Biblia Todo Logo
Bib sou entènèt

- Piblisite -




ଲୂକ ଲିଖିତ ସୁସମାଚାର 11:19 - ପବିତ୍ର ବାଇବଲ (CL) NT (BSI)

19 ମୁଁ ଯଦି ଏହି ଉପାୟରେ ଭୂତ ଛଡ଼ାଏ, ତେବେ ତୁମର ଶିଷ୍ୟମାନେ କିପରି ଭୂତ ଛଡ଼ାନ୍ତି? ତୁମ୍ଭେମାନେ ଭ୍ରାନ୍ତ ବୋଲି ତୁମର ନିଜ ଶିଷ୍ୟମାନେ ପ୍ରମାଣ କରୁଛନ୍ତି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

19 କିନ୍ତୁ ମୁଁ ଯେବେ ବାଆଲ୍ଜିବୂଲ୍ର ସାହାଯ୍ୟରେ ଭୂତମାନଙ୍କୁ ଛଡ଼ାଏ, ତେବେ ତୁମ୍ଭମାନଙ୍କ ପୁତ୍ରମାନେ କାହା ସାହାଯ୍ୟରେ ସେମାନଙ୍କୁ ଛଡ଼ାନ୍ତି? ଏଣୁ ସେମାନେ ହିଁ ତୁମ୍ଭମାନଙ୍କର ବିଚାରକର୍ତ୍ତା ହେବେ।

Gade chapit la Kopi

ଓଡିଆ ବାଇବେଲ

19 କିନ୍ତୁ ମୁଁ ଯେବେ ବାଲ୍‌ଜିବୂଲ୍‍ର ସାହାଯ୍ୟରେ ଭୂତମାନଙ୍କୁ ଛଡ଼ାଏ, ତେବେ ତୁମ୍ଭମାନଙ୍କ ପୁତ୍ରମାନେ କାହା ସାହାଯ୍ୟରେ ସେମାନଙ୍କୁ ଛଡ଼ାନ୍ତି ? ଏଣୁ ସେମାନେ ହିଁ ତୁମ୍ଭମାନଙ୍କର ବିଚାରକର୍ତ୍ତା ହେବେ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

19 କିନ୍ତୁ ମୁଁ ଯେବେ ବାଲ୍‌ଜିବୂଲ୍‍ର ସାହାଯ୍ୟରେ ଭୂତମାନଙ୍କୁ ଛଡ଼ାଏ, ତେବେ ତୁମ୍ଭମାନଙ୍କ ପୁତ୍ରମାନେ କାହା ସାହାଯ୍ୟରେ ସେମାନଙ୍କୁ ଛଡ଼ାନ୍ତି? ଏଣୁ ସେମାନେ ହିଁ ତୁମ୍ଭମାନଙ୍କର ବିଚାରକର୍ତ୍ତା ହେବେ।

Gade chapit la Kopi

ପବିତ୍ର ବାଇବଲ

19 କିନ୍ତୁ ମୁଁ ଯଦି ବାଆ‌‌‌ଲ୍‌ଜିବୂଲ୍‌ ସାହାଯ୍ୟରେ ଭୂତମାନଙ୍କୁ ବାହାର କରି ଦେଉଛି, ତେବେ ତୁମ୍ଭମାନଙ୍କ ଲୋକମାନେ କାହା ସାହାଯ୍ୟରେ ଭୂତମାନଙ୍କୁ ବାହାର କରୁଛନ୍ତି? ତେବେ ତୁମ୍ଭମାନଙ୍କର ନିଜ ଲୋକେ ପ୍ରମାଣିତ କରି ଦେଉଛନ୍ତି ଯେ, ତୁମ୍ଭେମାନେ ଭୁଲ୍ କହୁଛ।

Gade chapit la Kopi




ଲୂକ ଲିଖିତ ସୁସମାଚାର 11:19
10 Referans Kwoze  

ଯୋହନ କହିଲେ, “ଗୁରୁ, ଆମେ ଜଣେ ଲୋକକୁ ଆପଣଙ୍କ ନାମରେ ଭୂତ ଛଡ଼ାଇବା ଦେଖିଲୁ, କିନ୍ତୁ ସେ ଆମ ଦଳର ହୋଇ ନ ଥିବାରୁ ଆମେ ତାକୁ ବାରଣ କଲୁ।”


ଆମେ ଜାଣୁ, ଯେଉଁମାନେ ବ୍ୟବସ୍ଥାର ଅଧୀନ, ତାହାର ସମସ୍ତ ବିଧିବିଧାନ ସେମାନେ ପାଳନ କରିବାକୁ ବାଧ୍ୟ। ଈଶ୍ୱର ଯେତେବେଳେ ସମଗ୍ର ବିଶ୍ୱର ବିଚାର କରିବେ, ବ୍ୟବସ୍ଥା ଲଙ୍ଘନକାରୀମାନେ କୌଣସି ଆଳ ଦେଖାଇ ନିଜକୁ ନିର୍ଦ୍ଦୋଷ ବୋଲି ଦର୍ଶାଇ ପାରିବେ ନାହିଁ।


ସେ ତାକୁ କହିଲେ, ‘ଆରେ ଦୁଷ୍ଟ ଦାସ! ମୁଁ ତୋ’ କଥାରେ ତୋତେ ଦୋଷୀ କରିବି! ତୁ ଜାଣୁ ଯେ ମୁଁ ଜଣେ ନିଷ୍ଠୁର ଲୋକ, ଯାହା ମୋର ନୁହେଁ, ମୁଁ ତାହା ନେଇଥାଏ ଓ ମୁଁ ଯାହା ବୁଣି ନ ଥାଏ, ତାହା କାଟି ଥାଏ।


ସମୁଦାୟ ସିରିଆରେ ତାଙ୍କ ଖ୍ୟାତି ବ୍ୟାପି ଗଲା ଏବଂ ଲୋକେ ଭୂତଗ୍ରସ୍ତ, ଅପସ୍ମାର, ପକ୍ଷାଘାତ ପ୍ରଭୃତି ସବୁ ପ୍ରକାର ବ୍ୟାଧିଗ୍ରସ୍ତ ଲୋକଙ୍କୁ ତାଙ୍କ ନିକଟକୁ ନେଇ ଆସିଲେ।


ସୁତରାଂ ଶିଷ୍ୟ ଗୁରୁ ପରି ଓ ଦାସ ମାଲିକ ପରି ହୋଇପାରିଲେ ସେମାନେ ସେତିକିରେ ସନ୍ତୁଷ୍ଠ ହେବା ଉଚିତ୍। ଗୋଟିଏ ପରିବାରର କର୍ତ୍ତାକୁ ଯଦି ଲୋକେ ବେଲଜିବୁଲ ବୋଲି ଡାକନ୍ତି ଯଦି ଲୋକେ ବେଲଜିବୁଲ ବୋଲି ଡାକନ୍ତି, ପରିବାରର ଅନ୍ୟମାନଙ୍କୁ ଆହୁରି କେତେ କୁସ୍ଥିତ ନାମ ନ ଦେବେ?


କେତେକ ଭ୍ରମଣକାରୀ ଇହୁଦୀ ଭୁତୁଡ଼ିଆ ମଧ୍ୟ ପ୍ରଭୁ ଯୀଶୁଙ୍କ ନାମ ଉଚ୍ଚାରଣ କରି ଭୂତ ଛଡ଼ାଇବାକୁ ଚେଷ୍ଟା କଲେ। ସେମାନେ ପ୍ରେତାତ୍ମାମାନଙ୍କୁ କହୁଥିଲେ, “ପାଉଲ ପ୍ରଚାର କରୁଥିବା ଯୀଶୁଙ୍କ ନାମରେ ମୁଁ ତୋତେ ଆଦେଶ ଦେଉଛି।”


Swiv nou:

Piblisite


Piblisite