Biblia Todo Logo
Bib sou entènèt

- Piblisite -




ଲୂକ ଲିଖିତ ସୁସମାଚାର 15:2 - ପବିତ୍ର ବାଇବଲ (CL) NT (BSI)

2 ଫାରୁଶୀ ଓ ଧର୍ମଗୁରୁମାନେ ଆପତ୍ତି କରି କହିଲେ, “ଏହି ବ୍ୟକ୍ତି ସମାଜଚ୍ୟୁତ ଲୋକମାନଙ୍କୁ ସ୍ୱାଗତ କରୁଛନ୍ତି, ଏପରିକି ସେମାନଙ୍କ ସଙ୍ଗେ ଭୋଜନ କରୁଛନ୍ତି!”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

2 ସେଥିରେ ଫାରୂଶୀମାନେ ଓ ଶାସ୍ତ୍ରୀମାନେ ବଚସା କରୁ କରୁ କହିଲେ, ଏ ଲୋକଟା ପାପୀମାନଙ୍କୁ ଗ୍ରହଣ କରେ ଓ ସେମାନଙ୍କ ସହିତ ଭୋଜନ କରେ !

Gade chapit la Kopi

ଓଡିଆ ବାଇବେଲ

2 ସେଥିରେ ଫାରୂଶୀମାନେ ଓ ଶାସ୍ତ୍ରୀମାନେ ବଚସା କରୁ କରୁ କହିଲେ, ଏ ଲୋକଟା ପାପୀମାନଙ୍କୁ ଗ୍ରହଣ କରେ ଓ ସେମାନଙ୍କ ସହିତ ଭୋଜନ କରେ !

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

2 ସେଥିରେ ଫାରୂଶୀମାନେ ଓ ଶାସ୍ତ୍ରୀମାନେ ବଚସା କରୁ କରୁ କହିଲେ, ଏ ଲୋକଟା ପାପୀମାନଙ୍କୁ ଗ୍ରହଣ କରେ ଓ ସେମାନଙ୍କ ସହିତ ଭୋଜନ କରେ!

Gade chapit la Kopi

ପବିତ୍ର ବାଇବଲ

2 ଏହା ଦେଖି ଫାରୂଶୀ ଓ ଧର୍ମଶାସ୍ତ୍ରୀମାନେ ଅଭିଯୋଗ କରିବାକୁ ଆରମ୍ଭ କଲେ, “ଦେଖ, ଏହି ବ୍ୟକ୍ତି (ଯୀଶୁ) ପାପୀ ଲୋକମାନଙ୍କୁ ସ୍ୱାଗତ କରୁଛନ୍ତି ଓ ଏପରିକି ସେମାନଙ୍କ ସହିତ ଖାଉଛନ୍ତି।”

Gade chapit la Kopi




ଲୂକ ଲିଖିତ ସୁସମାଚାର 15:2
12 Referans Kwoze  

କେତେଜଣ ଫାରୁଶୀ ଏହେ ସେଖି ଯୀଶୁଙ୍କ ଶିଷ୍ୟମାନଙ୍କ ପଚାରିଲେ, “ତୁମ ଗୁରୁ ଏଭଳି ଲୋକମାନଙ୍କ ସହିତ କାହିଁକି ଏକାଠି ବସି ଖାଉଛନ୍ତି?”


ଏଥିରେ ଲୋକମାନେ ବିରକ୍ତ ହୋଇ ପରସ୍ପର ମଧ୍ୟରେ କୁହାକୁହି ହେଲେ, “ଦେଖ! ଜଣେ ପାପୀ ଘରକୁ ସେ ଅତିଥି ହୋଇ ଯାଇଛନ୍ତି!”


ଏହା ଦେଖି ସେହି ଫାରୁଶୀ ମନେ ମନେ ଭାବିଲେ, “ଯଦି ଏହି ଲୋକ ଜଣେ ଭାବବାଦୀ ହୋଇଥାନ୍ତେ, ତେବେ ତାଙ୍କୁ ଛୁଇଁଥିବା ଏ ସ୍ତ୍ରୀ ଲୋକଟି କିଏ, ସେ ଜାଣିଥାନ୍ତେ। ସେ କି ପ୍ରକାର ପାପପୂର୍ଣ୍ଣ ଜୀବନ କାଟୁଛି, ତାହା ସେ ଜାଣିପାରିଥାନ୍ତେ।”


କେତେକ ଫାରୁଶୀ ଓ ତାଙ୍କ ଦଳର ଧର୍ମଗୁରୁମାନେ ଯୀଶୁଙ୍କ ଶିଷ୍ୟମାନଙ୍କ ନିକଟରେ ଅଭିଯୋଗ କରି କହିଲେ, “ତୁମେ କାହିଁକି କରଆଦାୟକାରୀ ଓ ଅନ୍ୟାନ୍ୟ ସମାଜଚ୍ୟୁତ ଲୋକମାନଙ୍କ ସହିତ ଭୋଜନ ପାନ କରୁଛ?”


“ଆପଣ ଅସୁନ୍ନତ ଅଣଇହୁଦୀମାନଙ୍କ ଗୃହରେ ଅତିଥି ହେଲେ, ଏପରି କି ସେମାନଙ୍କ ସହିତ ଭୋଜନ କଲେ।”


ମନୁଷ୍ୟପୁତ୍ର ଭୋଜନ ପାନ କରନ୍ତି, ତୁମ୍ଭେମାନେ କହୁଛ, ‘ଏ ଲୋକକୁ ଦେଖ! ଏ ଜଣେ ପେଟୁ ଓ ମଦ୍ୟପ ଏବଂ କରଆଦାୟକାରୀ ଓ ଅନ୍ୟ ସମାଜଚ୍ୟୁତ ଲୋକମାନଙ୍କର ଜଣେ ବନ୍ଧୁ।’


ଯାକୁବଙ୍କ ଦ୍ୱାରା ପ୍ରେରିତ କେତେକ ବ୍ୟକ୍ତି ସେଠାକୁ ଆସିବା ପୂର୍ବରୁ, ପିତର ଅଣଇହୁଦୀ ଭାଇମାନଙ୍କ ସହିତ ଭୋଜନ କରୁଥିଲେ। ମାତ୍ର ସେହି ଲୋକମାନେ ଆସିବା ପରେ, ସେ ଏଥିରୁ ବିରତ ହେଲେ। ସେମାନଙ୍କ ସଙ୍ଗରେ ସେ ଆଉ ଭୋଜନ କଲେ ନାହିଁ, କାରଣ ଅଣଇହୁଦୀମାନେ ସୁନ୍ନତ ହେବା ଆବଶ୍ୟକ ବୋଲି ଯେଉଁମାନେ କହୁଥିଲେ, ସେ ସେମାନଙ୍କୁ ଭୟ କରୁଥିଲେ।


ଯେତେବେଳେ ମନୁଷ୍ୟ ପୁତ୍ର ଆସି ଖାଦ୍ୟପେୟ ବାରଣ କଲେ ପାହିଁ, ସମସ୍ତେ କହିଲେ, ‘ଏହି ଲୋକଟାକୁ ଦେଖ। ସେ ଗୋଟିଏ ପେଟୁ ଓ ମଦୁଆ, କରଆଦାୟକାରୀ ଓ ସମାଜଚ୍ୟୁତ ଲୋକମାନଙ୍କ ବନ୍ଧୁ।’ ସେ ଯାହାହେଉ, ଈଶ୍ୱରଙ୍କ ବିଚାର ଯେ ଯଥାର୍ଥ, ଏହା ପରିଣାମରୁ ପ୍ରକାଶ ପାଇବ।”


ଏ ସମ୍ପର୍କରେ ଯୀଶୁ ସେମାନଙ୍କୁ ଏହି ଦୃଷ୍ଟାନ୍ତ କଥା କହିଲେ:


ପାପୀମାନଙ୍କୁ ଉଦ୍ଧାର କରିବା ପାଇଁ ଖ୍ରୀଷ୍ଟ ଯୀଶୁ ପୃଥିବୀକୁ ଆସିଥିଲେ, ଏହା ଗୋଟିଏ ନିରାଟ ସତ୍ୟ - ସମସ୍ତେ ଏହାକୁ ପୂର୍ଣ୍ଣ ମାତ୍ରାରେ ଉପଲବ୍ଧି କରିବା ଆବଶ୍ୟକ। ସେହି ପାପୀମାନଙ୍କ ମଧ୍ୟରେ ମୁଁ ସମସ୍ତଙ୍କଠାରୁ ଅଧମ।


Swiv nou:

Piblisite


Piblisite