Biblia Todo Logo
Bib sou entènèt

- Piblisite -




ଲୂକ ଲିଖିତ ସୁସମାଚାର 10:34 - ପବିତ୍ର ବାଇବଲ (CL) NT (BSI)

34 ସେ ତା’ର କ୍ଷତ ଉପରେ ତୈଳ ଓ ଦ୍ରାକ୍ଷାରସ ଢ଼ାଳି ପଟି ବାନ୍ଧିଲେ। ତା’ପରେ ସେ ନିଜର ବାହକ ପଶୁ ଉପରେ ଲୋକଟିକୁ ବସାଇ ଗୋଟିଏ ପାନ୍ଥଶାଳାକୁ ନେଇଗଲେ ଓ ସେଠାରେ ତା’ର ଯତ୍ନ ନେଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

34 ଏବଂ ପାଖକୁ ଯାଇ ତାହାର କ୍ଷତସବୁରେ ତୈଳ ଓ ଦ୍ରାକ୍ଷାରସ ଢାଳି ସେହିସବୁ ବାନ୍ଧିଦେଲେ, ଆଉ ତାହାକୁ ଆପଣା ବାହନ ଉପରେ ବସାଇ ତାହାକୁ ଗୋଟିଏ ପାନ୍ଥଶାଳାକୁ ଘେନିଯାଇ ତାହାର ସେବାଶୁଶ୍ରୂଷା କଲେ।

Gade chapit la Kopi

ଓଡିଆ ବାଇବେଲ

34 ଏବଂ ପାଖକୁ ଯାଇ ତାହାର କ୍ଷତ ସବୁରେ ତେଲ ଓ ଦ୍ରାକ୍ଷାରସ ଢ଼ାଳି ସେହି ସବୁ ବାନ୍ଧିଦେଲେ, ଆଉ ତାହାକୁ ନିଜ ଗଧ ଉପରେ ବସାଇ ତାହାକୁ ଗୋଟିଏ ପାନ୍ଥଶାଳାକୁ ନେଇଯାଇ ତାହାର ସେବା କଲେ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

34 ଏବଂ ପାଖକୁ ଯାଇ ତାହାର କ୍ଷତ ସବୁରେ ତୈଳ ଓ ଦ୍ରାକ୍ଷାରସ ଢ଼ାଳି ସେହିସବୁ ବାନ୍ଧିଦେଲେ, ଆଉ ତାହାକୁ ନିଜ ଗଧ ଉପରେ ବସାଇ ତାହାକୁ ଗୋଟିଏ ପାନ୍ଥଶାଳାକୁ ନେଇଯାଇ ତାହାର ସେବା କଲେ।

Gade chapit la Kopi

ପବିତ୍ର ବାଇବଲ

34 ସେ ଆହତ ଲୋକଟି ପାଖକୁ ଗଲେ। ତା କ୍ଷତରେ ତେଲ ଓ ଅଙ୍ଗୁରରସ ଢାଳି ପଟି ବାନ୍ଧି ଦେଲେ। ତାହାଙ୍କ ପାଖରେ ଗଧଟିଏ ଥିଲା। ସେ ଆହତ ଲୋକଟିକୁ ତାହାଙ୍କ ଗଧ ଉପରେ ବସାଇ ଗୋଟିଏ ଚଟିଘରକୁ ନେଇଗଲେ। ଚଟିଘରେ ସେ ଆହତ ଲୋକଟିର ଯତ୍ନ ନେଲେ।

Gade chapit la Kopi




ଲୂକ ଲିଖିତ ସୁସମାଚାର 10:34
14 Referans Kwoze  

ବରଂ ଶାସ୍ତ୍ରର ନିର୍ଦ୍ଦେଶ ଅନୁସାରେ “ତୁମ ଶତ୍ରୁ କ୍ଷୁଧିତ ଥିଲେ, ତାକୁ ଖାଇବାକୁ ଦିଅ; ତୃଷିତ ଥିଲେ, ପାନ କରାଅ। ଏଥିଦ୍ୱାରା ସେ ଲଜ୍ଜାରେ ଦଗ୍ଧ ହୋଇଯିବ।”


କେହି କାହାର ଅନ୍ୟାୟ ବଦଳରେ ଅନ୍ୟାୟ ନ କରୁ, ବରଂ ଜଣେ ଅନ୍ୟ ଜଣର ଓ ସମସ୍ତଙ୍କର ମଙ୍ଗଳ ସାଧନ ତୁମର ଲକ୍ଷ୍ୟ ହେଉ।


ସେ ଏକ ପୁତ୍ର ସନ୍ତାନ ପ୍ରସବ କଲେ ଓ ତାଙ୍କୁ ଲୁଗାରେ ଗୁଡ଼ାଇ ଗୁହାଳ କୁଣ୍ଡରେ ଶୁଆଇଲେ। କାରଣ ପାନ୍ଥଶାଳାରେ ସେମାନଙ୍କ ରହିବା ନିମନ୍ତେ ସ୍ଥାନ ନ ଥିଲା।


ତା’ର ସାମର୍ଥ୍ୟ ଅନୁସାରେ ସେ ଏହା ମୋ ପାଇଁ କରିଛି - ମୁଁ ସମାଧିସ୍ଥ ହେବା ପୂର୍ବରୁ ସେ ମୋ’ ଉପରେ ସୁଗନ୍ଧି ତୈଳ ଢ଼ାଳିଛି।


କିନ୍ତୁ ସେହି ବାଟ ଦେଇ ଯାଉଥିବା ଜଣେ ଶମିରୋଣୀୟ ତା’ ପାଖକୁ ଆସିଲେ ଓ ତା’ର ଅବସ୍ଥା ଦେଖି ତାଙ୍କ ମନରେ ଦୟା ଜାତ ହେଲା।


ତା’ ପରଦିନ ସେ ଦୁଇଟି ରୌପ୍ୟ ମୁଦ୍ରା ପାନ୍ଥଶାଳାର ମାଲିକକୁ ଦେଇ କହିଲେ, “ତାଙ୍କର ଯତ୍ନ ନିଅ। ମୁଁ ଯେତେବେଳେ ଏହି ବାଟ ଦେଇ ଫେରିବି, ତୁମେ ତାଙ୍କ ପାଇଁ ଯାହା ଖର୍ଚ୍ଚ କରିଥିବ, ତୁମକୁ ଦେଇ ଦେବି’।”


Swiv nou:

Piblisite


Piblisite