Biblia Todo Logo
Bib sou entènèt

- Piblisite -




ଲୂକ ଲିଖିତ ସୁସମାଚାର 12:11 - ପବିତ୍ର ବାଇବଲ (CL) NT (BSI)

11 “ଯେତେବେଳେ ବିଚାର କରିବା ପାଇଁ ସେମାନେ ତୁମକୁ ସମାଜ ଗୃହ କିମ୍ବା କର୍ତ୍ତୃପକ୍ଷ ଅବା ଶାସନକର୍ତ୍ତାମାନଙ୍କ ସମ୍ମୁଖକୁ ଆଣନ୍ତି, ତୁମ୍ଭେମାନେ କିପରି ନିଜ ପକ୍ଷ ସମର୍ଥନ କରିବ ଅବା ତୁମେ କ’ଣ କହିବ, ସେ ବିଷୟରେ ଚିନ୍ତିତ ହୁଅ ନାହିଁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

11 ଆଉ, ଯେତେବେଳେ ସେମାନେ ତୁମ୍ଭମାନଙ୍କୁ ସମାଜଗୃହ, କର୍ତ୍ତୃପକ୍ଷ ଓ କ୍ଷମତାପ୍ରାପ୍ତ ବ୍ୟକ୍ତିମାନଙ୍କ ନିକଟକୁ ଘେନିଯିବେ, ସେତେବେଳେ ତୁମ୍ଭେମାନେ ଆପଣା ସପକ୍ଷରେ କିପରି ବା କି କଥା ଉତ୍ତର ଦେବ କିମ୍ଵା କଅଣ କହିବ, ସେ ବିଷୟରେ ଚିନ୍ତିତ ହୁଅ ନାହିଁ;

Gade chapit la Kopi

ଓଡିଆ ବାଇବେଲ

11 ଆଉ, ଯେତେବେଳେ ସେମାନେ ତୁମ୍ଭମାନଙ୍କୁ ସମାଜଗୃହ, ଶାସନକର୍ତ୍ତା ଓ କ୍ଷମତା ପ୍ରାପ୍ତ ବ୍ୟକ୍ତିମାନଙ୍କ ନିକଟକୁ ନେଇଯିବେ, ସେତେବେଳେ ତୁମ୍ଭେମାନେ ଆପଣା ସପକ୍ଷରେ କିପରି ବାକି କଥା ଉତ୍ତର ଦେବ କିମ୍ବା କ'ଣ କହିବ, ସେ ବିଷୟରେ ଚିନ୍ତା କର ନାହିଁ;

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

11 ଆଉ, ଯେତେବେଳେ ସେମାନେ ତୁମ୍ଭମାନଙ୍କୁ ସମାଜଗୃହ, ଶାସନକର୍ତ୍ତା ଓ କ୍ଷମତା ପ୍ରାପ୍ତ ବ୍ୟକ୍ତିମାନଙ୍କ ନିକଟକୁ ନେଇଯିବେ, ସେତେବେଳେ ତୁମ୍ଭେମାନେ ଆପଣା ସପକ୍ଷରେ କିପରି ବାକି କଥା ଉତ୍ତର ଦେବ କିମ୍ବା କଅଣ କହିବ, ସେ ବିଷୟରେ ଚିନ୍ତା କର ନାହିଁ;

Gade chapit la Kopi

ପବିତ୍ର ବାଇବଲ

11 “ଯେତେବେଳେ ଲୋକମାନେ ତୁମ୍ଭମାନଙ୍କୁ ଯିହୂଦୀ ପ୍ରାର୍ଥନାଗୃହ, ଶାସକ ଏବଂ ଅନ୍ୟାନ୍ୟ ଅଧିକାରୀମାନଙ୍କ ଆଗକୁ ଆଣିବେ, ସେତେବେଳେ ତୁମ୍ଭେମାନେ କିପରି ଉତ୍ତର ଦେବ, ଓ କ’ଣ କହିବ, ସେ ବିଷୟରେ ଆଦୌ ଚିନ୍ତା କର ନାହିଁ।

Gade chapit la Kopi




ଲୂକ ଲିଖିତ ସୁସମାଚାର 12:11
14 Referans Kwoze  

ତା’ପରେ ଯୀଶୁ ଶିଷ୍ୟମାନଙ୍କୁ କହିଲେ, “ତେଣୁ ମୁଁ ତୁମ୍ଭମାନଙ୍କୁ କହୁଛି, ବଞ୍ଚିବା ପାଇଁ ଆବଶ୍ୟକୀୟ ଖାଦ୍ୟ ଓ ପିନ୍ଧିବା ପାଇଁ ଆବଶ୍ୟକୀୟ ବସ୍ତ୍ର ବିଷୟରେ ଚିନ୍ତିତ ହୁଅ ନାହିଁ।


ତେଣୁ ମୁଁ କହୁଛି; ତୁମ୍ଭମାନଙ୍କ ନିକଟକୁ ଭାବବାଦୀ, ଶିକ୍ଷାଗୁରୁ ଓ ବିଜ୍ଞ ଲୋକମାନଙ୍କୁ ପଠାଇବି। ସେମାନଙ୍କ ମଧ୍ୟରୁ କେତେକଙ୍କୁ ତୁମେ ହତ୍ୟା କରିବ, କେତେକଙ୍କୁ କ୍ରୁଶରେ ଚାବୁକ ମାରି ଗୋଟିଏ ସହରରୁ ଆଉ ଗୋଟିଏ ସହରକୁ ତଡ଼ିଦେବ।


“ଅତଏବ ମୁଁ କହୁଛି, ଜୀବନ ଧାରଣ ନିମନ୍ତେ ଆବଶ୍ୟକୀୟ ଆହାର ଓ ପାନୀୟ ଓ ପିନ୍ଧିବା ଲାଗି ଆବଶ୍ୟକୀୟ ବସ୍ତ୍ର ପାଇଁ ବ୍ୟସ୍ତ ହୁଅ ନାହିଁ। ଖାଦ୍ୟପଦାର୍ଥଠାରୁ ଜୀବନ କ’ଣ ଅଧିକ ମୂଲ୍ୟବାନ ନୁହେଁ? ପୋଷାକପତ୍ରଠାରୁ ଶରୀର କ’ଣ ଅଧିକ ମୂଲ୍ୟବାନ ନୁହେଁ?


ବଞ୍ଚିବା ପାଇଁ ବ୍ୟସ୍ତ ହେବା ଦ୍ୱାରା ତୁମେ କ’ଣ ନିଜର ପରମାୟୁକୁ ମୁହୂର୍ତ୍ତେ ବଢ଼ାଇ ଦେଇ ପାରିବ?


“ପୋଷାକପତ୍ର ପାଇଁ କାହିଁକି ବ୍ୟସ୍ତ ହେଉଛ; ଦେଖ, ବନଫୁଲଗୁଡ଼ିକ କିପରି ବଢ଼ନ୍ତି। ସେମାନେ ପରିଶ୍ରମ କରନ୍ତି ନାହିଁ କିମ୍ବା ନିଜ ପାଇଁ ପୋଷାକ ତିଆରି କରନ୍ତି ନାହିଁ;


“ସୁତରାଂ କେଉଁଠାରୁ ଖାଦ୍ୟପେୟ, ପୋଷାକପତ୍ର ପାଇବ, ଏ ବିଷୟରେ ଚିନ୍ତିତ ହୁଅ ନାହିଁ।


ଅତଏବ ଆସନ୍ତା କାଲି ପାଇଁ ବ୍ୟସ୍ତ ହୁଅ ନାହିଁ। କାଲିର ଚିନ୍ତା କାଲି କରିବ। ଆସନ୍ତା କାଲି ବିଷୟରେ ଚିନ୍ତା କରି ଆଜିର ବ୍ୟସ୍ତତାକୁ ବଢ଼ାଇ ଦିଅ ନାହିଁ।


Swiv nou:

Piblisite


Piblisite