Biblia Todo Logo
Bib sou entènèt

- Piblisite -




ଯୋହନ 4:10 - ପବିତ୍ର ବାଇବଲ (CL) NT (BSI)

10 ଯୀଶୁ ତାଙ୍କୁ କହିଲେ: “ଈଶ୍ୱର କ’ଣ ଦେଇ ପାରନ୍ତି, ତୁମେ ଯଦି ଜାଣି ଥାଆନ୍ତି ଏବଂ କିଏ ତୁମ ହାତରୁ ପିଇବାକୁ ଚାହୁଁଛନ୍ତି, ତାଙ୍କୁ ଯଦି ଜାଣି ଥାଆନ୍ତ, ତୁମେ ତାଙ୍କୁ ମାଗନ୍ତ ଓ ସେ ତୁମକୁ ଜୀବନ ପ୍ରଦାୟୀ ଜଳ ଦେଇ ଥାଆନ୍ତେ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

10 ଯୀଶୁ ତାହାକୁ ଉତ୍ତର ଦେଲେ, ଈଶ୍ଵରଙ୍କ ଦାନ ଓ ମୋତେ ପିଇବାକୁ ଦିଅ ବୋଲି ଯେ ତୁମ୍ଭକୁ କହୁଅଛନ୍ତି, ସେ କିଏ, ଏହା ଯେବେ ଜାଣିଥାଆନ୍ତ, ତାହାହେଲେ ତୁମ୍ଭେ ତାହାଙ୍କୁ ମାଗିଥାଆନ୍ତ, ଆଉ ସେ ତୁମ୍ଭକୁ ଜୀବନ୍ତ ଜଳ ଦେଇଥାଆନ୍ତେ।

Gade chapit la Kopi

ଓଡିଆ ବାଇବେଲ

10 ଯୀଶୁ ତାହାକୁ ଉତ୍ତର ଦେଲେ, ଈଶ୍ୱରଙ୍କ ଦାନ ଓ ମୋତେ ପିଇବାକୁ ଦିଅ ବୋଲି ଯେ ତୁମ୍ଭକୁ କହୁଅଛନ୍ତି, ସେ କିଏ, ଏହା ଯଦି ତୁମ୍ଭେ ଜାଣିଥାଆନ୍ତ, ତାହାହେଲେ ତୁମ୍ଭେ ତାହାଙ୍କୁ ମାଗିଥାଆନ୍ତ, ଆଉ ସେ ତୁମ୍ଭକୁ ଜୀବନ୍ତ ଜଳ ଦେଇଥାଆନ୍ତେ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

10 ଯୀଶୁ ତାହାକୁ ଉତ୍ତର ଦେଲେ, “ଈଶ୍ବରଙ୍କ ଦାନ ଓ ମୋତେ ପିଇବାକୁ ଦିଅ ବୋଲି ଯେ ତୁମ୍ଭକୁ କହୁଅଛନ୍ତି, ସେ କିଏ, ଏହା ଯଦି ତୁମ୍ଭେ ଜାଣିଥାଆନ୍ତ, ତାହାହେଲେ ତୁମ୍ଭେ ତାହାଙ୍କୁ ମାଗିଥାଆନ୍ତ, ଆଉ ସେ ତୁମ୍ଭକୁ ଜୀବନ୍ତ ଜଳ ଦେଇଥାଆନ୍ତେ।”

Gade chapit la Kopi

ପବିତ୍ର ବାଇବଲ

10 ଯୀଶୁ ଉତ୍ତର ଦେଲେ, “ତୁମ୍ଭେ ପରମେଶ୍ୱର ଦେଉଥିବା ଜିନିଷ ବିଷୟରେ ଜାଣି ନାହଁ। ତୁମ୍ଭକୁ ଜଳ ମାଗୁଥିବା ବ୍ୟକ୍ତି, ଅର୍ଥାତ ମୁଁ କିଏ ତାହା ମଧ୍ୟ ତୁମ୍ଭେ ଜାଣି ନାହଁ। ତୁମ୍ଭେ ଯଦି ଏସବୁ କଥା ଜାଣିଥା'ନ୍ତ ତେବେ ତୁମ୍ଭେ ମୋତେ ମାଗନ୍ତ ଓ ମୁଁ ତୁମ୍ଭକୁ ଜୀବନ୍ତ ଜଳ ଦିଅନ୍ତି।”

Gade chapit la Kopi




ଯୋହନ 4:10
49 Referans Kwoze  

କିନ୍ତୁ ମୁଁ ଯେଉଁ ଜଳ ଦିଏ, ତାହା ଯେ ପାନ କରିବ, ସେ ଆଉ କେବେ ତୃଷାର୍ତ୍ତ ହେବ ନାହିଁ, ବରଂ ମୁଁ ଦେଉଥିବା ଜଳ ତା’ ଅନ୍ତରରେ ଗୋଟିଏ ଜୀବନ ପ୍ରଦାୟୀ ନିର୍ଝରରେ ପରିଣତ ହେବ। ସେଥିରୁ ପାନ କଲେ, ସେ ଅନନ୍ତ ଜୀବନ ପାଇବ।”


କାରଣ, ସିଂହାସନ ମଧ୍ୟଭାଗରେ ଉପବିଷ୍ଟ ମେଷଶାବକ ସେମାନଙ୍କର ମେଷପାଳକ ହେବେ। ସେ ଜୀବନଦାୟକ ଜଳର ଉତ୍ସ ନିକଟକୁ ସେମାନଙ୍କୁ ପଥ କଢ଼ାଇ ନେବେ ଏବଂ ଈଶ୍ୱର ସେମାନଙ୍କ ଚକ୍ଷୁରୁ ସମସ୍ତ ଲୋତକ ପୋଛି ଦେବେ।”


ଆହୁରି ମଧ୍ୟ ସେ କହିଲେ, “କାର୍ଯ୍ୟ ସମ୍ପନ୍ନ ହୋଇଛି। ମୁଁ କ ଓ କ୍ଷ, ଆଦି ଓ ଅନ୍ତ। ଯେ ତୃଷାର୍ତ୍ତ, ଜୀବନ ରୂପକ ଜଳ ନିର୍ଝରରୁ ମୁଁ ତାକୁ ବିନା ମୂଲ୍ୟରେ ପାନ କରିବାକୁ ଦେବି।


ଈଶ୍ୱର ଜଗତକୁ ଏଡ଼େ ପ୍ରେମ କଲେ ଯେ, ସେ ନିଜର ଅଦ୍ୱିତୀୟ ପୁତ୍ରଙ୍କୁ ଦାନ କଲେ- ଯେ କେହି ତାଙ୍କଠାରେ ବିଶ୍ୱାସ କରେ, ସେ ବିନଷ୍ଟ ନ ହୋଇ ଅନନ୍ତ ଜୀବନ ପାଇବ।


ପବିତ୍ରାତ୍ମା ଓ ସେହି ନବବଧୂ କହୁଛନ୍ତି: “ଆସନ୍ତୁ”! ଶ୍ରବଣକାରୀ ପ୍ରତ୍ୟେକେ ମଧ୍ୟ କହିବେ: “ଆସନ୍ତୁ।” ଯେ କେହି ତୃଷିତ, ସେ ଆସୁ। ଜୀବନପ୍ରଦାୟୀ ଜଳ ପାନ କରିବାକୁ ଯେ ଇଚ୍ଛୁକ, ସେ ଆସି ବିନାମୂଲ୍ୟରେ ତାହା ଗ୍ରହଣ କରୁ।


ଈଶ୍ୱର କଦାପି ଆମର ବିପକ୍ଷ ନୁହନ୍ତି, କାରଣ ସେ ନିଜ ପୁତ୍ରଙ୍କୁ ମଧ୍ୟ ରକ୍ଷା ନ କରି ଆମ୍ଭମାନଙ୍କ ପାଇଁ ଦାନ କରିଛନ୍ତି। ତାହାହେଲେ, ସେ କଅଣ ଆମ୍ଭମାନଙ୍କୁ ସବୁ ବିଷୟ ଦାନ କରିବେ ନାହିଁ?


କାରଣ ସେମାନଙ୍କ ସହିତ ଗତି କରୁଥିବା ଆଧ୍ୟାତ୍ମିକ ଶୈଳରୁ ସେମାନେ ଜଳପାନ କରୁଥିଲେ, ଆଉ ସେହି ଶୈଳ ସ୍ୱୟଂ ଖ୍ରୀଷ୍ଟ।


ଯୀଶୁ କହିଲେ: “ମୁଁ ସେହି ଜୀବନଦାୟୀ ଆହାର। ଯେ ମୋ’ ନିକଟକୁ ଆସେ, ସେ ଆଉ କ୍ଷୁଧିତ ହେବ ନାହିଁ। ଯେ ମୋତେ ବିଶ୍ୱାସ କରେ, ସେ ଆଉ କେବେ ତୃଷାର୍ତ୍ତ ହେବ ନାହିଁ।


ତୁମେ ଯେ ଏକ ମାତ୍ର ସତ୍ୟ ଈଶ୍ୱର, ଏହା ଉପଲବ୍ଧି କରିବା ଏବଂ ତୁମ ପ୍ରେରିତ ଯୀଶୁ ଖ୍ରୀଷ୍ଟଙ୍କୁ ଜାଣିବା ହିଁ ଅନନ୍ତ ଜୀବନ।


ମୁଁ ସ୍ୱର୍ଗରୁ ଆଗତ ସେହି ଜୀବନଦାୟୀ ଆହାର। ଏହି ଆହାର ଯେ ଖାଏ, ସେ ଚିରଞ୍ଜୀବୀ ହେବ। ମୁଁ ଯେଉଁ ଖାଦ୍ୟ ଦେବି, ତାହା ମୋର ମାଂସ। ଜଗତକୁ ବଞ୍ଚାଇବା ପାଇଁ ମୁଁ ତାହା ଦାନ କରିବି।”


ଆସନ୍ତୁ, ଈଶ୍ୱରଙ୍କ ବର୍ଣ୍ଣନାତୀତ ଦାନ ନିମନ୍ତେ ତାଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିବା!


ତୁମ୍ଭେମାନେ ଅସତ୍ ହେଲେ ସୁଦ୍ଧା ତୁମ ପିଲାମାନଙ୍କୁ ଉତ୍ତମ ବିଷୟ ଦେବାକୁ ଜାଣ, ତା’ ହେଲେ ସ୍ୱର୍ଗସ୍ଥ ପିତା, ତାଙ୍କଠାରେ ନିବେଦନ କରୁଥିବା ଲୋକଙ୍କୁ କେତେ ଅଧିକ ରୂପେ ପବିତ୍ରଆତ୍ମାଙ୍କୁ ନ ଦେବେ?”


କାରଣ ଈଶ୍ୱରଙ୍କ ଅନୁଗ୍ରହ ହେତୁ ବିଶ୍ୱାସ ଦ୍ୱାରା ତୁମ୍ଭେମାନେ ପରିତ୍ରାଣ ପାଇଛ। ଏହା ତୁମ ନିଜ ପ୍ରଚେଷ୍ଟାର ଫଳ ନୁହେଁ, ମାତ୍ର ଈଶ୍ୱରଙ୍କ ଦାନ ଅଟେ। ତେଣୁ ଏ ବିଷୟରେ କେହି ଦର୍ପ କରିପାରିବ ନାହିଁ।


କିନ୍ତୁ ଈଶ୍ୱର ତୁମ୍ଭମାନଙ୍କୁ ଖ୍ରୀଷ୍ଟ ଯୀଶୁଙ୍କ ସହିତ ସଂଯୁକ୍ତ କରିଛନ୍ତି ଓ ସେହି ଖ୍ରୀଷ୍ଟଙ୍କୁ ହିଁ ଆମ୍ଭମାନଙ୍କ ଜ୍ଞାନ ସ୍ୱରୂପ କରିଛନ୍ତି। ତାଙ୍କ ଦ୍ୱାରା ଈଶ୍ୱରଙ୍କ ସହିତ ଆମର ଯଥାର୍ଥ ସମ୍ପର୍କ ପୁନଃପ୍ରତିଷ୍ଠିତ ହୋଇଛି, ଆମେ ଧାର୍ମିକ ଓ ପବିତ୍ର ଲୋକ ହୋଇ ମୁକ୍ତି ପାଇଛୁ।


ଆମେ ଜାଣ, ଈଶ୍ୱରଙ୍କ ପୁତ୍ର ଅବତୀର୍ଣ୍ଣ ହୋଇ ସତ୍ୟ ଈଶ୍ୱରଙ୍କ ସତ୍ତା ଅନୁଭବ କରିବାକୁ ଆମକୁ ଜ୍ଞାନ ଦେଇଛନ୍ତି। ଆମେ ଦତ୍ୟ ଈଶ୍ବର ଓ ତାଙ୍କ ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କ ସହିନ ସଂଯୁକ୍ତ ଜୀବନ ଯାପନ କରୁଛୁ। ସେ ହିଁ ସତ୍ୟ ଈଶ୍ୱର ଏବଂ ସେ ହିଁ ଅନନ୍ତ ଜୀବନ।


ଲୋକେ ତୁମ ପ୍ରତି ଏହି ସବୁ କରିବେ, କାରଣ ସେମାନେ ମୋତେ କିମ୍ବା ପିତାଙ୍କୁ ଜାଣନ୍ତି ନାହିଁ।


ପ୍ରଭୁ କହିଲେ, “ପ୍ରସ୍ତୁତ ହୁଅ। ‘ସଳଖ’ ନାମକ ରାସ୍ତା ଧରି ଯିହୁଦାଙ୍କ ଘରକୁ ଯାଅ। ସେଠାରେ ତାର୍ସସ୍ଠାରୁ ଆସିଥିବା ଶାଉଲ ନାମକ ଜଣେ ବ୍ୟକ୍ତିଙ୍କୁ ଅନୁସନ୍ଧାନ କର। ସେ ପ୍ରାର୍ଥନା କରୁଛନ୍ତି।


ଯେଉଁମାନେ ବିଶ୍ୱାସ ହରାଇଛନ୍ତି, ସେମାନେ ଅନୁତାପ କରି ପୁନର୍ବାର ଫେରି ଆସି ପାରିବେ କି? ସେମାନେ ଏକଦା ଈଶ୍ୱରଙ୍କ ଆଲୋକରେ ବାସ କରୁଥିଲେ, ସ୍ୱର୍ଗୀୟ ଦାନର ଆସ୍ୱାଦ ପାଇ, ପବିତ୍ରଆତ୍ମାଙ୍କୁ ଲାଭ କରିଥିଲେ,


Swiv nou:

Piblisite


Piblisite