Biblia Todo Logo
Bib sou entènèt

- Piblisite -




ଲୂକ ଲିଖିତ ସୁସମାଚାର 1:20 - ପବିତ୍ର ବାଇବଲ (CL) NT (BSI)

20 କିନ୍ତୁ ମୋର ଏହି ସମ୍ବାଦ ଯଥା ସମୟରେ ସତ୍ୟ ପ୍ରମାଣିତ ହେବ। ତୁମେ ଏହା ବିଶ୍ୱାସ କଲ ନାହିଁ। ତୁମର ଏହି ଅବିଶ୍ୱାସ ହେତୁ ତୁମେ କଥା କହି ପାରିବ ନାହିଁ। ଏହି ପ୍ରତିଜ୍ଞା ସଫଳ ନ ହେବା ଯାଏ ତୁମେ ମୂକ ହୋଇ ରହିବ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

20 ଦେଖ, ଏହିସମସ୍ତ ନ ଘଟିବା ଦିନ ପର୍ଯ୍ୟନ୍ତ ତୁମ୍ଭେ ନୀରବ ରହି କଥା କହି ପାରିବ ନାହିଁ, କାରଣ ମୋହର ଯେଉଁସବୁ ବାକ୍ୟ ଯଥା ସମୟରେ ସଫଳ ହେବ, ସେହିସବୁ ତୁମ୍ଭେ ବିଶ୍ଵାସ କଲ ନାହିଁ।

Gade chapit la Kopi

ଓଡିଆ ବାଇବେଲ

20 ଦେଖ, ଏହି ସମସ୍ତ ନ ଘଟିବା ଦିନ ପର୍ଯ୍ୟନ୍ତ ତୁମ୍ଭେ ନୀରବ ରହି କଥା କହି ପାରିବ ନାହିଁ, କାରଣ ମୋହର ଯେଉଁ ସବୁ ବାକ୍ୟ ଯଥା ସମୟରେ ସଫଳ ହେବ, ସେହି ସବୁ ତୁମ୍ଭେ ବିଶ୍ୱାସ କଲ ନାହିଁ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

20 ଦେଖ, ଏହି ସମସ୍ତ ନ ଘଟିବା ଦିନ ପର୍ଯ୍ୟନ୍ତ ତୁମ୍ଭେ ନୀରବ ରହି କଥା କହି ପାରିବ ନାହିଁ, କାରଣ ମୋହର ଯେଉଁ ସବୁ ବାକ୍ୟ ଯଥା ସମୟରେ ସଫଳ ହେବ, ସେହିସବୁ ତୁମ୍ଭେ ବିଶ୍ୱାସ କଲ ନାହିଁ।

Gade chapit la Kopi

ପବିତ୍ର ବାଇବଲ

20 ଏବେ ଶୁଣ! ତୁମ୍ଭେ ମୋ’ କଥାରେ ବିଶ୍ୱାସ କଲ ନାହିଁ। କିନ୍ତୁ ନିଶ୍ଚିତ ସମୟ ଆସିଲେ ଏହା ସତ୍ୟ ବୋଲି ପ୍ରମାଣିତ ହେବ। ଏବେ ତୁମ୍ଭେ ମୂକ ହୋଇଯିବ। ଯେପର୍ଯ୍ୟନ୍ତ ଏସବୁ ନ ଘଟିଛି, ସେ ପର୍ଯ୍ୟନ୍ତ ତୁମ୍ଭେ କହିବା ଶକ୍ତି ହରେଇ ବସିବ।”

Gade chapit la Kopi




ଲୂକ ଲିଖିତ ସୁସମାଚାର 1:20
22 Referans Kwoze  

ମୁଁ ଯେଉଁମାନଙ୍କୁ ପ୍ରେମ କରେ, ସେମାନଙ୍କୁ ତିରସ୍କାର କରେ ଓ ଶାସ୍ତି ଦିଏ। ତେଣୁ ଆନ୍ତରିକତା ସହିତ ପାପ ପଥରୁ ଫେରି ଆସ।


ତାଙ୍କର ପ୍ରତିଜ୍ଞା ଓ ଶପଥ ଅପରିବର୍ତ୍ତନୀୟ, ତାହା ଭଙ୍ଗ କରି ଈଶ୍ୱର ମିଥ୍ୟାବାଦୀ ହେବେ ନାହିଁ। ଅତଏବ ତାଙ୍କର ଆଶ୍ରିତ ଆମ୍ଭେମାନେ, ସମ୍ମୁଖରେ ଥିବା ଭରସାକୁ ଦୃଢ଼ ରୂପେ ଧରି ରଖିବା ନିମନ୍ତେ ବିଶେଷ ଉତ୍ସାହ ଲାଭ କରୁଛୁ।


ଯେତେବେଳେ ସେ ବାହାରକୁ ଆସି ସେମାନଙ୍କ ସହିତ କଥା କହି ପାରିଲେ ନାହିଁ, ସେମାନେ ଜାଣିଲେ ଯେ ମନ୍ଦିରରେ ସେ କୌଣସି ଦର୍ଶନ ପାଇଛନ୍ତି। ଗୋଟିଏ ହେଲେ ଶବ୍ଦ ଉଚ୍ଚାରଣ କରିବାକୁ ସମର୍ଥ ନ ହୋଇ ସେ ହାତ ଠାରି ସେମାନଙ୍କୁ ଇଙ୍ଗିତ ଦେଲେ।


ଆବହମାନ କାଳରୁ ଈଶ୍ୱର ଆମକୁ ଏହି ଜୀବନ ଦାନ କରିବାକୁ ପ୍ରତିଜ୍ଞା କରିଛନ୍ତି - ଈଶ୍ୱର ମିଥ୍ୟାବାଦୀ ନୁହନ୍ତି।


କିନ୍ତୁ ତାଙ୍କ ପ୍ରତି ଆମ୍ଭେମାନେ ଅବିଶ୍ୱସ୍ତ ହେଲେ ମଧ୍ୟ, ସେ ସଦା ବିଶ୍ୱସ୍ତ ରହିବେ, କାରଣ ସେ ନିଜ ବିରୁଦ୍ଧରେ ମିଥ୍ୟାଚରଣ କରି ପାରିବେ ନାହିଁ।


“ତୁମେ ଧନ୍ୟା! ଈଶ୍ୱରଙ୍କ ବାର୍ତ୍ତା ସଫଳ ହେବ ବୋଲି ତୁମେ ବିଶ୍ୱାସ କରିପାରୁଛ।”


ଶେଷରେ ତାଙ୍କର ଏଗାର ଜଣ ଶିଷ୍ୟ ଖାଇ ବସିଥିବାବେଳେ ଯୀଶୁ ସେମାନଙ୍କୁ ଦର୍ଶନ ଦେଲେ। ସେମାନଙ୍କର ଅବିଶ୍ୱାସ ପାଇଁ ଓ ତାଙ୍କୁ ଜୀବିତ ଦେଖିଥିବା ଲୋକମାନଙ୍କ କଥାରେ ପ୍ରତ୍ୟୟ କରି ନ ଥିବାରୁ ଯୀଶୁ ସେମାନଙ୍କୁ ଅନୁଯୋଗ କଲେ।


ଯୀଶୁ ସେମାନଙ୍କୁ କହିଲେ, “ତୁମେ କେଡ଼େ ଅଳ୍ପ ବିଶ୍ୱାସୀ। ତୁମ ସହିତ ମୁଁ ଆଉ କେତେ ଦିନ ରହିବି? କେତେ ଦିନ ଆଉ ମୁଁ ତୁମକୁ ସହ୍ୟ କରିବି? ପୁଅଟିକୁ ମୋ’ ପାଖକୁ ନେଇ ଆସ।” ସେମାନେ ଯୀଶୁଙ୍କ ନିକଟକୁ ତାକୁ ଆଣିଲେ।


ଅବଶ୍ୟ କେତେ ଜଣ ଅବିଶ୍ୱସ୍ତ ହୋଇପାରନ୍ତି। କିନ୍ତୁ ତା’ ବୋଲି କଅଣ ଈଶ୍ୱରଙ୍କ ବିଶ୍ୱସ୍ତତା ନିରର୍ଥକ ହେବ?


ସ୍ୱର୍ଗଦୂତ ଉତ୍ତର ଦେଲେ, “ମୁଁ ଗାବ୍ରିଏଲ୍। ଯେଉଁ ଈଶ୍ୱର ତୁମକୁ ଏହି ଶୁଭବାର୍ତ୍ତା ଜଣାଇବା ପାଇଁ ମୋତେ ପଠାଇଛନ୍ତି, ମୁଁ ତାଙ୍କ ଛାମୁରେ ଠିଆ ହୋଇଥାଏ।


ଏହି ସମୟରେ ଲୋକମାନେ ବାହାରେ ଜିଖରିୟଙ୍କୁ ଅପେକ୍ଷା କରି ରହିଥିଲେ। ସେ କାହିଁକି ଏତେ ସମୟ ମନ୍ଦିରରେ ରହିଯାଇଛନ୍ତି, ସେମାନେ ବୁଝି ନ ପାରି ଆଶ୍ଚର୍ଯ୍ୟ ହେଲେ।


ସେହି ମୁହୂର୍ତ୍ତରେ ଜିଖରିୟ ବାକ୍ଶକ୍ତି ଫେରିପାଇ ଈଶ୍ୱରଙ୍କୁ ଧନ୍ୟବାଦ ଦେଲେ।


Swiv nou:

Piblisite


Piblisite