Biblia Todo Logo
Bib sou entènèt

- Piblisite -




ଲୂକ ଲିଖିତ ସୁସମାଚାର 10:6 - ପବିତ୍ର ବାଇବଲ (CL) NT (BSI)

6 ଯଦି କୌଣସି ଶାନ୍ତିପ୍ରେମୀ ଲୋକ ସେ ଗୃହରେ ବାସ କରୁଥାଏ, ତୁମ ଶାନ୍ତିର ବାଣୀ ତା’ର କଲ୍ୟାଣ କରୁ। ଯଦି ସେପରି କେହି ନ ଥାଏ, ସେହି ଶୁଭେଚ୍ଛା ତା’ର କୌଣସି ମଙ୍ଗଳ ନ କରି ତୁମ ନିକଟକୁ ଫେରି ଆସିବ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

6 ଆଉ, ସେସ୍ଥାନରେ ଯଦି ଜଣେ ଶାନ୍ତିର ପାତ୍ର ଥାଏ, ତାହାହେଲେ ତୁମ୍ଭମାନଙ୍କର ଶାନ୍ତି ତାହାରି ଉପରେ ଅଧିଷ୍ଠାନ କରିବ; କିନ୍ତୁ ଯଦି ନ ଥାଏ, ତେବେ ତାହା ତୁମ୍ଭମାନଙ୍କ ନିକଟକୁ ବାହୁଡ଼ି ଆସିବ।

Gade chapit la Kopi

ଓଡିଆ ବାଇବେଲ

6 ଆଉ, ସେ ସ୍ଥାନରେ ଯଦି ଜଣେ ଶାନ୍ତିର ପାତ୍ର ଥାଏ, ତାହାହେଲେ ତୁମ୍ଭମାନଙ୍କର ଶାନ୍ତି ତାହାର ଉପରେ ଅଧିଷ୍ଠାନ କରିବ; କିନ୍ତୁ ଯଦି ନ ଥାଏ, ତେବେ ତାହା ତୁମ୍ଭମାନଙ୍କ ନିକଟକୁ ଫେରିଆସିବ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

6 ଆଉ, ସେ ସ୍ଥାନରେ ଯଦି ଜଣେ ଶାନ୍ତିର ପାତ୍ର ଥାଏ, ତାହାହେଲେ ତୁମ୍ଭମାନଙ୍କର ଶାନ୍ତି ତାହାର ଉପରେ ଅଧିଷ୍ଠାନ କରିବ; କିନ୍ତୁ ଯଦି ନ ଥାଏ, ତେବେ ତାହା ତୁମ୍ଭମାନଙ୍କ ନିକଟକୁ ଫେରିଆସିବ।

Gade chapit la Kopi

ପବିତ୍ର ବାଇବଲ

6 ଯଦି ସେଠାରେ କେହି ଶାନ୍ତି ପ୍ରିୟ ଲୋକ ଥିବ, ତେବେ ତୁମ୍ଭମାନଙ୍କର ଶାନ୍ତି ଆଶୀର୍ବାଦ ତାହାକୁ ମିଳିବ। ଯଦି ସେଠାରେ କେହି ଶାନ୍ତି ପ୍ରିୟ ଲୋକ ନ ଥିବ, ତେବେ ତୁମ୍ଭମାନଙ୍କ ଶାନ୍ତି ଆଶୀର୍ବାଦ ତୁମ୍ଭମାନଙ୍କ ପାଖକୁ ଫେରି ଆସିବ।

Gade chapit la Kopi




ଲୂକ ଲିଖିତ ସୁସମାଚାର 10:6
11 Referans Kwoze  

ଯେଉଁ ପ୍ରଭୁ ଆମ୍ଭମାନଙ୍କ ଶାନ୍ତିର ଉତ୍ସ, ସେ ତୁମ୍ଭମାନଙ୍କୁ ସର୍ବଦା ଓ ସର୍ବପ୍ରକାରେ ଶାନ୍ତି ପ୍ରଦାନ କରନ୍ତୁ।


ଶାନ୍ତି ସ୍ଥାପନକାରୀମାନଙ୍କ ଦ୍ୱାରା ବୁଣା ଯାଇଥିୀବା ବିହନରୁ ଧାର୍ମିକତାରୂନ ଫସଲ ଉତ୍ପାଦିତ ହୁଏ।


ନିରର୍ଥକ କଥା କହି କେହି ତୁମକୁ ପ୍ରତାରଣା ନ କରୁ। ଏ ସବୁ କୁକର୍ମ ଦ୍ୱାରା ଯେଉଁମାନେ ଈଶ୍ୱରଙ୍କ ଆଜ୍ଞା ଲଙ୍ଘନ କରନ୍ତି, ସେମାନଙ୍କ ପ୍ରତି ତାଙ୍କର କ୍ରୋଧ ପ୍ରଜ୍ଜ୍ୱଳିତ ହେବ।


ଈଶ୍ୱରଙ୍କ ଆଜ୍ଞାବହ ହୁଅ। ଅଜ୍ଞତାବଶତଃ ପୂର୍ବେ ଯେଉଁ କୁଅଭିଳାଷଗୁଡ଼ିକର ବଶବର୍ତ୍ତୀ ହୋଇଥିଲ, ସେସବୁ ଦ୍ୱାରା ତୁମ ଜୀବନ ଆଉ ନିୟତ୍ରିତ ନ ହେଉ।


ଯେତେବେଳେ ତୁମେ ଗୋଟିଏ ଗୃହକୁ ଯାଅ, ପ୍ରଥମେ କୁହ, ‘ଏହି ଗୃହର ଶାନ୍ତି ହେଉ’।


ସେମାନେ ଭୋଜନ ପାନ ନିମନ୍ତେ ଯାହା ଦିଅନ୍ତି, ତାହା ଗ୍ରହଣ କରି ସେହି ଗୃହରେ ବାସ କର, କାରଣ ଶ୍ରମିକ ମଜୁରୀ ପାଇବାର ଯୋଗ୍ୟ। ଗୋଟିଏ ଗୃହରୁ ଆଉ ଗୋଟିଏ ଗୃହକୁ ଘୂରିବୁଲ ନାହିଁ।


Swiv nou:

Piblisite


Piblisite