Biblia Todo Logo
Bib sou entènèt

- Piblisite -




ଲୂକ ଲିଖିତ ସୁସମାଚାର 12:4 - ପବିତ୍ର ବାଇବଲ (CL) NT (BSI)

4 “ବନ୍ଧୁଗଣ, ମୁଁ ତୁମ୍ଭମାନଙ୍କୁ କହେ, ଯେଉଁମାନେ ଶରୀରକୁ ବଧ କରନ୍ତି, କିନ୍ତୁ ତା’ପରେ ଆଉ ଅଧିକ କ୍ଷତି ସାଧନ କରିପାରନ୍ତି ନାହିଁ, ସେମାନଙ୍କୁ ଭୟ କର ନାହିଁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

4 କିନ୍ତୁ ମୋର ବନ୍ଧୁ ଯେ ତୁମ୍ଭେମାନେ, ତୁମ୍ଭମାନଙ୍କୁ ମୁଁ କହୁଅଛି, ଯେଉଁମାନେ ଶରୀରକୁ ବଧ କରନ୍ତି, ମାତ୍ର ତାହା ପରେ ଆଉ କିଛି କରି ପାରନ୍ତି ନାହିଁ, ସେମାନଙ୍କୁ ଭୟ କର ନାହିଁ।

Gade chapit la Kopi

ଓଡିଆ ବାଇବେଲ

4 କିନ୍ତୁ ମୋର ବନ୍ଧୁ ଯେ ତୁମ୍ଭେମାନେ, ତୁମ୍ଭମାନଙ୍କୁ ମୁଁ କହୁଅଛି, ଯେଉଁମାନେ ଶରୀରକୁ ବଧ କରନ୍ତି, ମାତ୍ର ତାହା ପରେ ଆଉ କିଛି କରି ପାରନ୍ତି ନାହିଁ, ସେମାନଙ୍କୁ ଭୟ କର ନାହିଁ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

4 “କିନ୍ତୁ ମୋହର ବନ୍ଧୁ ଯେ ତୁମ୍ଭେମାନେ, ତୁମ୍ଭମାନଙ୍କୁ ମୁଁ କହୁଅଛି, ଯେଉଁମାନେ ଶରୀରକୁ ବଧ କରନ୍ତି, ମାତ୍ର ତାହା ପରେ ଆଉ କିଛି କରିପାରନ୍ତି ନାହିଁ, ସେମାନଙ୍କୁ ଭୟ କର ନାହିଁ।

Gade chapit la Kopi

ପବିତ୍ର ବାଇବଲ

4 ତା'ପରେ ଯୀଶୁ ଲୋକମାନଙ୍କୁ କହିଲେ, “ହେ ମୋର ବନ୍ଧୁଗଣ! ମୁଁ ତୁମ୍ଭମାନଙ୍କୁ କହୁଛି, ଲୋକଙ୍କୁ ଭୟ କର ନାହିଁ। ଲୋକେ କେବଳ ଶରୀରକୁ ମାରି ପକାଇବେ। କିନ୍ତୁ ସେତିକି କରି ସାରିବା ପରେ ସେମାନେ ତୁମ୍ଭମାନଙ୍କର ଆଉ ଅଧିକା କିଛି କରି ପାରିବେ ନାହିଁ।

Gade chapit la Kopi




ଲୂକ ଲିଖିତ ସୁସମାଚାର 12:4
20 Referans Kwoze  

ଯେଉଁମାନେ କେବଳଶରୀରକୁ ବିନଷ୍ଟ କରନ୍ତି, କିନ୍ତୁ, କିନ୍ତୁଆମାôର କିଛି କ୍ଷତି କରିପାରନ୍ତି ନାହିଁ, ସେମାନଙ୍କୁ ଭୟ କର ନାହିଁ। ବରଂ ଯେଉଁ ଈଶ୍ୱର ତୁମର ଶରୀର ଓ ଆତ୍ମା ଉଭୟକୁ ନରକରେ ଧ୍ୱଂସ କରିପାରନ୍ତି, ତାଙ୍କୁ ଭୟ କର।


ତୁମେ ଯାହା କିଛି ଦୁଃଖ ଭୋଗ କରିବାକୁ ଯାଉଛ, ସେଥିପାଇଁ ଭୟ କର ନାହିଁ। ଶୁଣ! ତୁମ ମଧ୍ୟରୁ କେତେକଙ୍କୁ କାରାଗାରରେ ପକାଇ ଶୟତାନ ପରୀକ୍ଷା କରିବ। କିନ୍ତୁ ତୁମର ଏହି ଦୁର୍ଦ୍ଦଶା କେବଳ ଦଶ ଦିନ ବ୍ୟାପୀ ହେବ। ଏଥିରେ ମରଣର ଭୟ ଥିଲେ ମଧ୍ୟ ମୋ’ ପ୍ରତି ବିଶ୍ୱସ୍ତ ରହିଲେ, ମୁଁ ତୁମକୁ ଜୀବନରୂପ ମୁକୁଟ ଦେବି।


ଶତ୍ରୁମାନଙ୍କୁ ଭୟ କର ନାହିଁ, ସାହସରେ ଅଟଳ ରୁହ। ତାହାହେଲେ, ସେମାନେ ଜାଣି ପାରିବେ ଯେ, ସେମାନଙ୍କର ପରାଜୟ ସୁନିଶ୍ଚିତ ଓ ତୁମ୍ଭେମାନେ ବିଜୟ ଲାଭ କରିବ, କାରଣ ଈଶ୍ୱର ହିଁ ତୁମ୍ଭମାନଙ୍କୁ ଜୟଯୁକ୍ତ କରିବେ।


ସତ୍କର୍ମ କରିବା ହେତୁ ତୁମ୍ଭେମାନେ କ୍ଳେଶଭୋଗ କଲେ ସୁଦ୍ଧା ତୁମ୍ଭେମାନେ ପ୍ରକୃତରେ ସୁଖୀ। କାହାକୁ ଭୟ କର ନାହିଁ; ଅଯଥା ଚିନ୍ତିତ ହୁଅ ନାହିଁ।


ଏହା ଦ୍ୱାରା ଧର୍ମଶାସ୍ତ୍ର ଉକ୍ତି ସଫଳ ହେଲା: “ଅବ୍ରାହାମ ଈଶ୍ୱରଙ୍କୁ ବିଶ୍ୱାସ କଲେ ଏବଂ ତାଙ୍କର ବିଶ୍ୱାସ କଲେ ଏବଂ ତାଙ୍କର ବିଶ୍ୱାସ ହେତୁ ଈଶ୍ୱରଙ୍କ ଦୃଷ୍ଟିରେ ସେ ଧାର୍ମିକ ରୂପେ ଗଣ୍ୟ ହେଲେ।” ପୁଣି ଅବ୍ରାହାମ ଈଶ୍ୱରଙ୍କ ବନ୍ଧୁ ବୋଲି ପରିଚିତ ହେଲେ।


କିନ୍ତୁ ମୋ’ ପାଇଁ ମୋ’ ନିଜ ଜୀବନକୁ ମୁଁ ନଗଣ୍ୟ ମନେ କରେ। ଈଶ୍ୱରଙ୍କ ଅନୁଗ୍ରହ ବିଷୟରେ ପ୍ରଭୁ ଯୀଶୁ ଯେଉଁ ବାର୍ତ୍ତା ଘୋଷଣା କରିବା ପାଇଁ ମୋତେ ଦାୟିତ୍ୱ ଦେଇଛନ୍ତି, ତାହା ପୂରଣ କରି ମୋର ପ୍ରଚାର କାର୍ଯ୍ୟ ସଂପୂର୍ଣ୍ଣ କରିବି - ଏତିକି କେବଳ ମୋର ଇଚ୍ଛା।


ପିତର ଓ ଯୋହନ ଅଶିକ୍ଷିତ ଓ ସାଧାରଣ ଲୋକ ଥିଲେ ବୋଲି ମହାସଭାର ସଦସ୍ୟମାନେ ଜାଣିଥିଲେ। ତେଣୁ ସେହି ଦୁଇ ଶିଷ୍ୟଙ୍କର ସାହସ ଦେଖି ସେମାନେ ଆଚମ୍ବିତ ହେଲେ। ପୁଣି ସେମାନେ ଜାଣିଥିଲେ ଯେ, ସେ ଦୁହେଁ ଯୀଶୁଙ୍କର ସହଚର ଥିଲେ।


ବନ୍ଧୁମାନଙ୍କ ପାଇଁ ନିଜର ପ୍ରାଣ ବିସର୍ଜନ ହିଁ ପ୍ରେମର ଚରମ ନିଦର୍ଶନ।


Swiv nou:

Piblisite


Piblisite