Biblia Todo Logo
Bib sou entènèt

- Piblisite -




ଲୂକ ଲିଖିତ ସୁସମାଚାର 11:8 - ପବିତ୍ର ବାଇବଲ (CL) NT (BSI)

8 ତା’ପରେ କ’ଣ ହେବ? ମୁଁ କହୁଛି ସେ ବନ୍ଧୁତା ଖାତିରିରେ ଉଠି ତୁମକୁ ରୋଟି ନ ଦେଲେ ସୁଦ୍ଧା, ତୁମେ ଲଜ୍ଜିତ ନ ହୋଇ ବାରମ୍ବାର ମାଗୁଥିବା ଦେଖି ସେ ଉଠିବ ଏବଂ ତୁମର ପ୍ରୟୋଜନୀୟ ସମସ୍ତ ବିଷୟ ଦେବ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

8 ମୁଁ ତୁମ୍ଭମାନଙ୍କୁ କହୁଅଛି, ସେ ଯଦ୍ୟପି ତାହାର ବନ୍ଧୁ ହେବାରୁ ଉଠି ନ ଦେବ, ତଥାପି ସେ ଥରକୁ ଥର ମାଗିବାରୁ ସେ ଉଠି, ତାହାର ଯେତେ ପ୍ରୟୋଜନ, ତାହାକୁ ସେତେ ଦେବ।

Gade chapit la Kopi

ଓଡିଆ ବାଇବେଲ

8 ମୁଁ ତୁମ୍ଭମାନଙ୍କୁ କହୁଅଛି, ସେ ଯଦ୍ୟପି ତାହାର ବନ୍ଧୁ ହେବାରୁ ଉଠି ନ ଦେବ, ତଥାପି ସେ ଥରକୁଥର ମାଗିବାରୁ ସେ ଉଠି, ତାହାର ଯେତେ ଆବଶ୍ୟକ, ତାହାକୁ ସେତେ ଦେବ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

8 ମୁଁ ତୁମ୍ଭମାନଙ୍କୁ କହୁଅଛି, ସେ ଯଦ୍ୟପି ତାହାର ବନ୍ଧୁ ହେବାରୁ ଉଠି ନ ଦେବ, ତଥାପି ସେ ଥରକୁଥର ମାଗିବାରୁ ସେ ଉଠି, ତାହାର ଯେତେ ଆବଶ୍ୟକ, ତାହାକୁ ସେତେ ଦେବ।

Gade chapit la Kopi

ପବିତ୍ର ବାଇବଲ

8 ମୁଁ ତୁମ୍ଭକୁ କହୁଛି। ସେ ଲୋକଟି ଶେଯ ଛାଡ଼ି ଉଠିବ, ଓ ତୁମ୍ଭକୁ ରୋଟୀ ଦେବା ପାଇଁ ହୁଏତ ତୁମ୍ଭର ବନ୍ଧୁତ୍ୱ ଯଥେଷ୍ଟ ହୋଇ ପାରି ନ ଥାଏ। କିନ୍ତୁ ତୁମ୍ଭେ ଯଦି ନିରନ୍ତର ମାଗି ଗ୍ଭଲିଥାଅ, ତେବେ ସେ ନିଶ୍ଚୟ ଉଠିବ, ଓ ତୁମ୍ଭର ଯାହା ଦରକାର, ତାହା ଦେବ।

Gade chapit la Kopi




ଲୂକ ଲିଖିତ ସୁସମାଚାର 11:8
10 Referans Kwoze  

ତୁମ ଦଳର ଆଉ ଜଣେ ସଭ୍ୟ ଓ ଖ୍ରୀଷ୍ଟ ଯୀଶୁଙ୍କର ସେବକ ଏପାଫ୍ରା ନମସ୍କାର ଜଣାଉଛନ୍ତି। ଈଶ୍ୱରଙ୍କ ଇଚ୍ଛାର ସମ୍ପୂର୍ଣ୍ଣ ବାଧ୍ୟ ହୋଇ ତୁମ୍ଭେମାନେ ଯେପରି ପରିପକ୍ୱ ଓ ଦୃଢ଼ ଖ୍ରୀଷ୍ଟବିଶ୍ୱାସୀ ସ୍ୱରୂପେ ଅବିଚଳିତଭାବେ ଛିଡ଼ା ହୋଇପାରେ, ସେଥିପାଇଁ ସେ ଅବିରତ ଈଶ୍ୱରଙ୍କ ନିକଟରେ ଆକୁଳ ପ୍ରାର୍ଥନା କରୁଛନ୍ତି।


ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଓ ପବିତ୍ରଆତ୍ମା ପ୍ରଦତ୍ତ ପ୍ରେମ ସକାଶେ ମୁଁ ତୁମ୍ଭମାନଙ୍କୁ ନିବେଦନ କରୁଛି, ମୋ’ ନିମନ୍ତେ ନିଷ୍ଠାର ସହ ପ୍ରାର୍ଥନା କର।


ତୁମ୍ଭମାନଙ୍କ ପାଇଁ, ଲାଉଦିକିଆବାସୀ ଓ ମୋତେ ଚିହ୍ନି ନ ଥିବା ସମସ୍ତ ଲୋକଙ୍କ ପାଇଁ ମୁଁ ଯେ କେତେ କଠିନ ପରିଶ୍ରମ କରୁଛି, ତାହା ତୁମ୍ଭେମାନେ ଜାଣ ବୋଲି ମୁଁ ଚାହେଁ।


ଏଥିରୁ ନିଷ୍କୃତି ପାଇବାକୁ ମୁଁ ପ୍ରଭୁଙ୍କ ନିକଟରେ ତିନି ଥର ପ୍ରର୍ଥନା ନିବେଦନ କରିଛି,


ମନେକର, ଘର ଭିତରୁ ତୁମର ବନ୍ଧୁ ଉତ୍ତର ଦେବେ, ‘ମୋତେ ହଇରାଣ କର ନାହିଁ। କବାଟ ବନ୍ଦ ହୋଇ ଯାଇଛି, ମୁଁ ଓ ମୋର ପିଲାମାନେ ବିଶ୍ରାମ କରୁଛୁ। ମୁଁ ଏବେ ଉଠି ତୁମକୁ କିଛି ଦେଇପାରିବି ନାହିଁ’।


Swiv nou:

Piblisite


Piblisite