Biblia Todo Logo
Bib sou entènèt

- Piblisite -




ଯୋହନ 9:3 - ପବିତ୍ର ବାଇବଲ (CL) NT (BSI)

3 ଯୀଶୁ ଉତ୍ତର ଦେଲେ - “ତା’ର କିମ୍ବା ତା’ ପିତାମାତାଙ୍କର ପାପ- କୌଣସିଟି ଏହାର କାରଣ ନୁହେଁ। ଈଶ୍ୱରଙ୍କ ଶକ୍ତି ତା’ଠାରେ ପ୍ରକାଶ ପାଇବ ବୋଲି ସେ ଆଜି ଅନ୍ଧ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

3 ଯୀଶୁ ଉତ୍ତର ଦେଲେ, ଏ କିମ୍ଵା ଏହାର ବାପମା ପାପ କଲେ ନାହିଁ, କିନ୍ତୁ ଈଶ୍ଵରଙ୍କ କର୍ମ ଯେପରି ଏହାଠାରେ ପ୍ରକାଶିତ ହୁଏ, ଏନିମନ୍ତେ ଏହା ଘଟିଅଛି।

Gade chapit la Kopi

ଓଡିଆ ବାଇବେଲ

3 ଯୀଶୁ ଉତ୍ତର ଦେଲେ, ଏ କିମ୍ବା ଏହାର ପିତାମାତା ପାପ କଲେ ନାହିଁ, କିନ୍ତୁ ଈଶ୍ୱରଙ୍କ କର୍ମ ଯେପରି ଏହାଠାରେ ପ୍ରକାଶିତ ହୁଏ, ଏନିମନ୍ତେ ଏହା ଘଟିଅଛି ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

3 ଯୀଶୁ ଉତ୍ତର ଦେଲେ, “ଏ କିମ୍ବା ଏହାର ପିତାମାତା ପାପ କଲେ ନାହିଁ, କିନ୍ତୁ ଈଶ୍ବରଙ୍କ କର୍ମ ଯେପରି ଏହାଠାରେ ପ୍ରକାଶିତ ହୁଏ, ଏନିମନ୍ତେ ଏହା ଘଟିଅଛି।

Gade chapit la Kopi

ପବିତ୍ର ବାଇବଲ

3 ଯୀଶୁ ଉତ୍ତର ଦେଲେ, “ଏହା ତା'ର ପାପ କି ତା’ ବାପାମାଙ୍କର ପାପ ତାକୁ ଅନ୍ଧ କରି ନାହିଁ। ଏହି ଲୋକଟି ଅନ୍ଧ ହୋଇ ଜନ୍ମ ହୋଇଛି, ଯେପରି ଏହି ଲୋକକୁ ମୁଁ ସୁସ୍ଥ କଲାବେଳେ ଲୋକମାନଙ୍କ ଆଗରେ ପରମେଶ୍ୱରଙ୍କ ଶକ୍ତି ପ୍ରଦର୍ଶିତ ହୋଇପାରିବ।

Gade chapit la Kopi




ଯୋହନ 9:3
16 Referans Kwoze  

ଏ ଖବର ଶୁଣି ଯୀଶୁ କହିଲେ, “ଏ ରୋଗରେ ଲାଜାର ମରିବ ନାହିଁ। କିନ୍ତୁ ଏହା ଦ୍ୱାରା ଈଶ୍ୱର ମହିମାନ୍ୱିତ ହେବେ ଓ ସେଥି ସଙ୍ଗେ ଈଶ୍ୱରଙ୍କ ପୁତ୍ର ମଧ୍ୟ ଗୌରବ ପାଇବେ।”


ଯୀଶୁ ତାଙ୍କୁ କହିଲେ, “ତୁମେ ବିଶ୍ୱାସ କଲେ, ଈଶ୍ୱରଙ୍କ ମହିମା ଦେଖିବ ବୋଲି ମୁଁ କ’ଣ କହି ନ ଥିଲି?”


ଅନ୍ଧମାନେ ଦୃଷ୍ଟି ପାଉଛନ୍ତି, ଛୋଟାମାନେ ଚାଲୁଛନ୍ତି, କଷ୍ଠୀମାନେ ଶଉଚି ହେଉଛନ୍ତି, ବଧିରମାନେ ପୁନର୍ଜୀବିତ ହେଉଛନ୍ତି ଓ ଦୀନହୀନ ଲୋକମାନଙ୍କ ନିକଟରେ ମଧ୍ୟ ଶଉଭବାତ୍ତା ପ୍ରଚାର କରାଯାଉଛି।


କିନ୍ତୁ ମହାସଭା ସେମାନଙ୍କୁ ଆହୁରି ଦୃଢ଼ ଧମକ ଦେଇ ମୁକ୍ତ କରିଦେଲେ। ସେମାନଙ୍କୁ ଦଣ୍ଡ ଦେବା ଅସମ୍ଭବ ବୋଲି ସେମାନେ ଜାଣିପାରିଲେ, କାରଣ ସେହି ଅସାଧାରଣ ଘଟଣା ହେତୁ ଲୋକମାନେ ସମସ୍ତେ ଈଶ୍ୱରଙ୍କର ଧନ୍ୟବାଦ କରୁଥିଲେ।


ସ୍ଥାନୀୟ ଅଧିବାସୀମାନେ ପାଉଲଙ୍କ ହାତରେ ଝୁଲୁଥିବା ସାପଟିକୁ ଦେଖି ପରସ୍ପରକୁ କୁହାକୁହି ହେଲେ, “ଏ ନିଶ୍ଚୟ ଜଣେ ନରହନ୍ତା - ଯାହାହେଉ, ସେ ସମୁଦ୍ରରୁ ରକ୍ଷା ପାଇ ଯାଇଥିଲେ ସୁଦ୍ଧା ଦଇବ ହାତରୁ ଆଉ ବଞ୍ଚିବ ନାହିଁ।”


ଈଶ୍ୱର ତାଙ୍କ ଅନନ୍ୟ ପୁତ୍ର ଯୀଶୁଙ୍କୁ ଜଗତକୁ ପ୍ରେରଣ କରି ଆମ ପ୍ରତି ତାଙ୍କର ମହାପ୍ରେମ ପ୍ରକାଶ କରିଛନ୍ତି- ସେହି ଯୀଶୁଙ୍କ ଦ୍ୱାରା ଆମେ ଯେପରି ଜୀବନ ପ୍ରାପ୍ତ ହେବୁ।


ଆମ ପ୍ରତି ଈଶ୍ୱରଙ୍କ ପ୍ରେମର ବାସ୍ତବତା ଆମେ ଜାଣିଛୁ, ଏଥିରେ ଆମର ପୂର୍ଣ୍ଣ ବିଶ୍ୱାସ ଅଛି। ଈଶ୍ବର ପ୍ରେମମୟ। ଯାହାର ଜୀବନରେ ପ୍ରେମ ପୂର୍ଣ୍ଣ ହୋଇ ରହିଛି, ସେ ଈଶ୍ୱରଙ୍କ ସହିତ ସଂଯୁକ୍ତ ଏବଂ ତା’ଅନ୍ତରରେ ଈଶ୍ୱର ବାସ କରନ୍ତି।


Swiv nou:

Piblisite


Piblisite