Biblia Todo Logo
Bib sou entènèt

- Piblisite -




ଯୋହନ 3:8 - ପବିତ୍ର ବାଇବଲ (CL) NT (BSI)

8 ପବନ ଯେଉଁ ଆଡ଼େ ଇଚ୍ଛା ସେହି ଆଡ଼େ ବହେ। ତୁମେ କେବଳ ତା’ର ଶବ୍ଦ ଶୁଣିପାର, କିନ୍ତୁ ତାହା କେଉଁଠାରୁ ଆସିଛି ଓ କେଉଁ ଆଡ଼କୁ ଗତି କରୁଛି, କହି ପାରିବ ନାହିଁ। ଆତ୍ମାଙ୍କଠାରୁ ଜାତ ପ୍ରତ୍ୟେକ ମଧ୍ୟ ସେହିପରି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

8 ବାୟୁ ଯେଉଁ ଦିଗରେ ଇଚ୍ଛା କରେ, ସେହି ଦିଗରେ ବହେ, ଆଉ ତୁମ୍ଭେ ତାହାର ଶଦ୍ଦ ଶୁଣିଥାଅ, କିନ୍ତୁ ତାହା କେଉଁଠାରୁ ଆସେ ପୁଣି କେଉଁଠାକୁ ଯାଏ, ତାହା ଜାଣ ନାହିଁ; ଆତ୍ମାଙ୍କଠାରୁ ଜାତ ପ୍ରତ୍ୟେକ ଲୋକ ସମ୍ଵନ୍ଧରେ ସେହିପ୍ରକାର।

Gade chapit la Kopi

ଓଡିଆ ବାଇବେଲ

8 ବାୟୁ ଯେଉଁ ଦିଗରେ ଇଚ୍ଛା କରେ, ସେହି ଦିଗରେ ବହେ, ଆଉ ତୁମ୍ଭେ ତାହାର ଶବ୍ଦ ଶୁଣିଥାଅ, କିନ୍ତୁ ତାହା କେଉଁଠାରୁ ଆସେ ପୁଣି, କେଉଁଠାକୁ ଯାଏ, ତାହା ଜାଣ ନାହିଁ; ଆତ୍ମାଙ୍କଠାରୁ ଜାତ ପ୍ରତ୍ୟେକ ଲୋକ ସମ୍ବନ୍ଧରେ ସେହି ପ୍ରକାର ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

8 ବାୟୁ ଯେଉଁ ଦିଗରେ ଇଚ୍ଛା କରେ, ସେହି ଦିଗରେ ବହେ, ଆଉ ତୁମ୍ଭେ ତାହାର ଶବ୍ଦ ଶୁଣିଥାଅ, କିନ୍ତୁ ତାହା କେଉଁଠାରୁ ଆସେ ପୁଣି, କେଉଁଠାକୁ ଯାଏ, ତାହା ଜାଣ ନାହିଁ; ପବିତ୍ର ଆତ୍ମାଙ୍କଠାରୁ ଜାତ ପ୍ରତ୍ୟେକ ଲୋକ ସମ୍ବନ୍ଧରେ ସେହି ପ୍ରକାର।”

Gade chapit la Kopi

ପବିତ୍ର ବାଇବଲ

8 ପବନ ତା’ ଇଚ୍ଛା ଅନୁସାରେ ବହେ ଓ ନିଜ ଇଚ୍ଛାରେ ଗତି କରେ। ତୁମ୍ଭେ ପବନ ବହିବାର ଶବ୍ଦ ଶୁଣିଥାଅ, କିନ୍ତୁ ତୁମ୍ଭେ ଜାଣି ନ ଥାଅ, ପବନ କେଉଁଠାରୁ ଆସେ ଓ କେଉଁଠାକୁ ଯାଏ। ଆତ୍ମାରୁ ଜନ୍ମ ନେଇଥିବା ପ୍ରତ୍ୟେକ ଲୋକ ଠିକ୍ ସେହିପରି।”

Gade chapit la Kopi




ଯୋହନ 3:8
21 Referans Kwoze  

ମନୁଷ୍ୟର ସବୁ କିଛି କେବଳ ତା’ର ଅନ୍ତରାତ୍ମା ଜାଣେ। ସେହିପରି କେବଳ ଈଶ୍ୱରଙ୍କ ଆତ୍ମା ଈଶ୍ୱରଙ୍କ ବିଷୟରେ ସବୁ କିଛି ଜାଣନ୍ତି।


ହଠାତ୍ ପ୍ରଚଣ୍ଡ ବାୟୁ ବାହିବାର ଶବ୍ଦ ଭଳି ଆକାଶରୁ ଏକ ଶବ୍ଦ ହେଲା ଓ ଯେଉଁ ଗୃହରେ ସେମାନେ ବସିଥିଲେ, ତାହ ସେହି ଶବ୍ଦରେ ପୂର୍ଣ୍ଣ ହେଲା।


ତୁମ୍ଭେମାନେ ଜାଣ, ଖ୍ରୀଷ୍ଟ ସମ୍ପୂର୍ଣ୍ଣ ନ୍ୟାୟବାନ। ତେଣୁ ଏହି ମଧ୍ୟ ଜାଣି ରଖିବା ଉଚିତ ଯେ, ଯେଉଁମାନେ ସତ୍କର୍ମ କରନ୍ତୁ, ସେମାନେ ହିଁ ଈଶ୍ୱରଙ୍କ ସନ୍ତାନ।


ସେମାନେ ପ୍ରାର୍ଥନା ଶେଷ କରିବା ପରେ ଯେଉଁ ସ୍ଥାନରେ ଏକତ୍ରିତ ହୋଇଥିଲେ, ତାହା କମ୍ପି ଉଠିଲା। ସେମାନେ ସମସ୍ତେ ପବିତ୍ରଆତ୍ମାରେ ପୂର୍ଣ୍ଣ ହେଲେ ଓ ନିର୍ଭୀକଭାବେ ଈଶ୍ୱରଙ୍କର ବାର୍ତ୍ତା ପ୍ରଚାର କରିବାକୁ ଲାଗିଲେ।


କିନ୍ତୁ ଏସବୁ ସେହି ଏକ ଆତ୍ମା ହିଁ କରିଥା’ନ୍ତି। ସେ ନିଜର ଇଚ୍ଛା ଅନୁସାରେ ପ୍ରତ୍ୟେକ ବ୍ୟକ୍ତିକୁ ବିଭିନ୍ନ ବିଷୟ ଦାନ କରନ୍ତି।


ସ୍ୱାଭାବିକଭାବେ ଅର୍ଥାତ୍ ମାନବୀୟ ପିତାଙ୍କଠାରୁ ଜାତ ହେବା ଦ୍ୱାରା ଏମାନେ ଈଶ୍ୱରଙ୍କ ସନ୍ତାନ ସନ୍ତାନ ହୋଇ ନାହାନ୍ତି। ସ୍ୱୟଂ ଈଶ୍ୱର ଏମାନଙ୍କର ପିତା।


ସମସ୍ତଙ୍କୁ ଆଉ ଥରେ ଜନ୍ମ ହେବାକୁ ପଡ଼ିବ ବୋଲି ମୁଁ ଯାହା କହୁଛି, ଏଥିରେ ବିସ୍ମିତ ହୁଅ ନାହିଁ।


ନିକଦୀମ ପଚାରିଲେ, “ତାହା କିପରି ସମ୍ଭବ?”


Swiv nou:

Piblisite


Piblisite