Biblia Todo Logo
Bib sou entènèt

- Piblisite -




ଯୋହନ 3:21 - ପବିତ୍ର ବାଇବଲ (CL) NT (BSI)

21 ଯାହା କର୍ମ ସତ୍, ସେ ଆଲୋକକୁ ଆସିବା ପାଇଁ ଇଚ୍ଛା କରେ; କାରଣ ତା’ କାର୍ଯ୍ୟରେ ସେ ଯେ ଈଶ୍ୱରଙ୍କ ଆଜ୍ଞାଧୀନ, ଏ କଥା ସେ ଆଲୋକରେ ପ୍ରକାଶ କରିବାକୁ ଚାହେଁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

21 କିନ୍ତୁ ଯେକେହି ସତ୍ୟ ଆଚରଣ କରେ, ସେ ଜ୍ୟୋତିଃ ନିକଟକୁ ଆସେ, ଯେପରି ତାହାର କର୍ମସବୁ ଈଶ୍ଵରଙ୍କଠାରେ ସାଧିତ ବୋଲି ପ୍ରକାଶିତ ହୁଏ।

Gade chapit la Kopi

ଓଡିଆ ବାଇବେଲ

21 କିନ୍ତୁ ଯେ କେହି ସତ୍ୟ ଆଚରଣ କରେ, ସେ ଜ୍ୟୋତିଃ ନିକଟକୁ ଆସେ, ଯେପରି ତାହାର କର୍ମସବୁ ଈଶ୍ୱରଙ୍କଠାରେ ସାଧିତ ବୋଲି ପ୍ରକାଶିତ ହୁଏ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

21 କିନ୍ତୁ ଯେ କେହି ସତ୍ୟ ଆଚରଣ କରେ, ସେ ଜ୍ୟୋତିଃ ନିକଟକୁ ଆସେ, ଯେପରି ତାହାର କର୍ମସବୁ ଈଶ୍ବରଙ୍କଠାରେ ସାଧିତ ବୋଲି ପ୍ରକାଶିତ ହୁଏ।

Gade chapit la Kopi

ପବିତ୍ର ବାଇବଲ

21 କିନ୍ତୁ ଯେଉଁ ଲୋକ ସତ୍ୟପଥ ଅନୁସରଣ କରେ, ସେ ଆଲୋକ ନିକଟକୁ ଆସେ। ତା'ପରେ ଆଲୋକ ସ୍ପଷ୍ଟ ଦେଖାଇ ଦେବ ଯେ ସେ ଲୋକ ଯେଉଁ କାର୍ଯ୍ୟ କରିଛି ତାହା ସେ ପରମେଶ୍ୱରଙ୍କ ମାଧ୍ୟମରେ କରିଛି।

Gade chapit la Kopi




ଯୋହନ 3:21
31 Referans Kwoze  

ସୁତରାଂ ଆମେ ତାଙ୍କର ସ।।ହାଚର୍ଯ୍ୟ ଅନୁଭବ କରୁଛୁ ବୋଲି କହି, ଯଦି ଅନ୍ଧକାରରେ ବାସ କରୁ, କଥାରେ ଓ କାର୍ଯ୍ୟରେ ଆମେ ମିଥ୍ୟାବାଦୀ ହେବା।


ପ୍ରିୟ ବନ୍ଧୁ, କୁଆଦର୍ଶକୁ ଅନୁକରଣ କର ନାହିଁ କେବଳ ସୁଆଦର୍ଶକୁ ଗ୍ରହଣ କର। ଯେ ସତ୍କାର୍ଯ୍ୟ କରେ, ସେ ଈଶ୍ୱରଙ୍କ ଲୋକ: ଯେ ଅସତ୍ କାର୍ଯ୍ୟ କରେ, ସେ ଈଶ୍ୱରଙ୍କୁ ଜାଣେ ନାହିଁ।


କାରଣ, ଆଲୋକ ହିଁ ସବୁ ପ୍ରକାର ସଦ୍ଗୁଣ, ଧାର୍ମିକତା ଓ ସତ୍ୟରୂପ ଫଳ ଉତ୍ପନ୍ନ କରେ।


କାରଣ ତୁମ୍ଭମାନଙ୍କୁ ତାଙ୍କର ଉଦ୍ଦେଶ୍ୟ ସାଧନ କରିବା ନିମନ୍ତେ ଇଚ୍ଛୁକ ଓ ସମର୍ଥ କରିବାକୁ ସ୍ୱୟଂ ଈଶ୍ୱର ତୁମ ମଧ୍ୟରେ ସଦା କାର୍ଯ୍ୟରତ।


ଯିଏ ପ୍ରାକୃତିକ ଲାଳସା କ୍ଷେତ୍ରରେ ବୀଜ ବୁଣେ, ସେ ମୃତ୍ୟୁରୂପ ଫସଲ ଅମଳ କରିବ। ଯଦି ସେ ପବିତ୍ର ଆତ୍ମାଙ୍କ କ୍ଷେତ୍ରରେ ବୁଣିବ, ତେବେ ଅନନ୍ତ ଜୀବନରୂପ ଫସଲ ଅମଳ କରିବ।


ବର୍ତ୍ତମାନ ତୁମ୍ଭେମାନେ ସତ୍ୟର ଅନୁଗାମୀ ହୋଇଥିବାରୁ ନିଜ ନିଜକୁ ଶୁଚି କରିଛ ଓ ବିଶ୍ୱାସୀ ଭାଇମାନଙ୍କୁ ପ୍ରେମ କରିବାକୁ ଇଚ୍ଛୁକ ଅଛ। ପରସ୍ପରକୁ ଆନ୍ତରିକତା ସହ ପ୍ରେମ କର।


ଏହାକୁ ସଫଳ କରିବା ନିମନ୍ତେ ମୋ’ଠାରେ ସକ୍ରିୟ ରହିଥିବା ଖ୍ରୀଷ୍ଟପ୍ରଦତ୍ତ ମହାନ୍ ଶକ୍ତିକୁ ବ୍ୟବହାର କରି ମୁଁ ଆପ୍ରାଣ ଉଦ୍ୟମ ଓ ପରିଶ୍ରମ କରୁଅଛି।


ଓ ଈଶ୍ୱରଙ୍କ ଗୌରବ ଓ ପ୍ରଶଂସା ନିମନ୍ତେ ତୁମ୍ଭମାନଙ୍କର ଜୀବନ ଯୀଶୁ ଖ୍ରୀଷ୍ଟଙ୍କ ପ୍ରଦତ୍ତ ସମସ୍ତ ସଦ୍ଗୁଣରେ ପରିପୂର୍ଣ୍ଣ ହେବ।


ଶାସ୍ତ୍ରମାନଙ୍କରେ ଅନନ୍ତ ଜୀବନର ସନ୍ଧାନ ମିଳିବ ବୋଲି ମନେ କରି ସେ ସବୁ ତୁମେ ଅଧ୍ୟୟନ କରିଥାଅ। ସେହିସବୁ ଶାସ୍ତ୍ର ମୋ’ ସପକ୍ଷରେ ସାକ୍ଷ୍ୟ ଦିଅନ୍ତି,


ଯୀଶୁ ନିଥ୍‌ନିୟେଲଙ୍କୁ ଆସୁଥିବା ଦେଖି କହିଲେ, “ଏ ଜଣେ ପ୍ରକୃତ ଇଶ୍ରାୟେଲୀୟ। ଏହାଙ୍କଠାରେ ତିଳେ ହେଲେ କପଟତା ନାହିଁ।”


ଜଗତରେ ଜୀବନ ଓ ବିଶେଷରେ ତୁମ୍ଭମାନଙ୍କ ସହିତ ଆମର ସର୍ମ୍ପକ ଈଶ୍ୱରଦତ୍ତ ପବିତ୍ରତା ଓ ବିଶ୍ବସ୍ତତା ଦ୍ୱାରା ପରିଚାଳିତ ବୋଲି ଆମ ବିବେକର ସାକ୍ଷ୍ୟ। ଏଥିପାଇଁ ଆମ ମନରେ ଗର୍ବ ହୁଏ। ମାନବିକ ଜ୍ଞାନରେ ନୁହେଁ, ମାତ୍ର ଐଶ୍ୱରିକ ଜ୍ଞାନରେ ଏହା କରିବାକୁ ଆମେ ସକ୍ଷମ ହୋଇଛୁ।


କିନ୍ତୁ ଏବେ ମୁଁ ଯାହା ହୋଇଛି, ତାହା ଈଶ୍ୱରଙ୍କ ଅନୁଗ୍ରହରୁ ହୋଇଛି ଏବଂ ମୋ’ ପ୍ରତି ତାଙ୍କର ଅନୁଗ୍ରହ ନିଷ୍ଫଳ ହୋଇ ନାହିଁ। ବରଂ ଅନ୍ୟାନ୍ୟ ସମସ୍ତ ପ୍ରେରିତ ଶିଷ୍ୟମାନଙ୍କଠାରୁ ମୁଁ ଅଧିକ ପରିଶ୍ରମ କରିଛି। ପ୍ରକୃତରେ ଏସବୁ ମୁଁ କରି ନାହିଁ, କିନ୍ତୁ ମୋ’ ପ୍ରତି ଈଶ୍ୱରଙ୍କ ଅନୁଗ୍ରହ ଥିବା ହେତୁ ଏହ ସମ୍ଭବ ହୋଇଛି।


ମୁଁ ତୁମର କାର୍ଯ୍ୟକଳାପ ଜାଣେ; ତୁମେ ଶୀତଳ ନୁହଁ, କି ଉତ୍ତପ୍ତ ନୁହଁ, ଏହା ମୁଁ ଜାଣେ। ତୁମେ ଶୀତଳ କିମ୍ବା ଉତ୍ତପ୍ତ ହୋଇଥିଲେ, ଭଲ ହୁଅନ୍ତା।


ଦୁଷ୍କର୍ମକାରୀ ଆଲୋକକୁ ଘୃଣା କରେ। ତା’ର ଦୁଷ୍କର୍ମଗୁଡ଼ିକ ପ୍ରକାଶ ପାଇଯିବା ଭୟରେ ସେ ଅଲୋକକୁ ଆସେ ନାହିଁ।


ଯେ କେହି ଈଶ୍ୱରଙ୍କ ଇଚ୍ଛା ସାଧନ କରିବାକୁ ଇଚ୍ଛୁକ, ସେ ଜାଣିପାରିବ, ମୁଁ ଦେଉଥିବା ଶିକ୍ଷା ଈଶ୍ୱରଙ୍କଠାରୁ ଆଗତ, ନା, ତାହା ମୋ’ ନିଜ କ୍ଷମତା ବଳରେ ମୁଁ କହୁଛି।


Swiv nou:

Piblisite


Piblisite