Biblia Todo Logo
Bib sou entènèt

- Piblisite -




ଲୂକ ଲିଖିତ ସୁସମାଚାର 1:77 - ପବିତ୍ର ବାଇବଲ (CL) NT (BSI)

77 ପାପ କ୍ଷମା ପାଇବା ଦ୍ୱାରା ସେମାନେ ଯେ ପରିତ୍ରାଣ ଲାଭ କରିବେ, ତାଙ୍କ ଲୋକମାନଙ୍କୁ ଏହି କଥା କହିବା ପାଇଁ ଯିବ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

77 କାରଣ ଅନ୍ଧକାର ଓ ମୃତ୍ୟୁଛାୟାରେ ବସିଥିବା ଲୋକଙ୍କୁ ଆଲୋକ ଦେବା ନିମନ୍ତେ,

Gade chapit la Kopi

ଓଡିଆ ବାଇବେଲ

77 କାରଣ ଅନ୍ଧକାର ଓ ମୃତ୍ୟୁଛାୟାରେ ବସିଥିବା ଲୋକଙ୍କୁ ଆଲୋକ ଦେବା ନିମନ୍ତେ,

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

77 କାରଣ ଅନ୍ଧକାର ଓ ମୃତ୍ୟୁଛାୟାରେ ବସିଥିବା ଲୋକଙ୍କୁ ଆଲୋକ ଦେବା ନିମନ୍ତେ,

Gade chapit la Kopi

ପବିତ୍ର ବାଇବଲ

77 ପରମେଶ୍ୱରଙ୍କ ଲୋକଙ୍କୁ ତୁମ୍ଭେ ଜଣେଇଦେବ ଯେ ସେମାନଙ୍କର ପାପକୁ କ୍ଷମା କରି ଦିଆଯାଇ ସେମାନଙ୍କୁ ଉଦ୍ଧାର କରାଯିବ।

Gade chapit la Kopi




ଲୂକ ଲିଖିତ ସୁସମାଚାର 1:77
19 Referans Kwoze  

ସବୁ ଭାବବାଦୀମାନେ ତାଙ୍କ ବିଷୟରେ ପ୍ରଚାର କରି ଏହି କଥା କହିଥିଲେ, ଯେ କେହି ତାଙ୍କଠାରେ ବିଶ୍ୱାସ କରିବ, ତାଙ୍କ ନାମର ଶକ୍ତିରେ ତାହାର ପାପ କ୍ଷମା ହେବ।”


ଇଶ୍ରାୟେଲର ଲୋକମାନଙ୍କୁ ଅନୁତାପ କରି ପାପ କ୍ଷମା ପାଇବାର ସୁଯୋଗ ଦେବା ପାଇଁ ଈଶ୍ୱର ତାଙ୍କୁ ନେତା ଓ ପରିତ୍ରାଣକର୍ତ୍ତା ରୂପେ ଉଠାଇଛନ୍ତି ଓ ତାଙ୍କର ଦକ୍ଷିଣ ପାଶ୍ୱର୍ରେ ରଖିଛନ୍ତି।


ପିତର ସେମାନଙ୍କୁ ଉତ୍ତର ଦେଲେ, “ତୁମ୍ଭେମାନେ ପ୍ରତ୍ୟେକେ ପାପରୁ ବିମୁଖ ହୋଇ ତୁମ ପାପକ୍ଷମା ନିମନ୍ତେ ଯୀଶୁଖ୍ରୀଷ୍ଟଙ୍କ ନାମରେ ଜଳଦୀକ୍ଷା ଗ୍ରହଣ କର; ତାହାହେଲେ ତୁମ୍ଭେମାନେ ଈଶ୍ୱରଙ୍କ ଦାନ ପବିତ୍ରଆତ୍ମାଙ୍କୁ ପାଇବ।


ଅତଏବ ଅନୁତାପ କରି ଈଶ୍ୱରଙ୍କ ଆଡ଼କୁ ଫେରି ଆସ। ତେବେ ସେ ତୁମର ପାପ କ୍ଷମା କରିବେ ଓ


ଏହି ଘଟଣା ମୁଁ ଦେଖିଛି, ତେଣୁ ମୁଁ ତୁମ୍ଭମାନଙ୍କୁ କହୁଛି, ସେ ହେଉଛନ୍ତି ଈଶ୍ୱରଙ୍କ ପୁତ୍ର।”


ତା’ ପରଦିନ ଯୀଶୁଙ୍କୁ ତାଙ୍କ ନିକଟକୁ ଆସୁଥିବାର ଦେଖି ଯୋହନ କହିଲେ, “ଏହି ଦେଖ, ଈଶ୍ୱରଙ୍କ ମେଷଶାବକ ଯେ ଜଗତର ପାପ ବହି ନେଇ ଯାଆନ୍ତି।


ସମଗ୍ର ମାନବ ଜାତି ଈଶ୍ୱରଙ୍କ ପରିତ୍ରାଣର ଯୋଜନା ଦେଖିବେ’।”


ତେଣୁ ଯୋହନ ଯର୍ଦ୍ଦନ ନଦୀର ସମସ୍ତ ଅଞ୍ଚଳକୁ ଯାଇ ପ୍ରଚାର କରିବାକୁ ଲାଗିଲେ, “ପାପରୁ ମନ ଫେରାଅ ଓ ଜଳଦୀକ୍ଷା ଗ୍ରହଣ କର। ତାହାହେଲେ ଈଶ୍ୱର ତୁମ୍ଭମାନଙ୍କର ପାପ କ୍ଷମା କରିବେ।”


ଖ୍ରୀଷ୍ଟଙ୍କ ମୃତ୍ୟୁ ଦ୍ୱାରା ଆମେ ମୁକ୍ତି ପାଇଛୁ, ଅର୍ଥାତ୍ ଆମର ସମସ୍ତ ପାପ କ୍ଷମା ହୋଇଅଛି। ଈଶ୍ୱରଙ୍କ ଅନୁଗ୍ରହ କେଡ଼େ ମହାନ୍!


ଈଶ୍ୱର ଯୀଶୁଙ୍କୁ ଦାନ କଲେ, ଯେପରି ତାଙ୍କ ମୃତ୍ୟୁ, ତାଙ୍କଠାରେ ବିଶ୍ୱାସ କରୁଥିବା ଲୋକମାନଙ୍କର ପାପ କ୍ଷମାର ଉପାୟ ହେବ। ଈଶ୍ୱର ସହିଷ୍ଣୁ ହୋଇ ଲୋକମାନଙ୍କ ପୂର୍ବକୃତ ପାପ ଧରି ନାହାନ୍ତି।


ପାଉଲ କହିଲେ, “ଯେଉଁମାନେ ପାପରୁ ବିମୁଖ ହୋଇଥିଲେ, ଯୋହନଙ୍କ ଜଳଦୀକ୍ଷା ସେମାନଙ୍କ ପ୍ରତି ଉଦ୍ଦିଷ୍ଟ ଥିଲା। କିନ୍ତୁ ତାଙ୍କ ପରେ ଯେ ଆସିବାର ଥିଲା, ଅର୍ଥାତ୍, ଯୀଶୁଙ୍କଠାରେ ବିଶ୍ୱାସ କରିବା ପାଇଁ ଯୋହନ ଇଶ୍ରାଏଲର ଲୋକମାନଙ୍କୁ କହିଥିଲେ।”


Swiv nou:

Piblisite


Piblisite