Biblia Todo Logo
Bib sou entènèt

- Piblisite -




ଲୂକ ଲିଖିତ ସୁସମାଚାର 10:40 - ପବିତ୍ର ବାଇବଲ (CL) NT (BSI)

40 ମାର୍ଥାଙ୍କୁ ଯେଉଁ ସବୁ କାମ କରିବାକୁ ପଡ଼ିଲା, ସେଥିରେ ସେ ବ୍ୟତିବ୍ୟସ୍ତ ହୋଇ ଆସି କହିଲେ, “ପ୍ରଭୁ, ମୋର ଭଉଣୀ ସବୁ କାମ କରିବାକୁ ମୋତେ ଛାଡ଼ି ଦେଇଛି, ଏଥିପାଇଁ କ’ଣ ଆପଣଙ୍କର ଚିନ୍ତା ନାହିଁ? ମୋତେ ଆସି ସାହାଯ୍ୟ କରିବାକୁ ତାକୁ କୁହନ୍ତୁ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

40 କିନ୍ତୁ ମାର୍ଥା ପରିଚର୍ଯ୍ୟା ବିଷୟରେ ବହୁତ ବ୍ୟସ୍ତ ହେଉଥିଲେ; ଏଣୁ ସେ ତାହାଙ୍କ ନିକଟକୁ ଆସି କହିଲେ, ହେ ପ୍ରଭୁ, ମୋର ଭଉଣୀ ଯେ ଏକାକୀ ମୋʼ ଉପରେ ପରିଚର୍ଯ୍ୟାର ଭାର ପକାଇ ଦେଇଅଛି, ସେ ଆଡ଼କୁ କଅଣ ଆପଣଙ୍କର ମନ ନାହିଁ? ତେବେ ମୋତେ ସାହାଯ୍ୟ କରିବା ନିମନ୍ତେ ତାହାକୁ କହନ୍ତୁ।

Gade chapit la Kopi

ଓଡିଆ ବାଇବେଲ

40 କିନ୍ତୁ ମାର୍ଥା ଖାଦ୍ୟ ପ୍ରସ୍ତୁତ କରିବାରେ ବହୁତ ବ୍ୟସ୍ତ ହେଉଥିଲେ; ଏଣୁ ସେ ତାହାଙ୍କ ନିକଟକୁ ଆସି କହିଲେ, ହେ ପ୍ରଭୁ, ମୋହର ଭଉଣୀ ଯେ ଏକାକୀ ମୋ’ ଉପରେ ପରିଚର୍ଯ୍ୟାର ଭାର ପକାଇ ଦେଇଅଛି ସେ ଆଡ଼କୁ କ'ଣ ଆପଣଙ୍କର ମନ ନାହିଁ ? ତେବେ ମୋତେ ସାହାଯ୍ୟ କରିବା ନିମନ୍ତେ ତାହାକୁ କୁହନ୍ତୁ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

40 କିନ୍ତୁ ମାର୍ଥା ଖାଦ୍ୟ ପ୍ରସ୍ତୁତ କରିବାରେ ବହୁତ ବ୍ୟସ୍ତ ହେଉଥିଲେ; ଏଣୁ ସେ ତାହାଙ୍କ ନିକଟକୁ ଆସି କହିଲେ, ହେ ପ୍ରଭୁ, ମୋହର ଭଉଣୀ ଯେ ଏକାକୀ ମୋʼ ଉପରେ ପରିଚର୍ଯ୍ୟାର ଭାର ପକାଇ ଦେଇଅଛି ସେ ଆଡ଼କୁ କଅଣ ଆପଣଙ୍କର ମନ ନାହିଁ? ତେବେ ମୋତେ ସାହାଯ୍ୟ କରିବା ନିମନ୍ତେ ତାହାକୁ କୁହନ୍ତୁ।

Gade chapit la Kopi

ପବିତ୍ର ବାଇବଲ

40 ମାର୍ଥାକୁ ବହୁତ ଗୁଡ଼ାଏ କାମ କରିବାକୁ ପଡ଼ୁଥିବାରୁ ସେ ରାଗିଗଲା। ସେ ଯୀଶୁଙ୍କ ପାଖକୁ ଆସି କହିଲା, “ପ୍ରଭୁ! ମୋ’ ଭଉଣୀ ଘରର ଯେ ସବୁ କାମ ମୋ’ ଉପରେ ଛାଡ଼ି ଦେଇଛି, ଏ ବିଷୟରେ କ’ଣ ଆପଣଙ୍କର ମନୋଯୋଗ ନାହିଁ? ଏଣୁ ତାହାକୁ କୁହନ୍ତୁ ଯେ ସେ ମୋତେ ସାହାଯ୍ୟ କରୁ।”

Gade chapit la Kopi




ଲୂକ ଲିଖିତ ସୁସମାଚାର 10:40
12 Referans Kwoze  

ଯେଉଁ ଖାଦ୍ୟ କ୍ଷୟ ହୁଏ, ତା’ ପାଇଁ ଏତେ ପରିଶ୍ରମ କର ନାହିଁ। ବରଂ ଯେଉଁ ଅକ୍ଷୟ ଖାଦ୍ୟ ଅନନ୍ତ ଜୀବନ ପ୍ରଦାନ କରେ, ସେଥିପାଇଁ ପରିଶ୍ରମ କର। ଏହି ଖାଦ୍ୟ ମନୁଷ୍ୟପୁତ୍ର ଦିଅନ୍ତି, କାରଣ ପିତା ଈଶ୍ୱର ସେଥିପାଇଁ ତାଙ୍କୁ ଅଧିକାର ଦେଇଛନ୍ତି।”


“ଅତଏବ ସବୁବେଳେ କ’ଣ ଖାଇବ ଓ କ’ଣ ପିଇବ, ଏ ବିଷୟରେ ବ୍ୟସ୍ତ ହୁଅ ନାହିଁ।


ପିତର ଯୀଶୁଙ୍କୁ ନିଭୃତକୁ ଡାକିନେଇ ଅନୁଯୋଗ କରି କହିଲେ, “ଈଶ୍ୱର ନ କରନ୍ତୁ, ପ୍ରଭୁ, ଆପଣଙ୍କ ପ୍ରତି ଏସବୁ କେବେ ନ ଘଟୁ।”


ସେହି ଦିନ ସନ୍ଧ୍ୟାବେଳେ ଶିଷ୍ୟମାନେ ଆସି କହିଲେ, “ବହୁତ ଡେରି ହୋଇଗଲାଣଇ, ପୁଣି ଏ ଜଗା ନିଛାଟଇଆ, ଲୋକମାନଙ୍କୁ ବିଦାୟ ଦିଅନ୍ତୁ। ସେମାନେ ର୍ଗାମାନଙ୍କୁ ଯାଇ ଖାଦ୍ୟ ଯୋଗାଡ଼ କରିବେ।”


ଯୀଶୁ ବୁଲିପଡ଼ି ସେମାନଙ୍କୁ ଭର୍ତ୍ସନା କରି କହିଲେ: “ତୁମ୍ଭେମାନେ କି ପ୍ରକାର ମନୋଭାବ ପ୍ରକାଶ କରୁଛ, ତାହା ଜାଣ ନାହିଁ - ମନୁଷ୍ୟପୁତ୍ର ମନୁଷ୍ୟର ଜୀବନ ବିନାଶ କରିବାକୁ ଆସି ନାହାନ୍ତି, ବରଂ ରକ୍ଷା କରିବାକୁ ଆସିଛନ୍ତି।”


ଯୀଶୁଙ୍କର ମତିଭ୍ରମ ହୋଇଛି ବୋଲି ଲୋକମାନେ କହୁଥିବା ଶୁଣି, ଯୀଶୁଙ୍କ ଆତ୍ମୀୟମାନେ ତାଙ୍କୁ ଧରିନେଇ ଯିବାକୁ ଆସିଲେ।


ଯୀଶୁ ତାଙ୍କର ଶିଷ୍ୟମାନଙ୍କ ସହିତ ବାଟରେ ଯିବାବେଳେ ଗୋଟିଏ ଗାଁକୁ ଗଲେ। ସେଠାରେ ମାର୍ଥା ନାମରେ ଜଣେ ମହିଳା ତାଙ୍କୁ ନିଜ ଗୃହକୁ ପାଛୋଟି ନେଲେ।


ପ୍ରଭୁ ତାକୁ କହିଲେ, “ମାର୍ଥା, ମାର୍ଥା, ତୁମେ ଅନେକ ବିଷୟରେ ଚିନ୍ତିତ ଓ ବ୍ୟସ୍ତ,


ବେଥନିଆ ନିବାସୀ ଲାଜାର ଅସୁସ୍ଥ ଥିଲେ। ତାଙ୍କର ଦୁଇ ଭଉଣୀ ମରିୟମ ଓ ମାର୍ଥା ସେହି ଗ୍ରାମରେ ରହୁଥିଲେ।


ଯୀଶୁ ମାର୍ଥା, ମରିୟମ ଓ ଲାଜାରଙ୍କୁ ସ୍ନେହ କରୁଥିଲେ।


ସେଠାରେ ଯୀଶୁଙ୍କ ପାଇଁ ଗୋଟିଏ ଭୋଜିର ଆୟୋଜନ କରାଯାଇଥିଲା। ଭୋଜିରେ ମାର୍ଥା ଆତିଥ୍ୟର ଭାର ନେଇଥିଲେ ଓ ଲାଜାର ଯୀଶୁଙ୍କ ସହିତ ଭୋଜିରେ ବସିଥିଲେ।


Swiv nou:

Piblisite


Piblisite