Biblia Todo Logo
Bib sou entènèt

- Piblisite -




ଲୂକ ଲିଖିତ ସୁସମାଚାର 14:12 - ପବିତ୍ର ବାଇବଲ (CL) NT (BSI)

12 ତା’ପରେ ଯୀଶୁ ତାଙ୍କର ଆତିଥ୍ୟକାରୀଙ୍କୁ କହିଲେ, “ଯେତେବେଳେ ତୁମେ ମଧ୍ୟାହ୍ନ ବା ନୈଶ ଭୋଜନର ଆୟୋଜନ କର, ତୁମର ବନ୍ଧୁବାନ୍ଧବ, ଭାଇ ଭଉଣୀ, ଆତ୍ମୀୟ ସ୍ୱଜନ କିମ୍ବା ଧନୀ ପଡ଼ୋଶୀମାନଙ୍କୁ ନିମନ୍ତ୍ରଣ କର ନାହିଁ - କାରଣ ସେମାନେ ତୁମକୁ ପ୍ରତିବଦଳରେ ନିମନ୍ତ୍ରଣ କରିବେ ଓ ଏହିପରି ଭାବରେ ତୁମେ ଯାହା କରିଥିଲ, ତାହାର ପ୍ରତିଦାନ ପାଇବ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

12 ପୁଣି, ସେ ଆପଣା ନିମନ୍ତ୍ରଣକାରୀଙ୍କି ମଧ୍ୟ କହିଲେ, ଦିବସ ବା ରାତ୍ରିରେ ଭୋଜି ଦେଲେ ଆପଣା ବନ୍ଧୁ କି ଭ୍ରାତା କି ଆତ୍ମୀୟ କି ଧନୀ ପ୍ରତିବାସୀମାନଙ୍କୁ ନିମନ୍ତ୍ରଣ କର ନାହିଁ, କାଳେ ସେମାନେ ମଧ୍ୟ ଫେରି ତୁମ୍ଭକୁ ନିମନ୍ତ୍ରଣ କରିବେ ଓ ତୁମ୍ଭେ ପ୍ରତିଦାନ ପାଇବ।

Gade chapit la Kopi

ଓଡିଆ ବାଇବେଲ

12 ପୁଣି, ସେ ଆପଣା ନିମନ୍ତ୍ରଣକାରୀଙ୍କୁ ମଧ୍ୟ କହିଲେ, ଦିବସ ବା ରାତ୍ରିରେ ଭୋଜି ଦେଲେ ଆପଣା ବନ୍ଧୁ କି ଭାଇ କି ଆତ୍ମୀୟ କି ଧନୀ ପ୍ରତିବାସୀମାନଙ୍କୁ ନିମନ୍ତ୍ରଣ କର ନାହିଁ, କାଳେ ସେମାନେ ମଧ୍ୟ ଫେରି ତୁମ୍ଭକୁ ନିମନ୍ତ୍ରଣ କରିବେ ଓ ତୁମ୍ଭେ ପ୍ରତିଦାନ ପାଇବ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

12 ପୁଣି, ସେ ଆପଣା ନିମନ୍ତ୍ରଣକାରୀଙ୍କୁ ମଧ୍ୟ କହିଲେ, “ଦିବସ ବା ରାତ୍ରିରେ ଭୋଜି ଦେଲେ ଆପଣା ବନ୍ଧୁ କି ଭାଇ କି ଆତ୍ମୀୟ କି ଧନୀ ପ୍ରତିବାସୀମାନଙ୍କୁ ନିମନ୍ତ୍ରଣ କର ନାହିଁ, କାଳେ ସେମାନେ ମଧ୍ୟ ଫେରି ତୁମ୍ଭକୁ ନିମନ୍ତ୍ରଣ କରିବେ ଓ ତୁମ୍ଭେ ପ୍ରତିଦାନ ପାଇବ।

Gade chapit la Kopi

ପବିତ୍ର ବାଇବଲ

12 ଯୀଶୁ ତାହାଙ୍କୁ ନିମନ୍ତ୍ରଣ କରିଥିବା ଫାରୂଶୀ ଜଣଙ୍କୁ କହିଲେ, “ତୁମ୍ଭେ କାହାରିକୁ ଦିନରେ ବା ରାତିରେ ଖାଇବାକୁ ନିମନ୍ତ୍ରଣ କଲାବେଳେ କେବଳ ତୁମ୍ଭର ଭାଇ, ବନ୍ଧୁ, କୁଟୁମ୍ବ ଓ ଧନୀ ପଡ଼ୋଶୀମାନଙ୍କୁ ଡାକ ନାହିଁ। କାରଣ ଅନ୍ୟ ବେଳେ ସେମାନେ ମଧ୍ୟ ତୁମ୍ଭକୁ ତାହାଙ୍କ ସହିତ ଖାଇବାକୁ ଡାକିବେ। ସେତେବେଳେ ତୁମ୍ଭେ ତୁମ୍ଭର ପ୍ରତିଦାନ ପାଇଯିବ।

Gade chapit la Kopi




ଲୂକ ଲିଖିତ ସୁସମାଚାର 14:12
13 Referans Kwoze  

କେବଳ ତୁମକୁ ଆଦର କରୁଥିବା ଲୋକଙ୍କୁ ଆଦର କଲେ, ଈଶ୍ୱର କାହିଁକି ତୁମକୁ ପୁରସ୍କାର ଦେବେ? କର ଆଦାୟକାରୀମାନେବିଦେଶୀ ରୋମୀୟ ଶାସକମାନଙ୍କ ପାଇଁ କର ଆଦାୟ କରିବାକୁ ଯେଉଁ ଇହୁଦୀମାନେ ନିଯୁକ୍ତ ହେଉଥିଲେ। ସେମାନେ ନିଷ୍ଠାପର ଇହୁଦୀମାନଙ୍କ ଦ୍ୱାରା ‘ପାପୀ’ ବୋଲି ବିବେଚିତ ହେଉଥିଲେ। ମଧ୍ୟ ତାହା କରନ୍ତି।


ସେ କ୍ଷୁଧିତମାନଙ୍କୁ ଉତ୍ତମ ଆହାରରେ ପୂର୍ଣ୍ଣ କରିଛନ୍ତି ଓ ଧନୀମାନଙ୍କୁ ଶୂନ୍ୟ ହସ୍ତରେ ଫେରାଇ ଦେଇଛନ୍ତି।


ଈଶ୍ୱର ତାଙ୍କୁ କେଡ଼େ ଆଶ୍ଚର୍ଯ୍ୟଭାବେ ଦୟା କରିଛନ୍ତି, ଏ କଥା ଶୁଣି ତାଙ୍କର ପ୍ରତିବାସୀ ଓ ଆତ୍ମୀୟସ୍ୱଜନମାନେ ସମସ୍ତେ ତାଙ୍କ ସହିତ ଆନନ୍ଦ କଲେ।


ଯେ ନିଜକୁ ଉନ୍ନତ କରେ, ତାକୁ ଅବନତ କରାଯିବ ଏବଂ ଯେ ନିଜକୁ ନତ କରେ, ତାକୁ ଉନ୍ନତ କରାଯିବ।”


ଭୋଜି ଦେଲାବେଳେ ଦରିଦ୍ର, ପଙ୍ଗୁ, ଖଞ୍ଜ ଓ ଅନ୍ଧମାନଙ୍କୁ ନିମନ୍ତ୍ରଣ କର;


ତୁମ୍ଭମାନଙ୍କ ମୋର ସନ୍ତାନ ମନେକରି ,ସବୁ କହୁଅଛି। ଆମ ଉଦାରତାର ପଅତିବାଦ ସ୍ୱରୂପ ତୁମମାନଙ୍କ ହୃଦୟ ଉନ୍ମୁକ୍ତ ହେଉ।


Swiv nou:

Piblisite


Piblisite