Biblia Todo Logo
Bib sou entènèt

- Piblisite -




ଯୋହନ 8:2 - ପବିତ୍ର ବାଇବଲ (CL) NT (BSI)

2 ତା’ ପରଦିନ ପ୍ରତ୍ୟୁଷରେ ସେ ମନ୍ଦିରକୁ ଫେରି ଆସିଲେ ଏବଂ ସେଠାରେ ସମବେତ ହୋଇଥିବା ଲୋକମାନଙ୍କ ମଧ୍ୟରେ ବସି ଶିକ୍ଷା ଦେବାକୁ ଆରମ୍ଭ କଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

2 ପ୍ରତ୍ୟୁଷରେ ସେ ପୁନର୍ବାର ମନ୍ଦିରକୁ ଆସିଲେ, ପୁଣି ସମସ୍ତ ଲୋକ ତାହାଙ୍କ ନିକଟକୁ ଆସନ୍ତେ, ସେ ଉପବେଶନ କରି ସେମାନଙ୍କୁ ଶିକ୍ଷା ଦେବାକୁ ଲାଗିଲେ।

Gade chapit la Kopi

ଓଡିଆ ବାଇବେଲ

2 ପ୍ରତ୍ୟୁଷରେ ସେ ପୁନର୍ବାର ମନ୍ଦିରକୁ ଆସିଲେ, ପୁଣି, ସମସ୍ତ ଲୋକ ତାହାଙ୍କ ନିକଟକୁ ଆସନ୍ତେ, ସେ ଉପବେଶନ କରି ସେମାନଙ୍କୁ ଶିକ୍ଷା ଦେବାକୁ ଲାଗିଲେ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

2 ତହିଁ ଆରଦିନ ପ୍ରତ୍ୟୁଷରେ ସେ ପୁନର୍ବାର ମନ୍ଦିରକୁ ଆସିଲେ, ପୁଣି, ସମସ୍ତ ଲୋକ ତାହାଙ୍କ ନିକଟକୁ ଆସନ୍ତେ, ସେ ଉପବେଶନ କରି ସେମାନଙ୍କୁ ଶିକ୍ଷା ଦେବାକୁ ଲାଗିଲେ।

Gade chapit la Kopi

ପବିତ୍ର ବାଇବଲ

2 ତହିଁ ଆରଦିନ ଅତି ସକାଳୁ ସେ ମନ୍ଦିରକୁ ଫେରି ଆସିଲେ। ସବୁ ଲୋକମାନେ ଯୀଶୁଙ୍କ ପାଖକୁ ଆସିଲେ। ସେ ବସି ଲୋକମାନଙ୍କୁ ଶିକ୍ଷା ଦେଲେ।

Gade chapit la Kopi




ଯୋହନ 8:2
14 Referans Kwoze  

ଯୀଶୁ ତା’ପରେ ଜମା ହୋଇଥିବା ସେହି ଲୋକମାନଙ୍କୁ କହିଲେ, “ମୁଁ କ’ଣ ଗୋଟିଏ ପଳାତକ ଦସ୍ୟୁ ଯେ ଖଣ୍ଡା ଠେଙ୍ଗା ନେଇ ମୋତେ ଧରିବାକୁ ଆସିଛ? ପ୍ରତିଦିନ ମୁଁ ମନ୍ଦିରରେ ବସି ଶିକ୍ଷା ଦେଉଥିଲି, ସେତେବେଳେ ତ ମୋତେ ଧରି ନ ଥିଲ!


ସେହି ସମୟରେ ଯୀଶୁ ମନ୍ଦିରରେ ଶିକ୍ଷା ଦେଇ ଦିନ ଅତିବାହିତ କରୁଥିଲେ ଓ ସନ୍ଧ୍ୟା ସମୟରେ ବାହାରି ଯାଇ ଜୀତ ପର୍ବତ ଉପରେ ରାତ୍ରି କ୍ଷେପଣ କରୁଥିଲେ।


ଯୀଶୁ ପୁସ୍ତକ ବନ୍ଦ କରି ପରିଚାରକକୁ ଫେରାଇ ଦେଇ ଉପବେଶନ କଲେ। ସମାଜ ଗୃହରେ ଥିବା ସମସ୍ତଙ୍କ ଦୃଷ୍ଟି ତାଙ୍କ ଉପରେ ନିବଦ୍ଧ ହେଲା।


ଯୀଶୁ ସେଥିମଧ୍ୟରୁ ଗୋଟିଏ ନୌକା ଭିତରକୁ ଗଲେ - ତାହା ଶିମୋନର ନୌକା ଥିଲା। ନୌକାଟିକୁ କୂଳଠାରୁ ଅଳ୍ପ ଦୂରକୁ ଠେଲି ନେବା ପାଇଁ ସେ କହିଲେ। ଯୀଶୁ ନୌକା ମଧ୍ୟରେ ବସି ଲୋକମାନଙ୍କୁ ଶିକ୍ଷା ଦେଲେ।


ମନ୍ଦିରର ଦାନ ସଂଗ୍ରହ ବାକ୍ସଗୁଡ଼ିକ ରଖାଯାଇଥିବା କୋଠରୀରେ ଯୀଶୁ ଏସବୁ ବିଷୟ ଶିକ୍ଷା ଦେଉଥିଲେ, କିନ୍ତୁ ତାଙ୍କ ସମୟ ଆସି ନ ଥିବାରୁ କେହି ତାଙ୍କୁ ଗିରଫ କରିପାରିଲେ ନାହିଁ।


ଯୀଶୁ କହିଲେ, “ମୋର ପ୍ରେରଣକର୍ତ୍ତାଙ୍କ ଇଚ୍ଛାର ବାଧ୍ୟ ହୋଇ ତାଙ୍କ ଦେଇଥିବା କାର୍ଯ୍ୟ ସାଧନ କରିବା ହିଁ ମୋର ଖାଦ୍ୟ।


ପ୍ରତିଦିନ ପ୍ରଭାତରେ ଲୋକମାନେ ତାଙ୍କର ଶିକ୍ଷା ଶୁଣିବା ପାଇଁ ମନ୍ଦିରକୁ ଯାଉଥିଲେ।


ଦଳେ ଧର୍ମଗୁରୁ ଓ ଫାରୁଶୀ ବ୍ୟଭିଚାର ଅପରାଧରେ ଧରା ପଡ଼ିଥିବା ଗୋଟିଏ ସ୍ତ୍ରୀ ଲୋକକୁ ଟାଣି ଆଣିଲେ। ସମସ୍ତଙ୍କ ଆଗରେ ଠିଆ କରାଇ ଯୀଶୁଙକୁ ପଚାରିଲେ,


ପ୍ରେରିତ ଶିଷ୍ୟମାନେ ତାଙ୍କ କଥା ମାନି ଉଷା କାଳରେ ମନ୍ଦିରରେ ପ୍ରବେଶ କରି ଶିକ୍ଷା ଦେବାକୁ ଲାଗିଲେ। ପ୍ରଧାନ ଯାଜକ ଓ ତାଙ୍କ ସହକର୍ମୀମାନେ ମହାସଭାର ଏକ ପୂର୍ଣ୍ଣ ବୈଠକ ପାଇଁ ସମସ୍ତ ଇହୁଦୀ ନେତାମାନଙ୍କୁ ଡକାଇ ଆଣିଲେ ଏବଂ ତା’ପରେ ପ୍ରେରିତ ଶିଷ୍ୟମାନଙ୍କୁ ସେହି ସଭାରେ ଉପସ୍ଥିତ କରାଇବା ପାଇଁ କର୍ମଚାରୀମାନଙ୍କୁ ନିର୍ଦ୍ଦେଶ ଦେଲେ।


Swiv nou:

Piblisite


Piblisite