Biblia Todo Logo
Bib sou entènèt

- Piblisite -




ଲୂକ ଲିଖିତ ସୁସମାଚାର 12:5 - ପବିତ୍ର ବାଇବଲ (CL) NT (BSI)

5 କାହାକୁ ଭୟ କରିବ, ମୁଁ ତୁମ୍ଭମାନଙ୍କୁ ଜଣାଉଛି। ବଧ କରିବା ପରେ ନରକରେ ନିକ୍ଷେପ କରିବାର କ୍ଷମତା ଯାହାର ଅଛି, ତାଙ୍କୁ ଭୟ କର। ମୋ’ କଥାରେ ବିଶ୍ୱାସ କର। କେବଳ ତାଙ୍କୁ ହିଁ ତୁମ୍ଭେମାନେ ଭୟ କରିବା ଉଚିତ୍।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

5 କିନ୍ତୁ କାହାକୁ ଭୟ କରିବ, ତାହା ମୁଁ ତୁମ୍ଭମାନଙ୍କୁ ଜଣାଇବି; ବଧ କଲା ଉତ୍ତାରେ ନରକରେ ନିକ୍ଷେପ କରିବା ନିମନ୍ତେ ଯାହାଙ୍କର ଅଧିକାର ଅଛି, ତାହାଙ୍କୁ ଭୟ କର; ହଁ, ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ତାହାଙ୍କୁ ଭୟ କର।

Gade chapit la Kopi

ଓଡିଆ ବାଇବେଲ

5 କିନ୍ତୁ କାହାକୁ ଭୟ କରିବ, ତାହା ମୁଁ ତୁମ୍ଭମାନଙ୍କୁ ଜଣାଇବି; ବଧ କଲା ଉତ୍ତାରେ ନର୍କରେ ପକାଇବା ନିମନ୍ତେ ଯାହାଙ୍କର ଅଧିକାର ଅଛି, ତାହାଙ୍କୁ ଭୟ କର; ହଁ, ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ତାହାଙ୍କୁ ଭୟ କର ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

5 କିନ୍ତୁ କାହାକୁ ଭୟ କରିବ, ତାହା ମୁଁ ତୁମ୍ଭମାନଙ୍କୁ ଜଣାଇବି; ବଧ କଲା ଉତ୍ତାରେ ନର୍କରେ ପକାଇବା ନିମନ୍ତେ ଯାହାଙ୍କର ଅଧିକାର ଅଛି, ତାହାଙ୍କୁ ଭୟ କର; ହଁ, ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ତାହାଙ୍କୁ ଭୟ କର।

Gade chapit la Kopi

ପବିତ୍ର ବାଇବଲ

5 ତୁମ୍ଭେମାନେ ଯାହାକୁ ଭୟ କରିବା ଉଚିତ୍ ମୁଁ ତୁମ୍ଭମାନଙ୍କୁ ତାହାଙ୍କୁ ଦେଖାଇ ଦେବି। ତୁମ୍ଭମାନଙ୍କୁ ମାରି ସାରି ନର୍କରେ ଫିଙ୍ଗି ଦେବା ଶକ୍ତି ଯାହାର ଅଛି, ତୁମ୍ଭେମାନେ ସେହି ପରମେଶ୍ୱରଙ୍କୁ ଭୟ କରିବା ଉଚିତ୍। ହଁ, ମୁଁ ତୁମ୍ଭମାନଙ୍କୁ କହୁଛି, କେବଳ ତାହାଙ୍କୁ ଭୟ କର।

Gade chapit la Kopi




ଲୂକ ଲିଖିତ ସୁସମାଚାର 12:5
16 Referans Kwoze  

ଈଶ୍ୱର ପାପାଚାରୀ ଦୂତମାନଙ୍କୁ କ୍ଷମା ନ ଦେଇ ନରକରେ ନିକ୍ଷେପ କରିଥିଲେ। ସେଠାରେ ସେମାନେ ମହାବିଚାରଦିନ ପର୍ଯ୍ୟନ୍ତ ଅ୍ଧାକାରରେ ଶୃଙ୍ଖଳବଦ୍ଧ ହୋଇ ରହିଛନ୍ତି।


ଯେଉଁମାନେ କେବଳଶରୀରକୁ ବିନଷ୍ଟ କରନ୍ତି, କିନ୍ତୁ, କିନ୍ତୁଆମାôର କିଛି କ୍ଷତି କରିପାରନ୍ତି ନାହିଁ, ସେମାନଙ୍କୁ ଭୟ କର ନାହିଁ। ବରଂ ଯେଉଁ ଈଶ୍ୱର ତୁମର ଶରୀର ଓ ଆତ୍ମା ଉଭୟକୁ ନରକରେ ଧ୍ୱଂସ କରିପାରନ୍ତି, ତାଙ୍କୁ ଭୟ କର।


ସେ ଉଚ୍ଚ ସ୍ୱରରେ କହୁଥିଲେ: “ଈଶ୍ୱରଙ୍କୁ ଭୟ କର, ତାଙ୍କ ମହାତ୍ମ୍ୟର ପ୍ରଶଂସା କର, କାରଣ ମନୁଷ୍ୟର ବିଚାର ସମୟ ଉପସ୍ଥିତ। ସ୍ୱର୍ଗ, ପୃଥିବୀ, ସାଗର ଓ ସମସ୍ତ ଜଳରାଶିର ସ୍ରଷ୍ଟାଙ୍କୁ ପୂଜା କର।”


ଚିରଞ୍ଜୀବୀ ଈଶ୍ୱରଙ୍କ ବିଚାରର ସମ୍ମୁଖୀନ ହେବା କେଡ଼େ ଭୟାନକ।


ତାହାପରେ ମୃତ୍ୟୁ ଓ ମୃତ୍ୟୁପୁରୀକୁ ସେହି ଅଗ୍ନିମୟ ହ୍ରଦରେ ନିକ୍ଷେପ କରାଗଲା। (ଏହି ଅଗ୍ନିମୟ ହ୍ରଦ ହେଉଛି, ଦ୍ୱିତୀୟ ମୃତ୍ୟୁ।)


କୌଣସି ଖ୍ରୀଷ୍ଟବିଶ୍ୱାସୀ ଭାଇ ପ୍ରତି ଅନ୍ୟାୟ ଆଚରଣ କର ନାହିଁ, କିଅବା ତାହାକୁ ପ୍ରବଞ୍ଚନା କର ନାହିଁ। ଏ କଥା ଆମେ ପୂର୍ବରୁ କହିଛୁ ଏବଂ ଦୃଢ଼ ଭାବରେ ସତର୍କ କରି ଦେଇଛୁ ଯେ, ଯେଉଁମାନେ ସେପରି କରିବେ, ପ୍ରଭୁ ସେମାନଙ୍କୁ ଶାସ୍ତି ଦେବେ।


“ତା’ପରେ ବାମ ପାଶ୍ୱର୍ରେ ଥିବା ଲୋକମାନଙ୍କୁ ସେ କହିବେ, ‘ଆରେ ଅଭିଶପ୍ତଦଳ! ମୋ’ ସମ୍ମୁଖରୁ ଦୂର ହୁଅ। ଶୟତାନ ଓ ତା’ର ଅନୁଚରମାନଙ୍କ ପାଇଁ ଯେଉଁ ଚିର ଜ୍ୱଳନ୍ତ ଅଗ୍ନି ପ୍ରସ୍ତୁତ ହୋଇ ରହିଛି, ସେଠାକୁ ଯାଅ।


ପ୍ରଭୁ! କିଏ ବା ତୁମକୁ ଭୟ ନ କରିବ? ତୁମର ମାହାତ୍ମ୍ୟ ଘୋଷଣା କରିବାକୁ କିଏ ବା ଅସ୍ୱୀକାର କରିବ? କେବଳ ତୁମେ ହିଁ ପବିତ୍ର, ସମସ୍ତ ଜାତି ଆସି ତୁମର ପୂଜା କରିବେ। କାରଣ ତୁମର ନ୍ୟାୟୋଚିତ କାର୍ଯ୍ୟ ସମସ୍ତେ ଦେଖିଛନ୍ତି।”


କିନ୍ତୁ ମୁଁ କହୁଛି, ଯେ କେହି କୌଣସି ଭାଇ ଉପରେ ରାଗିଯାଏ, ସେ ମଧ୍ୟ ବିଚାରର ସମ୍ମୁଖୀନ ହେବ। ଯେ ଭାଇକୁ ନିର୍ବୋଧ କହି ତାତ୍ସଲ୍ୟ କରେ, ସେ ମହାବିଚାରାଳୟରେ ଦଣ୍ଡନୀୟ ହେବ। ପୁଣି ଯେ ଭାଇକୁ ନରାଧମ ମୂର୍ଖ ବୋଲି କହେ, ତା’ର ନରକାଗ୍ନିରେ ନିକ୍ଷିପ୍ତ ହେବାର ବିପଦ ରହିଛି।


ଏହି ଲୋକମାନେ ଚିରଦିନ ପାଇଁ ଦଣ୍ଡ ଭୋଗିବେ ଏବଂ ଧାର୍ମିକମାନେ ଅନନ୍ତ ଜୀବନ ଲାଭ କରିବେ।”


ତୁମ୍ଭେମାନେ ସାବଧାନ ରୁହ। ଏ ସମସ୍ତ ଘଟିବା ପୂର୍ବରୁ ମୁଁ ତୁମ୍ଭମାନଙ୍କୁ ଜଣାଇ ଦେଉଛି।


Swiv nou:

Piblisite


Piblisite