Biblia Todo Logo
Bib sou entènèt

- Piblisite -




ଯୋହନ 3:5 - ପବିତ୍ର ବାଇବଲ (CL) NT (BSI)

5 ଯୀଶୁ କହିଲେ: “ସତ୍ୟ ସତ୍ୟ ମୁଁ ତୁମକୁ କହୁଛି, ଜଳ ଓ ଆତ୍ମାରୁ ଆଉ ଥରେ ଜନ୍ମ ନ ହେଲେ, କେହି ଈଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିପାରିବ ନାହିଁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

5 ଯୀଶୁ ଉତ୍ତର ଦେଲେ, ସତ୍ୟ ସତ୍ୟ ମୁଁ ତୁମ୍ଭକୁ କହୁଅଛି, ଜଳ ଓ ଆତ୍ମାରୁ ଜନ୍ମ ନ ହେଲେ କେହି ଈଶ୍ଵରଙ୍କ ରାଜ୍ୟରେ ପ୍ରବେଶ କରି ପାରେ ନାହିଁ।

Gade chapit la Kopi

ଓଡିଆ ବାଇବେଲ

5 ଯୀଶୁ ଉତ୍ତର ଦେଲେ, ସତ୍ୟ ସତ୍ୟ ମୁଁ ତୁମ୍ଭକୁ କହୁଅଛି, ଜଳ ଓ ଆତ୍ମାରୁ ଜନ୍ମ ନ ହେଲେ କେହି ଈଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରି ପାରେ ନାହିଁ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

5 ଯୀଶୁ ଉତ୍ତର ଦେଲେ, “ସତ୍ୟ ସତ୍ୟ ମୁଁ ତୁମ୍ଭକୁ କହୁଅଛି, ଜଳ ଓ ଆତ୍ମାରୁ ଜନ୍ମ ନ ହେଲେ କେହି ଈଶ୍ବରଙ୍କ ରାଜ୍ୟରେ ପ୍ରବେଶ କରିପାରେ ନାହିଁ।

Gade chapit la Kopi

ପବିତ୍ର ବାଇବଲ

5 ଯୀଶୁ ଉତ୍ତର ଦେଲେ, “ମୁଁ ତୁମ୍ଭକୁ ସତ୍ୟ କହୁଛି, ଜଣେ ଲୋକ ନିଶ୍ଚିତ ଭାବେ ଜଳ ଓ ଆତ୍ମାରୁ ଜନ୍ମ ହେବା ଆବଶ୍ୟକ। ଯଦି କୌଣସି ଲୋକ ଜଳ ଓ ଆତ୍ମାରୁ ହୋଇ ନ ଥାଏ, ତେବେ ସେ କଦାପି ପରମେଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରି ପାରିବ ନାହିଁ।

Gade chapit la Kopi




ଯୋହନ 3:5
35 Referans Kwoze  

ପିତର ସେମାନଙ୍କୁ ଉତ୍ତର ଦେଲେ, “ତୁମ୍ଭେମାନେ ପ୍ରତ୍ୟେକେ ପାପରୁ ବିମୁଖ ହୋଇ ତୁମ ପାପକ୍ଷମା ନିମନ୍ତେ ଯୀଶୁଖ୍ରୀଷ୍ଟଙ୍କ ନାମରେ ଜଳଦୀକ୍ଷା ଗ୍ରହଣ କର; ତାହାହେଲେ ତୁମ୍ଭେମାନେ ଈଶ୍ୱରଙ୍କ ଦାନ ପବିତ୍ରଆତ୍ମାଙ୍କୁ ପାଇବ।


ଖ୍ରୀଷ୍ଟ ମଣ୍ଡଳୀକୁ ଜଳରେ ପରିଷ୍କୃତ କରି ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କଲେ,


ସେମାନେ ତୁମ୍ଭମାନଙ୍କ ପରିତ୍ରାଣ ସାଧନ କରୁଥିବା ଜଳଦୀକ୍ଷାର ପ୍ରତୀକ। ଏହି ଜଳଦୀକ୍ଷା ତୁମ ଦେହର ମଳିନତା ଦୂର କରେ ନାହିଁ- ତାହା ଖ୍ରୀଷ୍ଟଙ୍କ ପୁନରୁତ୍ଥାନ ଦ୍ୱାରା ତୁମ ବିବେକକୁ ଶୁଚି କରିବା ପାଇଁ ଈଶ୍ୱରଙ୍କ ନିକଟେରେ ଆବେଦନ।


ତୁମ୍ଭମାନଙ୍କ ମଧ୍ୟରୁ କେହି କେହି ସେ ପ୍ରକାର ଥିଲ। କିନ୍ତୁ ବର୍ତ୍ତମାନ ତୁମ୍ଭେମାନେ ପାପରୁ ପରିଷ୍କୃତ ହୋଇ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗିତ। ପୁଣି ପ୍ରଭୁ ଯୀଶୁ ଖ୍ରୀଷ୍ଟ ଓ ପବିତ୍ରଆତ୍ମାଙ୍କ ଦ୍ୱାରା ତୁମ୍ଭେମାନେ ଧାର୍ମିକରୂପେ ପରିଗଣିତ ହୋଇଅଛ।


ତୁମେ ପାପ ପ୍ରତି ବିମୁଖ ହୋଇଛ, ଏହା ଜଣାଇବାକୁ ମୁଁ ତୁମକୁ ଜଳରେ ଦୀକ୍ଷା ଦେଉଛି। କିନ୍ତୁ ମୋ’ ପରେ ଯିଏ ଆସୁଛନ୍ତି, ସେ ତୁମକୁ ପବିତ୍ରଆତ୍ମା ଓ ଅଗ୍ନିରେ ଦୀକ୍ଷା ଦେବେ। ସେ ମୋ’ଠାରୁ ମହୀୟାନ-ତାଙ୍କର ପାଦୁକା ବହନ କରିବାକୁ ମଧ୍ୟ ମୁଁ ଅଯୋଗ୍ୟ।


ଯୀଶୁ ତାଙ୍କୁ ଉତ୍ତର ଦେଲେ, “ସତ୍ୟ ସତ୍ୟ ମୁଁ ତୁମକୁ କହୁଛି, ପୁନର୍ଜନ୍ମ ନ ହେଲେ କେହି ଈଶ୍ୱରଙ୍କ ରାଜ୍ୟ ଦେଖି ପାରିବ ନାହିଁ।”


ଯେ କେହି ଏଥିରେ ବିଶ୍ୱାସ କରି ଜଳଦୀକ୍ଷା ଗ୍ରହଣ କରିବ, ସେ ପରିତ୍ରାଣ ପାଇବ। ଯେ ବିଶ୍ୱାସ କରିବ ନାହିଁ, ସେ ଦୋଷୀ ସାବ୍ୟସ୍ତ ହେବ।


ଆମେ ଜାଗତିକ ଆତ୍ମା ପ୍ରାପ୍ତ ହୋଇ ନାହୁଁ। କିନ୍ତୁ ଈଶ୍ୱରପ୍ରଦତ୍ତ ସମସ୍ତ ବିଷୟ ଜାଣି ପାରିବା ନିମନ୍ତେ ଈଶ୍ୱରପ୍ରେରିତ ଆତ୍ମାଙ୍କୁ ଗ୍ରହଣ କରିଛୁ।


ସ୍ୱାଭାବିକଭାବେ ଅର୍ଥାତ୍ ମାନବୀୟ ପିତାଙ୍କଠାରୁ ଜାତ ହେବା ଦ୍ୱାରା ଏମାନେ ଈଶ୍ୱରଙ୍କ ସନ୍ତାନ ସନ୍ତାନ ହୋଇ ନାହାନ୍ତି। ସ୍ୱୟଂ ଈଶ୍ୱର ଏମାନଙ୍କର ପିତା।


ଯେ ଯୀଶୁଙ୍କୁ ମସୀହ ବୋଲି ବିଶ୍ୱାସ କରେ, ସେ ଈଶ୍ୱରଙ୍କ ସନ୍ତାନ। ଯେ କେହି ଜଣେ ପିତାକୁସ୍ନେହ କରେ, ସେହି ପିତାର ସନ୍ତାନକୁ ମଧ୍ୟ ଦେ ସ୍ନେହ କରେ।


ତୁମ୍ଭେମାନେ ଜାଣ, ଖ୍ରୀଷ୍ଟ ସମ୍ପୂର୍ଣ୍ଣ ନ୍ୟାୟବାନ। ତେଣୁ ଏହି ମଧ୍ୟ ଜାଣି ରଖିବା ଉଚିତ ଯେ, ଯେଉଁମାନେ ସତ୍କର୍ମ କରନ୍ତୁ, ସେମାନେ ହିଁ ଈଶ୍ୱରଙ୍କ ସନ୍ତାନ।


କିଏ ସୁନ୍ନତ ବା ଅସୁନ୍ନତ, ସେଥିରେ କିଛି ଯାଏ ଆସେ ନା, ନୂତନ ସୃଷ୍ଟି ହିଁ ସାର ବିଷୟ।


ଈଶ୍ୱରଙ୍କ ରାଜ୍ୟର ବିଶେଷତ୍ୱ ଖାଦ୍ୟ ବା ପେୟ ନୁହେଁ। ତାହା ପବିତ୍ରଆତ୍ମାଙ୍କ ଦ୍ୱାରା ପ୍ରଦତ୍ତ ଧାର୍ମିକତା, ଶାନ୍ତି ଓ ଆନନ୍ଦ।


ସବୁ ଦେଶର ସମସ୍ତ ଜାତିର ଲୋକମାନଙ୍କ ପାଖକୁ ଯାଇ ସେମାନଙ୍କୁ ମୋର ଶିଷ୍ୟ କର। ପିତା, ପୁତ୍ର ଓ ପବିତ୍ର ଆତ୍ମାଙ୍କ ନାମରେ ସେମାନଙ୍କୁ ଜଳଦୀକ୍ଷା ଦିଅ


“ମୁଁ ତୁମ୍ଭମାନଙ୍କୁ ନିଶ୍ଚିତ ଭାବରେ କହୁଛି, ତୁମର ମନ ପରିବର୍ତ୍ତିତ ହୋଇ ଶିଶୁ ସୁଲଭ ନ ହେଲେ ସ୍ୱର୍ଗରାଜ୍ୟରେ କଦାପି ପ୍ରବେଶ କରିପାରିବ ନାହିଁ।


ତୁମ୍ଭେମାନେ ଈଶ୍ୱରଙ୍କ ପରିକଳ୍ପନା ଅନୁସାରେ ମନୋନୀତ। ଯୀଶୁ ଖ୍ରୀଷ୍ଟଙ୍କ ଆଜ୍ଞା ପାଳନ କରି ତାଙ୍କ ରକ୍ତରେ ଶୁଚି ହେବା ପାଇଁ ତୁମ୍ଭେମାନେ ପରମାତ୍ମାଙ୍କ କର୍ତ୍ତୃକ ଏକ ପବିତ୍ର ଚାତି ହୋଇଅଛି। ଈଶ୍ୱରଙ୍କ ଅନୁଗ୍ରହ ଓ ଶାନ୍ତି ପୂର୍ଣ୍ଣମାତ୍ରାରେ ତୁମ୍ଭମାନଙ୍କର ହେଉ।


ଅତଏବ ଅନୁତାପ କରି ଈଶ୍ୱରଙ୍କ ଆଡ଼କୁ ଫେରି ଆସ। ତେବେ ସେ ତୁମର ପାପ କ୍ଷମା କରିବେ ଓ


କଦାପି ନୁହେଁ! ମୁଁ ତୁମମାନଙ୍କୁ କହୁଛି, ପାପରୁ ମନ ନ ଫେରାଇଲେ ତୁମେ ସମସ୍ତେ ସେମାନଙ୍କ ପରି ମରିବ।


ଅତଏବ ମୁଁ କହିରଖୁଛି, ଧର୍ମଗୁରୁ ଓ ଫାରୁଶୀମାନଙ୍କଠାରୁ ଅଧିକ ବିଶ୍ୱସ୍ତଭାବେ ଈଶ୍ୱରଙ୍କ ଇଚ୍ଛାନୁରୂପେ କାର୍ଯ୍ୟ କଲେ ଯାଇ ତୁମ୍ଭେମାନେ ସ୍ୱର୍ଗରାଜ୍ୟରେ ପ୍ରବେଶ କରି ପାରିବ।


ପବିତ୍ରଆତ୍ମା ଯେଉଁ ବ୍ୟବସ୍ଥା ଦ୍ୱାରା ଆମ୍ଭମାନଙ୍କୁ ଖ୍ରୀଷ୍ଟ ଯୀଶୁଙ୍କ ସହିତ ସଂଯୁକ୍ତ କରି ଜୀବନ ଦେଇଛନ୍ତି, ତଦ୍ଦ୍ୱାରା ଆମେ ପାପ ଓ ମୃତ୍ୟୁର ବ୍ୟବସ୍ଥାରୁ ମୁକ୍ତ ହୋଇଛୁ।


ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ସଂକୀର୍ଣ୍ଣ ଦ୍ୱାର ଦେଇ ପ୍ରବେଶ କରିବା ପାଇଁ ତୁମ୍ଭେମାନେ ପ୍ରାଣପଣ କର; କାରଣ ଅନେକ ଲୋକ ଭିତରକୁ ଯିବା ପାଇଁ ଚେଷ୍ଟା କରିବେ, କିନ୍ତୁ ସମର୍ଥ ହେବେ ନାହିଁ।


କଦାପି ନୁହେଁ! ମୁଁ କହୁଛି, ପାପରୁ ମନ ନ ଫେରାଇଲେ ତୁମେ ମଧ୍ୟ ସେମାନଙ୍କ ପରି ମରିବ।”


ପୁନର୍ବାର କହି ରଖୁଛି, ସୂଚୀ ରନ୍ଧ୍ରଦେଇ ଓଟ ପ୍ରବେଶ କରିବା ଅପେକ୍ଷା ଧନୀ ଲୋକ ସ୍ୱର୍ଗରାଜ୍ୟରେ ପ୍ରବେଶ କରିବା ଅଧିକ କଠିନ।”


କୁହ, ଏ ଦୁଇପୁଅ ମଧ୍ୟରୁ କିଏ ତା’ ବାପାର ଆଜ୍ଞା ମାନିଥିଲା।” ସେମାନେ କହିଲେ, “ବଡ଼ ପୁଅ।” ଯୀଶୁ ସେମାନଙ୍କୁ କହିଲେ, “ମୁଁ, କହୁଛି କରଆଦାୟକାରୀ ଓ ବେଶ୍ୟାମାନେ ତୁମ୍ଭମାନଙ୍କଠାରୁ ଆଗେ ଈଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିବେ।


ଯଦି ତୁମର ଗୋଟିଏ ଆଖି ଯୋଗୁ ବିଶ୍ୱାସ ହରାଉଥାଅ, ତାକୁ ଓପାଡ଼ି ଦିଅ। ଦୁଇଟି ଆଖି ଥାଇ ନରକରେ ନିକ୍ଷିପ୍ତ ହେବାଠାରୁ, ଗୋଟିଏ ଆଖି ଥାଇ ଈଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିବା ଶ୍ରେୟସ୍କର।


ସେହି ଲୋକମାନଙ୍କୁ ଶିଷ୍ୟମାନେ ତିରସ୍କାର କରୁଥିବା ଦେଖି, ଯୀଶୁ ଶିଷ୍ୟମାନଙ୍କ ଉପରେ ବିରକ୍ତ ହୋଇ କହିଲେ, “ପିଲାମାନଙ୍କୁ ମୋ’ ନିକଟକୁ ଆସିବାକୁ ଦିଅ; ସେମାନଙ୍କୁ ବାଧା ଦିଅ ନାହିଁ, କାରଣ ଶିଶୁମାନଙ୍କ ପରି ଲୋକମାନେ ସ୍ୱର୍ଗରାଜ୍ୟ ଅଧିକାର କରିବେ।


ନିକଦୀମ ପଚାରିଲେ, “ଜଣେ ବୟଃପ୍ରାପ୍ତ ବ୍ୟକ୍ତି ଆଉ ଥରେ କିପରି ଜନ୍ମ ଗ୍ରହଣ କରିପାରିବ? ମାତୃ ଗର୍ଭରେ ପ୍ରବେଶ କରି ସେ କ’ଣ ଦ୍ୱିତୀୟ ଥର ଜନମ ହୋଇ ପାରିବ?”


ସୁତରାଂ ଭାଇମାନେ, ମୁଁ ତୁମ୍ଭମାନଙ୍କୁ କହିବାକୁ ଚାହେଁ ଯେ, ରକ୍ତ ମାଂସ ଶରୀର ଧରି ଆମ୍ଭେମାନେ ଈଶ୍ୱରଙ୍କ ରାଜ୍ୟର ଅଧିକାରୀ ହୋଇ ପାରିବା ନାହିଁ, କାରଣ ନଶ୍ୱର ବସ୍ତୁ ଅବିନଶ୍ୱରତା ଲାଭ କରିପାରେ ନାହିଁ।


Swiv nou:

Piblisite


Piblisite