Biblia Todo Logo
Bib sou entènèt

- Piblisite -




ଯୋହନ 4:3 - ପବିତ୍ର ବାଇବଲ (CL) NT (BSI)

3 ତାଙ୍କ ବିଷୟରେ ଲୋକେ ଏ ପ୍ରକାର କଥାବାର୍ତ୍ତା ହେଉଥିବାର ଶୁଣି ଯୀଶୁ ଯିହୁଦା ପ୍ରଦେଶ ଛାଡ଼ି ଗାଲିଲୀକୁ ଫେରିଗଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

3 ସେତେବେଳେ ସେ ଯିହୁଦା ପ୍ରଦେଶ ପରିତ୍ୟାଗ କରି ପୁନର୍ବାର ଗାଲିଲୀକି ପ୍ରସ୍ଥାନ କଲେ।

Gade chapit la Kopi

ଓଡିଆ ବାଇବେଲ

3 ସେତେବେଳେ ସେ ଯିହୂଦା ପ୍ରଦେଶ ପରିତ୍ୟାଗ କରି ପୁନର୍ବାର ଗାଲିଲୀକୁ ପ୍ରସ୍ଥାନ କଲେ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

3 ସେତେବେଳେ ସେ ଯିହୂଦିୟା ପ୍ରଦେଶ ପରିତ୍ୟାଗ କରି ପୁନର୍ବାର ଗାଲିଲୀକୁ ପ୍ରସ୍ଥାନ କଲେ।

Gade chapit la Kopi

ପବିତ୍ର ବାଇବଲ

3 ତେଣୁ ସେ ସେତେବେଳେ ଯିହୂଦା ପ୍ରଦେଶ ଛାଡ଼ି ପୁଣି ଥରେ ଗାଲିଲୀକୁ ଗ୍ଭଲିଗଲେ।

Gade chapit la Kopi




ଯୋହନ 4:3
11 Referans Kwoze  

ଗୋଟିଏ ସହରରେ ତୁମ୍ଭେମାନେ ଉତ୍‌ପୀଡ଼ିତ ହେଲେ ଅନ୍ୟ ସହରକୁ ପଳାଇ ଯାଅ। ମୁଁ ତୁମ୍ଭମାନଙ୍କୁ ନିଶ୍ଚିତ ଭାବରେ କହୁଛି, ତୁମ୍ଭମାନେ ଇଶ୍ରାୟେଲର ସବୁ ସହରରେ କାର୍ଯ୍ୟ ଶେଷ କରିବା ପୂର୍ବରୁ ମନୁଷ୍ୟ ପୁତ୍ର ଫେରି ଆସିଥବେ।


ସେଥିପାଇଁ ଯୀଶୁ ଇହୁଦୀମାନଙ୍କ ମଧ୍ୟରେ ଆଉ ପ୍ରକାଶ୍ୟେର ଯାତାୟାତ କଲେ ନାହିଁ ଏବଂ ମରୁଭୂମି ନିକଟରେ ଥିବା ଇଫ୍ରୟିମ ନାମକ ଗୋଟିଏ ସହରକୁ ଯାଇ ସେଠାରେ ଶିଷ୍ୟମାନଙ୍କ ସହିତ ଅବସ୍ଥାନ କଲେ।


ଯର୍ଦ୍ଦନ ନଦୀର ଅପରପାଶ୍ୱର୍ରେ ଯୋହନ ଜଳଦୀକ୍ଷା ଦେଉଥିବା ସ୍ଥାନକୁ ଯୀଶୁ ଫେରିଯାଇ ସେଠାରେ ଅବସ୍ଥାନ କଲେ।


ଏହା ପରେ ଯୀଶୁ ତାଙ୍କ ଶିଷ୍ୟମାନଙ୍କ ସହ ଯିହୁଦା ପ୍ରଦେଶକୁ ଯାଇ ସେଠାରେ କିଛି ଦିନ ଅତିବାହିତ କଲେ। ସେଠାରେ ସେ ଜଳଦୀକ୍ଷା ଦେଲେ।


ଯୀଶୁ ତାଙ୍କର ଏହି ପ୍ରଥମ ଅଲୌକିକ କାର୍ଯ୍ୟ ଗାଲିଲୀର କାନ୍ନା ସହରରେ କରିଥିଲେ। ସେଠାରେ ସେ ତାଙ୍କର ମହିମା ପ୍ରକାଶ କଲେ ଏବଂ ଶିଷ୍ୟମାନେ ତାଙ୍କଠାରେ ବିଶ୍ୱାସ କଲେ।


ତହିଁ ଆରଦିନ ଯୀଶୁ ଗାଲିଲୀକୁ ବାହାରିଲେ। ବାଟରେ ଫିଲିପ୍ ନାମକ ଜଣେ ବ୍ୟକ୍ତିକୁ ଭେଟି କହିଲେ, “ମୋ’ ସଙ୍ଗରେ ଆସ।” (


ଯୀଶୁ ଓ ତାଙ୍କ ଶିଷ୍ୟମାନେ ଗାଲିଲୀ ହ୍ରଦ କୂଳକୁ ଗଲେ ଏବଂ ଲୋକମାନେ ବହୁସଂଖ୍ୟାରେ ତାଙ୍କର ଅନୁଗମନ କଲେ।


ସେ ଯାହା ଦେଖିଛନ୍ତି ଓ ଶୁଣିଛନ୍ତି, ସେହି ବିଷୟ ପ୍ରକାଶ କରୁଛନ୍ତି, କିନ୍ତୁ ତାଙ୍କ ବାର୍ତ୍ତା କେହି ଗ୍ରହଣ କରୁ ନାହାନ୍ତି।


ଯୀଶୁ ଯିରୁଶାଲମ ଯିବା ବାଟରେ ଶମିରୋଣ ଓ ଗାଲିଲୀର ସୀମା ମଧ୍ୟ ଦେଇ ଗଲେ।


ସେଠାରେ ଥିବା ଜଣେ ରାଜକର୍ମଚାରୀଙ୍କ ପୁତ୍ର କପର୍ନାହୂମରେ ପୀଡ଼ିତ ଥିଲା। ଯୀଶୁ ଯିହୁଦାରୁ ଗାଲିଲୀକୁ ଆସିଛନ୍ତି ବୋଲି ଶୁଣି, ଉକ୍ତ କର୍ମଚାରୀ ଯୀଶୁଙ୍କ ନିକଟକୁ ଗଲେ। ମୃତ୍ୟୁ ଶଯ୍ୟାରେ ପଡ଼ିଥିବା ତାଙ୍କ ପୁତ୍ରକୁ ସୁସ୍ଥ କରିବା ପାଇଁ କପର୍ନାହୂମ ଯିବାକୁ ସେ ଯୀଶୁଙ୍କୁ ଅନୁରୋଧ କଲେ।


ଏହାପରେ ଯୀଶୁ ଗାଲିଳୀରେ ଭ୍ରମଣ କଲେ। ସେ ଆଉ ଯିହୁଦା ଦେଶରେ ଭ୍ରମଣ କରିବାକୁ ଚାହିଁଲେ ନାହିଁ, କାରଣ ସେଠାକାର ଇହୁଦୀ କର୍ତ୍ତୃପକ୍ଷମାନେ ତାଙ୍କୁ ପ୍ରାଣରେ ମାରିଦେବା ପାଇଁ ଚାହୁଁଥିଲେ।


Swiv nou:

Piblisite


Piblisite