Biblia Todo Logo
Bib sou entènèt

- Piblisite -




ଯୋହନ 4:11 - ପବିତ୍ର ବାଇବଲ (CL) NT (BSI)

11 ସ୍ତ୍ରୀ ଲୋକଟି କହିଲା, “ଆଜ୍ଞା, ଆପଣଙ୍କ ପାଖରେ ତ ପାଣି କାଢ଼ିବା ପାଇର୍ ପାତ୍ର ନାହିଁ, ପୁଣି ଏ କୂଅ ବଡ଼ ଗଭୀର। କେଉଁଠାରୁ ଆପଣ ସେହି ଜଳ ପାଇବେ?

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

11 ସେହି ସ୍ତ୍ରୀଲୋକ ତାହାଙ୍କୁ କହିଲା, ମହାଶୟ, ଜଳ କାଢ଼ିବା ନିମନ୍ତେ ଆପଣଙ୍କ ନିକଟରେ କୌଣସି ପାତ୍ର ନାହିଁ, ପୁଣି କୂଅ ତ ଗହୀର; ତେବେ ଆପଣ କେଉଁଠାରୁ ସେହି ଜୀବନ୍ତ ଜଳ ପାଇଅଛନ୍ତି?

Gade chapit la Kopi

ଓଡିଆ ବାଇବେଲ

11 ସେହି ସ୍ତ୍ରୀଲୋକ ତାହାଙ୍କୁ କହିଲା, ମହାଶୟ, ଜଳ କାଢ଼ିବା ନିମନ୍ତେ ଆପଣଙ୍କ ନିକଟରେ କୌଣସି ପାତ୍ର ନାହିଁ ପୁଣି, କୂଅ ତ ଗଭୀର; ତେବେ ଆପଣ କେଉଁଠାରୁ ସେହି ଜୀବନ୍ତ ଜଳ ପାଇଅଛନ୍ତି ?

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

11 ସେହି ସ୍ତ୍ରୀଲୋକ ତାହାଙ୍କୁ କହିଲା, ମହାଶୟ, ଜଳ କାଢ଼ିବା ନିମନ୍ତେ ଆପଣଙ୍କ ନିକଟରେ କୌଣସି ପାତ୍ର ନାହିଁ ପୁଣି, କୂଅ ତ ଗଭୀର; ତେବେ ଆପଣ କେଉଁଠାରୁ ସେହି ଜୀବନ୍ତ ଜଳ ପାଇଅଛନ୍ତି?

Gade chapit la Kopi

ପବିତ୍ର ବାଇବଲ

11 ସେହି ସ୍ତ୍ରୀଲୋକଟି କହିଲା, “ମହାଶୟ, ଆପଣ କେଉଁଠାରୁ ସେହି ଜୀବନ୍ତ ଜଳ ପାଇବେ? କୂଅତ ଅତି ଗଭୀର ଓ ପାଣି କାଢ଼ିବା ପାଇଁ ଆପଣଙ୍କ ପାଖରେ କିଛି ନାହିଁ।

Gade chapit la Kopi




ଯୋହନ 4:11
10 Referans Kwoze  

କିନ୍ତୁ ଯେ ଆଧ୍ୟାତ୍ମିକମନା ନୁହେଁ, ସେ ପରମାତ୍ମାଙ୍କ ଦାନଗୁଡ଼ିକ ଗ୍ରହଣ କରିବାକୁ ଅକ୍ଷମ। ସେ ପ୍ରକୃତରେ ଏହି ଦାନଗୁଡ଼ିକୁ ବୁଝିପାରେ ନାହିଁ। ସେସବୁ ତା’ ପାଇଁ ନିର୍ବୋଧତା; କାରଣ କେବଳ ଆଧ୍ୟାତ୍ମିକ ଭିତ୍ତିରେ ସେଗୁଡ଼କର ମୂଲ୍ୟାୟନ କରାଯାଇପାରେ।


ନିକଦୀମ ପଚାରିଲେ, “ଜଣେ ବୟଃପ୍ରାପ୍ତ ବ୍ୟକ୍ତି ଆଉ ଥରେ କିପରି ଜନ୍ମ ଗ୍ରହଣ କରିପାରିବ? ମାତୃ ଗର୍ଭରେ ପ୍ରବେଶ କରି ସେ କ’ଣ ଦ୍ୱିତୀୟ ଥର ଜନମ ହୋଇ ପାରିବ?”


କିନ୍ତୁ ମୁଁ ଯେଉଁ ଜଳ ଦିଏ, ତାହା ଯେ ପାନ କରିବ, ସେ ଆଉ କେବେ ତୃଷାର୍ତ୍ତ ହେବ ନାହିଁ, ବରଂ ମୁଁ ଦେଉଥିବା ଜଳ ତା’ ଅନ୍ତରରେ ଗୋଟିଏ ଜୀବନ ପ୍ରଦାୟୀ ନିର୍ଝରରେ ପରିଣତ ହେବ। ସେଥିରୁ ପାନ କଲେ, ସେ ଅନନ୍ତ ଜୀବନ ପାଇବ।”


ଉତ୍ସବର ଶେଷ ଦିବସରେ ଯୀଶୁ ଠିଆ ହୋଇ ଉଚ୍ଚ ସ୍ୱରରେ କହିଲେ: “ଯେ ତୃଷାର୍ତ୍ତ, ସେ ମୋ’ ପାଖକୁ ଆସି ପାନ କରୁ।


କିନ୍ତୁ ପିତର କହିଲେ, “ନା ପ୍ରଭୁ, ମୁଁ ପାରିବି ନାହିଁ! ମୁଁ କେବେ କୌଣସି ଅଶୁଚି ବା ଅପବିତ୍ର ବସ୍ତୁ ଭୋଜନ କରି ନାହିଁ।”


କାରଣ, ସିଂହାସନ ମଧ୍ୟଭାଗରେ ଉପବିଷ୍ଟ ମେଷଶାବକ ସେମାନଙ୍କର ମେଷପାଳକ ହେବେ। ସେ ଜୀବନଦାୟକ ଜଳର ଉତ୍ସ ନିକଟକୁ ସେମାନଙ୍କୁ ପଥ କଢ଼ାଇ ନେବେ ଏବଂ ଈଶ୍ୱର ସେମାନଙ୍କ ଚକ୍ଷୁରୁ ସମସ୍ତ ଲୋତକ ପୋଛି ଦେବେ।”


ଆହୁରି ମଧ୍ୟ ସେ କହିଲେ, “କାର୍ଯ୍ୟ ସମ୍ପନ୍ନ ହୋଇଛି। ମୁଁ କ ଓ କ୍ଷ, ଆଦି ଓ ଅନ୍ତ। ଯେ ତୃଷାର୍ତ୍ତ, ଜୀବନ ରୂପକ ଜଳ ନିର୍ଝରରୁ ମୁଁ ତାକୁ ବିନା ମୂଲ୍ୟରେ ପାନ କରିବାକୁ ଦେବି।


ନୂତନ ପୃଥିବୀରେ ସ୍ଫଟିକ ପରି ସ୍ୱଚ୍ଛ ଜୀବନ-ଜଳର ଗୋଟିଏ ନଦୀ ଦୂତ ମୋତେ ଦେଖାଇଲେ। ଏହି ନଦୀ ଈଶ୍ୱର ଓ ମେଷଶାବକଙ୍କ ସିଂହାସନରୁ ନିର୍ଗତ ହୋଇ


ପବିତ୍ରାତ୍ମା ଓ ସେହି ନବବଧୂ କହୁଛନ୍ତି: “ଆସନ୍ତୁ”! ଶ୍ରବଣକାରୀ ପ୍ରତ୍ୟେକେ ମଧ୍ୟ କହିବେ: “ଆସନ୍ତୁ।” ଯେ କେହି ତୃଷିତ, ସେ ଆସୁ। ଜୀବନପ୍ରଦାୟୀ ଜଳ ପାନ କରିବାକୁ ଯେ ଇଚ୍ଛୁକ, ସେ ଆସି ବିନାମୂଲ୍ୟରେ ତାହା ଗ୍ରହଣ କରୁ।


Swiv nou:

Piblisite


Piblisite