Biblia Todo Logo
Bib sou entènèt

- Piblisite -




ଲୂକ ଲିଖିତ ସୁସମାଚାର 16:11 - ପବିତ୍ର ବାଇବଲ (CL) NT (BSI)

11 ଯଦି ତୁମ୍ଭେମାନେ ଜାଗତିକ ଧନର ପରିଚାଳନାରେ ଅବିଶ୍ୱସ୍ତ ହୋଇଛ, ତେବେ ଶାଶ୍ୱତ ଧନ ପାଇଁ ତୁମ୍ଭମାନଙ୍କୁ କିପରି ବିଶ୍ୱାସ କରାଯିବ?

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

11 ଅତଏବ, ଯଦି ତୁମ୍ଭେମାନେ ଅଧର୍ମ ଧନରେ ବିଶ୍ଵସ୍ତ ହୋଇନାହଁ, ତେବେ କିଏ ତୁମ୍ଭମାନଙ୍କୁ ବିଶ୍ଵାସ କରି ସତ୍ୟ ଧନ ତୁମ୍ଭମାନଙ୍କ ହସ୍ତରେ ସମର୍ପଣ କରିବ?

Gade chapit la Kopi

ଓଡିଆ ବାଇବେଲ

11 ଅତଏବ, ଯଦି ତୁମ୍ଭେମାନେ ଅଧର୍ମ ଧନରେ ବିଶ୍ୱସ୍ତ ହୋଇ ନାହଁ, ତେବେ କିଏ ତୁମ୍ଭମାନଙ୍କୁ ବିଶ୍ୱାସ କରି ସତ୍ୟ ଧନ ତୁମ୍ଭମାନଙ୍କ ହସ୍ତରେ ସମର୍ପଣ କରିବ ?

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

11 ଅତଏବ, ଯଦି ତୁମ୍ଭେମାନେ ଅଧର୍ମ ଧନରେ ବିଶ୍ୱସ୍ତ ହୋଇ ନାହଁ, ତେବେ କିଏ ତୁମ୍ଭମାନଙ୍କୁ ବିଶ୍ୱାସ କରି ସତ୍ୟ ଧନ ତୁମ୍ଭମାନଙ୍କ ହସ୍ତରେ ସମର୍ପଣ କରିବ?

Gade chapit la Kopi

ପବିତ୍ର ବାଇବଲ

11 ତୁମ୍ଭେମାନେ ଯଦି ସାଂସାରିକ ସମ୍ପତ୍ତି ପାଇଁ ବିଶ୍ୱାସ ଯୋଗ୍ୟ ବୋଲି ପ୍ରମାଣିତ ହୋଇ ପାରିବ ନାହିଁ, ତେବେ ତୁମ୍ଭମାନଙ୍କୁ ସତ୍ୟ ସମ୍ପତ୍ତି ପାଇଁ କିଏ ବିଶ୍ୱାସ କରିବ?

Gade chapit la Kopi




ଲୂକ ଲିଖିତ ସୁସମାଚାର 16:11
9 Referans Kwoze  

ତୁମ୍ଭମାନଙ୍କ ସମସ୍ତ ସମ୍ପତ୍ତି ବିକ୍ରୟ କରି ଦାନ କରି ଦିଅ। କ୍ଷୟ ହେଉ ନ ଥିବା ଥଳୀ ସଂଗ୍ରହ କର, ଯେଉଁଠାରେ ଚୋର ପ୍ରବେଶ କରେ ନାହିଁ କିମ୍ବା କୀଟ ନଷ୍ଟ କରେ ନାହିଁ, ସେହି ସ୍ୱର୍ଗରେ ଅକ୍ଷୟ ଧନ ସଞ୍ଚୟ କର।


ପ୍ରିୟ ଭାଇମାନେ ଶୁଣ, ଈଶ୍ୱର କ’ଣ ଏ ଜଗତରେ ଦରିଦ୍ର ଲୋକଙ୍କୁ ବିଶ୍ୱାସରୂପ ଧନରେ ଧନୀ ହେବାକୁ ଏବଂ ତାହାଙ୍କର ଭକ୍ତମାନଙ୍କୁ ଯେଉଁ ରାଜ୍ୟ ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି, ତାହାର ଅଧିକାରୀ ହେବାକୁ ମନୋନୀତ କରି ନାହାଁନ୍ତି?


ମୁଁ ଈଶ୍ୱରଙ୍କ ଲୋକମାନଙ୍କ ମଧ୍ୟରେ ସମସ୍ତଙ୍କଠାରୁ କ୍ଷୁଦ୍ରତମ, ତଥାପି ଅଣଇହୁଦୀମାନଙ୍କ ନିକଟକୁ ଖ୍ରୀଷ୍ଟଙ୍କର ଅପରିମିତ ସମ୍ପଦର ବାର୍ତ୍ତା ଘେନି ଯିବା ପାଇଁ ମୋତେ ଈଶ୍ୱର ସୁଯୋଗ ଦେଇଛନ୍ତି।


ଯୀଶୁ ଏହା ଶୁଣି କହିଲେ, “ତଥାପି ତୁମକୁ ଆଉ ଗୋଟିଏ ବିଷୟ କରିବାକୁ ହେବ। ତୁମର ଯାହା କିଛି ଅଛି, ସେସବୁ ବିକ୍ରୟ କରି ଦରିଦ୍ରମାନଙ୍କୁ ଦାନ କର, ତେବେ ସ୍ୱର୍ଗରେ ତୁମେ ଧନ ପାଇବ; ତା’ପରେ ଆସି ମୋର ଅନୁଗମନ କର।”


“ତେଣୁ ମୁଁ ତୁମ୍ଭମାନଙ୍କୁ କହୁଛି, ଜାଗତିକ ଧନ ସାହାଯ୍ୟରେ ବନ୍ଧୁ ଲାଭ କର। ତାହାହେଲେ, ଯେତେବେଳେ ତୁମ ପାଇଁ ଧନ ନିରର୍ଥକ ହେବ, ସେତେବେଳେ ତୁମେ ନିତ୍ୟସ୍ଥାୟୀ ବାସ ସ୍ଥାନରେ ଗୃହୀତ ହେବ।


ତେଣୁ ମୁଁ ତୁମକୁ ପରାମର୍ଶ ଦେଇଛି, ଧନବାନ ହେବା ପାଇଁ ମୋ’ଠାରୁ ବିଶୁଦ୍ଧ ସୁବର୍ଣ୍ଣ କ୍ରୟ କର - ତୁମ୍ଭମାନଙ୍କର ଲଜ୍ଜାକର ଉଲଗ୍ନତାକୁ ଆବୃତ କରିବା ପାଇଁ ମୋ’ ନିକଟରୁ ଶୁକ୍ଲ ବସ୍ତ୍ର କ୍ରୟ କର। ପୁଣି ଦୃଷ୍ଟିଶକ୍ତି ନିର୍ମଳ କରିବା ପାଇଁ କିଛି ଅଞ୍ଜନ କିଣି ଚକ୍ଷୁରେ ଲଗାଅ।


“ଜଣେ ଲୋକ ଦୁଇଜଣ ମାଲିକଙ୍କର କ୍ରୀତଦାସ ହୋଇ ପାରିବ ନାହିଁ। ସେ ଜଣକୁ ଆଦର କଲେ ଅପରକୁ ଘୃଣା କରିବ, ଜଣକ ପ୍ରତି ଅନୁଗତ ହେଲେ ଅନ୍ୟକୁ ଅବଜ୍ଞା କରିବ। ତୁମେ ଏକା ସଙ୍ଗେ ଈଶ୍ୱର ଓ ଧନସମ୍ପତ୍ତି ପ୍ରତି ଆସକ୍ତ ହୋଇ ରହି ପାରିବ ନାହିଁ।


ପୁଣି ଯାହା ଅନ୍ୟର, ସେଥିରେ ଯଦି ତୁମେ ବିଶ୍ୱସ୍ତ ହୋଇ ନାହଁ, ତେବେ ଯାହା ତୁମ ନିଜର, ତାହା କିଏ ତୁମ୍ଭମାନଙ୍କୁ ଦେବ?


Swiv nou:

Piblisite


Piblisite