Biblia Todo Logo
Bib sou entènèt

- Piblisite -




ଲୂକ ଲିଖିତ ସୁସମାଚାର 15:13 - ପବିତ୍ର ବାଇବଲ (CL) NT (BSI)

13 କିଛି ଦିନ ପରେ ସାନ ପୁଅ ତା’ ସମ୍ପତ୍ତିର ଅଂଶ ବିକ୍ରୀ କଲା ଏବଂ ଟଙ୍କା ନେଇ ଘର ଛାଡ଼ି ଦୂର ଦେଶକୁ ଚାଲିଗଲା। ଭ୍ରଷ୍ଟାଚାରୀ ହୋଇ ଟଙ୍କା ଅପବ୍ୟୟ କଲା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

13 ଅଳ୍ପ ଦିନ ଉତ୍ତାରେ ସାନ ପୁଅ ସବୁ ଏକାଠି କରି ଦୂର ଦେଶକୁ ଚାଲିଗଲା, ଆଉ ସେଠାରେ କଦାଚାରରେ ଆପଣାର ସମ୍ପତ୍ତି ଉଡ଼ାଇଦେଲା।

Gade chapit la Kopi

ଓଡିଆ ବାଇବେଲ

13 ଅଳ୍ପ ଦିନ ପରେ ସାନ ପୁଅ ସବୁ ଏକାଠି କରି ଦୂର ଦେଶକୁ ଚାଲିଗଲା, ଆଉ ସେଠାରେ ମନ୍ଦ ବିଷୟରେ ଆପଣାର ସମ୍ପତ୍ତି ଉଡ଼ାଇଦେଲା ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

13 ଅଳ୍ପ ଦିନ ପରେ ସାନ ପୁଅ ସବୁ ଏକାଠି କରି ଦୂର ଦେଶକୁ ଚାଲିଗଲା, ଆଉ ସେଠାରେ ମନ୍ଦ ବିଷୟରେ ଆପଣାର ସମ୍ପତ୍ତି ଉଡ଼ାଇଦେଲା।

Gade chapit la Kopi

ପବିତ୍ର ବାଇବଲ

13 “ଅଳ୍ପ ଦିନ ପରେ ସାନପୁଅ ତା’ ଭାଗର ସବୁ ସମ୍ପତ୍ତିତକ ସଂଗ୍ରହ କରି ଗୋଟିଏ ଦୂର ଦେଶକୁ ଗ୍ଭଲିଗଲା। ସେଠାରେ ସେ ଗୋଟିଏ ମୂର୍ଖ ଭଳି ଜୀବନଯାପନ କରି ସବୁ ଧନ ସମ୍ପତ୍ତି ଉଡ଼େଇ ଦେଲା।

Gade chapit la Kopi




ଲୂକ ଲିଖିତ ସୁସମାଚାର 15:13
35 Referans Kwoze  

“ଜଣେ ଧନୀ ଲୋକ ଥିଲା। ସେ ବହୁତ ମୂଲ୍ୟବାନ୍ ପୋଷାକ ପିନ୍ଧି ବିଳାସ ବ୍ୟସନରେ ସମୟ କାଟୁଥିଲା।


ଯୀଶୁ ତାଙ୍କର ଶିଷ୍ୟମାନଙ୍କୁ କହିଲେ - “ଜଣେ ଧନୀ ଲୋକର ସମ୍ପତ୍ତି ତତ୍ତ୍ୱାବଧାନ କରିବା ପାଇଁ ଯେଉଁ ବେବର୍ତ୍ତା ଥିଲା, ସେ ତାଙ୍କର ଧନ ଅପଚୟ କରୁଛି ବୋଲି ଧନୀ ଲୋକ ଶୁଣି ପାରିଲେ।


କିନ୍ତୁ ଯେଉଁ ପୁଅ ତୁମର ସମସ୍ତ ସମ୍ପତ୍ତି ବେଶ୍ୟାମାନଙ୍କ ପଛରେ ଉଡ଼ାଇଲା, ସେ ଘରକୁ ଫେରି ଆସିବାରୁ ତୁମେ ତା’ ପାଇଁ ହୃଷ୍ଟପୁଷ୍ଟ ବାଛୁରୀ ମାରିଛ!’ ବାପା ବୁଝାଇ କହିଲେ,


ଅନ୍ୟମାନଙ୍କୁ ଯେପରି କ୍ଳେଶ ଦେଇଛନ୍ତି, ନିଜେ ସେହିପରି କ୍ଳେଶ ଭୋଗ କରିବେ। ଯାହା କିଛି ସେମାନଙ୍କର ଶାରୀରିକ ଅଭିଳାଷ ତୃପ୍ତ କରେ, ତାହା ସେମାନେ ଦିବାଲୋକରେ କରି ଆନନ୍ଦ ପାଆନ୍ତି। ସେମାନେ ନିଜର ଛଳନାପୂର୍ଣ୍ଣ କାର୍ଯ୍ୟରେ ଆନନ୍ଦ ଉପଭୋଗ କରୁ କରୁ ତୁମ ସହିତ ଏକତ୍ର ଭୋଜନ କରନ୍ତି।


ସେଥିଲାଗି ଖ୍ରୀଷ୍ଟ ଆସିଥିଲେ ଓ ଈଶ୍ୱରଙ୍କଠାରୁ ଦୂରେଇ ଯାଇଥିବା ଅଣଇହୁଦୀ ଓ ତାଙ୍କ ନିକଟବର୍ତ୍ତୀ ଇହୁଦୀମାନଙ୍କ ମଧ୍ୟରେ ସୁସମାଚାର ଘୋଷଣା କରିଥିଲେ।


ଏକଦା ଦୂରରେ ଥିଲ; ବର୍ତ୍ତମାନ ଯୀଶୁଙ୍କ ସହିତ ଏକ ହୋଇ ଖ୍ରୀଷ୍ଟଙ୍କ ମୃତ୍ୟୁ ଦ୍ୱାରା ନିକଟବର୍ତ୍ତୀ ହୋଇଅଛ।


ସାନ ପୁଅ ବାପାଙ୍କୁ କହିଲା, ‘ବାପା, ମୋ’ ଭାଗ ସମ୍ପତ୍ତି ମୋତେ ଦେଇଦିଅ।’ ତେଣୁ ସେ ଲୋକ ଦୁଇ ପୁଅଙ୍କ ମଧ୍ୟରେ ସମ୍ପତ୍ତି ବାଣ୍ଟି ଦେଲେ।


କାଳକ୍ରମେ ତା’ର ଟଙ୍କା ସବୁ ଶେଷ ହୋଇଗଲା। ସେହି ସମୟରେ ଦେଶରେ ଦୁର୍ଭିକ୍ଷ ପଡ଼ିଲା ଏବଂ ସେ ଘୋର ଅଭାବର ସମ୍ମୁଖୀନ ହେଲା।


Swiv nou:

Piblisite


Piblisite