Biblia Todo Logo
Bib sou entènèt

- Piblisite -




ଲୂକ ଲିଖିତ ସୁସମାଚାର 1:41 - ପବିତ୍ର ବାଇବଲ (CL) NT (BSI)

41 ଏଲିଶାବେଥ୍ ମରିୟମଙ୍କ ସମ୍ଭାଷଣ ଶୁଣିବା ମାତ୍ରେ ତାଙ୍କ ଗର୍ଭସ୍ଥ ଶିଶୁଟି ଅଧିର ହୋଇ ଉଠିଲା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

41 ଆଉ, ଏଲୀଶାବେଥ ମରୀୟମଙ୍କ ନମସ୍କାର ଶୁଣିବାମାତ୍ରେ ଶିଶୁଟି ତାଙ୍କ ଗର୍ଭରେ ନାଚି ଉଠିଲା, ପୁଣି ଏଲୀଶାବେଥ ପବିତ୍ର ଆତ୍ମାରେ ପୂର୍ଣ୍ଣ ହୋଇ

Gade chapit la Kopi

ଓଡିଆ ବାଇବେଲ

41 ଆଉ, ଏଲୀଶାବେଥ ମରିୟମଙ୍କ ନମସ୍କାର ଶୁଣିବାମାତ୍ରେ ଶିଶୁଟି ତାଙ୍କ ଗର୍ଭରେ ନାଚି ଉଠିଲା, ପୁଣି, ଏଲୀଶାବେଥ ପବିତ୍ର ଆତ୍ମାରେ ପୂର୍ଣ୍ଣ ହୋଇ

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

41 ଆଉ, ଏଲୀଶାବେଥ ମରୀୟମଙ୍କ ନମସ୍କାର ଶୁଣିବାମାତ୍ରେ ଶିଶୁଟି ତାହାଙ୍କ ଗର୍ଭରେ ନାଚି ଉଠିଲା, ପୁଣି, ଏଲୀଶାବେଥ ପବିତ୍ର ଆତ୍ମାରେ ପୂର୍ଣ୍ଣ ହୋଇ

Gade chapit la Kopi

ପବିତ୍ର ବାଇବଲ

41 ମରିୟମଙ୍କ ଅଭିବାଦନ ଶୁଣିବା ମାତ୍ରେ ଏଲୀଶାବେଥଙ୍କ ଗର୍ଭସ୍ଥ ସନ୍ତାନ ନାଚି ଉଠିଲା। ଏଲୀଶାବେଥ ପବିତ୍ରଆତ୍ମାରେ ପରିପୂର୍ଣ୍ଣ ହୋଇ ଉଠିଲେ।

Gade chapit la Kopi




ଲୂକ ଲିଖିତ ସୁସମାଚାର 1:41
15 Referans Kwoze  

ଯୋହନଙ୍କ ପିତା ଜିଖରିୟ ପବିତ୍ର ଆତ୍ମାରେ ପରିପୂର୍ଣ୍ଣ ହୋଇ ଈଶ୍ୱରଙ୍କ ବାର୍ତ୍ତା ଜଣାଇଲେ;


ତୁମର ସମ୍ଭାଷଣ ଶୁଣିବା ମାତ୍ରେ ମୋ’ ଗର୍ଭସ୍ଥ ଶିଶୁଟି ଆନନ୍ଦରେ ନାଚି ଉଠିଲା।


ପ୍ରଭୁଙ୍କ ଦୃଷ୍ଟିରେ ସେ ଜଣେ ମହାନ ବ୍ୟକ୍ତି ହେବେ। ସେ କୌଣସି ସୁରା ଅବା ଦ୍ରାକ୍ଷାରସ ପାନ କରିବେ ନାହିଁ। ତାଙ୍କର ଜନ୍ମ ସମୟରୁ ହିଁ ସେ ପବିତ୍ର ଆତ୍ମାରେ ପୂର୍ଣ୍ଣ ହେବେ


ପିତର ପବିତ୍ର ଆତ୍ମାରେ ପୂର୍ଣ୍ଣ ହୋଇ ସେମାନଙ୍କୁ ଉତ୍ତର ଦେଲେ, “ଯିହୁଦୀ ଜାତିର ଶାସକ ଓ ଧର୍ମନେତାବୃନ୍ଦ!


ସେମାନେ ସମସ୍ତେ ପବିତ୍ରଆତ୍ମାଙ୍କରେ ପୂର୍ଣ୍ଣ ହେଲେ ଓ ଆତ୍ମାଙ୍କ ଚାଳନାରେ ବିଭିନ୍ନ ଭାଷାରେ କଥା କହିବାକୁ ଲାଗିଲେ।


କିନ୍ତୁ ସ୍ତିଫାନ ପବିତ୍ରଆତ୍ମାରେ ପରିପୂର୍ଣ୍ଣ ହୋଇ ସ୍ୱର୍ଗଆଡ଼େ ଦୃଷ୍ଟିପାତ କଲେ ଏବଂ ଈଶ୍ୱରଙ୍କ ମହିମା ଓ ଯୀଶୁଙ୍କୁ ତାଙ୍କର ଦକ୍ଷିଣ ପାଶ୍ୱର୍ରେ ଠିଆ ହୋଇଥିବାର ଦେଖିଲେ।


ପ୍ରଭୁଙ୍କ ଦିବସରେ ପବିତ୍ର ଆତ୍ମା ମୋତେ ଆବିଷ୍ଟ କଲେ ଏବଂ ମୋର ପଶ୍ଚାତ୍ରେ ତୂରୀ ଧ୍ୱନି ପରି ଏକ ଉଚ୍ଚ ସ୍ୱର ଶୁଣିଲି।


ମଦ୍ୟପାନରେ ମତ୍ତ ହୁଅ ନାହିଁ, କାରଣ ତାହା କେବଳ ତୁମର ସର୍ବନାଶ କରିବ, ମାତ୍ର ପବିତ୍ର ଆତ୍ମାରେ ପୂର୍ଣ୍ଣ ହୁଅ।


ତେଣୁ ହେ ଭାଇମାନେ, ତୁମ୍ଭମାନଙ୍କ ମଧ୍ୟରୁ ପବିତ୍ରଆତ୍ମା ଓ ଜ୍ଞାନରେ ପରିପୂର୍ଣ୍ଣ ହୋଇଥିବା ସାତଜଣଙ୍କୁ ମନୋନୀତ କର। ଆମେ ସେମାନଙ୍କୁ ଏ ସମସ୍ତ ବିଷୟରେ ଦାୟିତ୍ୱ ଦେବା।


ଯୀଶୁ ପବିତ୍ର ଆତ୍ମାରେ ପୂର୍ଣ୍ଣ ହୋଇ ଯର୍ଦ୍ଦନରୁ ଫେରିଲେ ଓ ଆତ୍ମାଙ୍କ ଦ୍ୱାରା ପରିଚାଳିତ ହୋଇ ମରୁ ଅଞ୍ଚଳକୁ ଗଲେ।


ସେ ଜିଖରିୟଙ୍କ ଘରକୁ ଯାଇ ଏଲିଶାବେଥ୍ଙ୍କୁ ଅଭିବାଦନ ଜଣାଇଲେ।


ଏଲିଶାବେଥ୍ ପବିତ୍ର ଆତ୍ମାରେ ପୂର୍ଣ୍ଣ ହୋଇ ଉଚ୍ଚ ସ୍ୱରରେ କହିଲେ, “ସ୍ତ୍ରୀ ଲୋକମାନଙ୍କ ମଧ୍ୟରେ ତୁମେ ପରମ ଧନ୍ୟା ଓ ତୁମେ ଯେଉଁ ସନ୍ତାନ ପ୍ରସବ କରିବ, ସେ ମଧ୍ୟ ଧନ୍ୟ ହେବେ।


ହନନିୟ ଗଲେ, ଶାଉଲ ଥିବା ଗୃହରେ ପ୍ରବେଶ କରି ତାଙ୍କ ଉପରେ ହାତ ରଖିଲେ। ସେ କହିଲେ, “ଭାଇ ଶାଉଲ, ଏଠାକୁ ଆସିବା ପଥରେ ଯେଉଁ ପ୍ରଭୁ ଯୀଶୁ ତୁମକୁ ଦର୍ଶନ ଦେଲେ, ସେ ମୋତେ ପଠାଇଛନ୍ତି, ଯେପରି ଆଉ ଥରେ ତୁମେ ଦୃଷ୍ଟି ପାଇବ ଓ ପବିତ୍ରଆତ୍ମାରେ ପୂର୍ଣ୍ଣ ହେବ।”


Swiv nou:

Piblisite


Piblisite