Biblia Todo Logo
Bib sou entènèt

- Piblisite -




ଲୂକ ଲିଖିତ ସୁସମାଚାର 15:7 - ପବିତ୍ର ବାଇବଲ (CL) NT (BSI)

7 ମୁଁ ତୁମ୍ଭମାନଙ୍କୁ କହୁଛି, ସେହିପରି ଅନୁତାପ ଆବଶ୍ୟକ କରୁ ନ ଥିବା ଅନେଶ୍ୱତ ଧାର୍ମିକ ଲୋକମାନଙ୍କ ଅପେକ୍ଷା ଜଣେ ପାପୀ ମନ ଫେରାଇଲେ, ଈଶ୍ୱର ଅଧିକ ଆନନ୍ଦିତ ହେବେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

7 ମୁଁ ତୁମ୍ଭମାନଙ୍କୁ କହୁଅଛି, ସେହିପ୍ରକାରେ ଯେଉଁମାନଙ୍କର ମନ ପରିବର୍ତ୍ତନ କରିବାର ପ୍ରୟୋଜନ ନାହିଁ, ଏପରି ଅନେଶ୍ଵତ ଧାର୍ମିକ ଲୋକମାନଙ୍କ ଅପେକ୍ଷା, ଯେ ମନ ପରିବର୍ତ୍ତନ କରେ, ଏପରି ଜଣେ ପାପୀର ନିମନ୍ତେ ସ୍ଵର୍ଗରେ ଅଧିକ ଆନନ୍ଦ ହେବ।

Gade chapit la Kopi

ଓଡିଆ ବାଇବେଲ

7 ମୁଁ ତୁମ୍ଭମାନଙ୍କୁ କହୁଅଛି, ସେହି ପ୍ରକାରେ ଯେଉଁମାନଙ୍କର ମନ ପରିବର୍ତ୍ତନ କରିବାର ଆବଶ୍ୟକ ନାହିଁ, ଏପରି ଅନେଶତ ଧାର୍ମିକ ଲୋକମାନଙ୍କ ଅପେକ୍ଷା, ଯେ ମନ ପରିବର୍ତ୍ତନ କରେ, ଏପରି ଜଣେ ପାପୀର ନିମନ୍ତେ ସ୍ୱର୍ଗରେ ଅଧିକ ଆନନ୍ଦ ହେବ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

7 ମୁଁ ତୁମ୍ଭମାନଙ୍କୁ କହୁଅଛି, ସେହି ପ୍ରକାରେ ଯେଉଁମାନଙ୍କର ମନ-ପରିବର୍ତ୍ତନ କରିବାର ଆବଶ୍ୟକ ନାହିଁ, ଏପରି ଅନେଶତ ଧାର୍ମିକ ଲୋକମାନଙ୍କ ଅପେକ୍ଷା, ଯେ ମନ-ପରିବର୍ତ୍ତନ କରେ, ଏପରି ଜଣେ ପାପୀର ନିମନ୍ତେ ସ୍ୱର୍ଗରେ ଅଧିକ ଆନନ୍ଦ ହେବ।”

Gade chapit la Kopi

ପବିତ୍ର ବାଇବଲ

7 ସେହିଭଳି ମୁଁ ତୁମ୍ଭମାନଙ୍କୁ କହୁଛି, ଯେତେବେଳେ ଜଣେ ପାପୀ ତା’ ହୃଦୟ ପରିବର୍ତ୍ତନ କରିଥାଏ, ସେତେବେଳେ ସ୍ୱର୍ଗରେ ଅଧିକ ଆନନ୍ଦ ହୁଏ। ଯେଉଁ ଲୋକମାନଙ୍କ ହୃଦୟ ପରିବର୍ତ୍ତନର ଆବଶ୍ୟକ ନାହିଁ, ଏପରି ଅନେଶ୍ୱତ ଧାର୍ମିକ ଲୋକଙ୍କ ଅପେକ୍ଷା ଗୋଟିଏ ପାପୀ ଲୋକର ହୃଦୟ ପରିବର୍ତ୍ତନ ହେଲେ ଅଧିକ ଆନନ୍ଦ ହୁଏ।

Gade chapit la Kopi




ଲୂକ ଲିଖିତ ସୁସମାଚାର 15:7
13 Referans Kwoze  

ମୁଁ ଧାର୍ମିକମାନଙ୍କୁ ଆହ୍ୱାନ କରିବାକୁ ଆସି ନାହିଁ, ମନ ପରିବର୍ତ୍ତନ କରିବା ପାଇଁ ପାପୀମାନଙ୍କୁ ଆହ୍ୱାନ କରିବାକୁ ଆସିଚି।”


ମୁଁ ତୁମ୍ଭମାନଙ୍କୁ କହୁଛି, ସେହି ପ୍ରକାରେ ଜଣେ ପାପୀ ଅନୁତାପ କଲେ, ସ୍ୱର୍ଗଦୂତମାନେ ମଧ୍ୟ ଆନନ୍ଦ କରନ୍ତି।”


ତୋ’ ଭାଇଟି ମରି ଯାଇଥିଲା, କିନ୍ତୁ ଏବେ ବଞ୍ଚିଲା। ସେ ହଜି ଯାଇଥିଲା, ଏବେ ମିଳିଲା। ଏଥିପାଇଁ ଆମେ ଆନନ୍ଦ ଉତ୍ସବ କରୁଛୁ’।”


ଯେତେବେଳେ ସେ ତାକୁ ପାଏ, ହଜି ନ ଥିବା ଅନେଶତଟି ମେଣ୍ଢା ପାଇଁ ତା’ର ଯେତିକି ଆନନ୍ଦ, ଏହି ଗୋଟିକ ମେଣ୍ଢା ପାଇଁ ତା’ଠାରୁ ଅଧିକ ଆନନ୍ଦିତ ହୁଏ।


ଦିନେ ବ୍ୟବସ୍ଥା ନ ଜାଣି ମୁଁ ଜୀବିତ ଥିଲି; ବ୍ୟବସ୍ଥା ଜାଣିବା ପରେ ପାପ ପ୍ରବେଶ କଲା


ଯୀଶୁ ସେମାନଙ୍କୁ କହିଲେ, “ତୁମ୍ଭେମାନେ ଅନ୍ୟ ଲୋକମାନଙ୍କ ଦୃଷ୍ଟିରେ ନିଜକୁ ଧାର୍ମିକ ବୋଲି ଦେଖାଇ ଥାଅ, କିନ୍ତୁ ଈଶ୍ୱର ତୁମ ହୃଦୟ ଜାଣନ୍ତି। କାରଣ ଯେଉଁ ବିଷୟଗୁଡ଼ିକ ମନୁଷ୍ୟ ଦୃଷ୍ଟିରେ ବହୁମୂଲ୍ୟ, ଈଶ୍ୱରଙ୍କ ଦୃଷ୍ଟିରେ ସେଗୁଡ଼ିକ ମୂଲ୍ୟହୀନ।


କିନ୍ତୁ ସେ ବାପାଙ୍କୁ ଉତ୍ତର ଦେଲା, ‘ଦେଖ, ବର୍ଷ ବର୍ଷ ଧରି ମୁଁ ତୁମର କ୍ରୀତଦାସ ବରି କାର୍ଯ୍ୟ କରୁଛି ଓ କେବେହେଲେ ତୁମର ଆଦେଶ ଅମାନ୍ୟ କରି ନାହିଁ। ତୁମେ ମୋତେ କ’ଣ ଦେଇଛ? ମୋର ବନ୍ଧୁମାନଙ୍କ ସହିତ ଭୋଜି କରିବା ପାଇଁ ମୋତେ ଛେଳିଟିଏ ସୁଦ୍ଧା ଦେଇ ନାହିଁ।


ଯଦି ପ୍ରକୃତରେ ସବୁ ପାପ କର୍ମରୁ ନିବୃତ୍ତ ହୋଇଛ, ଏହା ତୁମର କାର୍ଯ୍ୟକଳାପରେ ଦେଖାଅ।


ତା’ପରେ ସେ ସାଙ୍ଗସାଥୀ ଓ ପଡ଼ୋଶୀମାନଙ୍କୁ ଡ଼ାକି କହେ, ‘କେଡ଼େ ଖୁସିର କଥା, ମୁଁ ହଜି ଯାଇଥିବା ମେଣ୍ଢାଟି ପାଇଛି। ଆସ, ଆମୋଦ ପ୍ରମୋଦ କରିବା!’


“ମନେକର, ଜଣେ ସ୍ତ୍ରୀ ଲୋକର ଦଶଟି ରୌପ୍ୟ ମୁଦ୍ରା ଅଛି। ସେଥିରୁ ଗୋଟିଏ ହଜିଗଲା। ତେବେ ସେ କ’ଣ କରିବ? ସେ ଦୀପ ଜାଳି ଘର ଓଳାଇବ, ମୁଦ୍ରାଟି ପାଇଲା ପର୍ଯ୍ୟନ୍ତ ଚାରିଆଡ଼େ ଯତ୍ନ ସହକାରେ ଖୋଜିବ।


Swiv nou:

Piblisite


Piblisite