୱର ଘୋଷଣା କରିଥିଲେ ଯେ, ମସୀହଙ୍କୁ ଦୁଃଖଭୋଗ କରିବାକୁ ହେବ। ଏହିପରି ଭାବର ବର୍ତ୍ତମାନ ତାହା ସଫଳ ହୋଇଛି।


“ଅବ୍ରାହମ କହିଲେ, ‘ତୋର ଭାଇମାନଙ୍କୁ ସତର୍କ କରାଇବା ପାଇଁ ମୋଶା ଓ ଭାବବାଦୀମାନେ ଅଛନ୍ତି; ସେମାନେ ଯାହା କହିଛନ୍ତି, ତୋର ଭାଇମାନେ ତାହା ଶୁଣିବା ଉଚିତ।’


“ଆମ ପାଦରେ ଲାଗିଥିବା ତୁମ ସହରର ଧୂଳିକୁ ଆମେ ତୁମ ବିରୁଦ୍ଧରେ ଛାଡ଼ି ଦେଉଛୁ; କିନ୍ତୁ ମନେରଖ, ଈଶ୍ୱରଙ୍କ ରାଜ୍ୟ ତୁମର ନିକଟବର୍ତ୍ତୀ!”


ସେହି ସହରର ରୋଗୀମାନଙ୍କୁ ସୁସ୍ଥ କର ଓ ସେଠାକାର ଲୋକମାନଙ୍କୁ କୁହ, ‘ଈଶ୍ୱରଙ୍କ ରାଜ୍ୟ ତୁମର ନିକଟବର୍ତ୍ତୀ।’


ସେହି ସମୟଠାରୁ ଯୀଶୁ ପ୍ରଚାର କରି କହିଲେ, “ପାପ ପଥରୁ ଫେର, କାରଣ ସ୍ୱର୍ଗରାଜ୍ୟ ନିକଟବର୍ତ୍ତୀ”।


ତା’ପରେ ସେ ସେମାନଙ୍କୁ ଈଶ୍ୱରଙ୍କ ରାଜ୍ୟ ବିଷୟରେ ପ୍ରଚାର କରିବାକୁ ଓ ରୋଗୀମାନଙ୍କୁ ସୁସ୍ଥ କରିବା ପାଇଁ ପଠାଇଲେ


ଯୋହନ କାରାରୁଦ୍ଧ ହେବା ପରେ ଯୀଶୁ ଗାଲିଲୀକୁ ଯାଇ ଈଶ୍ୱରଙ୍କ ରାଜ୍ୟର ଶୁଭବାର୍ତ୍ତା ପ୍ରଚାର କଲେ।


ସେମାନଙ୍କ ମଧ୍ୟରେ ପ୍ରଚାର କରି କୁହ; ‘ସ୍ୱର୍ଗରାଜ୍ୟ ସମାଗତ’!


ଏହା ଦେଖି ଫାରୁଶୀମାନେ ପରସ୍ପର ମଧ୍ୟରେ କୁହାକୁହି ହେଲେ, “ଦେଖୁଛ, ଆମେ କିଛି କରିପାରୁ ନାହୁଁ। ଜଗତ ସାରା ତାଙ୍କ ପଛରେ ଗଲେଣି।”


ଏହିପରି କାମ ସବୁ କରିବା ପାଇଁ ତାକୁ ଯଦି ଛାଡ଼ିଦେବା, ସମସ୍ତେ ତା’ଠାରେ ବିଶ୍ୱାସ କରିବେ। ତା’ ହେଲେ ରୋମୀୟମାନେ ଆସି ଆମ ମନ୍ଦିର ଓ ଆମ ଜାତିକୁ ଧ୍ୱଂସ କରି ଦେବେ।”


କିନ୍ତୁ ଲୋକଟି ସେଠାରୁ ଚାଲିଯାଇ ଏହି କଥା ଚାରିଆଡ଼େ ରାଷ୍ଟ୍ର କରିଦେଲା। ସେ ଏହି ବିଷୟରେ ଏତେ କହି ବୁଲିଲା ଯେ, ଯୀଶୁ ପ୍ରକାଶ୍ୟରେ କୌଣସି ସହର ଭିତରକୁ ଯାଇ ପାରିଲେ ନାହିଁ। ତେଣୁ ସେ ନିର୍ଜନ ସ୍ଥାନମାନଙ୍କରେ ରହିଲେ; ତଥାପି ସବୁଆଡ଼ୁ ଲୋକମାନେ ତାଙ୍କ ନିକଟକୁ ଆସିଲେ।


ଯୀଶୁ ସମଗ୍ର ଗାଲିଲୀ ପର୍ଯ୍ୟଟନ କରି ଉପାସନା ଗୃହମାନଙ୍କରେ ଶିକ୍ଷା ଦେଲେ। ଈଶ୍ୱରଙ୍କ ରାଜ୍ୟର ସୁସମାଚାର ପ୍ରଚାର କଲେ ଏବଂ ନାନାବିଧ ରୋଗୀ ଓ ଅସୁସ୍ଥ ଲୋକମାନଙ୍କୁ ସୁସ୍ଥ କଲେ।


ମନୁଷ୍ୟର ମୁଖ ଦେଇ ଯାହା ତା’ ଭିତରକୁ ଯାଏ, ତାହା ତାକୁ ଅପବିତ୍ର କରେ ନାହିଁ; ବରଂ ଯାହା ତା’ ଭିତରୁ ବାହାରକୁ ଆସେ, ତାହା ତାକୁ ଅପବିତ୍ର କରେ।”


Swiv nou:

Piblisite


Piblisite