Biblia Todo Logo
Bib sou entènèt

- Piblisite -




ଯୋହନ 7:4 - ପବିତ୍ର ବାଇବଲ (CL) NT (BSI)

4 ଯିଏ ସୁପରିଚିତ ହେବାକୁ ଇଚ୍ଛା କରେ, ସେ ନିଜର କାର୍ଯ୍ୟ ଗୋପନ ରଖେ ନାହିଁ। ତୁମେ ଯେତେବେଳେ ଏହି ସବୁ କାର୍ଯ୍ୟ କରିପାରୁଛ, ଜଗତର ସମସ୍ତେ ତୁମର ପରିଚୟ ପାଆନ୍ତୁ।” (

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

4 କାରଣ କେହି ପ୍ରକାଶିତ ହେବାକୁ ଇଚ୍ଛା କଲେ ଗୋପନରେ କିଛି କରେ ନାହିଁ। ତୁମ୍ଭେ ଯଦି ଏସମସ୍ତ କରୁଅଛ, ତେବେ ଆପଣାକୁ ଜଗତ ନିକଟରେ ପ୍ରକାଶ କର।

Gade chapit la Kopi

ଓଡିଆ ବାଇବେଲ

4 କାରଣ କେହି ପ୍ରକାଶିତ ହେବାକୁ ଇଚ୍ଛା କଲେ ଗୋପନରେ କିଛି କରେ ନାହିଁ । ତୁମ୍ଭେ ଯଦି ଏସମସ୍ତ କରୁଅଛ, ତେବେ ଆପଣାକୁ ଜଗତ ନିକଟରେ ପ୍ରକାଶ କର ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

4 କାରଣ କେହି ପ୍ରକାଶିତ ହେବାକୁ ଇଚ୍ଛା କଲେ ଗୋପନରେ କିଛି କରେ ନାହିଁ। ତୁମ୍ଭେ ଯଦି ଏସମସ୍ତ କରୁଅଛ, ତେବେ ଆପଣାକୁ ଜଗତ ନିକଟରେ ପ୍ରକାଶ କର।

Gade chapit la Kopi

ପବିତ୍ର ବାଇବଲ

4 ଯଦି କୌଣସି ଲୋକ ଗ୍ଭହେଁ ଯେ ସମସ୍ତେ ତାହାଙ୍କୁ ଜାଣନ୍ତୁ, ତେବେ ସେ ତା'ର କାର୍ଯ୍ୟସୂଚୀ ଲୁଚେଇବା ଉଚିତ୍ ନୁହେଁ। ତୁମ୍ଭେ ନିଜକୁ ଜଗତ ଆଗରେ ପ୍ରକାଶ କର। ତୁମ୍ଭେ କରୁଥିବା ଆଶ୍ଚର୍ଯ୍ୟ କାର୍ଯ୍ୟ ସବୁ ସେମାନଙ୍କୁ ଦେଖିବାକୁ ଦିଅ।”

Gade chapit la Kopi




ଯୋହନ 7:4
12 Referans Kwoze  

ଯୀଶୁ ଉତ୍ତର ଦେଇ କହିଲେ, “ମୁଁ ସବୁବେଳେ ସମସ୍ତଙ୍କ ନିକଟରେ ପ୍ରକାଶ୍ୟଭାବେ ଶିକ୍ଷା ଦେଇଛି। ମନ୍ଦିର ଓ ଉପାସନା ଗୃହମାନଙ୍କରେ, ଲୋକମାନେ ସମବେତ ହୋଇଥିବାବେଳେ ମୁଁ କଥା ମୁଁ ଗୋପନରେ କହି ନାହିଁ।


ଧାର୍ମିକ ଲୋକ ନିଜ ହୃଦୟରେ ସଞ୍ଚିତ ଉତ୍ତମ ଭଣ୍ଡାରରୁ ଉତ୍ତମ ବିଷୟ ବାହାର କରି ଆଣେ ଏବଂ ଅଧାର୍ମିକ ଲୋକ ତା’ ଭଣ୍ଡାରରୁ ମନ୍ଦ ବିଷୟ ବାହାର କରେ। କାରଣ ହୃଦୟ ଯେଉଁ ବିଷୟରେ ପୂର୍ଣ୍ଣ, ମୁଖ ତାହା ପ୍ରକାଶ କରେ।


ସେମାନେ ଲୋକଙ୍କୁ ଦେଖାଇବା ପାଇଁ ସବୁ କାମ କରିଥାନ୍ତି। ଦେଖ, ସେମାନେ ଶାସ୍ତ୍ର ବିନ ଲେଖା ହୋଇଥିବା କେଡ଼େ କେଡ଼େ କବଚ କପାଳ ଓ ବାହୁରେ ବାନ୍ଧିଛନ୍ତି। ପୁଣି ଦେଖ, ସେମାନଙ୍କ ପୋଷାକର ଝାଲର ସବୁ କେଡ଼େ ଲମ୍ବା।


“ପ୍ରାର୍ଥନା କରିବାବେଳେ ଛଳ ଧାର୍ମିକମାନଙ୍କ ପରି ହୁଅ ନାହିଁ। ସମସ୍ତେ ଯେପରି ଦେଖିପାରିବେ, ସେଥିପାଇଁ ଉପାସନା ଗୃହ ଓ ରାସ୍ତାଛକମାନଙ୍କରେ ଠିଆହୋଇ ସେମାନେ ପ୍ରାର୍ଥନା କରିବାକୁ ଭଲ ପାଆନ୍ତି। ମୁଁ ତୁମ୍ଭମାନଙ୍କୁ ନିଶ୍ଚିତଭାବେ କହୁଛି ଯେ ସେମାନେ ନିଜର ପୁରସ୍କାର ପାଇ ସାରିଛନ୍ତି।


“ଉପବାସ କଲାବେଳେ ଛଳ ଧାର୍ମିକମାନଙ୍କ ପରି ମୁଖ ମଳିନ କର ନାହିଁ। ସେମାନେ ଉପବାସ କରୁଛନ୍ତି ବୋଲି ଅନ୍ୟମାନଙ୍କୁ ଦେଖାଇବା ପାଇଁ ନିଜ ଚେହେରାକୁ ଅଯତ୍ନ କରି ରଖନ୍ତି। ଏହା ନିଶ୍ଚିତ ଯେ - ସେପରି କରିବା ଦ୍ୱାରା ସେମାନେ ନିଜର ପ୍ରାପ୍ୟ ପାଇ ସାରିଛନ୍ତି।


“ତୁମେ ଯଦି ଈଶ୍ୱରଙ୍କ ପୁତ୍ର, ଏଠାରୁ ତଳକୁ ଡ଼େଇଁପଡ଼। ଧର୍ମଶାସ୍ତ୍ରରେ ଲେଖାଅଛି - ଈଶ୍ୱର ତୁମର ଯତ୍ନ ନେବା ପାଇଁ ସ୍ୱର୍ଗଦୂତମାନଙ୍କୁ ଆଦେଶ ଦେବେ। ସେମାନେ ତୁମକୁ ହାତରେ ତୋଳି ଧରିବେ। ତେଣୁ ତୁମ ପାଦରେ ପଥରର ଆଘାତ ଲାଗିବ ନାହିଁ।”


ତେଣୁ ତାଙ୍କ ଭାଇମାନେ ତାଙ୍କୁ କହିଲେ, “ଏ ସ୍ଥାନ ଛାଡ଼ି ଯିହୁଦାକୁ ଫେରିଯାଅ। ତୁମେ କରୁଥିବା କାର୍ଯ୍ୟ ସବୁ ସେଠାରେ ତୁମକୁ ଅନୁସରଣ କରୁଥିବା ଲୋକମାନେ ଦେଖନ୍ତୁ।


ତାଙ୍କ ଭାଇମାନେ ମଧ୍ୟ ତାଙ୍କୁ ବିଶ୍ୱାସ କରୁ ନ ଥିଲେ।)


Swiv nou:

Piblisite


Piblisite