Biblia Todo Logo
Bib sou entènèt

- Piblisite -




ଲୂକ ଲିଖିତ ସୁସମାଚାର 11:22 - ପବିତ୍ର ବାଇବଲ (CL) NT (BSI)

22 କିନ୍ତୁ ଯେତେବେଳେ ତା’ଠାରୁ ଜଣେ ଅଧିକ ବଳବାନ ଲୋକ ତାକୁ ଆକ୍ରମଣ କରି ପରାଜିତ କରେ, ଯେଉଁ ଅସ୍ତ୍ରଶସ୍ତ୍ର ଉପରେ ସେ ନିର୍ଭର କରୁଥିଲା, ଆକ୍ରମଣକାରୀ ତାହା ସବୁ ନେଇଯାଏ ଓ ତା’ର ଧନ ସମ୍ପତ୍ତି ମଧ୍ୟ ଲୁଟି ନେଇ ସାଥୀମାନଙ୍କ ମଧ୍ୟରେ ବାଣ୍ଟି ନିଏ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

22 କିନ୍ତୁ ଯେତେବେଳେ ତାହାଠାରୁ ଅଧିକ ବଳବାନ ଲୋକ ତାହାକୁ ଆକ୍ରମଣ କରି ଜୟ କରେ, ସେତେବେଳେ ଯେଉଁ ଅସ୍ତ୍ରରେ ତାହାର ନିର୍ଭର ଥିଲା, ସେହିସବୁ ସେ ହରଣ କରିନିଏ, ପୁଣି ତାହାର ଲୁଟଦ୍ରବ୍ୟ ବାଣ୍ଟିନିଏ।

Gade chapit la Kopi

ଓଡିଆ ବାଇବେଲ

22 କିନ୍ତୁ ଯେତେବେଳେ ତାହାଠାରୁ ଅଧିକ ବଳବାନ ଲୋକ ତାହାକୁ ଆକ୍ରମଣ କରି ଜୟ କରେ, ସେତେବେଳେ ଯେଉଁ ଅସ୍ତ୍ର ଉପରେ ତାହାର ଭରସା ଥିଲା, ସେହି ସବୁ ସେ ଛଡ଼ାଇ ନିଏ, ପୁଣି, ତାହାର ଲୁଟ କରିଥିବା ଧନସମ୍ପତ୍ତି ବାଣ୍ଟିନିଏ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

22 କିନ୍ତୁ ଯେତେବେଳେ ତାହାଠାରୁ ଅଧିକ ବଳବାନ ଲୋକ ତାହାକୁ ଆକ୍ରମଣ କରି ଜୟ କରେ, ସେତେବେଳେ ଯେଉଁ ଅସ୍ତ୍ର ଉପରେ ତାହାର ଭରସା ଥିଲା, ସେହିସବୁ ସେ ଛଡ଼ାଇ ନିଏ, ପୁଣି, ତାହାର ଲୁଟ କରିଥିବା ଧନସମ୍ପତ୍ତି ବାଣ୍ଟିନିଏ।

Gade chapit la Kopi

ପବିତ୍ର ବାଇବଲ

22 କିନ୍ତୁ, ଯେତେବେଳେ ତା'ଠାରୁ ଜଣେ ଅଧିକ ଶକ୍ତିଶାଳୀ ଲୋକ ଆସେ ଓ ତା’ ଉପରେ ଆକ୍ରମଣ କରି ତାକୁ ହରେଇ ଦିଏ, ଯେଉଁ ଅସ୍ତ୍ରଶସ୍ତ୍ର ଗୁଡ଼ିକ ଉପରେ ପ୍ରଥମ ଲୋକଟିର ଭରସା ଥିଲା, ସେହି ସମସ୍ତ ଅସ୍ତ୍ରଶସ୍ତ୍ରଗୁଡ଼ିକୁ ଅଧିକତର ବଳବାନ ଲୋକଟି ଛଡ଼େଇ ନିଏ ଓ ତାହାର ଜିନିଷଗୁଡ଼ିକୁ ଯାହା ଇଚ୍ଛା ତାହା କରେ।

Gade chapit la Kopi




ଲୂକ ଲିଖିତ ସୁସମାଚାର 11:22
14 Referans Kwoze  

କିନ୍ତୁ ପିଲାମାନେ! ତୁମ୍ଭେମାନେ ଈଶ୍ୱରଙ୍କ। ସେହି ଭଣ୍ଡ ଭାବବାଦୀମାନଙ୍କୁ ତୁମେ ପରାଜିତ କରିଛ,କାରଣ ତୁମ ଅନ୍ତରରେ ବାସ କରୁଥିବା ଈଶ୍ୱରଙ୍କ ଆତ୍ମଶ, ସାଂସାରିକ ଲୋକମାନଙ୍କ ଆତ୍ମାଠାରୁ ଅଧିକ ଶକ୍ତିଶାଳୀ।


ପୁଣି ସେହି କ୍ରୁଶ ଉପରେ ଖ୍ରୀଷ୍ଟ ସମସ୍ତ ପ୍ରକାର ଶକ୍ତି ଓ ଆଧିପତ୍ୟରୁ ନିଜକୁ ମୁକ୍ତ କରିଛନ୍ତି ଓ ସେମାନଙ୍କୁ ବନ୍ଦୀ କରି ନିଜର ବିଜୟ ଶୋଭା ଯାତ୍ରାରେ ସର୍ବସାଧାରଣଙ୍କ ସମ୍ମୁଖରେ ସେମାନଙ୍କୁ ଉପହାସ୍ୟ କରିଛନ୍ତି।


“ଯେତେବେଳେ ଜଣେ ବଳିଷ୍ଠ ଲୋକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇ ନିଜ ଘର ଜଗେ, ତା’ର ସମସ୍ତ ସମ୍ପତ୍ତି ସୁରକ୍ଷିତ ଥାଏ।


“ଯେଉଁ ଲୋକ ମୋର ସପକ୍ଷ ନୁହେଁ, ସେ ପ୍ରକୃତରେ ମୋର ବିପକ୍ଷ; ଯେଉଁ ଲୋକ ସଂଗ୍ରହ କରିବାରେ ମୋତେ ସାହାଯ୍ୟ କରେ ନାହିଁ, ସେ ଛିନ୍ନଭିନ୍ନ କରେ।


ଈଶ୍ୱରଦତ୍ତ ସମସ୍ତ ରଣସଜ୍ଜାରେ ସଜ୍ଜିତ ହୁଅ, ଯେପରି ଶୟତାନର କୁଚକ୍ରାନ୍ତରର ସମ୍ମୁଖୀନ ହେବା ପାଇଁ ସମର୍ଥ ହେବ।


ଅତଏବ ବର୍ତ୍ତମାନ ଈଶ୍ୱରଦତ୍ତ ଯୁଦ୍ଧସଜ୍ଜା ପରିଧାନ କର; ତା’ହେଲେ ଦୁର୍ଦ୍ଦିନ ସମୟରେ ତୁମ୍ଭେମାନେ ଶତ୍ରୁ ଆକ୍ରମଣକୁ ପ୍ରତିରୋଧ କରିପାରିବ ଓ ଶେଷ ପର୍ଯ୍ୟନ୍ତ ଯୁଦ୍ଧ କରି ସୁଦ୍ଧା ଅଟଳ ରହିବ।


Swiv nou:

Piblisite


Piblisite