Biblia Todo Logo
Bib sou entènèt

- Piblisite -




ଯୋହନ 7:1 - ପବିତ୍ର ବାଇବଲ (CL) NT (BSI)

1 ଏହାପରେ ଯୀଶୁ ଗାଲିଳୀରେ ଭ୍ରମଣ କଲେ। ସେ ଆଉ ଯିହୁଦା ଦେଶରେ ଭ୍ରମଣ କରିବାକୁ ଚାହିଁଲେ ନାହିଁ, କାରଣ ସେଠାକାର ଇହୁଦୀ କର୍ତ୍ତୃପକ୍ଷମାନେ ତାଙ୍କୁ ପ୍ରାଣରେ ମାରିଦେବା ପାଇଁ ଚାହୁଁଥିଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

1 ଏଥିଉତ୍ତାରେ ଯୀଶୁ ଗାଲିଲୀରେ ଭ୍ରମଣ କରିବାକୁ ଲାଗିଲେ, କାରଣ ଯିହୁଦୀମାନେ ତାହାଙ୍କୁ ବଧ କରିବା ନିମନ୍ତେ ଚେଷ୍ଟା କରୁଥିବାରୁ ସେ ଯିହୁଦା ପ୍ରଦେଶରେ ଭ୍ରମଣ କରିବାକୁ ଇଚ୍ଛା କରୁ ନ ଥିଲେ।

Gade chapit la Kopi

ଓଡିଆ ବାଇବେଲ

1 ଏଥିଉତ୍ତାରେ ଯୀଶୁ ଗାଲିଲୀରେ ଭ୍ରମଣ କରିବାକୁ ଲାଗିଲେ, କାରଣ ଯିହୂଦୀମାନେ ତାହାଙ୍କୁ ବଧ କରିବା ନିମନ୍ତେ ଚେଷ୍ଟା କରୁଥିବାରୁ ସେ ଯିହୂଦା ପ୍ରଦେଶରେ ଭ୍ରମଣ କରିବାକୁ ଇଚ୍ଛା କରୁ ନ ଥିଲେ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

1 ଏଥିଉତ୍ତାରେ ଯୀଶୁ ଗାଲିଲୀରେ ଭ୍ରମଣ କରିବାକୁ ଲାଗିଲେ, କାରଣ କେତେକ ଯିହୁଦୀ ନେତାମାନେ ତାହାଙ୍କୁ ବଧ କରିବା ନିମନ୍ତେ ଚେଷ୍ଟା କରୁଥିବାରୁ ସେ ଯିହୂଦିୟା ପ୍ରଦେଶରେ ଭ୍ରମଣ କରିବାକୁ ଇଚ୍ଛା କରୁ ନ ଥିଲେ।

Gade chapit la Kopi

ପବିତ୍ର ବାଇବଲ

1 ଏହା ପରେ ଯୀଶୁ ଗାଲିଲୀ ପ୍ରଦେଶରେ ଭ୍ରମଣ କରିବାକୁ ଲାଗିଲେ। ସେ ଯିହୂଦାରେ ଯାତ୍ରା କରିବା ପାଇଁ ଗ୍ଭହୁଁ ନ ଥିଲେ, କାରଣ ଯିହୂଦୀମାନେ ତାହାଙ୍କୁ ହତ୍ୟା କରିବା ପାଇଁ ଗ୍ଭହୁଁଥିଲେ।

Gade chapit la Kopi




ଯୋହନ 7:1
19 Referans Kwoze  

ତାଙ୍କ ବିଷୟରେ ଲୋକେ ଏ ପ୍ରକାର କଥାବାର୍ତ୍ତା ହେଉଥିବାର ଶୁଣି ଯୀଶୁ ଯିହୁଦା ପ୍ରଦେଶ ଛାଡ଼ି ଗାଲିଲୀକୁ ଫେରିଗଲେ।


“କିନ୍ତୁ ରଇତମାନେ ମାଲିକଙ୍କ ପୁଅକୁ ଦେଖି ପରସ୍ପରକୁ କହିଲେ, ‘ଏଇ ଦେଖ, ମାଲିକଙ୍କର ଉତ୍ତରାଧିକାରୀ। ଆସ, ଏହାକୁ ମଧ୍ୟ ମାରି ପକାଇବା। ତାହାହେଲେ ସମ୍ପତ୍ତି ଆମର ହେବ।”


ମୋଶା ତୁମ୍ଭମାନଙ୍କ ପାଇଁ ବିଧି ବ୍ୟବସ୍ଥା ସବୁ ରଖିଦେଇଯାଇଛନ୍ତି। କିନ୍ତୁ ତୁମ୍ଭମାନଙ୍କ ମଧ୍ୟରୁ ଜଣେ ହେଲେ ସେହି ବ୍ୟବସ୍ଥା ପାଳନ କରୁ ନାହିଁ। ତୁମ୍ଭେମାନେ ମୋତେ ମାରି ଦେବାକୁ କାହିଁକି ଚେଷ୍ଟା କରୁଛ?”


ଗୋଟିଏ ସହରରେ ତୁମ୍ଭେମାନେ ଉତ୍‌ପୀଡ଼ିତ ହେଲେ ଅନ୍ୟ ସହରକୁ ପଳାଇ ଯାଅ। ମୁଁ ତୁମ୍ଭମାନଙ୍କୁ ନିଶ୍ଚିତ ଭାବରେ କହୁଛି, ତୁମ୍ଭମାନେ ଇଶ୍ରାୟେଲର ସବୁ ସହରରେ କାର୍ଯ୍ୟ ଶେଷ କରିବା ପୂର୍ବରୁ ମନୁଷ୍ୟ ପୁତ୍ର ଫେରି ଆସିଥବେ।


ତୁମ୍ଭେମାନେ ନାଜରିତର ଯୀଶୁଙ୍କ ବିଷୟରେ ଓ ଈଶ୍ୱର କିପରି ତାଙ୍କ ଉପରେ ପବିତ୍ର ଆତ୍ମା ଓ ଶକ୍ତି ଢାଳି ଦେଇଥିଲେ, ତାହା ଜାଣ। ସେ ସବୁଆଡ଼େ ଯାଇ ମହତ୍ କାର୍ଯ୍ୟ ସାଧନ କଲେ। ଶୟତାନର କବଳରେ ଥିବା ଲୋକଙ୍କୁ ସୁସ୍ଥ କଲେ, କାରଣ ଈଶ୍ୱର ତାଙ୍କ ସହିତ ଥିଲେ।


ଯୀଶୁ ଗାଲିଲୀକୁ ଆସିବା ପରେ, ଏହା ହେଉଛି ତାଙ୍କର ଦ୍ୱିତୀୟ ଅଲୌକିକ କାର୍ଯ୍ୟ।


ଯିରୂଶାଲମର ଇହୁଦୀ କର୍ତ୍ତୃପକ୍ଷ କେତେ ଜଣ ଧର୍ମଯାଜକ ଓ ଲେବୀୟମାନଙ୍କୁ ଯୋହନଢ଼ଙ୍କ ନିକଟକୁ ପଠାଇଲେ। ସେମାନେ ତାଙ୍କୁ ପଚାରିଲେ, “ଆପର କିଏ?”


ଈଶ୍ୱରଙ୍କଠାରୁ ଶୁଣିଥିବା ସତ୍ୟକୁ ପ୍ରକାଶ କରିବା ଛଡ଼ା ମୁଁ ଆଉ କିଛି କରେ ନାହିଁ; ଅଥଚ ତୁମ୍ଭେମାନେ ମୋତେ ପ୍ରାଣରେ ମାରି ଦେବାକୁ ଚେଷ୍ଟା କରୁଛ। ଅବ୍ରହାମ ଏଭଳି କାର୍ଯ୍ୟ କରି ନ ଥିଲେ।


ମୁଁ ଜାଣେ, ତୁମ୍ଭେମାନେ ମୋତେ ମାରିବାକୁ ଚେଷ୍ଟା କରୁଛ, କାରଣ ତୁମେ ମୋର ଶିକ୍ଷା ଗ୍ରହଣ କରିବାକୁ ପ୍ରସ୍ତୁତ ନୁହଁ।


ଯିରୂଶାଲମରେ କେତେକ ଲୋକ କହିଲେ, “ଯେଉଁ ବ୍ୟକ୍ତିଙ୍କୁ ମାରିବା ପାଇଁ କର୍ତ୍ତୃପକ୍ଷମାନେ ଚେଷ୍ଟା କରୁଛନ୍ତି, ସେ ଏହି ନୁହନ୍ତି କି?”


ମୁଖ୍ୟ ପୁରୋହିତ ଓ ଧର୍ମଗୁରୁମାନେ ଏ ଘଟଣା ବିଷୟରେ ଶୁଣି ଯୀଶୁଙ୍କୁ ହତ୍ୟା କରିବା ପାଇଁ ଉପାୟ ଖୋଜିବାକୁ ଲାଗିଲେ। ସେମାନେ ଯୀଶୁଙ୍କୁ ଭୟ କରୁଥିଲେ। କାରଣ ଲୋକମାନେ ତାଙ୍କ ଶିକ୍ଷାରେ ମୁଗ୍ଧ ହୋଇଯାଇଥିଲେ।


ଏହାପରେ ଯୀଶୁ ଗାଲିଲୀ ବା ତିବିରିଆର ହ୍ରଦର ଆରପାରିକୁ ଗଲେ।


ଉତ୍ସବ ସମୟରେ ଇହୁଦୀ କର୍ତ୍ତୃପକ୍ଷମାନ ତାଙ୍କୁ ଖୋଜୁ ଖୋଜୁ ପଚାରିଲେ, “ସେ କାହାନ୍ତି?”


କିନ୍ତୁ ଇହୁଦୀ କର୍ତ୍ତୃପକ୍ଷମାନଙ୍କ ଭୟରେ କେହି ତାଙ୍କ ବିଷୟରେ ପ୍ରକାଶ୍ୟରେ କଥାବାର୍ତ୍ତା ହୋଇ ପାରିଲେ ନାହିଁ।


ଇହୁଦୀ କର୍ତ୍ତୃପକ୍ଷମାନେ ପରସ୍ପରକୁ ପଚାରିଲେ, “ସେ ଏପରି କେଉଁ ସ୍ଥାନକୁ ଯିବେ ଯେ, ଆମେ ତାଙ୍କୁ ଖୋଜି ପାଇ ପାରିବା ନାହିଁ? ଯେଉଁ ଗ୍ରୀକ୍ ସହରମାନଙ୍କରେ ଆମ ସମ୍ପ୍ରଦାୟର ଲୋକମାନେ ଅଛନ୍ତି, ସେ କ’ଣ ସେଠାକୁ ଯାଇ ଗ୍ରୀକ୍ମାନଙ୍କୁ ଶିକ୍ଷା ଦେବେ?


Swiv nou:

Piblisite


Piblisite