Biblia Todo Logo
Bib sou entènèt

- Piblisite -




ଯୋହନ 9:7 - ପବିତ୍ର ବାଇବଲ (CL) NT (BSI)

7 “ଶିଲୋହ ପୁଷ୍କରିଣୀରେ ମୁହଁ ଧୋଇ ଆସ।” (‘ଶିଲୋହ’ ଶବ୍ଦର ଅର୍ଥ ‘ପ୍ରେରିତ’।) ଲୋକଟି ଯାଇ ମୁହଁ ଧୋଇ ଫେରିବାବେଳେ ଦୃଷ୍ଟି ଶକ୍ତି ପାଇଲା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

7 ଶିଲୋହ (ଅନୁବାଦ କଲେ, ଏହାର ଅର୍ଥ ପ୍ରେରିତ) ପୋଖରୀରେ ଧୋଇ ହୁଅ। ସେଥିରେ ସେ ବାହାରିଯାଇ ଧୋଇ ହେଲା ଓ ଦୃଷ୍ଟି ପାଇ ଚାଲିଗଲା।

Gade chapit la Kopi

ଓଡିଆ ବାଇବେଲ

7 ଶିଲୋହ (ଅନୁବାଦ କଲେ, ଏହାର ଅର୍ଥ ପ୍ରେରିତ) ପୋଖରୀରେ ଧୋଇ ହୁଅ । ସେଥିରେ ସେ ବାହାରିଯାଇ ଧୋଇ ହେଲା ଓ ଦୃଷ୍ଟି ପାଇ ଚାଲିଗଲା ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

7 ଯାଅ, ଶୀଲୋହ (ଅନୁବାଦ କଲେ, ଏହାର ଅର୍ଥ ପ୍ରେରିତ) “ପୋଖରୀରେ ଧୋଇ ହୁଅ।” ସେଥିରେ ସେ ବାହାରିଯାଇ ଧୋଇ ହେଲା ଓ ଦୃଷ୍ଟି ପାଇ ଚାଲିଗଲା।

Gade chapit la Kopi

ପବିତ୍ର ବାଇବଲ

7 ଯୀଶୁ ତାହାଙ୍କୁ କହିଲେ, “ଯାଅ, ଶିଲୋହ ପୋଖରୀରେ ଧୋଇ ଦିଅ।” (ଶିଲୋହ ପଦର ଅର୍ଥ ‘ପ୍ରେରିତ’) ତା'ପରେ ସେ ଅନ୍ଧ ଲୋକଟି ପୋଖରୀରେ ଧୋଇ ହୋଇ ଆସିଲା। ସେ ବର୍ତ୍ତମାନ ଦେଖି ପାରୁଥିଲା।

Gade chapit la Kopi




ଯୋହନ 9:7
21 Referans Kwoze  

କିନ୍ତୁ ଆଉ କେତେ ଜଣ କହିଲେ, “ସେ ଅନ୍ଧକୁ ଦୃଷ୍ଟି ଶକ୍ତି ଦେଇଥିଲେ। ଇଚ୍ଛା କରିଥିଲେ, ସେ କଅଣ ଲାଜାରକୁ ମୃତ୍ୟୁରୁ ରକ୍ଷା କରିପାରି ନ ଥାନ୍ତେ?”


ସେ ଉତ୍ତର ଦେଲା, “ଯୀଶୁ ବୋଲି ଜଣେ ଲୋକ ମାଟିରେ ଟିକିଏ କାଦୁଅ ଚକଟି ମୋ’ ଆଖିରେ ଲଗାଇଲେ ଓ ଶିଲୋହରେ ମୁହଁ ଧୋଇ ଆସିବାକୁ କହିଲେ। ସେମିତି ଯାଇ ମୁହଁ ଧୋଇବା କ୍ଷଣି ମୁଁ ଦେଖିପାରିଲି।”


ତୁମକୁ ସେମାନଙ୍କର ଚକ୍ଷୁ ଖୋଲି ଦେବାକୁ ପଡ଼ିବ ଓ ସେମାନଙ୍କୁ ଅନ୍ଧାରରୁ ଆଲୋକକୁ ଓ ଶୟତାନର କବଳରୁ ପ୍ରଭୁଙ୍କ ପ୍ରତି ଫେରାଇ ଆଣିବାକୁ ହେବ, ଯେପରି ମୋ’ଠାରେ ବିଶ୍ୱାସ କରିବା ଦ୍ୱାରା ସେମାନଙ୍କର ପାପ କ୍ଷମା ହେବ ଓ ପ୍ରଭୁଙ୍କ ମନୋନୀତ ଲୋକମାନଙ୍କ ମଧ୍ୟରେ ସେମାନେ ସ୍ଥାନ ପାଇବେ’।


ଶିଲୋହରେ ଗମ୍ବୁଜ ଭୂଷୁଡ଼ି ପଡ଼ିବାରୁ ଯେଉଁ ଅଠର ଜଣ ମରିଗଲେ, ସେମାନଙ୍କ ବିଷୟରେ କ’ଣ ଭାବୁଛ? କ’ଣ ଅନୁମାନ କରୁଛ ଯେ, ଯିରୂଶାଲମରେ ବାସ କରୁଥିବା ଅନ୍ୟ ସମସ୍ତଙ୍କ ଅପେକ୍ଷା ସେମାନେ ଆହୁରି ଦୁଷ୍ଟ ଥିଲେ?


ଶେଷରେ ଯେତେବେଳେ ଉପଯୁକ୍ତ ସମୟ ଆସିଲା, ଈଶ୍ୱର ତାଙ୍କ ନିଜ ପୁତ୍ରଙ୍କୁ ପ୍ରେରଣ କଲେ। ଜଣେ ସାଧାରଣ ସ୍ତ୍ରୀ ଗର୍ଭରୁ ସେ ଜାତ ହୋଇ ଇହୁଦୀୟ ବ୍ୟବସ୍ଥାର ଅଧୀନରେ ଜୀବନ ଯାପନ କଲେ।


ମନୁଷ୍ୟର ପ୍ରକୃତିଗତ ଦୁର୍ବଳତା ହେତୁ ମୋଶ ପ୍ରଦତ୍ତ ସ୍ୱସ୍ଥା ଯାହା ସାଧନ କରିପାରିଲା ନାହିଁ, ଈଶ୍ୱର ତାହା କରିଛନ୍ତି। ମନୁଷ୍ୟ ଜୀବନରେ ପାପକୁ ବିନଷ୍ଟ କରିବା ପାଇଁ ସେ ନିଜ ପୁତ୍ରଙ୍କୁ ପାପୀ ମନୁଷ୍ୟ ସାଦୃଶ୍ୟରେ ପ୍ରେରଣ କଲେ ଏବଂ ଖ୍ରୀଷ୍ଟ ପାପର ଶକ୍ତି ବିନଷ୍ଟ କରିଛନ୍ତି।


ପିତା ଈଶ୍ୱର ମୋତେ ମନୋନୀତ କରି ଏ ଜଗତକୁ ପଠାଇଛନ୍ତି। ତାହାହେଲେ ମୁଁ ନିଜକୁ ଈଶ୍ୱରଙ୍କ ପୁତ୍ର କହିବା ଦ୍ୱାରା ଈଶ୍ୱର ନିନ୍ଦା କରୁଛି ବୋଲି କିପରି କହୁଛ?


ଯୀଶୁ କହିଲେ, “ମନୁଷ୍ୟର ବିଚାର ପାଇଁ ମୋର ଆଗମନ। ଅନ୍ଧମାନେ ଦୃଷ୍ଟି ଶକ୍ତି ପାଇବେ, କିନ୍ତୁ ଅନେକେ ଚକ୍ଷୁ ଥାଇ ସୁଦ୍ଧା ଅନ୍ଧ ହେବେ।”


ଏକ ଜ୍ୟୋତି ପ୍ରଦାନ କରିଛ ଅଣଇହୁଦୀମାନଙ୍କ ନିକଟରେ ତୁମ ଇଚ୍ଛା ପ୍ରକାଶ କରିବା ପାଇଁ ଏବଂ ତୁମର ଇଶ୍ରାୟେଲୀୟ ଲୋକମାନଙ୍କୁ ଗୌରବାନ୍ୱିତ କରିବା ପାଇଁ।”


ଅନ୍ଧମାନେ ଦୃଷ୍ଟି ପାଉଛନ୍ତି, ଛୋଟାମାନେ ଚାଲୁଛନ୍ତି, କଷ୍ଠୀମାନେ ଶଉଚି ହେଉଛନ୍ତି, ବଧିରମାନେ ପୁନର୍ଜୀବିତ ହେଉଛନ୍ତି ଓ ଦୀନହୀନ ଲୋକମାନଙ୍କ ନିକଟରେ ମଧ୍ୟ ଶଉଭବାତ୍ତା ପ୍ରଚାର କରାଯାଉଛି।


Swiv nou:

Piblisite


Piblisite