Biblia Todo Logo
Bib sou entènèt

- Piblisite -




ଲୂକ ଲିଖିତ ସୁସମାଚାର 14:11 - ପବିତ୍ର ବାଇବଲ (CL) NT (BSI)

11 ଯେ ନିଜକୁ ଉନ୍ନତ କରେ, ତାକୁ ଅବନତ କରାଯିବ ଏବଂ ଯେ ନିଜକୁ ନତ କରେ, ତାକୁ ଉନ୍ନତ କରାଯିବ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

11 କାରଣ ଯେକେହି ଆପଣାକୁ ଉନ୍ନତ ବୋଲି ଦେଖାଏ, ତାହାକୁ ନତ କରାଯିବ, ପୁଣି ଯେ ଆପଣାକୁ ନତ କରେ, ତାହାକୁ ଉନ୍ନତ କରାଯିବ।

Gade chapit la Kopi

ଓଡିଆ ବାଇବେଲ

11 କାରଣ ଯେ କେହି ଆପଣାକୁ ଉନ୍ନତ ବୋଲି ଦେଖାଏ, ତାହାକୁ ନତ କରାଯିବ, ପୁଣି, ଯେ ଆପଣାକୁ ନତ କରେ, ତାହାକୁ ଉନ୍ନତ କରାଯିବ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

11 କାରଣ ଯେ କେହି ଆପଣାକୁ ଉନ୍ନତ ବୋଲି ଦେଖାଏ, ତାହାକୁ ନତ କରାଯିବ, ପୁଣି, ଯେ ଆପଣାକୁ ନତ କରେ, ତାହାକୁ ଉନ୍ନତ କରାଯିବ।”

Gade chapit la Kopi

ପବିତ୍ର ବାଇବଲ

11 ଯେଉଁ ଲୋକ ନିଜକୁ ମହାନ୍ ଭାବେ, ତାକୁ ହୀନ କରି ଦିଆଯିବ। ଯେଉଁ ଲୋକ ନିଜକୁ ହୀନ ଭାବେ, ତାହାକୁ ମହାନ୍ କରାଯିବ।”

Gade chapit la Kopi




ଲୂକ ଲିଖିତ ସୁସମାଚାର 14:11
24 Referans Kwoze  

ଯୀଶୁ କହିଲେ, “ମୁଁ କହୁଛି, କରଆଦାୟକାରୀ ଈଶ୍ୱରଙ୍କ ଦୃଷ୍ଟିରେ ଧାର୍ମିକ ବିବେଚିତ ହୋଇ ଘରକୁ ଫେରିଲା, କିନ୍ତୁ ଫାରୁଶୀ ନୁହେଁ। କାରଣ ଯେ କେହି ନିଜକୁ ଉନ୍ନତ ବୋଲି ଦେଖାଏ, ତାକୁ ଅବନତ କରାଯିବ। ଯେ ନିଜକୁ ନ୍ୟୁନ କରେ, ତାକୁ ଉନ୍ନତ କରାଯିବ।”


ଯେ ନିଜକୁ ଉନ୍ନତ କରେ, ତାକୁ ନତ କରାଯିବ ଏବଂ ଯେ ନିଜକୁ ନତ କରେ, ତାକୁ ଉନ୍ନତ କରାଯିବ।


କିନ୍ତୁ ଈଶ୍ୱର ଯେଉଁ ଅନୁଗ୍ରହ ପ୍ରଦାନ କରନ୍ତି, ତାହା ଅଧିକ ଶକ୍ତିଶାଳୀ। ଶାସ୍ତ୍ରରେ ଲିଖିତ ଅଛି, “ଈଶ୍ୱର ଅହଂକାରୀମାନଙ୍କର ପ୍ରତିରୋଧ କରନ୍ତି, କିନ୍ତୁ ନମ୍ର ଲୋକଙ୍କୁ ଅନୁଗ୍ରହ ପ୍ରଦାନ କରନ୍ତି।”


ହେଯୁବକମାନେ, ତୁମ୍ଭେମାନେ ବୟୋଜ୍ୟେଷ୍ଠମାନଙ୍କ ବଶୀଭୂତ ହୁଅ। ତୁମ୍ଭେମାନେ ସମସ୍ତେ ପରସ୍ପରର ସେବା କରିବା ନିମନ୍ତେ ନମ୍ରତାରୂପ ବସ୍ତ୍ର ପରିଧାନ କର। ଶାସ୍ତ୍ରରେ ଲେଖାଅଛି, “ଈଶ୍ୱର ଅହଙ୍କାରୀମାନଙ୍କର ପ୍ରତିରୋଧ କରନ୍ତି, କିନ୍ତୁ ବିନୟୀମାନଙ୍କୁ ଅନୁଗ୍ରହ କରନ୍ତୁି।”


ପ୍ର୍ରଭୁଙ୍କ ସମ୍ମୁଖରେ ଅବନତ ହୁଅ। ସେ ତୁମକୁ ଉନ୍ନତ କରିବେ।


ସେ ଆପଣା ବଳବାନ୍ ବାହୁ ପ୍ରସାରିତ କରି ଅହଂକାରୀମାନଙ୍କୁ ଛିନ୍ନଭିନ୍ନ କରିଛନ୍ତି: ସେମାନଙ୍କର କଳ୍ପନାସବୁ ବ୍ୟର୍ଥ ହୋଇଛି।


ସେ ପରାକ୍ରମଶାଳୀ ରାଜାମାନଙ୍କୁ ସିଂହାସନଚ୍ୟୁତ କରିଛନ୍ତି ଓ ନମ୍ରମାନଙ୍କୁ ଉନ୍ନତ କରିଛନ୍ତି।


ତା’ପରେ ଯୀଶୁ ତାଙ୍କର ଆତିଥ୍ୟକାରୀଙ୍କୁ କହିଲେ, “ଯେତେବେଳେ ତୁମେ ମଧ୍ୟାହ୍ନ ବା ନୈଶ ଭୋଜନର ଆୟୋଜନ କର, ତୁମର ବନ୍ଧୁବାନ୍ଧବ, ଭାଇ ଭଉଣୀ, ଆତ୍ମୀୟ ସ୍ୱଜନ କିମ୍ବା ଧନୀ ପଡ଼ୋଶୀମାନଙ୍କୁ ନିମନ୍ତ୍ରଣ କର ନାହିଁ - କାରଣ ସେମାନେ ତୁମକୁ ପ୍ରତିବଦଳରେ ନିମନ୍ତ୍ରଣ କରିବେ ଓ ଏହିପରି ଭାବରେ ତୁମେ ଯାହା କରିଥିଲ, ତାହାର ପ୍ରତିଦାନ ପାଇବ।


ଦୀନାବସ୍ଥାରେ ଥିବା ଖ୍ରୀଷ୍ଟବିଶ୍ୱାସୀ ଉନ୍ନୀତ ହେଲେ ଆନ୍ଦ କରୁ।


ଅତଏବ, ଈଶ୍ୱରଙ୍କ ଶକ୍ତିଶଳୀ ହସ୍ତ ତଳେ ଅବନତ ହୁଅ; ସେ ତାଙ୍କର ନିରୂପିତ ସମୟରେ ତୁମକୁ ଉନ୍ନତ କରିବେ।


Swiv nou:

Piblisite


Piblisite