Biblia Todo Logo
Bib sou entènèt

- Piblisite -




ଯୋହନ 8:6 - ପବିତ୍ର ବାଇବଲ (CL) NT (BSI)

6 ସେମାନେ ଯୀଶୁଙ୍କୁ ଫାନ୍ଦରେ ପକାଇ ତାଙ୍କ ଉପରେ ଦୋଷାରୋପ କରିବା ପାଇଁ ଏ କଥା ପଚାରିଥିଲେ, କିନ୍ତୁ ଯୀଶୁ ନଇଁପଡ଼ି ଅଙ୍ଗୁଳି ଦେଇ ଭୂମିରେ ଲେଖିବାକୁ ଲାଗିଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

6 ସେମାନେ ଯେପରି ତାହାଙ୍କ ବିରୁଦ୍ଧରେ ଅଭିଯୋଗର କାରଣ ପାଇ ପାରନ୍ତି, ଏଥିନିମନ୍ତେ ସେମାନେ ତାହାଙ୍କୁ ପରୀକ୍ଷା କରିବା ଉଦ୍ଦେଶ୍ୟରେ ଏହା କହିଲେ। କିନ୍ତୁ ଯୀଶୁ ଅଧୋମୁଖ ହୋଇ ଅଙ୍ଗୁଳି ଦ୍ଵାରା ଭୂମିରେ ଲେଖିବାକୁ ଲାଗିଲେ।

Gade chapit la Kopi

ଓଡିଆ ବାଇବେଲ

6 ସେମାନେ ଯେପରି ତାହାଙ୍କ ବିରୁଦ୍ଧରେ ଅଭିଯୋଗର କାରଣ ପାଇ ପାରନ୍ତି, ଏଥି ନିମନ୍ତେ ସେମାନେ ତାହାଙ୍କୁ ପରୀକ୍ଷା କରିବା ଉଦ୍ଦେଶ୍ୟରେ ଏହା କହିଲେ । କିନ୍ତୁ ଯୀଶୁ ଅଧୋମୁଖ ହୋଇ ଅଙ୍ଗୁଳି ଦ୍ୱାରା ଭୂମିରେ ଲେଖିବାକୁ ଲାଗିଲେ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

6 ସେମାନେ ଯେପରି ତାହାଙ୍କ ବିରୁଦ୍ଧରେ ଅଭିଯୋଗର କାରଣ ପାଇ ପାରନ୍ତି, ଏଥିନିମନ୍ତେ ସେମାନେ ତାହାଙ୍କୁ ପରୀକ୍ଷା କରିବା ଉଦ୍ଦେଶ୍ୟରେ ଏହା କହିଲେ। କିନ୍ତୁ ଯୀଶୁ ଅଧୋମୁଖ ହୋଇ ଅଙ୍ଗୁଳି ଦ୍ୱାରା ଭୂମିରେ ଲେଖିବାକୁ ଲାଗିଲେ।

Gade chapit la Kopi

ପବିତ୍ର ବାଇବଲ

6 ଯିହୂଦୀୟମାନେ ଯୀଶୁଙ୍କୁ ହଇରାଣ କରିବା ପାଇଁ ଏଭଳି ପ୍ରଶ୍ନ ପଗ୍ଭରୁଥିଲେ। ସେମାନେ ଯୀଶୁଙ୍କର ଭୁଲ୍ ଧରିବାକୁ ଗ୍ଭହୁଁଥିଲେ। ତାହାହେଲେ ସେମାନେ ତାହାଙ୍କ ବିରୁଦ୍ଧରେ ଅଭିଯୋଗ ଆଣିପାରିବେ। କିନ୍ତୁ ଯୀଶୁ ଆଣ୍ଠେଇ ଅଙ୍ଗୁଳି ସାହାଯ୍ୟରେ ଭୂମି ଉପରେ କିଛି ଲେଖିବାରେ ଲାଗିଲେ।

Gade chapit la Kopi




ଯୋହନ 8:6
27 Referans Kwoze  

ଜଣେ ଧର୍ମଗୁରୁ ଆସି ଯୀଶୁଙ୍କୁ ଫାନ୍ଦରେ ପକାଇବାକୁ ଚେଷ୍ଟା କଲେ। ସେ ପଚାରିଲେ, “ଗୁରୁ, ଅନନ୍ତ ଜୀବନ ପାଇବା ପାଇଁ ମୁଁ କ’ଣ କରିବି?”


କେତେଜଣ ଫାରୁଶୀ ତାଙ୍କ ନିକଟକୁ ଆସି ତାଙ୍କୁ ଫାନ୍ଦରେ ପକାଇବାକୁ ଚେଷ୍ଟା କଲେ। ସେମାନେ ତାଙ୍କୁ ପଚାରିଲେ, “ଆମ ଧର୍ମର ବ୍ୟବସ୍ଥା ଅନୁଯାୟୀ ଜଣେ ଯେ କୌଣସି କାରଣରୁ ତା’ ସ୍ତ୍ରୀକୁ ଛାଡ଼ପତ୍ର ଦେଇ ପାରିବ କି?”


ସେମାନଙ୍କ ମଧ୍ୟରୁ କେତେକ ପ୍ରଭୁଙ୍କ ଶକ୍ତି ପରଖ କରି ସର୍ପାଘାତରେ ନିହତ ହୋଇଥିଲେ। ଆମ୍ଭେମାନେ ସେପରି ପ୍ରଭୁଙ୍କୁ ପରୀକ୍ଷା ନ କରୁ।


କେତେଜଣ ଫାରୁଶୀ ତାଙ୍କ ନିକଟକୁ ଆସି ତାଙ୍କୁ ଫାନ୍ଦରେ ପକାଇବାକୁ ଚେଷ୍ଟା କଲେ। ସେମାନେ କହିଲେ, “ଆମ ଶାସ୍ତ୍ର ବ୍ୟବସ୍ଥା ଅନୁଯାୟୀ ଜଣେ ତା’ ସ୍ତ୍ରୀକୁ ଛାଡ଼ପତ୍ର ଦେଇପାରିବ କି?”


ଦିନେ କେତେଜଣ ଫାରୁଶୀ ଯୀଶୁଙ୍କ ନିକଟକୁ ଆସି ତାଙ୍କ ସହିତ ତର୍କ କରିବାକୁ ଲାଗିଲେ। ଯୀଶୁଙ୍କ ଦୋଷ ତ୍ରୁଟି ଧରିବା ପାଇଁ ଫାନ୍ଦ ପାତି ସେମାନେ ତାଙ୍କୁ ଅନୁରୋଧ କଲେ ଗୋଟିଏ ଅଲୌକିକ କାର୍ଯ୍ୟ କରି ସେ ପ୍ରମାଣ କରନ୍ତୁ ଯେ, ତାଙ୍କ ପ୍ରତି ଈଶ୍ୱରଙ୍କ ସମର୍ଥନ ରହିଛି।


କିନ୍ତୁ ଯୀଶୁ ନୀରବ ରହିଲେ। ପ୍ରଧାନ ପୁରୋହିତ କହିଲେ, “ଜୀବନ୍ତ ଈଶ୍ୱରଙ୍କ ନାମରେ ମୁଁ ତୁମକୁ ପଚାରୁଛି, ସତ୍ୟକରି କୁହ, ତୁମେ କ’ଣ ଈଶ୍ୱରଙ୍କ ପୁତ୍ର ମସୀହ?”


ଏବଂ ସେମାନଙ୍କ ମଧ୍ୟରୁ ଜଣେ ଯୀଶୁଙ୍କୁ ଫାନ୍ଦରେ ପକାଇବା ପାଇଁ ଗୋଟିଏ ପ୍ରଶ୍ନ କଲା,


କିନ୍ତୁ ଯୀଶୁ ସେମାନଙ୍କର କୂଟ ଉଦ୍ଦେଶ୍ୟ ଜାଣିଥିଲେ। ତେଣୁ ସେ କହିଲେ, “ଆହେ କପଟୀଗଣ, ମୋତେ ଫାନ୍ଦରେ ପକାଇବାକୁ କାହିଁକି ଚେଷ୍ଟା କରୁଛ?


ଦିନେ କେତେ ଜଣ ଫାରୁଶୀ ଓ ସାଦ୍ଦୁକୀ ଯୀଶୁଙ୍କ ଦୋଷ ଧରିବା ପାଇଁ ଫାନ୍ଦ ପାତି ତାଙ୍କ ନିକଟକୁ ଆସିଲେ। ସେମାନେ ତାଙ୍କୁ କହିଲେ, ଈଶ୍ୱର ତାଙ୍କୁ ମନୋନୀତ କରିଛନ୍ତି ବୋଲି ପ୍ରମାଣ ଦେବା ପାଇଁ ସେ ଗୋଟିଏ ଅଲୌକିକ କାର୍ଯ୍ୟ କରି ଦେଖନ୍ତୁ।


କିନ୍ତୁ ଯୀଶଉ ତାକୁ ପଦେ ହେଲେ ଉତ୍ତର ଦେଲେ ନାହିଁ। ଶିଷ୍ୟମାନେ ତାଙ୍କ ପାଖକୁ ଆସି ଅନୁରୋଧ କଲେ, “ତାକୁ ଶୀଘ୍ର ବିଦାୟ କରି ଦିଅନ୍ତୁ। ଦେଖନ୍ତୁ ସେ କିପରି ପାଟି କରି ଆମ ପଛରେ ଗୋଡ଼େଇଛି।”


“ଶୁଣ, ମେଣ୍ଡାମାନଙ୍କୁ ବାଘ ମୁହଁକୁ ଠେଲିଦେଲା ପରି ମୁଁ ତୁମ୍ଭମାନଙ୍କୁ ପଠାଉଛି। ସୁତଚାଂ ତୁମେ ସର୍ପ ନରି ସତର୍କ ରୁହ, କିନ୍ତୁ କପୋତ ପରି ଅମାୟିକ ହୁଅ।


ତା’ ପରଦିନ ପ୍ରତ୍ୟୁଷରେ ସେ ମନ୍ଦିରକୁ ଫେରି ଆସିଲେ ଏବଂ ସେଠାରେ ସମବେତ ହୋଇଥିବା ଲୋକମାନଙ୍କ ମଧ୍ୟରେ ବସି ଶିକ୍ଷା ଦେବାକୁ ଆରମ୍ଭ କଲେ।


ଅନ୍ୟମାନେ ଯୀଶୁଙ୍କୁ ଫାନ୍ଦରେ ପକାଇବା ପାଇଁ, ଈଶ୍ୱର ଯେ ତାଙ୍କର ସମର୍ଥନକାରୀ, ଏହାର ଚିହ୍ନ ସ୍ୱରୂପ ତାଙ୍କୁ ଗୋଟିଏ ଆଶ୍ଚର୍ଯ୍ୟ କର୍ମ କରିବାକୁ କହିଲେ।


ଯୀଶୁ ସେମାନଙ୍କ ଛଳନା ବୁଝିପାରି କହିଲେ, “ମୋତେ ଫାନ୍ଦରେ ପକାଇବାକୁ କାହିଁକି ଚେଷ୍ଟା କରୁଛ? ଗୋଟଏ ରୌପ୍ୟମୁଦ୍ରା ଆଣ, ମୁଁ ଦେଖେ।”


ଯୀଶୁ ବିଶ୍ରାମବାରରେ ସେହି ଲୋକକୁ ସୁସ୍ଥ କରିବେ କି ନାହିଁ, ଏ ବିଷୟରେ ତାଙ୍କ ଦୋଷ ଧରି ଅଭିଯୋଗ ଆଣିବା ପାଇଁ କେତେକ ଲୋକ ତାଙ୍କ ପ୍ରତି ତୀକ୍ଷ୍ଣ ଦୃଷ୍ଟି ରଖିଥିଲେ।


Swiv nou:

Piblisite


Piblisite