Biblia Todo Logo
Bib sou entènèt

- Piblisite -




ଯୋହନ 7:3 - ପବିତ୍ର ବାଇବଲ (CL) NT (BSI)

3 ତେଣୁ ତାଙ୍କ ଭାଇମାନେ ତାଙ୍କୁ କହିଲେ, “ଏ ସ୍ଥାନ ଛାଡ଼ି ଯିହୁଦାକୁ ଫେରିଯାଅ। ତୁମେ କରୁଥିବା କାର୍ଯ୍ୟ ସବୁ ସେଠାରେ ତୁମକୁ ଅନୁସରଣ କରୁଥିବା ଲୋକମାନେ ଦେଖନ୍ତୁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

3 ତାହାଙ୍କ ଭାଇମାନେ ତାହାଙ୍କୁ କହିଲେ, ତୁମ୍ଭେ ଯେ ଯେ କର୍ମ କରୁଅଛ, ସେହିସବୁ ଯେପରି ତୁମ୍ଭର ଶିଷ୍ୟମାନେ ମଧ୍ୟ ଦେଖିବେ, ଏନିମନ୍ତେ ଏଠାରୁ ବାହାରିଯାଇ ଯିହୁଦା ପ୍ରଦେଶକୁ ଯାଅ,

Gade chapit la Kopi

ଓଡିଆ ବାଇବେଲ

3 ତାହାଙ୍କ ଭାଇମାନେ ତାହାଙ୍କୁ କହିଲେ, ତୁମ୍ଭେ ଯେ ଯେ କର୍ମ କରୁଅଛ, ସେହି ସବୁ ଯେପରି ତୁମ୍ଭର ଶିଷ୍ୟମାନେ ମଧ୍ୟ ଦେଖିବେ, ଏନିମନ୍ତେ ଏଠାରୁ ବାହାରିଯାଇ ଯିହୂଦା ପ୍ରଦେଶକୁ ଯାଅ,

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

3 ତାହାଙ୍କ ଭାଇମାନେ ତାହାଙ୍କୁ କହିଲେ, ତୁମ୍ଭେ ଯେ ଯେ କର୍ମ କରୁଅଛ, ସେହିସବୁ ଯେପରି ତୁମ୍ଭର ଶିଷ୍ୟମାନେ ମଧ୍ୟ ଦେଖିବେ, ଏନିମନ୍ତେ ଏଠାରୁ ବାହାରିଯାଇ ଯିହୂଦିୟା ପ୍ରଦେଶକୁ ଯାଅ,

Gade chapit la Kopi

ପବିତ୍ର ବାଇବଲ

3 ତେଣୁ ଯୀଶୁଙ୍କର ଭାଇମାନେ ତାହାଙ୍କୁ କହିଲେ, “ଏ ସ୍ଥାନ ଛାଡ଼ ଓ ପର୍ବ ସକାଶେ ଯିହୂଦା ପ୍ରଦେଶକୁ ଯାଅ। ଯେପରି ତୁମ୍ଭର ଶିଷ୍ୟମାନେ ସେଠାରେ ତୁମ୍ଭେ କରୁଥିବା ଆଶ୍ଚର୍ଯ୍ୟ କାର୍ଯ୍ୟଗୁଡ଼ିକ ଦେଖି ପାରିବେ।

Gade chapit la Kopi




ଯୋହନ 7:3
17 Referans Kwoze  

ଯୀଶୁ ଲୋକମାନଙ୍କ ସହିତ କଥାବାର୍ତ୍ତା ହେବାବେଳେ ତାଙ୍କ ମାଆ ଓ ଭାଇମାନେ ସେହି ସ୍ଥାନରେ ପହଞ୍ଚି ତାଙ୍କୁ କିଛି କହତବା ପାଇଁ ବାହାରେ ଅପେକ୍ଷା କରି ତାଙ୍କୁ ଡକାଇଲେ।


ତାଙ୍କ ଭାଇମାନେ ମଧ୍ୟ ତାଙ୍କୁ ବିଶ୍ୱାସ କରୁ ନ ଥିଲେ।)


ତା’ପରେ ଅନ୍ୟ ଏଗାର ଜଣ ପ୍ରେରିତ ଶିଷ୍ୟମାନଙ୍କ ସହିତ ପିତର ଠିଆ ହୋଇ ଉଚ୍ଚ ସ୍ୱରରେ କହିଲେ, “ହେ ଇହୁଦୀ ଭାଇମାନେ ଓ ଯିରୂଶାଲମରେ ବାସ କରୁଥିବା ଭଦ୍ର ମଣ୍ଡଳୀ, ମୋ’ କଥା ଶୁଣ, ମୁଁ ଏହି ବିଷୟରେ ବୁଝାଇ କହିବି।


ତାଙ୍କ ଭାଇମାନେ ସେହି ଉତ୍ସବକୁ ଚାଲିଯିବା ପରେ, ଯୀଶୁ ପ୍ରକାଶ୍ୟରେ ସେଠାକୁ ନ ଯାଇ ଗୋପନରେ ଗଲେ।


ଯୀଶୁଙ୍କର ମା’ ଓ ଭାଇମାନେ ତାଙ୍କ ନିକଟକୁ ଆସିଲେ, କିନ୍ତୁ ଜନଗହଳି ହେତୁ ତାଙ୍କ ସହିତ ସାକ୍ଷାତ କରିପାରିଲେ ନାହିଁ।


ସେତେବେଳେ ଯୀଶୁଙ୍କ ମା ଓ ଭାଇମାନେ ଆସି ପହଞ୍ଚିଲେ। ସେମାନେ ବାହାରେ ଠିଆ ହୋଇ ଯୀଶୁଙ୍କୁ ଡ଼ାକି ଆଣିବା ପାଇଁ ଖବର ପଠାଇଲେ।


ଯୀଶୁଙ୍କର ମତିଭ୍ରମ ହୋଇଛି ବୋଲି ଲୋକମାନେ କହୁଥିବା ଶୁଣି, ଯୀଶୁଙ୍କ ଆତ୍ମୀୟମାନେ ତାଙ୍କୁ ଧରିନେଇ ଯିବାକୁ ଆସିଲେ।


ଯୀଶୁ ଓ ତାଙ୍କର ଶିଷ୍ୟମାନେ ମଧ୍ୟ ନିମନ୍ତ୍ରିତ ହେଇ ସେଠାକୁ ଯାଇଥିଲେ।


ଯୀଶୁଙ୍କ ଶିଷ୍ୟମାନଙ୍କ ମଧ୍ୟରୁ ଅନେକେ ତାଙ୍କର ଏସବୁ କଥା ଶୁଣି କହିଲେ, “ଏ ଶିକ୍ଷା ବୁଝିବା ବଡ଼ କଷ୍ଟ, କିଏ ଏସବୁ ଶୁଣିବ?”


ଏକଥା ଶୁଣି ଯୀଶୁଙ୍କ ଅନୁସରଣକାରୀମାନଙ୍କ ମଧ୍ୟରୁ ଅନେକେ ତାଙ୍କ ସହିତ ଯିବାକୁ ଇଚ୍ଛା ନ କରି ଫେରିଗଲେ।


ଯିଏ ସୁପରିଚିତ ହେବାକୁ ଇଚ୍ଛା କରେ, ସେ ନିଜର କାର୍ଯ୍ୟ ଗୋପନ ରଖେ ନାହିଁ। ତୁମେ ଯେତେବେଳେ ଏହି ସବୁ କାର୍ଯ୍ୟ କରିପାରୁଛ, ଜଗତର ସମସ୍ତେ ତୁମର ପରିଚୟ ପାଆନ୍ତୁ।” (


କେହି ଜଣେ ଯୀଶୁଙ୍କୁ କହିଲା, “ଆପଣଙ୍କର ମା’ ଓ ଭାଇମାନେ ବାହାରେ ଠିଆ ହୋଇଛନ୍ତି ଓ ଆପଣଙ୍କୁ ଦେଖିବାକୁ ଇଚ୍ଛା କରୁଛନ୍ତି।”


Swiv nou:

Piblisite


Piblisite