Biblia Todo Logo
Bib sou entènèt

- Piblisite -




ଲୂକ ଲିଖିତ ସୁସମାଚାର 15:10 - ପବିତ୍ର ବାଇବଲ (CL) NT (BSI)

10 ମୁଁ ତୁମ୍ଭମାନଙ୍କୁ କହୁଛି, ସେହି ପ୍ରକାରେ ଜଣେ ପାପୀ ଅନୁତାପ କଲେ, ସ୍ୱର୍ଗଦୂତମାନେ ମଧ୍ୟ ଆନନ୍ଦ କରନ୍ତି।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

10 ମୁଁ ତୁମ୍ଭମାନଙ୍କୁ କହୁଅଛି, ସେହିପ୍ରକାରେ ଯେ ମନ ପରିବର୍ତ୍ତନ କରେ, ଏପରି ଜଣେ ପାପୀ ନିମନ୍ତେ ଈଶ୍ଵରଙ୍କ ଦୂତମାନଙ୍କ ସମ୍ମୁଖରେ ଆନନ୍ଦ ହୁଏ।

Gade chapit la Kopi

ଓଡିଆ ବାଇବେଲ

10 ମୁଁ ତୁମ୍ଭମାନଙ୍କୁ କହୁଅଛି, ସେହି ପ୍ରକାରେ ଯେ ମନପରିବର୍ତ୍ତନ କରେ, ଏପରି ଜଣେ ପାପୀ ନିମନ୍ତେ ଈଶ୍ୱରଙ୍କ ଦୂତମାନଙ୍କ ଆଗରେ ଆନନ୍ଦ ହୁଏ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

10 ମୁଁ ତୁମ୍ଭମାନଙ୍କୁ କହୁଅଛି, ସେହି ପ୍ରକାରେ ଯେ ମନ-ପରିବର୍ତ୍ତନ କରେ, ଏପରି ଜଣେ ପାପୀ ନିମନ୍ତେ ଈଶ୍ବରଙ୍କ ଦୂତମାନଙ୍କ ଆଗରେ ଆନନ୍ଦ ହୁଏ।”

Gade chapit la Kopi

ପବିତ୍ର ବାଇବଲ

10 ସେହିଭଳି ଜଣେ ପାପୀ ତା’ ହୃଦୟ ପରିବର୍ତ୍ତନ କଲେ, ପରମେଶ୍ୱରଙ୍କ ଦୂତମାନେ ବହୁତ ଆନନ୍ଦିତ ହୁଅନ୍ତି।”

Gade chapit la Kopi




ଲୂକ ଲିଖିତ ସୁସମାଚାର 15:10
23 Referans Kwoze  

ମୁଁ ତୁମ୍ଭମାନଙ୍କୁ କହୁଛି, ସେହିପରି ଅନୁତାପ ଆବଶ୍ୟକ କରୁ ନ ଥିବା ଅନେଶ୍ୱତ ଧାର୍ମିକ ଲୋକମାନଙ୍କ ଅପେକ୍ଷା ଜଣେ ପାପୀ ମନ ଫେରାଇଲେ, ଈଶ୍ୱର ଅଧିକ ଆନନ୍ଦିତ ହେବେ।


କାରଣ ଏହି ଭଳି ଦୁଃଖ ଈଶ୍ବରଙ୍କ ଦ୍ୱାରା ବ୍ୟବହୃତ ହୋଇ ତଦ୍ଦ୍ୱାରା ହୃଦୟ ପରିବର୍ତ୍ତନ ହେଲେ ପରିତ୍ରାଣ ମିଳିଥାଏ। ଏଥିରେ ଅନୁଶୋଚନାର ଅପକାଶ ନାହିଁ। କିନ୍ତୁ କେବଳ ଜାଗତିକ ଦୁଃଖ ମୃତ୍ୟ ଘଟାଏ।


କଦାପି ନୁହେଁ! ମୁଁ କହୁଛି, ପାପରୁ ମନ ନ ଫେରାଇଲେ ତୁମେ ମଧ୍ୟ ସେମାନଙ୍କ ପରି ମରିବ।”


ଠିକ୍ ସେହିପରି, ଏହି ନଗଣ୍ୟ ଲୋକମାନଙ୍କ ମଧ୍ୟରୁ ଜଣେ ହେଲେ ପଥଭ୍ରଷ୍ଟ ହେଉ, ଏହା ତୁମ ସ୍ୱର୍ଗସ୍ଥ ପିତା ଈଶ୍ୱର ଚାହାଁନ୍ତି ନାହିଁ।


ତେବେ ସ୍ୱର୍ଗଦୂତମାନେ କିଏ? ସେମାନେ ହେଉଛନ୍ତି ଈଶ୍ୱରଙ୍କ ସେବକ, ପରିତ୍ରାଣପ୍ରାର୍ଥୀ ମନୁଷ୍ୟମାନଙ୍କର ସାହାଯ୍ୟ ପାଇଁ ଈଶ୍ବରଙ୍କ ଦ୍ୱାରା ପ୍ରେରିତ ଆତ୍ମାଗଣ।


ସେମାନେ ଏହା ଶୁଣିବା ପରେ ଆଉ ସମାଲୋଚନା ନ କରି ଈଶ୍ୱରଙ୍କ ପ୍ରଶଂସା କରି କହିଲେ, “ତା’ ହେଲେ ଈଶ୍ୱର ଅଣଇହୁଦୀମାନଙ୍କୁ ମଧ୍ୟ ଅନୁତାପ କରିବାକୁ ଓ ବଞ୍ଚିବା ପାଇଁ ସୁଯୋଗ ଦେଇଛନ୍ତି।”


ମୁଁ ତୁମକୁ କହୁଛି, ସେ ଯେଉଁ ଗଭୀର ପ୍ରେମ ପ୍ରକାଶ କରିଛି, ତାହା ପ୍ରମାଣ କରେ ଯେ ତା’ର ବହୁତ ପାପ କ୍ଷମା ହୋଇଛି। କିନ୍ତୁ ଯାହାର ଅଳ୍ପ ପାପ କ୍ଷମା ହୋଇଛି, ସେ ଅଳ୍ପ ପ୍ରେମ ପ୍ରକାଶ କରେ।”


“ଏହି ନଗଣ୍ୟମାନଙ୍କ ମଧ୍ୟରୁ ଜଣକୁ ହେଲେ ତୁଚ୍ଛ ମନେକର ନାହିଁ। ମୁଁ ତୁମ୍ଭମାନଙ୍କୁ କହୁଛି, ଏମାନଙ୍କ ଯତ୍ନ ନେଉଥିବା ସ୍ୱର୍ଗଦୂତମାନେ ସର୍ବଦା ମୋ’ ପିତା ଈଶ୍ୱରଙ୍କ ନିକଟରେ ଅଛନ୍ତି।


ହୁଏତ ଚିରଦିନ ତୁମର ହୋଇ ରହିବ ବୋଲି, ଅନୀସିମସ୍ କିଛି ଦିନ ତୁମକୁ ଛାଡ଼ି ଚାଲି ଯାଇଥିଲା।


କିନ୍ତୁ ସେହି ରାତିରେ ପ୍ରଭୁଙ୍କର ଜଣେ ସ୍ୱର୍ଗଦୂତ କାରାଗାରର ଦ୍ୱାର ଖୋଲି ଦେଲେ ଓ ପ୍ରେରିତ ଶିଷ୍ୟମାନଙ୍କୁ ମୁକୁଳାଇ ସେମାନଙ୍କୁ କହିଲେ,


“ଯେ କେହି ପ୍ରକାଶ୍ୟରେ ମୋତେ ପ୍ରଭୁ ବୋଲ ମୁଁ ସ୍ୱୀକାର କରେ, ମୋର ସ୍ୱର୍ଗସ୍ଥ ପିତାଙ୍କ ସମ୍ମୁଖରେ ତାକୁ ମୋର ଶିଷ୍ୟ ବୋଲି ମୁଁ ସ୍ୱୀକାର କରିବି।


“ମୁଁ ନିଶ୍ଚିତଭାବେ କହୁଛି, ଯେ କେହି ସର୍ବସାକ୍ଷାତରେ ନିଜକୁ ମୋର ଶିଷ୍ୟ ବୋଲି ସ୍ୱୀକାର କରେ, ମନୁଷ୍ୟପୁତ୍ର ଈଶ୍ୱରଙ୍କ ଦୂତମାନଙ୍କ ସମ୍ମୁଖରେ ତାହା ପ୍ରତି ଠିକ୍ ସେହିପରି କରିବେ।


କିନ୍ତୁ ଯେ ମୋତେ ସର୍ବସାକ୍ଷାତରେ ଅଗ୍ରାହ୍ୟ କରେ, ମନୁଷ୍ୟପୁତ୍ର ଈଶ୍ୱରଙ୍କ ଦୂତମାନଙ୍କ ସମ୍ମୁଖରେ ମଧ୍ୟ ତାହାକୁ ଅଗ୍ରାହ୍ୟ କରିବେ।


ମୁଦ୍ରାଟିକୁ ପାଇଲେ, ତା’ର ସାଙ୍ଗସାଥୀ ଓ ପଡ଼ୋଶୀମାନଙ୍କୁ ଡ଼ାକି କହିବ, ‘କେଡ଼େ ଖୁସିର କଥା! ହଜିଥିବା ମୁଦ୍ରାଟି ପାଇଲି, ଆସ ଆନନ୍ଦ କରିବା!’


ଯୀଶୁ କହିଲେ, “ଜଣେ ଲୋକର ଦୁଇଟି ପୁଅ ଥିଲେ।


Swiv nou:

Piblisite


Piblisite