Biblia Todo Logo
Bib sou entènèt

- Piblisite -




ଲୂକ ଲିଖିତ ସୁସମାଚାର 13:15 - ପବିତ୍ର ବାଇବଲ (CL) NT (BSI)

15 ପ୍ରଭୁ ତାଙ୍କୁ କହିଲେ, “ହେ ପ୍ରବଞ୍ଚକମାନେ! ତୁମ ଭିତରୁ କେହି କ’ଣ ବିଶ୍ରାମବାରରେ ଗୁହାଳରୁ ବଳଦ ବା ଗଧକୁ ଫିଟାଇ ପାଣି ପିଆଇବାକୁ ବାହାରକୁ ନେଇ ଯାଅ ନାହିଁ?

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

15 କିନ୍ତୁ ପ୍ରଭୁ ତାଙ୍କୁ ଉତ୍ତର ଦେଲେ, ରେ କପଟୀ-ମାନେ, ତୁମ୍ଭେମାନେ ପ୍ରତ୍ୟେକେ କଅଣ ବିଶ୍ରାମବାରରେ ଆପଣା ଆପଣା ବଳଦ କିମ୍ଵା ଗଧ ଗୁହାଳରୁ ଫିଟାଇ ଘେନିଯାଇ ପାଣି ପିଆଅ ନାହିଁ?

Gade chapit la Kopi

ଓଡିଆ ବାଇବେଲ

15 କିନ୍ତୁ ପ୍ରଭୁ ତାହାଙ୍କୁ ଉତ୍ତର ଦେଲେ, ରେ କପଟୀମାନେ, ତୁମ୍ଭେମାନେ ପ୍ରତ୍ୟେକେ କ'ଣ ବିଶ୍ରାମବାରରେ ଆପଣା ଆପଣା ବଳଦ କିମ୍ବା ଗଧ ଗୁହାଳରୁ ଫିଟାଇ ନେଇ ପାଣି ପିଆଅ ନାହିଁ ?

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

15 କିନ୍ତୁ ପ୍ରଭୁ ତାହାଙ୍କୁ ଉତ୍ତର ଦେଲେ, “ରେ କପଟୀମାନେ, ତୁମ୍ଭେମାନେ ପ୍ରତ୍ୟେକେ କଅଣ ବିଶ୍ରାମବାର ଦିନରେ ଆପଣା ଆପଣା ବଳଦ କିମ୍ବା ଗଧ ଗୁହାଳରୁ ଫିଟାଇ ନେଇ ପାଣି ପିଆଅ ନାହିଁ?

Gade chapit la Kopi

ପବିତ୍ର ବାଇବଲ

15 ପ୍ରଭୁ ଯୀଶୁ ଉତ୍ତର ଦେଲେ, “ତୁମ୍ଭେମାନେ କପଟୀ। ତୁମ୍ଭେମାନେ ପ୍ରତିଦିନ ଏପରିକି ବିଶ୍ରାମବାରରେ ମଧ୍ୟ ତୁମ୍ଭମାନଙ୍କର କାମ କରୁଥିବା ପଶୁଙ୍କୁ ଖୋଲି ପାଣି ପିଆଇ ଥାଅ।

Gade chapit la Kopi




ଲୂକ ଲିଖିତ ସୁସମାଚାର 13:15
16 Referans Kwoze  

ପରେ ସେ ସେମାନଙ୍କୁ କହିଲେ, “ଯଦି ତୁମ ମଧ୍ୟରୁ କାହାର ଗଧ ବା ବଳଦ ବିଶ୍ରାମବାର ଦିନ କୂଅରେ ପଡ଼ିଯାଏ, ତେବେ ସେହି ବିଶ୍ରାମବାରରେ ତୁମେ କ’ଣ ତାକୁ ସେହିକ୍ଷଣି ବାହାରକୁ ଉଠାଇ ଆଣିବ ନାହିଁ?”


“ବାହାରକୁ ଏଗୁଡ଼ିକ ସୁନ୍ଦର ଦିଶେ, କିନ୍ତୁ ଭିତର ଅସ୍ଥି କଙ୍କାଳ ଓ ପଚା ଶବରେ ପୂର୍ଣ୍ଣ। ସେହିପରି ତୁମେ ବାହାରକୁ ସମସ୍ତଙ୍କ ଆଗରେ ଭଲ ଦେଖାଯାଅ, କିନ୍ତୁ ତୁମ ଭିତରଟା କପଟ ଓ ପାପରେ ପରିପୂର୍ଣ୍ଣ।


ହଜାର ହଜାର ଲୋକଙ୍କ ସମାଗମ ଭିତରେ, ସେମାନେ ପରସ୍ପର ଉପରେ ମାଡ଼ି ପଡ଼ୁଥିବା ବେଳେ, ଯୀଶୁ ତାଙ୍କ ଶିଷ୍ୟମାନଙ୍କୁ କହିଲେ, “ଫାରୁଶୀମାନଙ୍କ ଖମୀର ଅର୍ଥାତ୍ ସେମାନଙ୍କ କପଟତା ବିଷୟରେ ସାବଧାନ ହୁଅ।


ନିଜ ଆଖିରେ ଥିବା କଡ଼ିକାଠ ନ ଦେଖି ତୁମେ କିପରି ତୁମ ଭାଇକୁ କହିବ, ‘ଭାଇ, ଆସ, ମୁଁ ତୁମ ଆଖିରୁ କୁଟାଟି କାଢ଼ି ଦେବି।’ ହେ କପଟୀମାନେ! ପ୍ରଥମେ ନିଜ ଆଖିରୁ କଡ଼ିକାଠ ବାହାର କର, ତା’ପରେ ତୁମ ଭାଇର ଆଖିରୁ କୁଟାଟି ବାହାର କରିବା ପାଇଁ ତୁମେ ପରିଷ୍କାରଭାବେ ଦେଖିପାରିବ।


“ଆହେ ଧର୍ମଗୁରୁ ଓ ଫାରୁଶୀଗଣ, ତୁମର ଶେଷ ଦଶା କେଡ଼େ ଭୟଙ୍କର! ଆରେ ଛଳ ଧାର୍ମିକଦଳ, ସ୍ୱର୍ଗରାଜ୍ୟର ପ୍ରବେଶ ଦ୍ୱାର ବନ୍ଦ କରି ରଖିଛ। ନିଜେ ସେଥିରେ ପ୍ରବେଶ କରୁ ନାହଁ ଏବଂ ଯେଉଁମାନେ ପ୍ରବେଶ କରିବାକୁ ଚେଷ୍ଟା କରୁଛନ୍ତି, ସେମାନଙ୍କୁ ବାଟ ଛାଡ଼ୁ ନାହଁ।”


“ସେମାନଙ୍କ ବିଷୟରେ ବ୍ୟସ୍ତ ହୁଅ ନାହିଁ। ସେମାନେ ଅନ୍ଧ ପଥପ୍ରଦର୍ଶକ। ଗୋଟିଏ ଅନ୍ଧ ଆଉ ଗୋଟିଏ ଅନ୍ଧକୁ ବାଟ କଡ଼ାଇଲେ ଦୁଇଜଣ ଯାକ ଖାଲରେ ପଡ଼ନ୍ତି।”


ଆରେ ଛଳ ଧାର୍ମିକ ଦଳ, ତୁମ୍ଭମାନଙ୍କ ସମ୍ପର୍କରେ ଯିଶାଇୟଙ୍କ ଭବିଷ୍ୟବାଣୀ କେଡ଼େ ଯଥାର୍ଥ:


ପ୍ରତାରକ! ତୁମ ଆଖିରୁ କାଠ ଗଡ଼ଟିକୁ ପ୍ରଥମେ ବାହାର କରିଦିଅ। ତାହାହେଲେ ତୁମ ଭାଇର ଆଖିରେ ପଡ଼ିଥିବା ଧୁଳିକଣାକୁ ତୁମେ ସହଜରେ ଦେଖିପାରିବ।


ସେହି ସ୍ତ୍ରୀ ଲୋକକୁ ଦେଖି ପ୍ରଭୁଙ୍କ ହୃଦୟ ଦୟାରେ ବିଗଳିତ ହେଲା ଓ ସେ ତାକୁ କହିଲେ, “କାନ୍ଦ ନାହିଁ।”


ଓ ଏହି କଥା ପଚାରିବା ପାଇଁ ପ୍ରଭୁଙ୍କ ପାଖକୁ ପଠାଇଲେ, “ଯାହାଙ୍କର ଆସିବାର ଥିଲା, ଆପଣ କ’ଣ ସେହି, ନା ଆମେ ଆଉ କାହାର ଅପେକ୍ଷାରେ ରହିବା?”


Swiv nou:

Piblisite


Piblisite