Biblia Todo Logo
Bib sou entènèt

- Piblisite -




ଲୂକ ଲିଖିତ ସୁସମାଚାର 11:51 - ପବିତ୍ର ବାଇବଲ (CL) NT (BSI)

51 ହେବଲର ହତ୍ୟାଠାରୁ ଆରମ୍ଭ କରି ଯିଖରିୟଙ୍କ ପର୍ଯ୍ୟନ୍ତ ଯାହାଙ୍କୁ ବେଦୀ ଓ ପବିତ୍ର ସ୍ଥାନ ମଧ୍ୟରେ ହତ୍ୟା କରାଯାଇଥିଲା। ହଁ, ମୁଁ ତୁମ୍ଭମାନଙ୍କୁ କହୁଛି, ଏହି ଯୁଗର ଲୋକମାନେ ସେ ସମସ୍ତଙ୍କ ନିମନ୍ତେ ଦଣ୍ଡ ଭୋଗ କରିବେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

51 ସେସବୁର ପରିଶୋଧ ଏହି ବର୍ତ୍ତମାନ ପୁରୁଷଠାରୁ ନିଆଯିବ; ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଏହି ବର୍ତ୍ତମାନ ପୁରୁଷଠାରୁ ନିଆଯିବ।

Gade chapit la Kopi

ଓଡିଆ ବାଇବେଲ

51 ସେ ସବୁର ପରିଶୋଧ ଏହି ଯୁଗର ଲୋକମାନଙ୍କଠାରୁ ନିଆଯିବ; ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଏହି ଯୁଗର ଲୋକମାନଙ୍କଠାରୁ ନିଆଯିବ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

51 ସେସବୁର ପରିଶୋଧ ଏହି ଯୁଗର ଲୋକମାନଙ୍କଠାରୁ ନିଆଯିବ; ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଏହି ଯୁଗର ଲୋକମାନଙ୍କଠାରୁ ନିଆଯିବ।

Gade chapit la Kopi

ପବିତ୍ର ବାଇବଲ

51 ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି। ହେବଲଙ୍କ ରକ୍ତପାତଠାରୁ ଆରମ୍ଭ କରି ବେଦି ଓ ମନ୍ଦିରର ମଧ୍ୟସ୍ଥଳରେ ନିହତ ହୋଇଥିବା ଜିଖରିୟଙ୍କ ରକ୍ତପାତ ପର୍ଯ୍ୟନ୍ତ ସମସ୍ତ ଭବିଷ୍ୟ‌ଦ୍‌ବକ୍ତାଙ୍କ ରକ୍ତପାତ ପାଇଁ ଏହି ସମୟରେ ବଞ୍ଚିଥିବା ଲୋକମାନଙ୍କୁ ଏହି ଦଣ୍ଡ ଭୋଗିବାକୁ ପଡ଼ିବ।

Gade chapit la Kopi




ଲୂକ ଲିଖିତ ସୁସମାଚାର 11:51
9 Referans Kwoze  

ବିଶ୍ୱାସ ଦ୍ୱାରା ହେବଲ ଈଶ୍ୱରଙ୍କ ଉଦ୍ଦେଶ୍ୟରେ କୟିନଙ୍କ ଅପେପକ୍ଷା ଉତ୍କୃଷ୍ଟର ନୈବେଦ୍ୟ ଉତ୍ସର୍ଗ କରିଥିଲେ। ନିଜ ବିଶ୍ୱାସ ବଳରେ ସେ ଈଶ୍ୱରଙ୍କ ଦ୍ୱାରା ଧାର୍ମିକ ବୋଲି ଗଣ୍ୟ ହୋଇଥିଲେ, କାରଣ ଈଶ୍ୱର ନିଜେ ତାଙ୍କର ନୈବେଦ୍ୟ ଗ୍ରହଣ କରିଥିଲେ। ତାଙ୍କର ବିଶ୍ୱାସ ଯୋଗୁଁ, ହେବଲ ମୃତ ହେଲେ ସୁଦ୍ଧା ଏ ପର୍ଯ୍ୟନ୍ତ କଥା କହୁଛନ୍ତି।


ପରିଣାମରେ ହେବଲଠାରୁ ଆରମ୍ଭ କରି ମନ୍ଦିର ଓ ବେଦୀ ମଧ୍ୟସ୍ଥଳରେ ନିହତ ହୋଇଥିବା ଜିଖରିୟ (ବରଖିଆଙ୍କ ପୁତ୍ର) ପର୍ଯ୍ୟନ୍ତ ସମସ୍ତ ନିର୍ଦ୍ଦୋଷ ବ୍ୟକ୍ତିମାନଙ୍କ ହତ୍ୟା ପାଇଁ ତୁମ୍ଭେମାନେ ଦଣ୍ଡିତ ହେବ।


ଆମେ କୟିନ ପରି ବୋ ନାହିଁ। କୟିନ ଶୟତାନର ବଶୀଭୂତ ହୋଇ ନିଜ ଭାଇକୁ ହତ୍ୟା କଲା। ତା’ ଭାଇକୁ ସେ କହିଁକି ହତ୍ୟା କଲା? ତା’ର ଭାଇ ସବୁବେଳେ ସତ୍କର୍ମ କରୁଥିଲା।


ପୁଣି, ନୂତନ ଚୁକ୍ତିର ସ୍ଥାପୟିତା ଯୀଶୁଙ୍କ ନିକଟକୁ ଓ ଯାହାଙ୍କର ରକ୍ତ ହେବଲଙ୍କ ରକ୍ତ ଅପେକ୍ଷା ମହତ୍ତର ବିଷୟମାନ ପ୍ରଦାନ କରିବ ବୋଲି ଆଶା ସଞ୍ଚାର କରୁଛ, ସେହି ରକ୍ତ ନିକଟକୁ ଆସିଛ।


Swiv nou:

Piblisite


Piblisite