Biblia Todo Logo
Bib sou entènèt

- Piblisite -




ଲୂକ ଲିଖିତ ସୁସମାଚାର 15:1 - ପବିତ୍ର ବାଇବଲ (CL) NT (BSI)

1 ଦିନେ କରଆଦାୟକାରୀ ଓ ଅନ୍ୟ ସମାଜଚ୍ୟୁତ ଲୋକମାନେ ଯୀଶୁଙ୍କ କଥା ଶୁଣିବାକୁ ଆସିଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

1 ଆଉ, କରଗ୍ରାହୀ ଓ ପାପୀ ଲୋକସମସ୍ତେ ତାହାଙ୍କ ବାକ୍ୟ ଶ୍ରବଣ କରିବା ନିମନ୍ତେ ତାହାଙ୍କ ନିକଟକୁ ଆସୁଥିଲେ।

Gade chapit la Kopi

ଓଡିଆ ବାଇବେଲ

1 ଆଉ, କରଗ୍ରାହୀ ଓ ପାପୀ ଲୋକ ସମସ୍ତେ ତାହାଙ୍କ ବାକ୍ୟ ଶୁଣିବା ପାଇଁ ତାହାଙ୍କ ପାଖକୁ ଆସୁଥିଲେ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

1 ଆଉ, କରଗ୍ରାହୀ ଓ ପାପୀ ଲୋକ ସମସ୍ତେ ତାହାଙ୍କ ବାକ୍ୟ ଶୁଣିବା ପାଇଁ ତାହାଙ୍କ ପାଖକୁ ଆସୁଥିଲେ।

Gade chapit la Kopi

ପବିତ୍ର ବାଇବଲ

1 ଯୀଶୁଙ୍କ ଉପଦେଶ ଶୁଣିବା ପାଇଁ ଅନେକ କରଆଦାୟକାରୀ ଓ ଖରାପ ଲୋକମାନେ ଆସିବାକୁ ଲାଗିଲେ।

Gade chapit la Kopi




ଲୂକ ଲିଖିତ ସୁସମାଚାର 15:1
9 Referans Kwoze  

ପାପୀମାନଙ୍କୁ ଉଦ୍ଧାର କରିବା ପାଇଁ ଖ୍ରୀଷ୍ଟ ଯୀଶୁ ପୃଥିବୀକୁ ଆସିଥିଲେ, ଏହା ଗୋଟିଏ ନିରାଟ ସତ୍ୟ - ସମସ୍ତେ ଏହାକୁ ପୂର୍ଣ୍ଣ ମାତ୍ରାରେ ଉପଲବ୍ଧି କରିବା ଆବଶ୍ୟକ। ସେହି ପାପୀମାନଙ୍କ ମଧ୍ୟରେ ମୁଁ ସମସ୍ତଙ୍କଠାରୁ ଅଧମ।


ବ୍ୟବସ୍ଥାର ପ୍ରଚଳନ ଯୋଗୁଁ କୁକର୍ମ ବୃଦ୍ଧି ପାଇଲା। କିନ୍ତୁ ପାପର ବୃଦ୍ଧି ସଙ୍ଗେ ସଙ୍ଗେ ଈଶ୍ୱରଙ୍କ ଅନୁଗ୍ରହ ମଧ୍ୟ ଅଧିକ ପ୍ରଚୁର ହେଲା।


(ଯେଉଁମାନେ ଏହିସବୁ କଥା ଶୁଣୁଥିଲେ, ସେମାନେ, ବିଶେଷତଃ କରଆଦାୟକାରୀମାନେ, ଈଶ୍ୱରଙ୍କ ଯଥାର୍ଥ ଦାବୀ ସବୁ ପୂରଣ କରି ଯୋହନଙ୍କ ଦ୍ୱାରା ଜଳଦୀକ୍ଷା ଗ୍ରହଣ କରିଥିଲେ।


ବର୍ତ୍ତମାନ ଯେଉଁମାନେ ଶେଷରେ ଅଛନ୍ତି, ସେମାନେ ପ୍ରଥମ ହେବେ ଏବଂ ଯେଉଁମାନେ ପ୍ରଥମରେ ଅଛନ୍ତି, ସେମାନେ ଶେଷରେ ପଡ଼ିଯିବେ।”


କେବଳ ତୁମକୁ ଆଦର କରୁଥିବା ଲୋକଙ୍କୁ ଆଦର କଲେ, ଈଶ୍ୱର କାହିଁକି ତୁମକୁ ପୁରସ୍କାର ଦେବେ? କର ଆଦାୟକାରୀମାନେବିଦେଶୀ ରୋମୀୟ ଶାସକମାନଙ୍କ ପାଇଁ କର ଆଦାୟ କରିବାକୁ ଯେଉଁ ଇହୁଦୀମାନେ ନିଯୁକ୍ତ ହେଉଥିଲେ। ସେମାନେ ନିଷ୍ଠାପର ଇହୁଦୀମାନଙ୍କ ଦ୍ୱାରା ‘ପାପୀ’ ବୋଲି ବିବେଚିତ ହେଉଥିଲେ। ମଧ୍ୟ ତାହା କରନ୍ତି।


Swiv nou:

Piblisite


Piblisite