Biblia Todo Logo
Bib sou entènèt

- Piblisite -




ଲୂକ ଲିଖିତ ସୁସମାଚାର 1:35 - ପବିତ୍ର ବାଇବଲ (CL) NT (BSI)

35 ସ୍ୱର୍ଗଦୂତ ଉତ୍ତର ଦେଲେ, “ପବିତ୍ର ଆତ୍ମା ତୁମ ଉପରେ ଅଧିଷ୍ଠାନ କରିବେ ଓ ଈଶ୍ୱରଙ୍କ ଶକ୍ତି ତୁମକୁ ଆବୃତ କରିବ। ଏହି ପବିତ୍ର ଶିଶୁ ଈଶ୍ୱରଙ୍କ ପୁତ୍ର ବୋଲି ଖ୍ୟାତ ହେବେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

35 ଦୂତ ତାଙ୍କୁ ଉତ୍ତର ଦେଲେ, ପବିତ୍ର ଆତ୍ମା ତୁମ୍ଭ ଉପରେ ଅବତରଣ କରିବେ ଓ ପରାତ୍ପରଙ୍କ ଶକ୍ତି ତୁମ୍ଭକୁ ଆବୋରିବ, ଏଣୁ ଯେ ଜାତ ହେବେ, ସେ ପବିତ୍ର ଓ ଈଶ୍ଵରଙ୍କ ପୁତ୍ର ବୋଲି ଖ୍ୟାତ ହେବେ।

Gade chapit la Kopi

ଓଡିଆ ବାଇବେଲ

35 ଦୂତ ତାଙ୍କୁ ଉତ୍ତର ଦେଲେ, ପବିତ୍ର ଆତ୍ମା ତୁମ୍ଭ ଉପରେ ଅବତରଣ କରିବେ ଓ ମହାନ ଈଶ୍ୱରଙ୍କ ଶକ୍ତି ତୁମ୍ଭକୁ ଆବୋରିବ, ଏଣୁ ଯେ ଜାତ ହେବେ, ସେ ପବିତ୍ର ଓ ଈଶ୍ୱରଙ୍କ ପୁତ୍ର ବୋଲି ଖ୍ୟାତ ହେବେ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

35 ଦୂତ ତାହାଙ୍କୁ ଉତ୍ତର ଦେଲେ, ପବିତ୍ର ଆତ୍ମା ତୁମ୍ଭ ଉପରେ ଅବତରଣ କରିବେ ଓ ମହାନ ଈଶ୍ବରଙ୍କ ଶକ୍ତି ତୁମ୍ଭକୁ ଆବୋରିବ, ଏଣୁ ଯେ ଜାତ ହେବେ, ସେ ପବିତ୍ର ଓ ଈଶ୍ବରଙ୍କ ପୁତ୍ର ବୋଲି ଖ୍ୟାତ ହେବେ।

Gade chapit la Kopi

ପବିତ୍ର ବାଇବଲ

35 ସ୍ୱର୍ଗଦୂତ ମରିୟମଙ୍କୁ କହିଲେ, “ପବିତ୍ରଆତ୍ମା ତୁମ୍ଭ ପାଖକୁ ଆସିବେ, ସର୍ବୋପରିସ୍ଥ ପରମେଶ୍ୱରଙ୍କ ଶକ୍ତି ତୁମ୍ଭକୁ ଆବରଣ କରିବ। ଏହିଭଳି ଭାବରେ ଜନ୍ମଗ୍ରହଣ କରୁଥିବା ବାଳକ ପବିତ୍ର ହେବେ। ସେ ପରମେଶ୍ୱରଙ୍କ ପୁତ୍ରଭାବରେ ଖ୍ୟାତ ହେବେ।

Gade chapit la Kopi




ଲୂକ ଲିଖିତ ସୁସମାଚାର 1:35
26 Referans Kwoze  

ଏହା ହେଉଛି ଯୀଶୁଖ୍ରୀଷ୍ଟଙ୍କ ଜନ୍ମ ବୃତ୍ତାନ୍ତ। ତାଙ୍କ ମାତା ମରିୟମଙ୍କର ଯୋସେଫଙ୍କ ସହିତ ନିର୍ବନ୍ଧ ହୋଇଥିଲା। କିନ୍ତୁ ସେମାନଙ୍କର ବିବାହ ସମ୍ପନ୍ନ ହେବା ପୂର୍ବରୁ ମରିୟମ ଜାଣିଲେ ଯେ ପବିତ୍ର ଆତ୍ମାଙ୍କ ଦ୍ୱାରା ତାଙ୍କର ଗର୍ଭ ସଞ୍ଚାର ହୋଇଛି।


ନିଥ୍ନିୟେଲ କହିଲେ, “ଗୁରୁ ଆପଣ ନିଶ୍ଚୟ ଈଶ୍ୱରଙ୍କ ପୁତ୍ର, ଆପଣ ଇଶ୍ରାୟେଲର ରାଜା।”


ଏହି ଘଟଣା ମୁଁ ଦେଖିଛି, ତେଣୁ ମୁଁ ତୁମ୍ଭମାନଙ୍କୁ କହୁଛି, ସେ ହେଉଛନ୍ତି ଈଶ୍ୱରଙ୍କ ପୁତ୍ର।”


କିନ୍ତୁ ତାଙ୍କ ଐଶ୍ୱରିକ ପବିତ୍ରତା ହେତୁ ସେ ଈଶ୍ୱରଙ୍କ ପୁତ୍ର ବୋଲି ପ୍ରକାଶିତ ହେଲେ। ମୃତ୍ୟୁରୁ ତାଙ୍କର ଅଲୌକିକ ପୁନରୁତ୍ଥାନ ଦ୍ୱାରା ଏହା ଆହୁରି ସ୍ପଷ୍ଟ ହେଲା।


ସେ ଏହା ଭାବିବାବେଳେ ଜଣେ ସ୍ୱର୍ଗଦୂତ ତାଙ୍କୁ ସ୍ୱପ୍ନରେ ଦର୍ଶନ ଦେଇ କହିଲେ, “ହେ ଦାଉଦବଂଶଜ ଯୋସେଫ! ମରିୟମଙ୍କୁ ପତ୍ନୀ ସ୍ୱରୂପେ ଗ୍ରହଣ କରିବାକୁ ଭୟ କର ନାହିଁ, କାରଣ ପବିତ୍ରାତ୍ମାଙ୍କ ଦ୍ୱାରା ତାଙ୍କର ଗର୍ଭ ସଞ୍ଚାର ହୋଇଛି।


“ହେ ନାଜରିତୀୟ ଯୀଶୁ, ଆମ ସହିତ ତୁମର କି ସମ୍ପର୍କ? ତୁମେ କ’ଣ ଆମକୁ ଧ୍ୱଂସ କରିବାକୁ ଏଠାକୁ ଆସିଛ? ମୁଁ ଜାଣେ, ତୁମେ କିଏ: ତୁମେ ଈଶ୍ୱରଙ୍କଠାରୁ ଆଗତ ସେହି ପବିତ୍ର ବ୍ୟକ୍ତି।”


ଯୀଶୁଙ୍କୁ ଜଗି ରହିଥିବା ସେନାପତି ଓ ସୈନ୍ୟମାନେ ଭୂମିକମ୍ପ ଓ ଅନ୍ୟାନ୍ୟ ଘଟଣା ଦେଖି ଭୟଭୀତ ହେଲେ। ସେମାନେ କହିଲେ, “ଏ ନିଶ୍ଚୟ ଈଶ୍ୱରଙ୍କ ପୁତ୍ର।”


ଯେ ଆମର ଦୋଷ ଦୁର୍ବଳତା ଅନୁଭବ କରି ପାରନ୍ତି ନାହିଁ, ସେପରି ମହାଯାଜକ ସେ ନୁଦ୍ନ୍ି। ବରଂ ଆମ ମହାଯାଜକ, ଆମ ପରି ନାନା ପ୍ରକାରେ ପ୍ରଲୋଭିତ ହୋଇଥିଲେ, କିନ୍ତୁ ସେ ନିଷ୍ପାପ ରହିଲେ;


ସେ ମରିୟମ ନାମ୍ନୀ ଏକ କୁମାରୀଙ୍କ ନିକଟକୁ ବାର୍ତ୍ତା ନେଇ ଆସିଥିଲେ। ଦାଉଦ ରାଜା ବଂଶଜ ଯୋସେଫଙ୍କ ସହିତ ମରିୟମଙ୍କ ବିବାହ ନିର୍ବନ୍ଧ ହୋଇଥିଲା।


ତେଣୁ ବର୍ତ୍ତମାନ ପ୍ରକୃତରେ ମୁଁ ଆଉ ଜୀବିତ ନୁହେଁ, ମୋ’ଠାରେ ଖ୍ରୀଷ୍ଟ ହିଁ ଜୀବନ୍ତ। ମୁଁ ବର୍ତ୍ତମାନ ଯେଉଁ ଜୀବନ ଯାପନ କରୁଛି, ତାହା କେବଳ ଈଶ୍ୱରଙ୍କ ପୁତ୍ରଙ୍କ ଉପରେ ମୋ’ ବିଶ୍ୱାସ ଦ୍ୱାରା ସମ୍ଭବ ହୋଇଛି - ଯିଏ ମୋତେ ପ୍ରେମ କରି ମୋ’ ପାଇଁ ତାଙ୍କ ପ୍ରାଣଦାନ କରିଛନ୍ତି।


ସେମାନେ ରାସ୍ତାରେ ଯାଉ ଯାଉ ଗୋଟିଏ ଜଳାଶୟ ନିକଟରେ ପହଞ୍ଚିଲେ। କର୍ମଚାରୀ କହିଲେ,


ଏତିକି ବେଳେ ଲେଖାଗଲା, ତୁମେ ଯେପରି ବିଶ୍ୱାସ କରିବ ଯେ, ଯୀଶୁ ହିଁ ଈଶ୍ୱରଙ୍କ ପୁତ୍ର ମସୀହ ଏବଂ ତାଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ତୁମେ ଜୀବନ ପାଇବ।


ଈଶ୍ୱରଙ୍କ ପୁତ୍ର ଯୀଶୁଖ୍ରୀଷ୍ଟଙ୍କ ସୁସମାଚାର ଏହିପରି ଆରମ୍ଭ ହେଲା:


ପ୍ରକୃତରେ ଆମେ ସମସ୍ତେ ସେମାନଙ୍କ ପରି ଥିଲୁ ଏବଂ ଶରୀର ଓ ମନର ଅଭିଳାଷକୁ ଚରିତାର୍ଥ କରି ଜୀବନ ଯାପନ କରୁଥିଲୁ। ସ୍ୱଭାବତଃ, ଅନ୍ୟମାନଙ୍କ ପରି ଆମେ ମଧ୍ୟ ଈଶ୍ୱରଙ୍କ କ୍ରୋଧର ପରିଣାମ ଭୋଗ କରିବାକୁ ଯାଉଥିଲୁ।


ଶିଷ୍ୟମାନେ ଯୀଶୁଙ୍କୁ ଆରାଧନା କରି କହିଲେ, “ଆପଣ ନିଶ୍ଚୟ ଈଶ୍ୱରଙ୍କ ପୁତ୍ର।”


ସେତେବେଳେ ଶୟତାନ ତାଙ୍କ ନିକଟକୁ ଆସି କହିଲା, “ତୁମେ ଯଦି ଈଶ୍ୱରଙ୍କ ପୁତ୍ର, ଏହି ପଥରଗୁଡ଼ିକୁ ରୋଟିରେ ପରିଣତ ହେବା ପାଇଁ ଆଦେଶ ଦିଅ।”


ମରିୟମ ସ୍ୱର୍ଗଦୂତଙ୍କୁ କହିଲେ, “ମୁଁ ତ ଜଣେ କୁମାରୀ। ଏହା କିପରି ସମ୍ଭବ ହେବ?”


“ତୁମର ଆତ୍ମୀୟ ଏଲିଶାବେଥ୍ କଥା ସ୍ମରଣ କର। ତାଙ୍କୁ ବନ୍ଧ୍ୟା ବୋଲି କୁହାଯାଉଥିଲା; କିନ୍ତୁ ଅତି ବୃଦ୍ଧା ହେଲେ ସୁଦ୍ଧା ସେ ବର୍ତ୍ତମାନ ଛଅ ମାସ ହେବ ଗର୍ଭବତୀ।


Swiv nou:

Piblisite


Piblisite