Biblia Todo Logo
Bib sou entènèt

- Piblisite -




ଯୋହନ 4:41 - ପବିତ୍ର ବାଇବଲ (CL) NT (BSI)

41 ଯୀଶୁଙ୍କ ବାର୍ତ୍ତା ଶୁଣି ଆହୁରି ଅନେକେ ତାଙ୍କୁ ବିଶ୍ୱାସ କଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

41 ପୁଣି, ତାହାଙ୍କ ବାକ୍ୟ ହେତୁ ଆହୁରି ଅନେକ ଲୋକ ବିଶ୍ଵାସ କଲେ;

Gade chapit la Kopi

ଓଡିଆ ବାଇବେଲ

41 ପୁଣି, ତାହାଙ୍କ ବାକ୍ୟ ହେତୁ ଆହୁରି ଅନେକ ଲୋକ ବିଶ୍ୱାସ କଲେ;

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

41 ପୁଣି, ତାହାଙ୍କ ବାକ୍ୟ ହେତୁ ଆହୁରି ଅନେକ ଲୋକ ବିଶ୍ୱାସ କଲେ।

Gade chapit la Kopi

ପବିତ୍ର ବାଇବଲ

41 ଯୀଶୁଙ୍କଠାରୁ ବାଣୀ ଶୁଣି ବହୁତ ଲୋକ ତାହାଙ୍କଠାରେ ବିଶ୍ୱାସ କଲେ।

Gade chapit la Kopi




ଯୋହନ 4:41
13 Referans Kwoze  

କିନ୍ତୁ ତୁମ୍ଭମାନଙ୍କ ଉପରେ ପବିତ୍ରଆତ୍ମା ଅବତରଣ କଲେ, ତୁମ୍ଭେମାନେ ଶକ୍ତିରେ ପୂର୍ଣ୍ଣ ହେବ ଏବଂ ଯିରୂଶାଲମ, ଯିହୁଦା ଓ ଶମିରୋଣ ଓ ପୃଥିବୀର ଶେଷସୀମା ପର୍ଯ୍ୟନ୍ତ ମୋ’ ପାଇଁ ତୁମ୍ଭେମାନେ ସାକ୍ଷୀ ହେବ।”


କିନ୍ତୁ ଫିଲିପ୍ପଙ୍କଠାରୁ ଈଶ୍ୱରଙ୍କ ରାଜ୍ୟ ଓ ଯୀଶୁଖ୍ରୀଷ୍ଟଙ୍କ ସମ୍ପର୍କରେ ଶୁଭବାର୍ତ୍ତା ଶୁଣି, ସେଥିପ୍ରତି ଲୋକମାନଙ୍କର ବିଶ୍ୱାସ ଜାତ ହେଲା ଓ ସେ ଅଞ୍ଚଳର ସ୍ତ୍ରୀ ପୁରୁଷ ସମସ୍ତେ ଜଳଦୀକ୍ଷା ଗ୍ରହଣ କଲେ।


ସାକ୍ଷ୍ୟଦାନ ଓ ପ୍ରଭୁଙ୍କ ସମ୍ବାଦ ଘୋଷଣା କରିବା ପରେ ପିତର ଓ ଯୋହନ ଯିରୂଶାଲମକୁ ଫେରିଗଲେ। ଫେରିବା ପଥରେ ସେମାନେ ଶମିରୋଣର ଅନେକ ଗ୍ରାମରେ ଶୁଭବାର୍ତ୍ତା ପ୍ରଚାର କଲେ।


କେବଳ ଈଶ୍ୱରଙ୍କ ଆତ୍ମା ଜୀବନ ଦେଇପାରନ୍ତି। ମନୁଷ୍ୟର ଶକ୍ତି କିଛି କରିପାରେ ନାହିଁ। ଈଶ୍ୱରଙ୍କ ସେହି ଜୀବନଦାୟୀ ଆତ୍ମାଙ୍କୁ ତୁମ୍ଭେମାନେ ଯେପରି ଅନୁଭବ କରିବ, ସେଥିପାଇଁ ମୁଁ ଏହି ସବୁ କଥା କହିଛି।


ଈଶ୍ୱରଙ୍କଠାରୁ କୌଣସି ବିଷୟ ଗୁପ୍ତ ନୁହେୁଁ; ସମୁଦାୟ ସୃଷ୍ଟିରେ ସମୟ ବଷୟ ତାହାଙ୍କ ସର୍ବଦର୍ଶୀ ଚକ୍ଷୁ ସମ୍ମୁଖରେ ଅନାଚ୍ଛାଦିତ ଓ ଉନ୍ମୁକ୍ତ। ସେହି ଈଶ୍ୱରଙ୍କ ସମ୍ମୁଖରେ ଆମ୍ଭମାନଙ୍କୁ ହିସାବ ଦେବାକୁ ପଡ଼ିବ।


ମଣ୍ଡଳୀ ସେମାନଙ୍କ ଯାତ୍ରାର ସୁବିଧା କରିଦେଇ ପଠାଇଲା ଏବଂ ସେମାନେ ଫିନିସିଆ ଓ ଶମିରୋଣ ଦେଇ ଯିବା ସମୟରେ ଅଣଇହୁଦୀମାନେ କିପରି ମନ ପରିବର୍ତ୍ତନ କରି ଈଶ୍ୱରପରାୟଣ ହୋଇଛନ୍ତି, ସେ ବିଷୟ ଜଣାଇଲେ; ଏହି ସମ୍ବାଦ ଶୁଣି ବିଶ୍ୱାସୀମାନେ ଅତ୍ୟନ୍ତ ଆନନ୍ଦିତ ହେଲେ।


ପ୍ରହରୀମାନେ ଉତ୍ତର ଦେଲେ, “ତାଙ୍କ ପରି ଏତେ ଚମକ୍ରାର ଭାବରେ କେହି କେବେ କଥା କହି ନାହାନ୍ତି।”


ତାଙ୍କର ଶିକ୍ଷା ଦେବା ପ୍ରଣାଳୀରେ ସେମାନେ ସମସ୍ତେ ଆଚମ୍ବିତ ହେଲେ, କାରଣ ସେ କ୍ଷମତାର ସହ କଥା କହୁଥିଲେ।


ଶମିରୋଣୀୟମାନେ ଯୀଶୁଙ୍କ ନିକଟକୁ ଆସି ସେମାନଙ୍କ ସହିତ ଆଉ କିଛି ଦିନ ରହିବା ପାଇଁ ତାଙ୍କୁ ଅନୁରୋଧ କଲେ। ଯୀଶୁ ସେମାନଙ୍କ ସହିତ ଆଉ ଦୁଇ ଦିନ ରହିଲେ।


ସେମାନେ ସେହି ସ୍ତ୍ରୀ ଲୋକକୁ କହିଲେ, “କେବଳ ତୁମେ କହିବାରୁ ଆମର ବିଶ୍ୱାସ ହୋଇ ନାହିଁ; ତାଙ୍କ କଥା ନିଜେ ଶୁଣି ସେ ଯେ ପ୍ରକୃତରେ ଜଗତର ତ୍ରାଣକର୍ତ୍ତା, ଏହି ବିଶ୍ୱାସ ଆମର ହୋଇଛି।”


Swiv nou:

Piblisite


Piblisite