Biblia Todo Logo
Bib sou entènèt

- Piblisite -




ଯୋହନ 8:7 - ପବିତ୍ର ବାଇବଲ (CL) NT (BSI)

7 ସେମାନେ ସେଠାରେ ଠିଆହୋଇ ଆହୁରି ପ୍ରଶ୍ନ କରିବାରୁ, ଯୀଶୁ ମୁଣ୍ଡ ଟେକି ସେମାନଙ୍କୁ କହିଲେ, “ତୁମ ମଧ୍ୟରୁ ଯେ କେବେ କୌଣସି ପାପ କରି ନାହିଁ, ସେ ପ୍ରଥମେ ଆସି ପଥର ଫୋପାଡ଼ୁ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

7 ମାତ୍ର ସେମାନେ ତାହାଙ୍କୁ ପୁନଃ ପୁନଃ ପଚାରନ୍ତେ, ସେ ମସ୍ତକ ଉତ୍ତୋଳନ କରି ସେମାନଙ୍କୁ କହିଲେ, ତୁମ୍ଭମାନଙ୍କ ମଧ୍ୟରେ ଯେ ନିଷ୍ପାପ, ସେ ପ୍ରଥମରେ ତାକୁ ପଥର ଫୋପାଡ଼ୁ।

Gade chapit la Kopi

ଓଡିଆ ବାଇବେଲ

7 ମାତ୍ର ସେମାନେ ତାହାଙ୍କୁ ପୁନଃ ପୁନଃ ପଚାରନ୍ତେ, ସେ ମସ୍ତକ ଉତ୍ତୋଳନ କରି ସେମାନଙ୍କୁ କହିଲେ, ତୁମ୍ଭମାନଙ୍କ ମଧ୍ୟରେ ଯେ ନିଷ୍ପାପ, ସେ ପ୍ରଥମରେ ତାକୁ ପଥର ଫୋପାଡ଼ୁ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

7 ମାତ୍ର ସେମାନେ ତାହାଙ୍କୁ ପୁନଃ ପୁନଃ ପଚାରନ୍ତେ, ସେ ମସ୍ତକ ଉତ୍ତୋଳନ କରି ସେମାନଙ୍କୁ କହିଲେ, ତୁମ୍ଭମାନଙ୍କ ମଧ୍ୟରେ ଯେ ନିଷ୍ପାପ, ସେ ପ୍ରଥମରେ ତାହାକୁ ପଥର ଫୋପାଡ଼ୁ।

Gade chapit la Kopi

ପବିତ୍ର ବାଇବଲ

7 ଯିହୂଦୀ ନେତାମାନେ ତାହାଙ୍କୁ ଅବିରତ ପ୍ରଶ୍ନ ପଗ୍ଭରିବାରେ ଲାଗିଲେ। ତେଣୁ ଯୀଶୁ ଠିଆ ହୋଇ କହିଲେ, “ଏଠାରେ ଏଭଳି କୌଣସି ଲୋକ ଉପସ୍ଥିତ ଅଛନ୍ତି, ଯିଏ କେବେ ପାପ କରି ନାହିଁ? ସେହିଭଳି ପାପ ନ କରିଥିବା ଲୋକ ଏହି ସ୍ତ୍ରୀଲୋକକୁ ପ୍ରଥମେ ପଥର ଫିଙ୍ଗୁ।”

Gade chapit la Kopi




ଯୋହନ 8:7
18 Referans Kwoze  

ତୁମ୍ଭମାନଙ୍କର କଥା ସବୁବେଳେ ସୁମିଷ୍ଟ ଓ ମନୋମୁଗ୍ଧକର ହେଉ। ପ୍ରତ୍ୟେକଙ୍କୁ କିପରି ସଠିକ୍ ଉତ୍ତର ଦେଇ ପାରିବ, ଏ କଥା ତୁମ୍ଭେମାନେ ଜାଣିବା ଆବଶ୍ୟକ।


ତୁମ ପାପ ପରିତ୍ୟାଗ କର; ନଚେତ୍ ମୁଁ ଶୀଘ୍ର ତୁମ ନିକଟକୁ ଆସି ମୋର ମୁଖନିସୃତ ଖଡ଼୍ଗ ଦ୍ୱାରା ସେହି ଦୁରାଚାରୀମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବି।


ତାଙ୍କ ମୁଖରୁ ଗୋଟିଏ ତୀକ୍ଷ୍ଣ ଖଡ଼୍ଗ ନିଷ୍କାସିତ ହୋଇଥିଲା। ତାହା ସାହାଯ୍ୟରେ ସେ ପୃଥିବୀର ସମସ୍ତ ଜାତିକୁ ପରାସ୍ତ କରିବେ। ପୁଣି ସେମାନଙ୍କୁ ସେ ଲୌହଦଣ୍ଡରେ ଶାସନ କରିବେ ଏବଂ ସର୍ବଶକ୍ତିମାନ ଈଶ୍ୱରଙ୍କ ପ୍ରଚଣ୍ଡ କ୍ରୋଧରୂପ ଦ୍ରାକ୍ଷାକୁ ସେ ପେଷଣ କୁଣ୍ଡରେ ନିଜେ ଦଳି ସୁରା ବାହାର କରିବେ।


ସେ ତାଙ୍କ ଦକ୍ଷିଣ ହସ୍ତରେ ସପ୍ତ ନକ୍ଷତ୍ର ଧରିଥିଲେ ଏବଂ ଗୋଟିଏ ତୀକ୍ଷ୍ଣ ଦ୍ୱିଧାର ଖଡ଼୍ଗ ତାଙ୍କ ମୁଖରୁ ନିଷ୍କାସିତ ହେଲା। ତାଙ୍କର ମୁଖ ମଧ୍ୟାହ୍ନର ସୂର୍ଯ୍ୟ ପରି ତେଜୋମୟ ଥିଲା।


ପ୍ରହରୀମାନେ ଉତ୍ତର ଦେଲେ, “ତାଙ୍କ ପରି ଏତେ ଚମକ୍ରାର ଭାବରେ କେହି କେବେ କଥା କହି ନାହାନ୍ତି।”


ଏହା କହି ଯୀଶୁ ପୁଣି ତରେ ନଇଁ ପଡ଼ି ଭୂମିରେ ଲେଖିଲେ।


ଯୀଶୁ ମୁଣ୍ଡ ଟେକି ତାକୁ ପଚାରିଲେ, “ସେମାନେ କାହାନ୍ତି? ତୁମକୁ ଦଣ୍ଡ ଦେବାକୁ ଜଣେ ହେଲେ ରହିଲେ ନାହିଁ?”


Swiv nou:

Piblisite


Piblisite