Biblia Todo Logo
Bib sou entènèt

- Piblisite -




ଯୋହନ 3:2 - ପବିତ୍ର ବାଇବଲ (CL) NT (BSI)

2 ସେ ରାତ୍ରି ସମୟରେ ଯୀଶୁଙ୍କ ନିକଟକୁ ଆସି କହିଲେ, “ରାବି, ଆମେ ଜାଣୁ, ଆପଣ ଈଶ୍ୱର ପ୍ରେରିତ ଗୁରୁ। ଆପଣ ଯେଉଁସବୁ ଅଲୌକିକ କାର୍ଯ୍ୟ କରୁଛନ୍ତି, ଈଶ୍ୱରଙ୍କ ସହାୟତା ବିନା ତାହା କେହି କରି ପାରିବେ ନାହିଁ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

2 ସେ ରାତ୍ରି ସମୟରେ ଯୀଶୁଙ୍କ ନିକଟକୁ ଆସି ତାହାଙ୍କୁ କହିଲେ, ହେ ଗୁରୁ, ଆପଣ ଯେ ଈଶ୍ଵରଙ୍କଠାରୁ ଆଗତ ଗୁରୁ, ଏହା ଆମ୍ଭେମାନେ ଜାଣୁ, କାରଣ ଆପଣ ଏହି ଯେଉଁ ସମସ୍ତ ଆଶ୍ଚର୍ଯ୍ୟକର୍ମ କରୁଅଛନ୍ତି, ଈଶ୍ଵର ସାଙ୍ଗରେ ନ ଥିଲେ ସେହିସବୁ କେହି କରିପାରେ ନାହିଁ।।

Gade chapit la Kopi

ଓଡିଆ ବାଇବେଲ

2 ସେ ରାତ୍ରି ସମୟରେ ଯୀଶୁଙ୍କ ନିକଟକୁ ଆସି ତାହାଙ୍କୁ କହିଲେ, ହେ ଗୁରୁ, ଆପଣ ଯେ ଈଶ୍ୱରଙ୍କଠାରୁ ଆଗତ ଗୁରୁ, ଏହା ଆମ୍ଭେମାନେ ଜାଣୁ, କାରଣ ଆପଣ ଏହି ଯେଉଁ ସମସ୍ତ ଆଶ୍ଚର୍ଯ୍ୟକର୍ମ କରୁଅଛନ୍ତି, ଈଶ୍ୱର ସାଙ୍ଗରେ ନ ଥିଲେ ସେହି ସବୁ କେହି କରି ପାରେ ନାହିଁ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

2 ସେ ରାତ୍ରି ସମୟରେ ଯୀଶୁଙ୍କ ନିକଟକୁ ଆସି ତାହାଙ୍କୁ କହିଲେ, ହେ ଗୁରୁ, ଆପଣ ଯେ ଈଶ୍ବରଙ୍କଠାରୁ ଆଗତ ଗୁରୁ, ଏହା ଆମ୍ଭେମାନେ ଜାଣୁ, କାରଣ ଆପଣ ଏହି ଯେଉଁ ସମସ୍ତ ଆଶ୍ଚର୍ଯ୍ୟକର୍ମ କରୁଅଛନ୍ତି, ଈଶ୍ବର ସାଙ୍ଗରେ ନ ଥିଲେ ସେହିସବୁ କେହି କରିପାରେ ନାହିଁ।

Gade chapit la Kopi

ପବିତ୍ର ବାଇବଲ

2 ସେ ଦିନେ ରାତ୍ରିରେ ଯୀଶୁଙ୍କ ପାଖକୁ ଆସିଲେ। ସେ କହିଲେ, “ହେ ଗୁରୁ, ଆମ୍ଭେ ଜାଣିଛୁ ଯେ, ତୁମ୍ଭେ ଏକ ଗୁରୁ, ପରମେଶ୍ୱରଙ୍କ ଦ୍ୱାରା ପଠାଯାଇ ଅଛ। ତୁମ୍ଭେ ଯେଉଁସବୁ ଆଶ୍ଚର୍ଯ୍ୟ କାର୍ଯ୍ୟ କରୁଛ, ସେ ଗୁଡ଼ିକ ପରମେଶ୍ୱରଙ୍କ ସାହାଯ୍ୟ ନ ପାଇ କେହି କରି ପାରିବେ ନାହିଁ।”

Gade chapit la Kopi




ଯୋହନ 3:2
30 Referans Kwoze  

କିନ୍ତୁ ମୋ’ ସପକ୍ଷରେ ଯୋହନଙ୍କଠାରୁ ଅଧିକ ଶକ୍ତିଶାଳୀ ଜଣେ ସାକ୍ଷୀ ଅଛନ୍ତି। ପିତା ଈଶ୍ୱରଙ୍କ ଆଜ୍ଞା ଅନୁଯାୟୀ ମୁଁ ଯେଉଁସବୁ କର୍ମ ସାଧନ କରୁଛି, ସେହିସବୁ ହିଁ ମୋ’ ପାଇଁ ଯଥାର୍ଥ ସାକ୍ଷ୍ୟ। ସେହିସବୁ ପ୍ରମାଣ କରୁଛି ଯେ, ମୋତେ ଈଶ୍ୱର ପ୍ରେରଣ କରିଛନ୍ତି।


ତୁମ୍ଭେମାନେ ନାଜରିତର ଯୀଶୁଙ୍କ ବିଷୟରେ ଓ ଈଶ୍ୱର କିପରି ତାଙ୍କ ଉପରେ ପବିତ୍ର ଆତ୍ମା ଓ ଶକ୍ତି ଢାଳି ଦେଇଥିଲେ, ତାହା ଜାଣ। ସେ ସବୁଆଡ଼େ ଯାଇ ମହତ୍ କାର୍ଯ୍ୟ ସାଧନ କଲେ। ଶୟତାନର କବଳରେ ଥିବା ଲୋକଙ୍କୁ ସୁସ୍ଥ କଲେ, କାରଣ ଈଶ୍ୱର ତାଙ୍କ ସହିତ ଥିଲେ।


“ହେ ଇଶ୍ରାଏଲୀୟ ଭାଇମାନେ, ଶୁଣ! ଅନେକ ଅଲୌକିକ କାର୍ଯ୍ୟ ଓ ଅଦ୍ଭୁତ ଲକ୍ଷଣ ଦ୍ୱାରା ନାଜରିତୀୟ ଯୀଶୁ ଯେ ଈଶ୍ୱରପ୍ରେରିତ ଓ ଐଶୀଶକ୍ତି ସମ୍ପନ୍ନ, ଏହା ତୁମ୍ଭମାନଙ୍କ ନିକଟରେ ପ୍ରମାଣିତ ହୋଇଛି। ତୁମ୍ଭମାନଙ୍କ ମଧ୍ୟରେ ଏହି ଅଞ୍ଚଳରେ ଏହି ସବୁ ଘଟଣା ଘଟିଛି, ତେଣୁ ଏ ବିଷୟରେ ତୁମ୍ଭେମାନେ ଭଲଭାବେ ଜାଣିଛ।


ଫାରୁଶୀମାନଙ୍କ ମଧ୍ୟରୁ କେତେକ କହିଲେ, “ଯେ ଏ କାର୍ଯ୍ୟ କରିଛି, ସେ ଈଶ୍ୱରଙ୍କଠାରୁ ଆସି ନାହିଁ, କାରଣ ସେ ବିଶ୍ରାମବାର ବିଧାନ ଲଙ୍ଘନ କରିଛି।” ଅନ୍ୟମାନେ କହିଲେ, “ଜଣେ ଲୋକ ପାପୀ ହୋଇ ଏଭଳି ଅଲୌକିକ କାର୍ଯ୍ୟ କିପରି କରିପାରିବ?” ଏ ବିଷୟ ନେଇ ସେମାନଙ୍କ ଭିତରେ ବିଭେଦ ସୃଷ୍ଟି ହେଲା।


ସେମାନଙ୍କ ସାକ୍ଷାତରେ ତାଙ୍କର ଅଲୌକିକ କାର୍ଯ୍ୟସମୂହ କରିଥିବା ସତ୍ତେ୍ୱ ସେମାନେ ତାଙ୍କଠାରେ ବିଶ୍ୱାସ କଲେ ନାହିଁ।


ଯୀଶୁ ବୁଲିପଡ଼ି ସେମାନଙ୍କୁ ଦେଖି ପଚାରିଲେ, “ତୁମ୍ଭେମାନେ କ’ଣ ଖୋଜୁଛ?” ସେମାନେ କହିଲେ, “ରାବି (ଅର୍ଥାତ୍ ଗୁରୁ), ଆପଣ କେଉଁଠି ରହୁଛନ୍ତି?”


ସେମାନେ ନିଜର କେତେ ଜଣ ଶିଷ୍ୟଙ୍କୁ ଓ ହେରୋଦ ପକ୍ଷର କେତେକ ଲୋକଙ୍କୁ ଯୀଶୁଙ୍କ ନିକଟକୁ ପଠାଇଲେ। ଏମାନେ ଆସି ଯୀଶୁଙ୍କୁ ପଚାରିଲେ, “ଗୁରୁ, ଆମେ ଜାଣୁ, ଆପଣ ସତ୍ୟ ଶିକ୍ଷା ଦେଇଛନ୍ତି। ଆପଣ ମନୁଷ୍ୟର ପଦମର୍ଯ୍ୟାଦାକୁ ଖାତିରି କରୁ ନ ଥିବାରୁ ଲୋକେ କଅଣ ଭାବିବେ, ଚିନ୍ତା ନ କରି ମନୁଷ୍ୟ ପାଇଁ ଈଶ୍ୱରଙ୍କର ସଂକଳ୍ପ ଯଥାର୍ଥ ଭାବରେ ବୁଝାଇ ପାରୁଛନ୍ତି।


କିନ୍ତୁ ଜନତା ଭିତରୁ ଅନେକେ ଯୀଶୁଙ୍କଠାରେ ବିଶ୍ୱାସ କରି କହିଲେ, “ମସୀହ ଆସିଲେ, ଏହାଙ୍କ ଅପେକ୍ଷା ସେ କ’ଣ ଆହୁରି ଅଧିକ ଅଲୌକିକ କାର୍ଯ୍ୟ କରିବେ?”


ଯୀଶୁ ତାଙ୍କୁ ଡାକିଲେ, “ମରିୟମ!” ମରିୟମ ତାଙ୍କ ଆଡ଼କୁ ଯାଇ କହିଲେ, “ରାଗ୍ବୂନୀ” (ହିବ୍ରୁ ଭାଷାରେ ଏହାର ଅର୍ଥ ‘ଗୁରୁ’)।


ମୁଁ ସେମାନଙ୍କ ମଧ୍ୟରେ କୌଣସି ଅଦ୍ଭୁତପୂର୍ବ କାର୍ଯ୍ୟ କରି ନ ଥିଲେ, ସେମାନେ ପାପୀ ବୋଲି ବିବେଚିତ ହୋଇ ନ ଥାଆନ୍ତେ। କିନ୍ତୁ ମୋର ସେ ସବୁ କାର୍ଯ୍ୟ ଦେଖି ମଧ୍ୟ ସେମାନେ ମୋତେ ଓ ମୋ’ ପିତାଙ୍କୁ ଘୃଣା କରୁଛନ୍ତି।


ସେମାନେ ଯୋହନଙ୍କୁ କହିଲେ, “ଗୁରୁ, ଆପଣଙ୍କ ମନେ ଥିବ, ଯର୍ଦ୍ଦନ ନଦୀର ପୂର୍ବ ପଟେ ଜଣେ ବ୍ୟକ୍ତି ଆପଣଙ୍କ ପାଖରେ ଠିଆ ହୋଇଥିଲେ। ତାଙ୍କ ବିଷୟରେ ଆପଣ ସାକ୍ଷ୍ୟ ଦେଉଥିଲେ। ସେ ଏବେ ନିଜେ ଜଳଦୀକ୍ଷା ଦେଉଛନ୍ତି ଓ ସମସ୍ତେ ତାଙ୍କ ନିକଟକୁ ଯାଉଛନ୍ତି।”


ସେମାନେ ଯୀଶୁଙ୍କୁ ପଚାରିଲେ, “ଗୁରୁ, ଆମେ ଜାଣୁ ଲୋକମତକୁ ଭୟ ନ କରି ଆପଣ ସତ କଥା କହନ୍ତି। କାହାର ପଦମର୍ଯ୍ୟାଦା ପ୍ରତି ଦୃଷ୍ଟି ନ ଦେଇ ଆପଣ ଈଶ୍ୱରଙ୍କ ଇଚ୍ଛା ବିଷୟରେ ଶିକ୍ଷା ଦିଅନ୍ତି। କହନ୍ତୁ, ରୋମ ସମ୍ରାଟଙ୍କୁ କର ଦେବା ଆମ ଧର୍ମବ୍ୟବସ୍ଥାର ବିରୁଦ୍ଧ କି ନା? ଆମେ କର ଦେବା କି ନାହିଁ?


କିନ୍ତୁ ମୁଁ ବନ୍ଦୀ ହୋଇଥିବାରୁ ଅନେକ ଭାଇମାନଙ୍କର ପ୍ରଭୁଙ୍କ ପ୍ରତି ଅଧିକ ବିଶ୍ୱାସ ଜନ୍ମିଛି, ପୁଣି ଏହା ଫଳରେ ନିର୍ଭୀକମାନେ ଈଶ୍ୱରଙ୍କ ବାର୍ତ୍ତା ପ୍ରଚାର କରିବାକୁ ସେମାନଙ୍କର ସାହସ ବୃଦ୍ଧି ପାଇଛି।


ବଜାର ଛକମାନଙ୍କରେ ଲୋକମାନେ ସେମାନଙ୍କୁ ସମ୍ମାନ ଦେଖାଇ ଅଭିବାଦନ କରନ୍ତୁ ଓ ‘ଗୁରୁ’ ବୋଲି ସମ୍ବୋଧନ କରନ୍ତୁ, ଏହା ସେମାନେ ଚାହାଁନ୍ତି।


କିନ୍ତୁ ତୁମକୁ କେହି ଗୁରୁ ବୋଲି ଡ଼ାକିବା ଉଚିତ୍ ନୁହେଁ। କାରଣ ତୁମେ ସମସ୍ତେ ପରସ୍ପରର ଭାଇ ଓ ତୁମର ଗୁରୁ କେବଳ ଜଣେ।


ଯୀଶୁ ତାଙ୍କର ଏହି ପ୍ରଥମ ଅଲୌକିକ କାର୍ଯ୍ୟ ଗାଲିଲୀର କାନ୍ନା ସହରରେ କରିଥିଲେ। ସେଠାରେ ସେ ତାଙ୍କର ମହିମା ପ୍ରକାଶ କଲେ ଏବଂ ଶିଷ୍ୟମାନେ ତାଙ୍କଠାରେ ବିଶ୍ୱାସ କଲେ।


ଇତି ମଧ୍ୟରେ ଶିଷ୍ୟମାନେ ଯୀଶୁଙ୍କୁ କିଛି ଖାଇବା ପାଇଁ ଅନୁରୋଧ କଲେ।


ଅନେକ ଲୋକ ତାଙ୍କର ପଛେ ପଛେ ଯାଉଥିଲେ, କାରଣ ଯୀଶୁ ତାଙ୍କ ଅଲୌକିକ ଶକ୍ତି ବଳରେ ପୀଡ଼ିତ ଲୋକମାନଙ୍କୁ ସୁସ୍ଥ କରୁଥିବା ସେମାନେ ଦେଖିଥିଲେ।


କିନ୍ତୁ ଯଦି ମୁଁ ତାଙ୍କ ଇଚ୍ଛା ସାଧନ କରୁଥାଏ, ତା’ ହେଲେ ମୋତେ ବିଶ୍ୱାସ ନ କଲେ ସୁଦ୍ଧା, ଅନ୍ତତଃ ମୋ’ କାର୍ଯ୍ୟ ଦେଖି ବିଶ୍ୱାସ କର। ତେବେ ତୁମ୍ଭେମାନେ ନିଶ୍ଚିତଭାବେ ଜାଣି ପାରିବ, ମୋ’ ପିତା ଈଶ୍ୱର ମୋ’ଠାରେ ବିଦ୍ୟମାନ।”


ମୁଁ ପିତାଙ୍କଠାରେ ଓ ପିତା ମୋ’ଠାରେ ବିଦ୍ୟମାନ, ଏ କଥା ତୁମେ ବିଶ୍ୱାସ କରିପାରୁନାହଁ, ଫିଲିପ୍? ଯେଉଁ କଥାସବୁ ମୁଁ କହୁଛି, ତାହା ମୋ’ ନିଜର ନୁହେଁ। ମୋ’ଠାରେ ବିଦ୍ୟମାନ ପିତା ଈଶ୍ୱର ହିଁ ତାଙ୍କର କାର୍ଯ୍ୟ ସାଧନ କରିଯାଉଛନ୍ତି।


Swiv nou:

Piblisite


Piblisite