Biblia Todo Logo
Bib sou entènèt

- Piblisite -




ଯୋହନ 6:2 - ପବିତ୍ର ବାଇବଲ (CL) NT (BSI)

2 ଅନେକ ଲୋକ ତାଙ୍କର ପଛେ ପଛେ ଯାଉଥିଲେ, କାରଣ ଯୀଶୁ ତାଙ୍କ ଅଲୌକିକ ଶକ୍ତି ବଳରେ ପୀଡ଼ିତ ଲୋକମାନଙ୍କୁ ସୁସ୍ଥ କରୁଥିବା ସେମାନେ ଦେଖିଥିଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

2 ଆଉ, ସେ ରୋଗୀମାନଙ୍କ ପ୍ରତି ଯେ ଯେ ଆଶ୍ଚର୍ଯ୍ୟକର୍ମ କରୁଥିଲେ, ସେହିସବୁ ଦେଖି ବହୁସଂଖ୍ୟକ ଲୋକ ତାହାଙ୍କ ପଶ୍ଚାତ୍ଗମନ କରିବାକୁ ଲାଗିଲେ।

Gade chapit la Kopi

ଓଡିଆ ବାଇବେଲ

2 ଆଉ, ସେ ରୋଗୀମାନଙ୍କ ପ୍ରତି ଯେ ଯେ ଆଶ୍ଚର୍ଯ୍ୟକର୍ମ କରୁଥିଲେ, ସେହି ସବୁ ଦେଖି ବହୁସଂଖ୍ୟକ ଲୋକ ତାହାଙ୍କ ପଶ୍ଚାତ୍‍ଗମନ କରିବାକୁ ଲାଗିଲେ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

2 ଆଉ, ସେ ରୋଗୀମାନଙ୍କ ପ୍ରତି ଯେଉଁ ଯେଉଁ ଆଶ୍ଚର୍ଯ୍ୟକର୍ମ କରୁଥିଲେ, ସେହିସବୁ ଦେଖି ବହୁସଂଖ୍ୟକ ଲୋକ ତାହାଙ୍କ ପଶ୍ଚାତ୍‍ଗମନ କରିବାକୁ ଲାଗିଲେ।

Gade chapit la Kopi

ପବିତ୍ର ବାଇବଲ

2 ତାହାଙ୍କ ପଛେ ପଛେ ବହୁତ ଲୋକ ଗଲେ। ସେମାନେ ତାହାଙ୍କୁ ଅନୁସରଣ କଲେ, କାରଣ ଯୀଶୁ କି ପ୍ରକାରେ ରୋଗୀମାନଙ୍କୁ ସୁସ୍ଥ କରି ଆପଣା ଶକ୍ତି ପ୍ରକାଶ କଲେ ତାହା ସେମାନେ ଦେଖିଥିଲେ।

Gade chapit la Kopi




ଯୋହନ 6:2
19 Referans Kwoze  

ତାଙ୍କ ବିରୁଦ୍ଧରେ ହେଉଥିବା ଷଡ଼ଯନ୍ତ୍ର କଥା ଶୁଣି ଯୀଶଉ ସେ ଅଞ୍ଚଳ ଛାଡ଼ି ଅନ୍ୟଆଡ଼େ ଚାଲିଗଲେ। କିନ୍ତୁ ଅନେକ ଲେଶକ ତାଙକ ପଛେ ପଛେ ଗଲେ।


ଯୀଶୁ ତାଙ୍କର ଏହି ପ୍ରଥମ ଅଲୌକିକ କାର୍ଯ୍ୟ ଗାଲିଲୀର କାନ୍ନା ସହରରେ କରିଥିଲେ। ସେଠାରେ ସେ ତାଙ୍କର ମହିମା ପ୍ରକାଶ କଲେ ଏବଂ ଶିଷ୍ୟମାନେ ତାଙ୍କଠାରେ ବିଶ୍ୱାସ କଲେ।


ସେମାନେ ଯିବା ସମୟରେ ଅନେକ ଲୋକ ସେମାନଙ୍କୁ ଦେଖି ଚିହ୍ନି ପାରିଲେ। ଏଣୁ ସେମାନେ ବିଭିନ୍ନ ସ୍ଥାନରୁ ବାହାରି ଯୀଶୁ ଓ ତାଙ୍କ ଶିଷ୍ୟମାନେ ଯେଉଁ ସ୍ଥାନକୁ ଯାଉଥିଲେ, ଦୌଡ଼ି ଦୌଡ଼ି ସେଠାରେ ଆଗରୁ ଯାଇ ପହଞ୍ôଚଗଲେ।


ଯୀଶୁ ଯେତେବେଳେ ନୌକାରୁ ଓହ୍ଲାଇ ଏହି ବିରାଟ ଜନତାକୁ ଦେଖିଲେ, ତାଙ୍କ ହୃଦୟ ଦୟାରେ ବିଗଳିତ ହେଲା। ଅନେକ ରୋଗୀଙ୍କୁ ସେ ସେଠାରେ ସୁସ୍ଥ କଲେ।


ଯୀଶୁ ପାହାଡ଼ ଉପରୁ ଓହ୍ଲାଇ ଆସିବା ପରେ ଅନେକ ଲୋକ ତାଙ୍କୁ ଅନୁସରଣ କଲେ।


ତାଙ୍କ ଚାରିପଟେ ଏତେ ଲୋକ ଭିଡ଼ ହେଲା ଯେ ସେ ଗୋଟିଏ ନୌକାରେ ଯାଇ ବସିଲେ। ଲୋକମାନେ ହ୍ରଦ କୂଳରେ ଠିଆ ହୋଇ ତାଙ୍କ କଥା ଶୁଣିଲେ।


କିନ୍ତୁ ଲୋକଟି ସେଠାରୁ ଚାଲିଯାଇ ଏହି କଥା ଚାରିଆଡ଼େ ରାଷ୍ଟ୍ର କରିଦେଲା। ସେ ଏହି ବିଷୟରେ ଏତେ କହି ବୁଲିଲା ଯେ, ଯୀଶୁ ପ୍ରକାଶ୍ୟରେ କୌଣସି ସହର ଭିତରକୁ ଯାଇ ପାରିଲେ ନାହିଁ। ତେଣୁ ସେ ନିର୍ଜନ ସ୍ଥାନମାନଙ୍କରେ ରହିଲେ; ତଥାପି ସବୁଆଡ଼ୁ ଲୋକମାନେ ତାଙ୍କ ନିକଟକୁ ଆସିଲେ।


ନିସ୍ତାର ପର୍ବ ସମୟରେ ଯିରୁଶାଲମରେ ଯୀଶୁ ଥିବା ବେଳେ ଅନେକେ ତାଙ୍କର ଅଲୌକିକ କାର୍ଯ୍ୟ ସବୁ ଦେଖି ତାଙ୍କଠରେ ବିଶ୍ୱାସ କଲେ।


ସେ ରାତ୍ରି ସମୟରେ ଯୀଶୁଙ୍କ ନିକଟକୁ ଆସି କହିଲେ, “ରାବି, ଆମେ ଜାଣୁ, ଆପଣ ଈଶ୍ୱର ପ୍ରେରିତ ଗୁରୁ। ଆପଣ ଯେଉଁସବୁ ଅଲୌକିକ କାର୍ଯ୍ୟ କରୁଛନ୍ତି, ଈଶ୍ୱରଙ୍କ ସହାୟତା ବିନା ତାହା କେହି କରି ପାରିବେ ନାହିଁ।”


ଯୀଶୁଙ୍କ ଏହି ଅଲୌକିକ କାର୍ଯ୍ୟ ଦେଖି ଲୋକେ କହିଲେ, “ଯେଉଁ ଭାବବାଦୀ ଜଗତକୁ ଆସବାର ଥିଲା, ଏ ନିଶ୍ଚୟ ସେହି।”


ପରିଦିନ ହ୍ରଦର ଅନ୍ୟ ପାଖରେ ରହିଯାଇ ଥିବା ଲୋକମାନେ ଜାଣିପାରିଲେ ଯେ, ସେଠାରେ କେବଳ ଗୋଟାଏ ନୌକା ଥିଲା ଥିଲା ଏବଂ ଶିଷ୍ୟମାନେ ଯୀଶୁଙ୍କୁ ସଙ୍ଗରେ ନ ନେଇ ସେହି ନୌକାରେ ହ୍ରଦ ଭିତରକୁ ଚାଲି ଯାଇଛନ୍ତି।


ଯୀଶୁ ଉତ୍ତର ଦେଲେ, “ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି, ମୋର ଅଲୌକିକ କାର୍ଯ୍ୟର ତାତ୍ପର୍ଯ୍ୟ ବୁଝି ମୋତେ ଖୋଜିବାକୁ ଆସି ନାହଁ। କିନ୍ତୁ ରୋଟୀ ଖାଇ ପରିତୃପ୍ତ ହୋଇଥିଲ ବୋଲି ଆସିଛ।


ସେମାନେ ପଚାରିଲେ, “ତୁମଠାରେ ଆମେ ଯେପରି ବିଶ୍ୱାସ କରିବୁ, ସେଥିପାଇଁ ଆମକୁ କି କର୍ମ ଦେଖାଇ ପାରିବ? କୁହ, କ’ଣ କରିପାରିବ?


ଏହା ଶୁଣି ଫାରୁଶୀ ଓ ମୁଖ୍ୟ ଯାଜକମାନେ ମହାସଭାର ସଦସ୍ୟମାନଙ୍କୁ ଭେଟି କହିଲେ, “ଆମେ କ’ଣ କିରବା? ଦେଖ, ଏ ଲୋକଟା କେତେ କେତେ ଆଶ୍ଚର୍ଯ୍ୟ କର୍ମ କରି ଯାଉଛି।


ସେଥିପାଇଁ ଯୀଶୁଙ୍କର ଏହି ଅଲୌକିକ କାର୍ଯ୍ୟର ଖବର ଶୁଣି ଲୋକମାନେ ଯୀଶୁଙ୍କୁ ଭେଟିବା ପାଇଁ ଯାଇଥିଲେ।


ସେମାନଙ୍କ ସାକ୍ଷାତରେ ତାଙ୍କର ଅଲୌକିକ କାର୍ଯ୍ୟସମୂହ କରିଥିବା ସତ୍ତେ୍ୱ ସେମାନେ ତାଙ୍କଠାରେ ବିଶ୍ୱାସ କଲେ ନାହିଁ।


ଶିଷ୍ୟମାନଙ୍କ ଉପସ୍ଥିତିରେ ଯୀଶୁ ଆହୁରି ଅନେକ ଅଲୌକିକ କାର୍ଯ୍ୟ ସାଧନ କରିଥିଲେ। ତାହା ଏ ପୁସ୍ତକରେ ଲେଖାଯାଇ ନାହିଁ।


Swiv nou:

Piblisite


Piblisite